ପୁରୁଣା ମେଧା

ଯୁବପିଢ଼ି ପାଇଁ ଆଇଟି ସେକ୍ଟର କର୍ମଶକ୍ତି ଭାବେ ଉଭାହୋଇଛି। ସେଥିପାଇଁ ଅଧିକ ସଂଖ୍ୟକ ଭାରତୀୟ ଆଇଟି ପ୍ରଫେସନାଲ ନିଯୁକ୍ତି ଓ ରୋଜଗାର ଆଶାରେ ଆମେରିକା, କାନାଡା, ଇଂଲଣ୍ଡ, ଜର୍ମାନୀ ଏବଂ ନ୍ୟୁଜିଲାଣ୍ଡ ଆଦି ଦେଶକୁ ଯାଉଛନ୍ତି। ସବୁଠୁ ଅଧିକ କର୍ମଚାରୀ ଅଛନ୍ତି ଆମେରିକାରେ। ଓ୍ବାଶିଂଟନ ପୋଷ୍ଟ ରିପୋର୍ଟ ଅନୁଯାୟୀ, ଗତବର୍ଷ ନଭେମ୍ବରରୁ ଏଯାବତ ଆଇଟି ସେକ୍ଟର ପାଖାପାଖି ୨,୦୦,୦୦୦ କର୍ମଚାରୀଙ୍କୁ ଚାକିରିରୁ ବିଦା କରିଛି। ରିପୋର୍ଟ ଅନୁସାରେ ବିଦା ହୋଇଥିବା ଆଇଟି ପ୍ରଫେଶନାଲଙ୍କ ମଧ୍ୟରେ ୩୦ରୁ ୪୦ ପ୍ରତିଶତ ଭାରତୀୟ (ପ୍ରାୟ ୬୦ରୁ ୮୦ ହଜାର) ଅଛନ୍ତି , ଯେଉଁମାନେ ଏଚ୍‌-୧ବି ଓ ଏଲ-୧ ଭିଜା ନେଇ ରହିଛନ୍ତି। ଦୁର୍ଭାଗ୍ୟପୂର୍ଣ୍ଣ ଯେ,ଏତେ ସଂଖ୍ୟକ କର୍ମଚାରୀଙ୍କ ଚାକିରି ଯିବା ପରେ ଏଚ୍‌-୧ବି ଭିଜା ଦ୍ୱାରା ଯେଉଁମାନେ ଯାଇଥିଲେ ସେମାନେ ରୋଜଗାର ପାଇଁ ସଂଘର୍ଷ କରୁଛନ୍ତି । ବଡ଼ କଥା ହେଉଛି ସେମାନଙ୍କୁ ଏହି ସମୟ ମଧ୍ୟରେ ଭିଜା ସ୍ଥିତିକୁ ପରିବର୍ତ୍ତନ କରିବାକୁ ପଡ଼ିବ, ନଚେତ ସେମାନେ ଆପଣାଇଥିବା ଦେଶକୁ ଛାଡ଼ିବାକୁ ହେବ। ଅନେକେ ମଧ୍ୟ ଆମେରିକାରୁ ଘର ଦ୍ୱାର ବିକ୍ରି କରି ପଳାଇ ଆସିଲେଣିି। କାରଣ ସେଠାରେ ଚାକିରି ଗଲେ ରୋଜଗାର ନ କରି ବଞ୍ଚିବାର ଅନ୍ୟ ଉପାୟ ନାହିଁ। ସେଠାରୁ ଛାଡ଼ି ଆସି ଏଠାରେ ସମ୍ପତ୍ତିିରେ ଭାଗ ବସାଉଛନ୍ତି। ଏଠାକାର ପରିମଳ ଓ ବ୍ୟବସ୍ଥା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଥାନ୍ତି। ମନେରଖିବାକୁ ହେବ ଯେ ସେମାନେ ଭାରତର ପ୍ରତ୍ୟେକ ଟିକସଦାତାଙ୍କ ଅର୍ଥରେ ପଢିଛନ୍ତି। ପଢିସାରିବା ପରେ ଏଠାରେ ସେମାନଙ୍କ ଜ୍ଞାନ ଉପଯୋଗ ନ କରି ଅଧିକ ରୋଜଗାର ଆଶାରେ ଆମେରିକା କିମ୍ବା ଅନ୍ୟ ଦେଶକୁ ଚାଲି ଯାଉଛନ୍ତି। ସେମାନେ ହେଉଛନ୍ତି ବାସ୍ତବ ପଳାତକ, ଯେଉଁମାନେ ମାତୃଭୂମିର ଭବିଷ୍ୟତ ପିଢ଼ିକୁ ଅଣଦେଖା କରି କେବଳ ନିଜର ସୁବିଧା ପାଇଁ ଜନ୍ମଭୂମି ଛାଡ଼ି ପଳାଇଥିଲେଃ କିନ୍ତୁ ଏବେ ଆଇଟି ସେକ୍ଟର ଏକ ପରିବର୍ତ୍ତିତ ଧାରାରେ ଆଗଉଥିବା ସମୟରେ ଏମାନେ ଅଲୋଡ଼ା ହୋଇଯାଉଛନ୍ତି। କୁହାଯାଉଛି, ବିଶ୍ୱ ବ୍ୟାଙ୍କ ଏବଂ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ବିଶ୍ୱରେ ଅଭିବୃଦ୍ଧିର ମାନ୍ଦାବସ୍ଥା ଦେଖାଦେବ ବୋଲି ସତର୍କ ବାଣୀ ଶୁଣାଇବା ପରେ ଆଇଟି କମ୍ପାନୀଗୁଡ଼ିକ କର୍ମଚାରୀ ଛଟେଇ କରୁଛନ୍ତିି। କିନ୍ତୁ ପ୍ରକୃତ କାରଣ ହେଉଛି ଟ୍ୟାଲେଣ୍ଟ ବା ମେଧା ପୁରୁଣା ହୋଇଯାଉଛି। ଏହି ପଳାତକମାନେ ଯାହା ପଢ଼ିକି ଯାଇଥିଲେ ତାହା ଏବେ ପୁରାତନ ଜ୍ଞାନ ଭାବେ ବିବେଚିତ ହେଉଥିବାରୁ ତାଙ୍କର ଚାହିଦା ହ୍ରାସ ପାଉଛି। ଆମେରିକାର ମ୍ୟାନପାଓ୍ବାର ଗ୍ରୁପର ରିପୋର୍ଟ ମୁତାବକ ଏବେ ପରିବର୍ତ୍ତିତ ଆଇଟି କ୍ଷେତ୍ରରେ ଟେକ୍‌ ଟ୍ୟାଲେଣ୍ଟ ବା ପ୍ରଯୁକ୍ତି ମେଧାର ଅଭାବ ଥିବା ଦର୍ଶାଯାଇଛି। ଆଇଟି ଇଣ୍ଡଷ୍ଟ୍ରି ଏମ୍ପ୍ଲୟର ରିପୋର୍ଟରେ ମଧ୍ୟ କୁହାଯାଇଛି ଯେ, ୭୬% କର୍ମଚାରୀଙ୍କଠାରେ ୍‌ହାର୍ଡ ଓ ସଫ୍ଟ ସ୍କିଲରେ କଠିନତା ଲକ୍ଷ୍ୟ କରାଯାଇଛି। ଏଥିପାଇଁ ୨୦୨୩ରେ ଆମେରିକାର ଆଇଟି କମ୍ପାନୀଗୁଡ଼ିକ ଟେକ୍‌ ଟ୍ୟାଲେଣ୍ଟକୁ ଗୁରୁତ୍ୱ ଦେଇ ୩୫% ଯୋଗ୍ୟ ଆଇଟି ପ୍ରଫେସନାଲଙ୍କୁ ଆଣିବାକୁ ଯୋଜନା କରିଥିବା ଜଣାପଡ଼ିଛି। ମ୍ୟାନପାଓ୍ବାର ଗ୍ରୁପ ରିପୋର୍ଟରେ ଏହା ମଧ୍ୟ ଦର୍ଶାଇଛି ଯେ ୨୦୨୩ର ପ୍ରଥମ ତ୍ରୈମାସିକରେ ଆଇଟି ଇଣ୍ଡଷ୍ଟ୍ରି ପକ୍ଷରୁ ୭୦% ନୂଆ ଟେକନିକାଲ ସ୍କିଲ ସମ୍ପନ୍ନ ମେଧାଙ୍କୁ ଅଣାଯିବାର ଯୋଜନା କରାଯାଇଛି। ଏଥିରୁ ବୁଝାପଡ଼ୁଛି ଯେ, ପଦବୀ ପୂରଣ ପାଇଁ ଆଇଟି ସେକ୍ଟରଗୁଡ଼ିକ ଟ୍ୟାଲେଣ୍ଟ ଅନ୍ବେଷଣରେ ଅଛନ୍ତି। ଏଣୁ ବିକାଶଶୀଳ ଆଇଟି କ୍ଷେତ୍ରରେ ମେଧା ଆବଶ୍ୟକତାକୁ ଲକ୍ଷ୍ୟ କରି ଛଟେଇ କରାଯାଉଥିବା ପ୍ରକିୟାକୁ ସ୍ବୀକାର କରିବାକୁ ହେବ। ଭାରତୀୟମାନଙ୍କ ମେଧା ସ୍ତର ଓ ନିଯୁକ୍ତିଭିତ୍ତିକ ଯୋଗ୍ୟତା ଉପରେ ଅନୁଧ୍ୟାନ କରୁଥିବା ଆସ୍ପାୟାରିଂ ମାଇଣ୍ଡସ୍‌ର ୨୦୧୭ ରିପୋର୍ଟ ବି ଏହାକୁ ସ୍ପଷ୍ଟ କରିଥିଲା। ଏହା ଦର୍ଶାଇଛି ଯେ, ଭାରତରେ ୯୫% ଇଞ୍ଜିନିୟର ସଫ୍ଟଓ୍ବେର ଡେଭଲପମେଣ୍ଟ ଚାକିରି ପାର୍ଇ ଯୋଗ୍ୟ ନୁହନ୍ତି। ଯେହେତୁ ଆମେରିକା ସମେତ ଅନ୍ୟ ଦେଶଗୁଡ଼ିକରେ ଆଇଟି କ୍ଷେତ୍ରରେ ଭାରତୀୟଙ୍କ ଉପସ୍ଥିତି ଅଧିକ , ସେଥିପାଇଁ ଧାରଣା ରହିଛି ଯେ ସେମାନେ ମେଧା ସମ୍ପନ୍ନ, ସମୃଦ୍ଧ କୌଶଳୀ। ସେମାନେ କାର୍ଯ୍ୟରେ ନିଶ୍ଚିତ ସଫଳ ହେବେ, ଏଭଳି ତ୍ରୁଟିପୂର୍ଣ୍ଣ ଧାରଣା ମଧ୍ୟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri