ବୃଦ୍ଧଙ୍କୁ ଗଳା କାଟି ହତ୍ୟା, ଚା’ ପିଇବାକୁ ଯାଇ ଆଉ…

ଜୟପୁର,୨୮।୪(ପବନ ପାଣିଗ୍ରାହୀ): ବୃଦ୍ଧଙ୍କୁ ଗଳା କାଟି ହତ୍ୟା ଅଭିଯୋଗ । ଏପରି ଅଭାବନୀୟ ଘଟଣା ଘଟିଛି ଜୟପୁର ସଦର ଥାନା ଫାମ୍ପୁଣି ନିକଟସ୍ଥ କୁମୁଲିପୁଟ ଗାଁରେ । ମୃତ ବୃଦ୍ଧଙ୍କ ନାମ ରଘୁନାଥ ଗୌଡ଼ ବୋଲି ଜଣପଡିଛି ।

ସୂଚନା ଅନୁସାରେ, ଗାଁ ନିକଟସ୍ଥ ଏକ କେନାଲରେ ରଘୁନାଥଙ୍କ ମୃତଦେହ ପଡ଼ିଥିଲା । ବେକରେ କ୍ଷତ ଚିହ୍ନ ରହିଛି । ଏହାକୁ ନେଇ ସନ୍ଦେହ କରି ରଘୁନାଥଙ୍କ ପୁଅ ଭଗବାନ ଗୌଡ ଜୟପୁର ସଦର ଥାନାରେ ଲିଖିତ ଅଭିଯୋଗ କରିବା ପରେ ସଦର ପୋଲିସ ତଦନ୍ତ ଆରମ୍ଭ କରିଛି । ଏପରିକି ପ୍ରତିଦିନ ଭଳି ସୋମବାର ମଧ୍ୟ ରଘୁନାଥ ଗାଁରେ ଥିବା ଚା ଦୋକାନକୁ ଯାଇ ଆଉ ଫେରିନଥିଲେ । ଫେରିବା ବିଳମ୍ବ ହେବାରୁ ପୁଅ ଭଗବାନ ସେଠାକୁ ଯାଇ ଏପରି ଅଭାବନୀୟ ଘଟଣା ଦେଖିଥିଲେ । ଗାଁର କିଛି ଲୋକଙ୍କ ଉପରେ ସନ୍ଦେହ କରି ଥାନାରେ ଅଭିଯୋଗ କରିଛନ୍ତି ।

 

Dharitri – Odisha’s No.1 Odia Daily

Share