ଭିତରକନିକା ଲୋଗୋରୁ ‘ଓଲି’ ବାଦ୍‌

କେନ୍ଦ୍ରାପଡ଼ା ଅଫିସ, ୧୭ା୯:ବିରଳ ଅଲିଭ ରିଡ୍‌ଲେ କଇଁଛଙ୍କ ପ୍ରଜନନସ୍ଥଳ ପାଇଁ ଜାତୀୟ ଉଦ୍ୟାନ ଭିତରକନିକାର ଗହୀରମଥା ବିଶ୍ୱ ପ୍ରସିଦ୍ଧ। ଗହୀରମଥା ସାମୁଦ୍ରିକ ଅଞ୍ଚଳକୁ ଲକ୍ଷାଧିକ ଅଲିଭ ରିଡଲେ ଆସନ୍ତି। କଇଁଛଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ବିଭିନ୍ନ କ୍ରୀଡ଼ାର ମାସ୍କଟ ଭାବେ ‘ଓଲି’କୁ ବ୍ୟବହାର କରି ଜନସଚେତନତା ସୃଷ୍ଟି କରୁଛନ୍ତି। ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଇଁଛର ସୁରକ୍ଷା ପାଇଁ ଜନସାଧାରଣକୁ ନିବେଦନ କରିବା ସହ ଖେଳରେ ଓଲିର ବ୍ୟବହାରକୁ ଗୁରୁତ୍ୱ ଦେଇଆସିଛନ୍ତି। ହେଲେ ଭିତରକନିକା ଜାତୀୟ ଉଦ୍ୟାନ ନୂଆ ଲୋଗୋରେ ଓଲିକୁ ବାଦ୍‌ ଦିଆଯାଇଛି। ଡିଏଫ୍‌ଓଙ୍କ ଟୁଇଟ୍‌ରେ ଆସିଥିବା ଏହି ଲୋଗୋକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି।
ଭିତରକନିକା ଇକୋ ସେନ୍ସିଟିଭ ଜୋନ୍‌ ମନିଟରିଂ କମିଟିର ସଦସ୍ୟ ଶ୍ରୀକାନ୍ତ ନାୟକ କହିଛନ୍ତି, ଭିତରକନିକା ବନାଞ୍ଚଳକୁ ୧୯୯୮ସେପ୍ଟେମ୍ବର ୧୬ରେ ଜାତୀୟ ଉଦ୍ୟାନ ମାନ୍ୟତା ମିଳିଥିଲା। ଗୁରୁବାର ଏହି ମାନ୍ୟତାକୁ ୨୩ ବର୍ଷ ପୂରିଛି। ଏହାର ଅବ୍ୟବହିତ ପୂର୍ବରୁ ରାଜନଗର ଡିଏଫ୍‌ଓ ଡ. ଯଜ୍ଞଦତ୍ତ ପତି ବୁଧବାର ଏକ ଟ୍ବିଇଟ୍‌ ଯୋଗେ ନୂଆ ଲୋଗୋ ସମ୍ପର୍କରେ ସୂଚନା ଦେଇଛନ୍ତି। ଏହି ଲୋଗୋରେ ଭିତରକନିକା ଓ ଓଡ଼ିଶା ଲେଖା ଥିବାବେଳେ ଏଥିରେ ହେନ୍ତାଳ ବଣ, ଡଲ୍‌ଫିନ, ହରିଣ, ମାଛରଙ୍କା, ଅହିରାଜ, କୁମ୍ଭୀର ଆଦିଙ୍କୁ ସ୍ଥାନ ଦିଆଯାଇଛି। ଏପରିକି ଭିତରକନିକାରେ ବାଘ ନ ଥିଲେ ମଧ୍ୟ ବାଘ ପାଦ ଚିହ୍ନ ରହିଛି। ତେବେ ବିଶ୍ୱସ୍ତରରେ ବିରଳ ଅଲିଭ ରିଡ୍‌ଲେଙ୍କୁ ସ୍ଥାନିତ କରାଯାଇ ନାହିଁ। ରାଜ୍ୟ ସରକାର ବିରଳ ପ୍ରଜାତିର ଏହି କଇଁଛଙ୍କ ସୁରକ୍ଷା ପାଇଁ ଉଦ୍ୟମ କରୁଥିବା ବେଳେ ଲୋଗୋରେ ସ୍ଥାନ ନ ପାଇବା ଆଗାମୀଦିନରେ ଏହାର ସଂରକ୍ଷଣ ପ୍ରତି ଆଶଙ୍କା ସୃଷ୍ଟି କରିଛି।
ବୁଦ୍ଧିଜୀବୀ ଗଣେଶ ଚନ୍ଦ୍ର ସାମଲ, ଜନ ଅଧିକାର ମଞ୍ଚ ସଭାପତି ଭୁବନମୋହନ ଜେନା, ପରିବେଶବିତ୍‌ ଅଧ୍ୟାପକ କ୍ଷୀତିଶ କୁମାର ସିଂହ, ସାମାଜିକ କର୍ମୀ ରାଧାକାନ୍ତ ମହାନ୍ତି ପ୍ରମୁଖ କହିଛନ୍ତି, ବିରଳ ଅଲିଭ ରିଡ୍‌ଲେ କଇଁଛଙ୍କ ଜୀବନଚକ୍ର ରହସ୍ୟମୟ। ବିଶ୍ୱରେ ଏହାର ସଂଖ୍ୟା କମ୍‌। ଇଣ୍ଟରନ୍ୟାଶନାଲ ୟୁନିୟନ ଫର୍‌ କଞ୍ଜରଭେଟର ଅଫ୍‌ ନେଚର(ଆଇୟୁସିଏନ୍‌)ପକ୍ଷରୁ ଏହାର ସଂରକ୍ଷଣକୁ ଗୁରୁତ୍ୱ ଦିଆଯାଇଛି। ସୁଖର କଥା କେନ୍ଦ୍ରାପଡ଼ା ଜିଲା ଭିତରକନିକାସ୍ଥିତ ଗହୀରମଥା ଏହି ପ୍ରଜାତିର କଇଁଛଙ୍କ ଅନ୍ତୁଡିଶାଳ ହୋଇଥିବାରୁ ଗବେଷକ ଓ ପ୍ରକୃତିପ୍ରେମୀଙ୍କ ଆକର୍ଷଣ ସାଜିଛି। ଗହୀରମଥାରେ ଏମାନଙ୍କ ସମ୍ମେଳନକୁ ଲକ୍ଷ୍ୟ କରାଯାଇ ରାଜ୍ୟ ସରକାର ୧୯୯୭ରେ ଗହୀରମଥା ସାମୁଦ୍ରିକ ଅଭୟାଞ୍ଚଳ ଭାବେ ସଂରକ୍ଷିତ କରିଛନ୍ତି। ସେହିପରି ଏହି କଇଁଛଙ୍କ ସୁରକ୍ଷା ପାଇଁ ୨୦୧୭ ଓ ୨୦୧୮ରେ ମାସ୍କଟ ଭାବେ ବ୍ୟବହାର କରିଛନ୍ତି। ଭିତରକନିକାର ଧଳା କୁମ୍ଭୀର ଗୋରୀକୁ ୨୦୧୦ରେ ଜାତୀୟ ଯୁବ ଉତ୍ସବରେ ଓଡ଼ିଶା ସରକାର ମାସ୍କଟ ଭାବେ ବ୍ୟବହାର କରିଥଲେ। ୨୨ତମ ଏସିଆନ ଆଥେଲେଟିକ୍ସ ଓ ୨୦୧୮ରେ ହକି ଅଲିମ୍ପିକରେ ଓଲିକୁ ମାସ୍କଟ୍‌ ଭାବେ ବ୍ୟବହାର କରାଯାଇଛି। ସମୁଦ୍ର ତଟକ୍ଷୟ, ଚିଙ୍ଗୁଡି ଘେରି, ଶିଳ୍ପ ପ୍ରଦୂଷଣ, ଶିକାରୀଙ୍କ ନଜର, ସାମୁଦ୍ରିକ ବୋଟ୍‌ ଆଦି ସମସ୍ୟାକୁ ଜୁଝୁଥିବା ଏହି ବିରଳ ପ୍ରଜାତିକୁ ଲୋଗୋରେ ନ ରଖିବା କ୍ଷୋଭର ବିଷୟ ବୋଲି ସେମାନେ ମତ ଦେଇଛନ୍ତି। ଏ ସମ୍ପର୍କରେ ଡିଏଫ୍‌ଓ ଡ. ପତିଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ମୋବାଇଲ ନଂ.୯୪୩୭୦୩୭୩୭୦ ଉଠାଇ ନ ଥିଲେ। ଏ ସମ୍ପର୍କରେ ରିଜିଓନାଲ ଚିଫ୍‌ କଞ୍ଜରଭେଟର ଅଫ୍‌ ଫରେଷ୍ଟସ୍‌ (ଆରସିସିଏଫ୍‌) ମନୋଜ ମହାପାତ୍ର କହିଛନ୍ତି, ଯେକୌଣସି ଲୋଗୋ ସରକାରୀ ସ୍ବୀକୃତି ପାଇବା ପାଇଁ ପଞ୍ଜୀକରଣ କରାଯାଇଥାଏ। ଏପରି ଲୋଗୋ କେଉଁ ଉଦ୍ଦେଶ୍ୟରେ ପ୍ରସ୍ତୁତ ହୋଇଛି ଜଣା ନ ଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

 ଚାଲିଥିଲା ପାଟ୍ରୋଲିଂ: ଡକାୟତି କରିବାକୁ ଯାଉଥିବା ବେଳେ ୬ ଜଣଙ୍କୁ

ପାପଡାହାଣ୍ଡି,୮।୧୨(ସ୍ବପ୍ନଜିତ ପଟନାୟକ): ଜଙ୍ଗଲ ନିକଟରେ ଚାଲିଥିଲା ଡକାୟତ ଉଦ୍ୟମ ମାଡି  ବସିଲା ପୋଲିସ । ଡକାୟତ ଉଦ୍ୟମକୁ ପଣ୍ଡ କରି ୬ ଅଭିଯୁକ୍ତକୁ ଗିରଫ କରି...

ଜଳୁଛି ଗାଁ : ପୋଲିସ ଉପସ୍ଥିତରେ ମହିଳା-ପୁରୁଷ ମିଶି କରୁଛନ୍ତି ଭଙ୍ଗାରୁଜା

ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଏମ୍ଭି-୨୬ ଗାଁରେ...

ମାଲକାନଗିରିରେ ୨୪ ଘଣ୍ଟା ଇଣ୍ଟରନେଟ ବନ୍ଦ ଘୋଷଣା: ଜାଣନ୍ତୁ କେବେ ଯାଏ ବଳବତ୍ତର ରହିବ…

ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଫଳରେ ମାଲକାନଗିରିରେ...

ଗ୍ରାମ୍ୟ ବ୍ୟାଙ୍କରୁ ଡକାୟତି

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ପ୍ରଧାନ): ନୟାଗଡ଼ ଜିଲା ନୂଆଗାଁ ଥାନା ମହିପୁର ଫାଣ୍ଡି ଅଧୀନ ମହିପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ରବିବାର ବିଳମ୍ବିତ ରାତିରେ ଡକାୟତି ହୋଇଥିବା...

ଖବରଦାତା ସମ୍ମିଳନୀରେ ସୂର୍ଯ୍ୟକୁମାରଙ୍କ ବଡ଼ ବୟାନ, କହିଲେ ବାରବାଟୀରେ ମୁଁ ପୂର୍ବରୁ ଖେଳିଛି, ଏଠିକାର ଦର୍ଶକ…

ଭୁବନେଶ୍ୱର,୮।୧୨: ମଙ୍ଗଳବାର ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ମହାମୁକାବିଲା ହେବ । ଏହା ପୂର୍ବରୁ ଆଜି ଉଭୟ ଦଳର ଖେଳାଳି ବାରବାଟୀରେ ଅଭ୍ୟାସ କରିଛନ୍ତି। ଏହା ଦେଖିବାକୁ...

ବଲାଙ୍ଗିର ଫଳ ବଜାରରେ ଜଳିଗଲା ୫୦ରୁ ଊର୍ଦ୍ଧ୍ବ ଦୋକାନ

ବଲାଙ୍ଗିର,୮।୧୨: ସୋମବାର ବଲାଙ୍ଗିର ସହରର ଫଳ ବଜାରରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଜିଲାପାଳଙ୍କ ଅଫିସ୍‌ ନିକଟରେ ଥିବା ପୌର ସଂସ୍ଥା ଅଧୀନରେ ଥିବା...

‘ନେତାଜୀ-ଟାଗୋରଙ୍କୁ ସମ୍ମାନ ଦେଇ ଜାଣି ନାହାଁନ୍ତି…’, ବନ୍ଦେ ମାତରମ ଆଲୋଚନାକୁ ନେଇ ଭାଜପା ଉପରେ ଖପ୍ପା ହେଲେ ମମତା

କୋଲକାତା,୮।୧୨: ସଂସଦରେ ବନ୍ଦେ ମାତରମ ଉପରେ ଉଷ୍ମ ବିତର୍କ ମଧ୍ୟରେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିଧାସଳଖ ଭାଜପାକୁ କାଠଗଡ଼ାରେ ଠିଆ କରିଥିଲେ। କୋଲକାତାରେ ଏକ...

ସ୍ମୃତି-ପଲାଶଙ୍କ ବିବାହ ଭାଙ୍ଗିବା ପଛରେ ରହିଛି ଏହି ବଡ଼ କାରଣ! ଖୋଲିଲା ବଡ଼ ରାଜ୍‌…

ନୂଆଦିଲ୍ଲୀ,୮।୧୨: ଭାରତୀୟ ମହିଳା ଦଳର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ଏବଂ ସଂଗୀତଜ୍ଞ ପଲାଶ ମୁଛଲଙ୍କ ମଧ୍ୟରେ ସମ୍ପର୍କ ଶେଷରେ ଶେଷ ହୋଇଛି। ମନ୍ଧାନା ଏବଂ ମୁଛଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri