ଅଭିଯୁକ୍ତଙ୍କୁ ଖୋଜି ବୁଲୁଛି ପୋଲିସ

ପୁରୀ/କଟକ ଅଫିସ,୨୫।୧: ପୁରୀର ୫ବର୍ଷୀୟା ଶିଶୁକନ୍ୟା ବଳାତ୍କାର ମାମଲାକୁ ୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତ ମହେଶ୍ୱର ମହାନ୍ତିଙ୍କୁ ପୋଲିସ ଗିରଫ କରିପାରିନାହିଁ। ଅଭିଯୁକ୍ତ ଫେରାର ଥିବା ବେଳେ ତାଙ୍କୁ ଧରିବାକୁ ପୋଲିସର ୪ ଟିମ୍‌ ୮ରୁ ଊର୍ଦ୍ଧ୍ୱ ସ୍ଥାନରେ ଚଢ଼ାଉ କରିଛି। ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ଖୋଜି ବୁଲୁଥିଲେ ମଧ୍ୟ କୌଣସି ସୂଚନା ପାଇପାରି ନାହିଁ। ଫଳରେ ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅପରପକ୍ଷରେ ବଳାତ୍କାରର ଶିକାର ହୋଇ କଟକ ଏସ୍‌ସିବି ମେଡିକାଲ ଗାଇନିକ୍‌ ୱାର୍ଡରେ ଚିକିତ୍ସିତ ହେଉଥିବା ପୁରୀର ଶିଶୁକନ୍ୟାଙ୍କୁ ସୋମବାର ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (ଓଏସ୍‌ସିପିସିଆର୍‌) ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ଭେଟିଛନ୍ତି। ସେ ପୀଡ଼ିତାଙ୍କ ଶିଶୁର ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି। ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଅଛି। ଏବେ ସେ ବିପଦମୁକ୍ତ ଥିବା ଡାକ୍ତର କହିଛନ୍ତି। ମେଡିକାଲରେ
ତାଙ୍କୁ ସମସ୍ତ ପ୍ରକାର ଚିକିତ୍ସା ସମ୍ପୂର୍ଣ୍ଣ ମାଗଣାରେ ଯୋଗାଇ ଦିଆଯିବ। ଏ ନେଇ ପୁରୀ ଏସ୍‌ପି କନ୍‌ଓ୍ବର ବିଶାଲ ସିଂ କହିଛନ୍ତି, ଏହି ଘଟଣାରେ ଟାଉନ ଥାନା ପକ୍ଷରୁ ଆଇପିସି ଧାରା ୩୭୬(ଏ), (ବି) ଏବଂ ପୋକ୍ସୋ ଆକ୍ଟ ସେକ୍ସନ୍‌-୬ରେ କେସ୍‌ ନଂ. ୨୦/୨୦୨୨ ରୁଜୁ କରାଯାଇଛି। ଅଭିଯୁକ୍ତ ମହେଶ୍ୱର ନିଜ ଭଉଣୀ ଓ ଭାଣିଜୀ ସହ ସିଦ୍ଧବକୁଳ ମଠ ଲେନ୍‌ରେ ୬ମାସ ହେବ ନୂଆ ଘର କରି ରହୁଥିଲେ। ସେ ତାଙ୍କ ଭଉଣୀଙ୍କୁ ଅନେକ ଥର ମାର୍‌ପିଟ କରିଥିବା ସାହିପଡ଼ିଶା କହିଛନ୍ତି। ଅଭିଯୁକ୍ତଙ୍କ ପାଖରେ ମୋବାଇଲ ଫୋନ୍‌ ନ ଥିବାରୁ ତାଙ୍କୁ ଟ୍ରାକ୍‌ କରାଯାଇପାରୁନାହିଁ। ଫଳରେ ତାଙ୍କୁ ଧରିବା କଷ୍ଟକର ହେଉଛି। ତେବେ ସୋମବାର ୮ରୁ ଊର୍ଦ୍ଧ୍ୱ ସ୍ଥାନକୁ ଯାଇ ପୋଲିସ ଟିମ୍‌ ଖୋଜାଖୋଜି କରିଛି। ଅଭିଯୁକ୍ତଙ୍କର ୫ଜଣ ଭଉଣୀ ଥିବାବେଳେ ସମସ୍ତଙ୍କ ଘରେ ଖୋଜାଖୋଜି କରାଯାଇଛି। ପାରାଦୀପ, ଭୁବନେଶ୍ୱର, କଟକ, ବ୍ରହ୍ମଗିରି, ପିପିଲି, କୋଣାର୍କ, ଛଇତନା, ଜଗତ୍‌ସିଂହପୁରର ବିଭିନ୍ନ ସ୍ଥାନ ସମେତ ଅଭିଯୁକ୍ତ ମହେଶ୍ୱରଙ୍କ ପୈତୃକ ବାସସ୍ଥଳୀ ବାଲିକୁଦା ଥାନା ଅଞ୍ଚଳରେ ମଧ୍ୟ ଚଢାଉ କରାଯିବା ସହ ଖୋଜାଖୋଜି ଜାରି ରହିଛି ବୋଲି ଏସ୍‌ପି ସିଂ କହିଛନ୍ତି।
ସୂଚନାଯୋଗ୍ୟ, ପୁରୀ ଟାଉନ ଥାନା ଅଞ୍ଚଳରେ ପୀଡ଼ିତାଙ୍କ ପରିବାର ଏକ ଭଡ଼ାଘରେ ରହନ୍ତି। ରବିବାର ପୂର୍ବାହ୍ନ ୧୦ଟାରେ ୫ ବର୍ଷର ଶିଶୁକନ୍ୟା ଏକାକୀ ଖେଳୁଥିବା ବେଳେ ପାଖ ଘରେ ରହୁଥିବା ଅଭିଯୁକ୍ତ ମହେଶ୍ୱର ତାଙ୍କୁ ନିଜ ଘର ଛାତ ଉପରକୁ ଉଠାଇ ନେଇ ବଳାତ୍କାର କରିଥିଲେ। ବହୁ ସମୟ ଧରି ଝିଅକୁ ଦେଖିବାକୁ ନ ପାଇବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ପରେ ଘରର ଏକ କୋଣରେ ଝିଅ ବସି କାନ୍ଦୁଥିବାର ଦେଖିବାକୁ ପାଇ ପଚାରିବାରୁ ସବୁ କଥା ଜାଣିବାକୁ ପାଇଥିଲେ। ସେମାନେ ତାଙ୍କୁ ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିବା ସହ ଏ ନେଇ ଥାନାରେ ଅଭିଯୋଗ କରିଥିଲେ। ପୀଡ଼ିତାଙ୍କ ଅବସ୍ଥା ଗୁରୁତର ଥିବାରୁ ପରବର୍ତ୍ତୀ ସମୟରେ ତାଙ୍କୁ କଟକ ଏସ୍‌ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିରେ ଅସହ୍ୟ ଶୀତ: ଚତୁର୍ଥ ଦିନରେ ତୁଷାରପାତ 

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଗତ କିଛିଦିନ ହେଲା କାଶ୍ମୀର ଭଳି ପରିସ୍ଥିତି ଦେଖାଯାଇଛି। ରବିବାରକୁ ମିଶାଇ ଗତ ଚାରିଦିନ ଧରି...

ଜଙ୍ଗଲରେ ହଜିବାରେ ଲାଗିଛି  ଉଇ ହୁଙ୍କା ସଂଖ୍ୟା : ଭୂତଳ ଜଳର ଉତ୍ସ ଚିହ୍ନଟ କରିବାରେ …

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ସୃଷ୍ଟି ଓ ପ୍ରକୃତି ସହ ଜଡିତ ଉଇ ହୁଙ୍କାର ସମ୍ପର୍କ। ହେଲେ ମାତ୍ର ଧୀରେଧୀରେ ଜଙ୍ଗଲରେ ଉଇ ହୁଙ୍କାର ସଂଖ୍ୟା କମିବାରେ...

୨୫ ରେ ତିଲିସିଙ୍ଗି ରେ ପ୍ରଦେଶ ସଭା : ୪ ଦିନ ବ୍ୟାପୀ…

ଭଞ୍ଜନଗର,୧୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ରୁ ୨୮ ତାରିଖ ପର୍ଯ୍ୟନ୍ତ ୪ ଦିନ ବ୍ୟାପୀ ନିଖିଳ ଉତ୍କଳ କୁର୍ମି...

‘ଅତିରିକ୍ତ ଶୁଳ୍କ ଲଗାଇଲେ ସମ୍ପର୍କ ଖରାପ ହୋଇପାରେ, କାଥାବାର୍ତ୍ତା ମାଧ୍ୟମରେ…,’ ମେକ୍ସିକୋର ଟାରିଫକୁ ନେଇ ଭାରତ କହିଲା…

ନୂଆଦିଲ୍ଲୀ,୧୪।୧୨: ମେକ୍ସିକୋର କିଛି ଭାରତୀୟ ଉତ୍ପାଦ ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ବୃଦ୍ଧି ନିଷ୍ପତ୍ତି ପରେ ଭାରତ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି।...

ଏଇ ଭାରତରେ

କୋଭିଡ୍‌ ମହାମାରୀ ସମୟରେ ଅନ୍‌ଲାଇନ ପଢ଼ାରେ ପିଲାମାନେ ଅଭ୍ୟସ୍ତ ହୋଇଯାଇଥିଲେ। ଘରେ ରହିଲେ ମଧ୍ୟ ପିଲାମାନେ ମୋବାଇଲ ଆସକ୍ତି ଛାଡ଼ି ପାରୁନାହାନ୍ତି। ପିଲାଙ୍କ ମାନସିକ ସ୍ଥିତି...

ପରିବେଶତନ୍ତ୍ରୀ

”ଆଜି ଯେଉଁଠି ପହଞ୍ଚଛି ସେଥିପାଇଁ ପ୍ରେରଣା ସ୍ଥାନୀୟ ଗ୍ରାମରୁ ପାଇଛି, ଯେଉଁଠି ଲୋକମାନେ ମୋ ସହ ଠିଆ ହୋଇଥିଲେ। ହେନ୍ତାଳବଣକୁ ନିଜର ଭାବି ପରିଷ୍କାର କରିବାରେ...

ପୂର୍ବତନ ଆଇଏଏସ ଅଧିକାରୀ ରାଜକୁମାର ଗୋଏଲ ହେବେ ମୁଖ୍ୟ ସୂଚନା କମିଶନର, ସୋମବାର ନେବେ ଶପଥ

ନୂଆଦିଲ୍ଲୀ,୧୪।୧୨: ଅବସରପ୍ରାପ୍ତ IAS ଅଧିକାରୀ ରାଜ କୁମାର ଗୋଏଲ ଦେଶର ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର (CIC) ହେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ତାଙ୍କୁ...

ଜାପାନରେ ରିଲିଜ ହେବ ‘ପୁଷ୍ପା ୨’

ହାଇଦ୍ରାବାଦ୍‌: ବ୍ଲକ୍‌ବଷ୍ଟର ଫିଲ୍ମ ‘ପୁଷ୍ପା ୨: ଦି ରୁଲ୍‌’ ଏବେ ଜାପାନରେ ରିଲିଜ ପାଇଁ ପ୍ରସ୍ତୁତ ହେଉଛି। ଆଉ ଏହି ରିଲିଜ ପୂର୍ବରୁ ଅଭିନେତା ଅଲ୍ଲୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri