ଭିତରକନିକା ଲୋଗୋରୁ ‘ଓଲି’ ବାଦ୍‌

କେନ୍ଦ୍ରାପଡ଼ା ଅଫିସ, ୧୭ା୯:ବିରଳ ଅଲିଭ ରିଡ୍‌ଲେ କଇଁଛଙ୍କ ପ୍ରଜନନସ୍ଥଳ ପାଇଁ ଜାତୀୟ ଉଦ୍ୟାନ ଭିତରକନିକାର ଗହୀରମଥା ବିଶ୍ୱ ପ୍ରସିଦ୍ଧ। ଗହୀରମଥା ସାମୁଦ୍ରିକ ଅଞ୍ଚଳକୁ ଲକ୍ଷାଧିକ ଅଲିଭ ରିଡଲେ ଆସନ୍ତି। କଇଁଛଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ବିଭିନ୍ନ କ୍ରୀଡ଼ାର ମାସ୍କଟ ଭାବେ ‘ଓଲି’କୁ ବ୍ୟବହାର କରି ଜନସଚେତନତା ସୃଷ୍ଟି କରୁଛନ୍ତି। ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଇଁଛର ସୁରକ୍ଷା ପାଇଁ ଜନସାଧାରଣକୁ ନିବେଦନ କରିବା ସହ ଖେଳରେ ଓଲିର ବ୍ୟବହାରକୁ ଗୁରୁତ୍ୱ ଦେଇଆସିଛନ୍ତି। ହେଲେ ଭିତରକନିକା ଜାତୀୟ ଉଦ୍ୟାନ ନୂଆ ଲୋଗୋରେ ଓଲିକୁ ବାଦ୍‌ ଦିଆଯାଇଛି। ଡିଏଫ୍‌ଓଙ୍କ ଟୁଇଟ୍‌ରେ ଆସିଥିବା ଏହି ଲୋଗୋକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି।
ଭିତରକନିକା ଇକୋ ସେନ୍ସିଟିଭ ଜୋନ୍‌ ମନିଟରିଂ କମିଟିର ସଦସ୍ୟ ଶ୍ରୀକାନ୍ତ ନାୟକ କହିଛନ୍ତି, ଭିତରକନିକା ବନାଞ୍ଚଳକୁ ୧୯୯୮ସେପ୍ଟେମ୍ବର ୧୬ରେ ଜାତୀୟ ଉଦ୍ୟାନ ମାନ୍ୟତା ମିଳିଥିଲା। ଗୁରୁବାର ଏହି ମାନ୍ୟତାକୁ ୨୩ ବର୍ଷ ପୂରିଛି। ଏହାର ଅବ୍ୟବହିତ ପୂର୍ବରୁ ରାଜନଗର ଡିଏଫ୍‌ଓ ଡ. ଯଜ୍ଞଦତ୍ତ ପତି ବୁଧବାର ଏକ ଟ୍ବିଇଟ୍‌ ଯୋଗେ ନୂଆ ଲୋଗୋ ସମ୍ପର୍କରେ ସୂଚନା ଦେଇଛନ୍ତି। ଏହି ଲୋଗୋରେ ଭିତରକନିକା ଓ ଓଡ଼ିଶା ଲେଖା ଥିବାବେଳେ ଏଥିରେ ହେନ୍ତାଳ ବଣ, ଡଲ୍‌ଫିନ, ହରିଣ, ମାଛରଙ୍କା, ଅହିରାଜ, କୁମ୍ଭୀର ଆଦିଙ୍କୁ ସ୍ଥାନ ଦିଆଯାଇଛି। ଏପରିକି ଭିତରକନିକାରେ ବାଘ ନ ଥିଲେ ମଧ୍ୟ ବାଘ ପାଦ ଚିହ୍ନ ରହିଛି। ତେବେ ବିଶ୍ୱସ୍ତରରେ ବିରଳ ଅଲିଭ ରିଡ୍‌ଲେଙ୍କୁ ସ୍ଥାନିତ କରାଯାଇ ନାହିଁ। ରାଜ୍ୟ ସରକାର ବିରଳ ପ୍ରଜାତିର ଏହି କଇଁଛଙ୍କ ସୁରକ୍ଷା ପାଇଁ ଉଦ୍ୟମ କରୁଥିବା ବେଳେ ଲୋଗୋରେ ସ୍ଥାନ ନ ପାଇବା ଆଗାମୀଦିନରେ ଏହାର ସଂରକ୍ଷଣ ପ୍ରତି ଆଶଙ୍କା ସୃଷ୍ଟି କରିଛି।
ବୁଦ୍ଧିଜୀବୀ ଗଣେଶ ଚନ୍ଦ୍ର ସାମଲ, ଜନ ଅଧିକାର ମଞ୍ଚ ସଭାପତି ଭୁବନମୋହନ ଜେନା, ପରିବେଶବିତ୍‌ ଅଧ୍ୟାପକ କ୍ଷୀତିଶ କୁମାର ସିଂହ, ସାମାଜିକ କର୍ମୀ ରାଧାକାନ୍ତ ମହାନ୍ତି ପ୍ରମୁଖ କହିଛନ୍ତି, ବିରଳ ଅଲିଭ ରିଡ୍‌ଲେ କଇଁଛଙ୍କ ଜୀବନଚକ୍ର ରହସ୍ୟମୟ। ବିଶ୍ୱରେ ଏହାର ସଂଖ୍ୟା କମ୍‌। ଇଣ୍ଟରନ୍ୟାଶନାଲ ୟୁନିୟନ ଫର୍‌ କଞ୍ଜରଭେଟର ଅଫ୍‌ ନେଚର(ଆଇୟୁସିଏନ୍‌)ପକ୍ଷରୁ ଏହାର ସଂରକ୍ଷଣକୁ ଗୁରୁତ୍ୱ ଦିଆଯାଇଛି। ସୁଖର କଥା କେନ୍ଦ୍ରାପଡ଼ା ଜିଲା ଭିତରକନିକାସ୍ଥିତ ଗହୀରମଥା ଏହି ପ୍ରଜାତିର କଇଁଛଙ୍କ ଅନ୍ତୁଡିଶାଳ ହୋଇଥିବାରୁ ଗବେଷକ ଓ ପ୍ରକୃତିପ୍ରେମୀଙ୍କ ଆକର୍ଷଣ ସାଜିଛି। ଗହୀରମଥାରେ ଏମାନଙ୍କ ସମ୍ମେଳନକୁ ଲକ୍ଷ୍ୟ କରାଯାଇ ରାଜ୍ୟ ସରକାର ୧୯୯୭ରେ ଗହୀରମଥା ସାମୁଦ୍ରିକ ଅଭୟାଞ୍ଚଳ ଭାବେ ସଂରକ୍ଷିତ କରିଛନ୍ତି। ସେହିପରି ଏହି କଇଁଛଙ୍କ ସୁରକ୍ଷା ପାଇଁ ୨୦୧୭ ଓ ୨୦୧୮ରେ ମାସ୍କଟ ଭାବେ ବ୍ୟବହାର କରିଛନ୍ତି। ଭିତରକନିକାର ଧଳା କୁମ୍ଭୀର ଗୋରୀକୁ ୨୦୧୦ରେ ଜାତୀୟ ଯୁବ ଉତ୍ସବରେ ଓଡ଼ିଶା ସରକାର ମାସ୍କଟ ଭାବେ ବ୍ୟବହାର କରିଥଲେ। ୨୨ତମ ଏସିଆନ ଆଥେଲେଟିକ୍ସ ଓ ୨୦୧୮ରେ ହକି ଅଲିମ୍ପିକରେ ଓଲିକୁ ମାସ୍କଟ୍‌ ଭାବେ ବ୍ୟବହାର କରାଯାଇଛି। ସମୁଦ୍ର ତଟକ୍ଷୟ, ଚିଙ୍ଗୁଡି ଘେରି, ଶିଳ୍ପ ପ୍ରଦୂଷଣ, ଶିକାରୀଙ୍କ ନଜର, ସାମୁଦ୍ରିକ ବୋଟ୍‌ ଆଦି ସମସ୍ୟାକୁ ଜୁଝୁଥିବା ଏହି ବିରଳ ପ୍ରଜାତିକୁ ଲୋଗୋରେ ନ ରଖିବା କ୍ଷୋଭର ବିଷୟ ବୋଲି ସେମାନେ ମତ ଦେଇଛନ୍ତି। ଏ ସମ୍ପର୍କରେ ଡିଏଫ୍‌ଓ ଡ. ପତିଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ମୋବାଇଲ ନଂ.୯୪୩୭୦୩୭୩୭୦ ଉଠାଇ ନ ଥିଲେ। ଏ ସମ୍ପର୍କରେ ରିଜିଓନାଲ ଚିଫ୍‌ କଞ୍ଜରଭେଟର ଅଫ୍‌ ଫରେଷ୍ଟସ୍‌ (ଆରସିସିଏଫ୍‌) ମନୋଜ ମହାପାତ୍ର କହିଛନ୍ତି, ଯେକୌଣସି ଲୋଗୋ ସରକାରୀ ସ୍ବୀକୃତି ପାଇବା ପାଇଁ ପଞ୍ଜୀକରଣ କରାଯାଇଥାଏ। ଏପରି ଲୋଗୋ କେଉଁ ଉଦ୍ଦେଶ୍ୟରେ ପ୍ରସ୍ତୁତ ହୋଇଛି ଜଣା ନ ଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IND vs PAK: ଟିମ୍ ଇଣ୍ଡିଆର ଦମଦାର୍ ବିଜୟ, ଭାଇରାଲ ହେଉଛି ଗୌତମ ଗମ୍ଭୀରଙ୍କ ୬ ଶବ୍ଦର ପୋଷ୍ଟ

କଲମ୍ବୋ,୧୬।୨:  ପାକିସ୍ତାନ ବିପକ୍ଷରେ ଭାରତର ଦମଦାର ବିଜୟ ପରେ, ଭାରତୀୟ ଦଳର କୋଚ୍ ଗୌତମ ଗମ୍ଭୀରଙ୍କ ଏକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭାରତର…

ହୋଟେଲ ମାଲିକଙ୍କୁ ହତ୍ୟା: ଦୋକାନ ଆଗରେ…

ସିମୁଳିଆ, ୧୬।୨(ସନ୍ତୋଷ ନାୟକ): ବାଲେଶ୍ବର ଜିଲା ସିମୁଳିଆ ଥାନା ଠାରୁ ୩କି.ମି. ଦୂର ୧୬ନଂ ଜାତୀୟ ରାଜପଥ ପାଶର୍‌ବରେ ଥିବା ଜୟ ମା ’ଦୁର୍ଗା ନାମକ ହୋଟେଲର…

ବ୍ରିଜ୍‌ ଭାଙ୍ଗି ନଦୀକୁ ଖସିଲା ଅଦା ବୋଝେଇ ଟ୍ରକ୍‌, ଭିତରେ ଥିଲେ ଡ୍ରାଇଭର-ହେଲ୍‌ପର

ବସ୍ତା,୧୬ା୨(ହରିଶଙ୍କର ପାଢ଼ୀ): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ମଥାନୀ ବାଇପାସ ପେଗରପଡ଼ା ଜଳକା ନଦୀର ବ୍ରିଜରୁ ଘନ କୁହୁଡି ଯୋଗୁ ସୋମବାର ଭୋର୍‌ ସମୟରେ ଏକ…

ଚାଷ ଜମିରୁ ମିଳିଲା ଯୁବକଙ୍କ ମୃତଦେହ: ହତ୍ୟା ସନ୍ଦେହ

ରାୟଗଡ଼ା,୧୬/୨(ଆଶିଷ ରଞ୍ଜନ ପଣ୍ଡା)-ରାୟଗଡା ଜିଲା ଶେଷଖାଲ ଥାନା ଅନ୍ତର୍ଗତ ବାଇସିଂ ଗ୍ରାମ ନିକଟରେ ଜଣେ ଯୁବକର ମୃତଦେହ ଠାବ କରାଯାଇଛି। ମୃତ ଯୁବକ ଜଣକ ହେଲେ ବାଇସିଂ…

ରାଗରେ ଏମିତି କହିଦେଲେ ପାକିସ୍ତାନ ଅଧିନାୟକ: ଅଫ୍‌ ଡେ’ରେ…

କଲମ୍ବୋ,୧୬।୨:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟି-୨୦ ବିଶ୍ୱକପ ୨୦୨୬ ଗ୍ରୁପ ପର୍ଯ୍ୟାୟ ମ୍ୟାଚ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ଭାରତ ପାକିସ୍ତାନକୁ ପରାସ୍ତ…

ଆଗକୁ ବାର୍ଷିକ ପରୀକ୍ଷା: ଭଞ୍ଜନଗରରେ ବଢୁଛି ଶବ୍ଦ ପ୍ରଦୂଷଣ, ରୋକିବା ପାଇଁ…

ଭଞ୍ଜନଗର,୧୬ା୨(ବାବୁଲା ପ୍ରଧାନ): ଆସନ୍ତା ୧୮ରୁ ରାଜ୍ୟରେ ଯୁକ୍ତ ୨ ବାର୍ଷିକ ପରୀକ୍ଷା ହେବ। ତାହା ମାର୍ଚ୍ଚ ମାସ ଶେଷ ସପ୍ତାହ ପର୍ଯ୍ୟନ୍ତ ଚାଲିବ। ଏଥିସହ ମାଟ୍ରିକ୍‌ ପରୀକ୍ଷା…

ବିଜୟ ପରେ ମଧ୍ୟ ଟିମ୍‌ ଇଣ୍ଡିଆ ଖେଳାଳିଙ୍କ ମଧ୍ୟରେ ଫାଟ! ଏହି କାରଣରୁ ଯୁକ୍ତିତର୍କ, VIDEO ଭାଇରାଲ୍‌

ନୂଆଦିଲ୍ଲୀ,୧୬।୨: ୨୦୨୬ ଟି୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ଜବରଦସ୍ତ ବିଜୟ ପରେ ଟିମ ଇଣ୍ଡିଆ ଶିବିରରେ ସେଲିବ୍ରେଶନର ପରିବେଶ ଥିଲାବେଳେ, ମ୍ୟାଚ ପରେ ପଡ଼ିଆରେ ଏକ ଘଟଣା…

ଆଣବିକ ରିଆକ୍ଟର ପ୍ରସ୍ତୁତ କଲେ ୧୨ ବର୍ଷୀୟ ଛାତ୍ର: ରୁମ୍‌ରେ ୪ ବର୍ଷର ଗବେଷଣା ପରେ ସଫଳତା

ଟେକ୍ସାସ୍‌,୧୬ା୨:ଆମେରିକାର ଟେକ୍ସାସ୍‌ ରାଜ୍ୟସ୍ଥିତ ଡଲାସ୍‌ ସହରର ଜଣେ ୧୨ ବର୍ଷର ଛାତ୍ର ଯାହା କରିଛନ୍ତି ତାହା ବୈଜ୍ଞାନିକ ଏବଂ ଗବେଷକ ମହଲକୁ ଆଶ୍ଚର୍ଯ୍ୟ କରିଦେଇଛି। ଏହି ଛାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri