ପୁରୁଣା ଗାଡ଼ି ପ୍ରେମ

ଢେଙ୍କାନାଳ ଅଫିସ, ୨୩।୩ ଯୁଗ ବଦଳିଲାଣି। ପରିବର୍ତ୍ତିତ ସମୟରେ ନିଜକୁ ବଦଳାଉଛନ୍ତି ଯୁବପିଢ଼ି। ହେୟାର ଷ୍ଟାଇଲ୍‌ଠାରୁ ଆରମ୍ଭ କରି ଜୋତା, ଦାମୀ କମ୍ପାନୀର ମୋବାଇଲ ସହିତ ରେସିଂ ବାଇକ୍‌ ନିଶାରେ ସେମାନେ ମତୁଆଲା। ହେଲେ ସ୍ବାଧୀନତା ଅମଳର ସ୍ମୃତି ରୋମନ୍ଥନ କରୁଥିବା ପୁରୁଣା ଗାଡ଼ିର ଚମକ ଏଯାଏ କମିନି। ଢେଙ୍କାନାଳ ସହର ରାସ୍ତାରେ ଦୌଡୁଥିବା ୧୦୦ ବର୍ଷର ଗାଡ଼ି ‘ବେବି ଅଷ୍ଟିନ୍‌’ ଏହାର ଏକ ଉଦାହରଣ। ଏଭଳି ପୁରୁଣା ଗାଡ଼ିକୁ ସାଇତି ସ୍ମୃତି ସାଉଁଟୁଛନ୍ତି ସ୍ଥାନୀୟ ଜବାହରଚୌକର ସାରନାଥ ମିଶ୍ର।
୧୯୨୯ରେ ଇଂଲଣ୍ଡର ଅଷ୍ଟିନ୍‌ କମ୍ପାନୀ ଦ୍ୱାରା ନିର୍ମିତ ଉକ୍ତ ‘ବେବି ଅଷ୍ଟିନ’କୁ କିଣିଥିଲେ ଢେଙ୍କାନାଳ ସହରର ବିଶିଷ୍ଟ ବ୍ୟକ୍ତି ନାରାୟଣ ମିଶ୍ରଙ୍କ ସାନଭାଇ ଦାମୋଦର ମିଶ୍ର। ପୁରୁଣା ଗାଡ଼ି ଚଢ଼ିବା ଥିଲା ତାଙ୍କର ସଉକ। ଏଭଳି ଗାଡ଼ିର ଯତ୍ନନେବା, ଆବଶ୍ୟକ ସମୟରେ ବୈଷୟିକ ତ୍ରୁଟି ସୁଧାରିବାରେ ସେ ଥିଲେ ଦକ୍ଷ। କୌଣସି ବୈଷୟିକ ଡିଗ୍ରୀ ହାସଲ କରି ନ ଥିଲେ ମଧ୍ୟ ଗାଡ଼ିର ଭାଷା ବୁଝିପାରୁଥିଲେ। ରାଜପରିବାରର ଫଟୋଗ୍ରାଫର ଭାବେ ସୁନାମ ଅର୍ଜିଥିବା ଦାମୋଦରଙ୍କ ପରିବାର ମାଲିକାନାରେ ଏକଦା ସହରର ପୁରାତନ ସିନେମା ହଲ୍‌ ‘କଥାଚିତ୍ର’ ମଧ୍ୟ ରହିଥିଲା। ଜଣେ କଳାପ୍ରେମୀ ଭାବେ ପରିଚିତ ଦାମୋଦରଙ୍କ ୨୫ବର୍ଷ ତଳେ ପରଲୋକ ହୋଇଯାଇଥିଲେ ମଧ୍ୟ ଏଭଳି ପୁରୁଣା ଗାଡ଼ିକୁ ସନ୍ତକ ଭାବେ ଛାଡ଼ିଯାଇଛନ୍ତି ସେ। ଏହାର କାଗଜପତ୍ର ଏବେ ବି ତାଙ୍କ ନାମରେ ସୁରକ୍ଷିତ ହୋଇ ରହିଛି।
ଗତବର୍ଷ କରୋନା ସଂକ୍ରମଣ ଏବଂ ଏହାକୁ ନେଇ ହୋଇଥିବା ଲକ୍‌ଡାଉନ ଅନେକଙ୍କୁ ସୃଜନଶୀଳ କରିଛି। ପୁରୁଣା ଦିନର ସ୍ମୃତି ସାଉଁଟିବାକୁ ସୁଯୋଗ ଦେଇଛି। ଏହି ପରିପ୍ରେକ୍ଷୀରେ ଦାମୋଦରଙ୍କ ପୁଅ ସାରନାଥ ଏହି ବିରଳ ଗାଡ଼ିକୁ ସଜାଡ଼ି ନୂଆ ରୂପରେଖ ଦେଇଛନ୍ତି। ଏଥିପୂର୍ବରୁ ସାରନାଥଙ୍କ ବଡ଼ ଭାଇ ରମେଶ କୁମାର ମିଶ୍ର ‘ବେବି ଅଷ୍ଟିନ’ର ଦେଖାରଖା କରୁଥିଲେ। ରମେଶଙ୍କ ଦେହାନ୍ତ ପରେ ଗାଡ଼ିର ସମ୍ପୂର୍ଣ୍ଣ ଦାୟିତ୍ୱ ନେଇଛନ୍ତି ସାରନାଥ।
ସାରନାଥଙ୍କ ପାଖରେ ଅନେକ ପୁରୁଣା ଗାଡ଼ି ରହିଛି। ତନ୍ମଧ୍ୟରେ ୨୨-ସିସିର ‘ଏନ୍‌ଫିଲ୍‌ଡ ମୋଫା’ ମୋପେଡ୍‌ ଅନ୍ୟତମ। ଏହାକୁ ୧୯୮୦ରେ ଏନ୍‌ଫିଲ୍‌ଡ କମ୍ପାନୀ ପ୍ରସ୍ତୁତ କରିଥିଲା। ସେହିପରି ୧୯୬୮ରେ ବଜାର ପ୍ରବେଶ କରିଥିବା ୟାମାହା କମ୍ପାନୀର ୫୦ ସିସିର ବାଇକ୍‌ ‘ପର୍ଲି ୟାମାହା’କୁ ମଧ୍ୟ ସେ ସଜାଡ଼ି ଚଳାଉଛନ୍ତି। ତାଙ୍କ ପରିବାର ପାଖରେ ପୂର୍ବରୁ ଅଷ୍ଟିନ୍‌-୮, ସେଭର୍‌ଲେ, ପ୍ଲାଇମାଉଥ୍‌ ଭଳି ଅନେକ ଗାଡ଼ି ରହିଥିଲା। ବାପା, ଭାଇଙ୍କ ପରେ ସାରନାଥ ଏବେ ପୁରୁଣା ଗାଡ଼ିଗୁଡ଼ିକ ମାଧ୍ୟମରେ ଇତିହାସର ସ୍ମୃତି ରୋମନ୍ଥନ କରୁଛନ୍ତି। ଏବେ ‘ବେବି ଅଷ୍ଟିନ୍‌’ ରାସ୍ତାରେ ଯିବା ବେଳେ ଦୃଷ୍ଟି ଆକର୍ଷଣ କରୁଛି। ଯୁବପିଢ଼ି ଗାଡ଼ି ସହିତ ସେଲ୍‌ଫି ନେବା ଲାଗି ଭିଡ଼ ଜମାଉଛନ୍ତି, ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ନିଆରା ଅନୁଭୂତି ଜାଗିଉଠେ
ସ୍ବାଧୀନତା ପୂର୍ବର ‘ବେବି ଅଷ୍ଟିନ’ ଗାଡ଼ିକୁ ଦେଖିଲେ ନିଆରା ଅନୁଭୂତି ଜାଗିଉଠେ। ଗାଡ଼ିରେ ବସିଲେ ଦେହରେ ଶିହରଣ ଖେଳିଯାଏ। ପୁରୁଣା ଦିନର ଘଟଣାବଳୀ ଆଖିଆଗରେ ନାଚିଯାଏ। ଏହି ଗାଡ଼ି ସହିତ ଇତିହାସ ଜଡ଼ିତ। ତେଣୁ ଏହାକୁ ସାଇତି ରଖିଛୁ ଏବଂ ଆଗାମୀ ଦିନରେ ରଖିବୁ ମଧ୍ୟ। ଦୀର୍ଘଦିନ ପରେ ବି ଏହା କାର୍ଯ୍ୟକ୍ଷମ ଅବସ୍ଥାରେ ରଖିଥିବା ଦେଖିଲେ ଖୁସି ଲାଗେ। ‘ବେବି ଅଷ୍ଟିନ’ ଗାଡିକୁ ନେଇ ଗର୍ବିତ।
-ସାରନାଥ ମିଶ୍ର, ଜବାହରଚୌକ
ବଲିଉଡ୍‌ରେ ଛାପ ଛାଡ଼ିଛି
ଏକଦା ‘ବେବି ଅଷ୍ଟିନ୍‌’କୁ ସମ୍ଭ୍ରାନ୍ତଙ୍କ ପ୍ରତୀକ ଭାବେ ବିବେଚନା କରାଯାଉଥିଲା। ବଲିଉଡ୍‌ରେ ମଧ୍ୟ ଏହି ବାଇକ୍‌ ଛାପ ଛାଡ଼ିଛି। ‘ଚଲ୍‌ତି କା ନାମ ଗାଡ଼ି’ରେ କିଶୋର କୁମାର ଏବଂ ‘ଅମର ଆକବର ଆନ୍ଥୋନୀ’ ଫିଲ୍ମରେ ଏହି କମ୍ପାନୀର ଗାଡ଼ି ବ୍ୟବହାର କରାଯାଇଥିଲା। ଏବେ ବି ଏହାର ଚମକ କମିନି। ସହରରେ ଏହି ଗାଡ଼ି ଯେଉଁଠି ଛିଡ଼ାହୁଏ, ସେଠାରେ ସେଲ୍‌ଫି ନେବାକୁ ଯୁବପିଢ଼ିଙ୍କ ଭିତରେ ପ୍ରତିଯୋଗିତା ଆରମ୍ଭ ହୋଇଯାଏ।
-ଅଥୟ ସାହୁ, ସାମାଜିକ କର୍ମୀ
ସ୍ମୃତି ସାଇତି ରଖିବା ଉଦ୍ୟମ ପ୍ରଶଂସନୀୟ
ଢେଙ୍କାନାଳ ସହରରେ ବୁଲୁଥିବା ବେବି ଅଷ୍ଟିନ୍‌ ଗାଡ଼ିର ଇତିହାସ ବେଶ ଲମ୍ବା। ସ୍ବାଧୀନତା ପୂର୍ବରୁ ଏହି ଗାଡ଼ିକୁ ଆଜି ପର୍ଯ୍ୟନ୍ତ ସାଇତି ରଖିବା, ଯତ୍ନନେବା ନିଶ୍ଚିତ ଭାବେ ପ୍ରଶଂସନୀୟ। ଏହି ଗାଡ଼ି ଢେଙ୍କାନାଳ ସହରକୁ ବଦଳୁଥିବାର ଦେଖିଛି। ଏହା ସହିତ ଅନେକ ଭାବନା, ଆବେଗ ଜଡ଼ିତ। ପୁରୁଣା ଦିନର ସ୍ମୃତି ଉଜ୍ଜୀବିତ କରାଇବାରେ ବେବି ଅଷ୍ଟିନ୍‌ ଏକ ମାଧ୍ୟମ ପାଲଟିଛି।
-ସତ୍ୟନାରାୟଣ କର, ସହରବାସୀ


Enter your email to get our daily news in your inbox.

All Right Reserved By Dharitri.Com

କାଗଜ ବଣ୍ଡଲ ଧରାଇ ୫ ଲକ୍ଷ ଠକେଇ ଘଟଣା: ଆଉ ଜଣେ ଗିରଫ

କଟକ ରୋଡ, ୨୧ା୯(ଡି.ଏନ୍‌.ଏ): କାଗଜ ବଣ୍ଡଲ ଧରାଇ ରାଜ୍ୟ ବାହାରର ଜଣେ ବ୍ୟବସାୟୀଙ୍କୁ ୫ଲକ୍ଷ ଟଙ୍କା ଠକିଥିବା ଘଟଣାରେ ସମ୍ପୃକ୍ତ ଥିବା ଆଉ ଜଣେ ଅଭିଯୁକ୍ତଙ୍କୁ...

କୁଜଙ୍ଗ ବନାଞ୍ଚଳରେ ୩୯,୧୨୩ ବିଦେଶାଗତ ପକ୍ଷୀ

ପାରାଦୀପ,୧୫ା୧(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା କୁଜଙ୍ଗ ବନାଞ୍ଚଳ ପକ୍ଷରୁ ଚାଲିଥିବା ପକ୍ଷୀଗଣନା କାର୍ଯ୍ୟକ୍ରମ ଶୁକ୍ରବାର ଶେଷ ହୋଇଛି। ଏହି ଅବସରରେ କୁଜଙ୍ଗ ବନାଞ୍ଚଳ ଅଧୀନରେ ଥିବା ୪...

ଅର୍ଚ୍ଚିତାଙ୍କୁ ‘ଅମ୍ରିଶ୍‌ ପୁରୀ’ ଆଓ୍ବାର୍ଡ

ଭୁବନେଶ୍ୱର,୨୮-୮(ବ୍ୟୁରୋ)- ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣାଶୁଣା ଅଭିନେତ୍ରୀ ଅର୍ଚ୍ଚିତା ସାହୁ ୨୦୧୯ ପାଇଁ ଅମ୍ରିଶ ପୁରୀ ଆଓ୍ବାର୍ଡ ଅଫ୍‌ ଏକ୍ସଲେନ୍ସ ଗ୍ରହଣ କରିଛନ୍ତି। ନୂଆଦିଲ୍ଲୀଠାରେ ଅନୁଷ୍ଠିତ...

୨୧ ସ୍ପେଶାଲ ଟ୍ରେନ୍‌ର ସମୟ ପରିବର୍ତ୍ତନ

ଭୁବନେଶ୍ୱର,୧୧।୧୨(ବ୍ୟୁରୋ): ପୂର୍ବତଟ ରେଳପଥ ଓ ଏହା ପରିସୀମା ମଧ୍ୟରେ ଚଳାଚଳ କରୁଥିବା ସ୍ପେଶାଲ ଟ୍ରେନଗୁଡିକର ସମୟ ସାରଣୀକୁ ବିଭିନ୍ନ ଷ୍ଟେଶନରେ ପରିବର୍ତ୍ତନ କରାଯାଇଛି। ଯାତ୍ରୀଙ୍କ ସୁବିଧା...

କୋର୍ଟରେ ହାଜର ହେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ

କଟକ ଅଫିସ,୫।୪: କଟକ ଫ୍ୟାମିଲି କୋର୍ଟରେ ସୋମବାର ହାଜର ହୋଇଛନ୍ତି ଓଲିଉଡ୍‌ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ଅଭିନେତା ସ୍ବାମୀ ତଥା ଏମ୍‌ପି ଅନୁଭବ ମହାନ୍ତିଙ୍କ ସହ ପାରିବାରିକ...

ସୁରଟ, କୋଟାରୁ ଆସିଲେ ୧୦୫

ଅନୁଗୋଳ ଅଫିସ, ୫।୫ ସୁରଟ୍‌ ଓ କୋଟାରୁ ଦୁଇଟି ବସ୍‌ରେ ଆସିଥିବା ପ୍ରବାସୀମାନେ ସୋମବାର ଅନୁଗୋଳରେ ପହଞ୍ଚତ୍ଛନ୍ତି। ସୁରଟ୍‌ରୁ ଗୋଟିଏ ବସ୍‌ରେ ୬୬ ଜଣ ଓ...

ରାଜ୍ୟକୁ କେନ୍ଦ୍ରର ଚିଠି: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘରେ ରହିବନି ବିଜୁ ପକ୍କା ଘର ଲୋଗୋ

ଭୁବନେଶ୍ୱର, ୩୧।୩(ବ୍ୟୁରୋ): ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମିିତ ପକ୍କା ଘରେ ଲାଗି ପାରିବନି ବିଜୁ ପକ୍କାଘର ଯୋଜନାର ଲୋଗୋ । ଏନେଇ ରାଜ୍ୟ ସରକାରଙ୍କୁ...

ରେକର୍ଡ କଲେ ଶିଳ୍ପୀ ସତ୍ୟ: ୧୨ ଘଣ୍ଟାରେ ନିର୍ମାଣ କଲେ ୧.୫ ଇଞ୍ଚ ଉଚ୍ଚତା ରଥ

ବ୍ରହ୍ମପୁର ଅଫିସ,୧୧ା୭-ନିଜ ରେକର୍ଡକୁ ପୁଣି ଭାଙ୍ଗିଲେ ବ୍ରହ୍ମପୁରର ଶିଳ୍ପୀ ସତ୍ୟ ମହାରଣା। ସତ୍ୟ ଶ୍ରୀଗୁଣ୍ଡିଚା ଅବସରରେ ୨.୫ ଇଞ୍ଚ ଉଚ୍ଚତା, ୨ ଇଞ୍ଚ ଓସାରର ବିଶ୍ୱର...

Advertisement
Archives

Model This Week