ମହଙ୍ଗା ହେଲା ଅଲିଭ ଅଏଲ

ନୂଆଦିଲ୍ଲୀ,୧୦।୯: ଅଲିଭ ଅଏଲ ହୃଦରୋଗ ପାଇଁ ଲାଭକାରୀ ହୋଇଥିବାବେଳେ ବିଭିନ୍ନ ପ୍ରକାର ହୋମ ରିମେଡି ପାଇ ବ୍ୟବହୃତ ହୋଇଥାଏ। ଦେଶରେ ଅଲିଭ ଅଏଲ ମହଙ୍ଗା ହୋଇଯାଇଛି। ଦେଶର ଅନେକ ଲୋକ ଅଲିଭ ଅଏଲରେ ଖାଦ୍ୟ ରାନ୍ଧବା ସହ ଏହି ତେଲ ପିଜା, ପାସ୍ତା ପରି ଫାଷ୍ଟଫୁଡରେ ମଧ୍ୟ ବହୁଳ ଭାବରେ ବ୍ୟବହୃତ ହୁଏ। ସ୍ବାସ୍ଥ୍ୟ ସଚେତନ ଲୋକମାନେ ଏହି ତେଲ ବ୍ୟବହାର କରିବାକୁ ପସନ୍ଦ କରନ୍ତି। ଦେଶରେ ଅଲିଭ ତେଲର ମୂଲ୍ୟ ଲିଟର ପିଛା ୮୫୦ରୁ ୧୧୦୦ଟଙ୍କାକୁ ବୃଦ୍ଧି ପାଇଛି। ଏହାର ମୂଲ୍ୟ ଅତିଶୀଘ୍ର ଲିଟର ପିଛା ୧୫୦୦ଟଙ୍କା ଛୁଇଁବ ବୋଲି ସମ୍ଭାବନା ରହିଛି। ଆକଳନ କରାଯାଇଛି ଯେ ପୋମେସ ଅଲିଭ ତେଲ ଯାହା ବର୍ତ୍ତମାନ ଲିଟର ପିଛା ୪୦୦ ରୁ ୫୦୦ଟଙ୍କା ମୂଲ୍ୟରେ ବଜାରରେ ବିକ୍ରି ହେଉଛି ତାହ ଲିଟର ପିଛା ୮୦୦ ଟଙ୍କା ହୋଇପାରେ।

ସୂଚନାଯୋଗ୍ୟ, ଭାରତରେ ଅଧିକାଂଶ ଅଲିଭ ତେଲ ପ୍ରାୟ ୯୦ଶତକଡା ସ୍ପେନ ଏବଂ ଇଟାଲୀରୁ ଆମଦାନୀ ହୋଇଥାଏ। ୟୁରୋପରେ ଲଗାତାର ଦୁଇ ବର୍ଷର ମରୁଡ଼ି ସ୍ଥିତି ପାଇଁ ଅଲିଭ ତେଲର ମୂଲ୍ୟ ବୃଦ୍ଧି ପାଉଛି। ଆମଦାନୀକାରୀମାନେ ରିପୋର୍ଟ କରିଛନ୍ତି ଯେ ସବୁ ସ୍ଥାନରେ ମୂଲ୍ୟ ଅତି କମରେ ୫୦ ରୁ ୬୦ଶତକଡା ବୃଦ୍ଧି ପାଇଛି।

Share