ପୁରୁଣା ଗାଡ଼ି ପ୍ରେମ

ଢେଙ୍କାନାଳ ଅଫିସ, ୨୩।୩ ଯୁଗ ବଦଳିଲାଣି। ପରିବର୍ତ୍ତିତ ସମୟରେ ନିଜକୁ ବଦଳାଉଛନ୍ତି ଯୁବପିଢ଼ି। ହେୟାର ଷ୍ଟାଇଲ୍‌ଠାରୁ ଆରମ୍ଭ କରି ଜୋତା, ଦାମୀ କମ୍ପାନୀର ମୋବାଇଲ ସହିତ ରେସିଂ ବାଇକ୍‌ ନିଶାରେ ସେମାନେ ମତୁଆଲା। ହେଲେ ସ୍ବାଧୀନତା ଅମଳର ସ୍ମୃତି ରୋମନ୍ଥନ କରୁଥିବା ପୁରୁଣା ଗାଡ଼ିର ଚମକ ଏଯାଏ କମିନି। ଢେଙ୍କାନାଳ ସହର ରାସ୍ତାରେ ଦୌଡୁଥିବା ୧୦୦ ବର୍ଷର ଗାଡ଼ି ‘ବେବି ଅଷ୍ଟିନ୍‌’ ଏହାର ଏକ ଉଦାହରଣ। ଏଭଳି ପୁରୁଣା ଗାଡ଼ିକୁ ସାଇତି ସ୍ମୃତି ସାଉଁଟୁଛନ୍ତି ସ୍ଥାନୀୟ ଜବାହରଚୌକର ସାରନାଥ ମିଶ୍ର।
୧୯୨୯ରେ ଇଂଲଣ୍ଡର ଅଷ୍ଟିନ୍‌ କମ୍ପାନୀ ଦ୍ୱାରା ନିର୍ମିତ ଉକ୍ତ ‘ବେବି ଅଷ୍ଟିନ’କୁ କିଣିଥିଲେ ଢେଙ୍କାନାଳ ସହରର ବିଶିଷ୍ଟ ବ୍ୟକ୍ତି ନାରାୟଣ ମିଶ୍ରଙ୍କ ସାନଭାଇ ଦାମୋଦର ମିଶ୍ର। ପୁରୁଣା ଗାଡ଼ି ଚଢ଼ିବା ଥିଲା ତାଙ୍କର ସଉକ। ଏଭଳି ଗାଡ଼ିର ଯତ୍ନନେବା, ଆବଶ୍ୟକ ସମୟରେ ବୈଷୟିକ ତ୍ରୁଟି ସୁଧାରିବାରେ ସେ ଥିଲେ ଦକ୍ଷ। କୌଣସି ବୈଷୟିକ ଡିଗ୍ରୀ ହାସଲ କରି ନ ଥିଲେ ମଧ୍ୟ ଗାଡ଼ିର ଭାଷା ବୁଝିପାରୁଥିଲେ। ରାଜପରିବାରର ଫଟୋଗ୍ରାଫର ଭାବେ ସୁନାମ ଅର୍ଜିଥିବା ଦାମୋଦରଙ୍କ ପରିବାର ମାଲିକାନାରେ ଏକଦା ସହରର ପୁରାତନ ସିନେମା ହଲ୍‌ ‘କଥାଚିତ୍ର’ ମଧ୍ୟ ରହିଥିଲା। ଜଣେ କଳାପ୍ରେମୀ ଭାବେ ପରିଚିତ ଦାମୋଦରଙ୍କ ୨୫ବର୍ଷ ତଳେ ପରଲୋକ ହୋଇଯାଇଥିଲେ ମଧ୍ୟ ଏଭଳି ପୁରୁଣା ଗାଡ଼ିକୁ ସନ୍ତକ ଭାବେ ଛାଡ଼ିଯାଇଛନ୍ତି ସେ। ଏହାର କାଗଜପତ୍ର ଏବେ ବି ତାଙ୍କ ନାମରେ ସୁରକ୍ଷିତ ହୋଇ ରହିଛି।
ଗତବର୍ଷ କରୋନା ସଂକ୍ରମଣ ଏବଂ ଏହାକୁ ନେଇ ହୋଇଥିବା ଲକ୍‌ଡାଉନ ଅନେକଙ୍କୁ ସୃଜନଶୀଳ କରିଛି। ପୁରୁଣା ଦିନର ସ୍ମୃତି ସାଉଁଟିବାକୁ ସୁଯୋଗ ଦେଇଛି। ଏହି ପରିପ୍ରେକ୍ଷୀରେ ଦାମୋଦରଙ୍କ ପୁଅ ସାରନାଥ ଏହି ବିରଳ ଗାଡ଼ିକୁ ସଜାଡ଼ି ନୂଆ ରୂପରେଖ ଦେଇଛନ୍ତି। ଏଥିପୂର୍ବରୁ ସାରନାଥଙ୍କ ବଡ଼ ଭାଇ ରମେଶ କୁମାର ମିଶ୍ର ‘ବେବି ଅଷ୍ଟିନ’ର ଦେଖାରଖା କରୁଥିଲେ। ରମେଶଙ୍କ ଦେହାନ୍ତ ପରେ ଗାଡ଼ିର ସମ୍ପୂର୍ଣ୍ଣ ଦାୟିତ୍ୱ ନେଇଛନ୍ତି ସାରନାଥ।
ସାରନାଥଙ୍କ ପାଖରେ ଅନେକ ପୁରୁଣା ଗାଡ଼ି ରହିଛି। ତନ୍ମଧ୍ୟରେ ୨୨-ସିସିର ‘ଏନ୍‌ଫିଲ୍‌ଡ ମୋଫା’ ମୋପେଡ୍‌ ଅନ୍ୟତମ। ଏହାକୁ ୧୯୮୦ରେ ଏନ୍‌ଫିଲ୍‌ଡ କମ୍ପାନୀ ପ୍ରସ୍ତୁତ କରିଥିଲା। ସେହିପରି ୧୯୬୮ରେ ବଜାର ପ୍ରବେଶ କରିଥିବା ୟାମାହା କମ୍ପାନୀର ୫୦ ସିସିର ବାଇକ୍‌ ‘ପର୍ଲି ୟାମାହା’କୁ ମଧ୍ୟ ସେ ସଜାଡ଼ି ଚଳାଉଛନ୍ତି। ତାଙ୍କ ପରିବାର ପାଖରେ ପୂର୍ବରୁ ଅଷ୍ଟିନ୍‌-୮, ସେଭର୍‌ଲେ, ପ୍ଲାଇମାଉଥ୍‌ ଭଳି ଅନେକ ଗାଡ଼ି ରହିଥିଲା। ବାପା, ଭାଇଙ୍କ ପରେ ସାରନାଥ ଏବେ ପୁରୁଣା ଗାଡ଼ିଗୁଡ଼ିକ ମାଧ୍ୟମରେ ଇତିହାସର ସ୍ମୃତି ରୋମନ୍ଥନ କରୁଛନ୍ତି। ଏବେ ‘ବେବି ଅଷ୍ଟିନ୍‌’ ରାସ୍ତାରେ ଯିବା ବେଳେ ଦୃଷ୍ଟି ଆକର୍ଷଣ କରୁଛି। ଯୁବପିଢ଼ି ଗାଡ଼ି ସହିତ ସେଲ୍‌ଫି ନେବା ଲାଗି ଭିଡ଼ ଜମାଉଛନ୍ତି, ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ନିଆରା ଅନୁଭୂତି ଜାଗିଉଠେ
ସ୍ବାଧୀନତା ପୂର୍ବର ‘ବେବି ଅଷ୍ଟିନ’ ଗାଡ଼ିକୁ ଦେଖିଲେ ନିଆରା ଅନୁଭୂତି ଜାଗିଉଠେ। ଗାଡ଼ିରେ ବସିଲେ ଦେହରେ ଶିହରଣ ଖେଳିଯାଏ। ପୁରୁଣା ଦିନର ଘଟଣାବଳୀ ଆଖିଆଗରେ ନାଚିଯାଏ। ଏହି ଗାଡ଼ି ସହିତ ଇତିହାସ ଜଡ଼ିତ। ତେଣୁ ଏହାକୁ ସାଇତି ରଖିଛୁ ଏବଂ ଆଗାମୀ ଦିନରେ ରଖିବୁ ମଧ୍ୟ। ଦୀର୍ଘଦିନ ପରେ ବି ଏହା କାର୍ଯ୍ୟକ୍ଷମ ଅବସ୍ଥାରେ ରଖିଥିବା ଦେଖିଲେ ଖୁସି ଲାଗେ। ‘ବେବି ଅଷ୍ଟିନ’ ଗାଡିକୁ ନେଇ ଗର୍ବିତ।
-ସାରନାଥ ମିଶ୍ର, ଜବାହରଚୌକ
ବଲିଉଡ୍‌ରେ ଛାପ ଛାଡ଼ିଛି
ଏକଦା ‘ବେବି ଅଷ୍ଟିନ୍‌’କୁ ସମ୍ଭ୍ରାନ୍ତଙ୍କ ପ୍ରତୀକ ଭାବେ ବିବେଚନା କରାଯାଉଥିଲା। ବଲିଉଡ୍‌ରେ ମଧ୍ୟ ଏହି ବାଇକ୍‌ ଛାପ ଛାଡ଼ିଛି। ‘ଚଲ୍‌ତି କା ନାମ ଗାଡ଼ି’ରେ କିଶୋର କୁମାର ଏବଂ ‘ଅମର ଆକବର ଆନ୍ଥୋନୀ’ ଫିଲ୍ମରେ ଏହି କମ୍ପାନୀର ଗାଡ଼ି ବ୍ୟବହାର କରାଯାଇଥିଲା। ଏବେ ବି ଏହାର ଚମକ କମିନି। ସହରରେ ଏହି ଗାଡ଼ି ଯେଉଁଠି ଛିଡ଼ାହୁଏ, ସେଠାରେ ସେଲ୍‌ଫି ନେବାକୁ ଯୁବପିଢ଼ିଙ୍କ ଭିତରେ ପ୍ରତିଯୋଗିତା ଆରମ୍ଭ ହୋଇଯାଏ।
-ଅଥୟ ସାହୁ, ସାମାଜିକ କର୍ମୀ
ସ୍ମୃତି ସାଇତି ରଖିବା ଉଦ୍ୟମ ପ୍ରଶଂସନୀୟ
ଢେଙ୍କାନାଳ ସହରରେ ବୁଲୁଥିବା ବେବି ଅଷ୍ଟିନ୍‌ ଗାଡ଼ିର ଇତିହାସ ବେଶ ଲମ୍ବା। ସ୍ବାଧୀନତା ପୂର୍ବରୁ ଏହି ଗାଡ଼ିକୁ ଆଜି ପର୍ଯ୍ୟନ୍ତ ସାଇତି ରଖିବା, ଯତ୍ନନେବା ନିଶ୍ଚିତ ଭାବେ ପ୍ରଶଂସନୀୟ। ଏହି ଗାଡ଼ି ଢେଙ୍କାନାଳ ସହରକୁ ବଦଳୁଥିବାର ଦେଖିଛି। ଏହା ସହିତ ଅନେକ ଭାବନା, ଆବେଗ ଜଡ଼ିତ। ପୁରୁଣା ଦିନର ସ୍ମୃତି ଉଜ୍ଜୀବିତ କରାଇବାରେ ବେବି ଅଷ୍ଟିନ୍‌ ଏକ ମାଧ୍ୟମ ପାଲଟିଛି।
-ସତ୍ୟନାରାୟଣ କର, ସହରବାସୀ


Enter your email to get our daily news in your inbox.

All Right Reserved By Dharitri.Com

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

ଓଡ଼ିଶାରେ ପ୍ରତିଷ୍ଠା ହେବ ପାଲି ଭାଷା ଅଧ୍ୟୟନ କେନ୍ଦ୍ର

କୋରାପୁଟ,୩।୧୦(ଅମିତାଭ ବେହେରା): ଶାସ୍ତ୍ରୀୟ ଭାଷା ପାଲିର ଅଧ୍ୟୟନ, ଗବେଷଣା ଓ ସଂରକ୍ଷଣକୁ ଗୁରୁତ୍ୱ ଦେଇ କୋରାପୁଟର ସୁନାବେଡ଼ାସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ‘ସେଣ୍ଟର ଅଫ ଏକ୍ସିଲେନ୍ସ’ ପ୍ରତିଷ୍ଠା ହେବ।…

ବନ୍ୟଜନ୍ତୁଙ୍କ ସୁରକ୍ଷା ସମସ୍ତଙ୍କ ଦାୟିତ୍ଵ

ଦିଗପହଣ୍ଡି,୩|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବନାଞ୍ଚଳ କାର୍ଯ୍ୟାଳୟ ଅଧିନ ଖମାରିଗାଁ ପଞ୍ଚାୟତ ଅନ୍ତର୍ଗତ ବୁରୁବନ୍ଧ ଗ୍ରାମ ବନସୁରକ୍ଷା ସମିତି ପକ୍ଷରୁ ରାଜ୍ୟ ଜଙ୍ଗଲ ପରିବେଶ…

ଦୁର୍ଗାପୂଜା ପାଇଁ କଡ଼ା ସୁରକ୍ଷା ବ୍ୟାଙ୍କ ଓ ସୁନା ଋଣ ପ୍ରତିଷ୍ଠାନ: ପରିଦର୍ଶନ କଲା ପୋଲିସ

ବଞ୍ଚୋ, ୩।୧୦ (ପ୍ରଦୋଷ ବିଶ୍ୱାଳ): ଆଗାମୀ ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି ଘଷିପୁରା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଘଷିପୁରା…

ପାରାଲିସିସ୍‌ ପୀଡ଼ିତାଙ୍କ ପରିବାର ପାଖରେ ବିଧାୟକ: ବଢ଼ାଇଲେ ଆର୍ଥିକ ସହାୟତାର ହାତ

ଗଞ୍ଜାମ, ୩।୧୦ (ଅନାଥ ତରାଇ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ପୁଇଁତୋଳା ବଡ଼ସାହିର ଲକ୍ଷ୍ମୀନାରାୟଣ ବେହେରାଙ୍କ ପତ୍ନୀ ପାର୍ବତୀ ବେହେରା ପାରାଲିସିସ୍‌ ରୋଗରେ ପୀଡ଼ିତ ଥିବା ଖବର ପାଇ…

ନଦୀରେ ଗାଧୋଇବାବେଳେ ବୁଡ଼ିଗଲେ ଦୁଇ ନାବାଳକ

ଜଳେଶ୍ୱର,୩ା୧୦(ନବୀନ ସାହୁ): ଜଳେଶ୍ୱର ଥାନା ଅନ୍ତର୍ଗତ ରାଜପୁର ବସ୍ତି ନିକଟସ୍ଥ ସାଜଲ ଘାଟରେ ଶନିବାର ପୂର୍ବାହ୍ନରେ ସୁବର୍ଣ୍ଣରେଖା ନଦୀରେ ଗାଧୋଉଥିବା ଅବସ୍ଥାରେ ପାଣି ସ୍ରୋତରେ ଭାସିଯାଇ ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?