ରଙ୍ଗଲଗା ବୋର୍ଡରେ ପୁରୁଣା ସୂଚନା

ସମ୍ବଲପୁର,୧୦ା୧୨(ବ୍ୟୁରୋ): ସମ୍ବଲପୁର ଜିଲା ଯୁଯୁମୁରା ମିନି ଷ୍ଟାଡିୟମ ନିର୍ମାଣ କାମରେ ଅନିୟମିତତା ନେଇ ଅଭିଯୋଗ ହୋଇଥିଲା। ଗୁରୁବାର ପୁରୁଣା ସୂଚନା ଫଳକରେ ରଙ୍ଗଲଗାଇ ନୂଆ ସୂଚନା ଲେଖି ଅନିୟମିତତା ଚପାଇଦେବାକୁ ଉଦ୍ୟମ କରାଯାଉଥିବା ନେଇ ଧରିତ୍ରୀରେ ଖବର ପ୍ରକାଶ ପାଇଥିଲା। ହେଲେ ଶୁକ୍ରବାର ପୁଣି ଉକ୍ତ ସୂଚନା ଫଳକରେ ପୁରୁଣା ପ୍ରକଳ୍ପର ସୂଚନା ଲେଖି ବ୍ଲକ ପ୍ରଶାସନ ହରଡ ଘଣାରେ ପଡିଛି। କେବଳ ଯୁଯୁମୁରା ପଞ୍ଚାୟତ ନୁହେଁ, ପ୍ରସ୍ତାବିତ କବରାପାଲି, କୁକୁଡାପାଲି, ଜୟନ୍ତପୁର ପଞ୍ଚାୟତରେ କାମ ହୋଇଛି କି ନାହିଁ ତଦନ୍ତ କରାଯାଉ ବୋଲି ଦାବି ହେଉଛି। ଉକ୍ତ ପଞ୍ଚାୟତରେ ଆସିଥିବା ପ୍ରାୟ ୨୬ ଲକ୍ଷ ଟଙ୍କାର ମଧ୍ୟ ଏଭଳି ଅନିୟମିତତା ହୋଇଥିବା ସନ୍ଦେହ କରାଯାଉଛି। ଏହି ଯୋଜନାରେ ଆସୁଥିବା ଅନୁଦାନକୁ ସରକାରୀ ଜମି ଜବରଦଖଲ ଆଶଙ୍କା କିମ୍ବା ଜବରଦଖଲ ହୋଇଥିବା ଜମିକୁ ଉଚ୍ଛେଦ କରି ପାଚେରି ନିର୍ମାଣ କରିବା ଭଳି ନିୟମ ରହିଛି। ହେଲେ ଏଥିରେ ବ୍ୟତିକ୍ରମ ଦେଖାଦେଇଛି। ଏ ସମ୍ପର୍କରେ ବିଡିଓ ନୀଳାମ୍ବର ମହାନନ୍ଦ କହିଛନ୍ତି, ତହସିଲ ପକ୍ଷରୁ ଦିଆଯାଇଥିବା ସ୍ଥାନର ପ୍ରସ୍ତାବ ଉପରେ ବ୍ଳକ ପ୍ରଶାସନ ପକ୍ଷରୁ କାମ ହୋଇଥାଏ। ଆଗକୁ ହକି ବିଶ୍ୱକପ ରହିଛି। ତେଣୁ ମିନି ଷ୍ଟାଡିୟମ କାମକୁ ଗୁରୁତ୍ୱ ଦିଆଯାଇଛି। କାମର ମାନକୁ ଯାଞ୍ଚ କରିବା ପାଇଁ ଜେଇଙ୍କୁ କଡା ନିର୍ଦ୍ଦେଶ ଦିଆଯାଇଛି। ପ୍ରକଳ୍ପରେ ସମସ୍ତ ସରକାରୀ ନିୟମ ମଧ୍ୟ ପାଳନ କରାଯାଇଛି। ଅଯଥାରେ ବ୍ଲକ ପ୍ରଶାସନକୁ ବଦନାମ କରିବାକୁ ଚକ୍ରାନ୍ତ କରାଯାଉଛି। ସମସ୍ତ ପଞ୍ଚାୟତରେ ବିକାଶ କାମ କରାଯିବ। ତହସିଲ ଦେଇଥିବା ଅନୁଦାନ ବାକି ରହିଛି। ଯୁଯୁମୁରାରେ ପଞ୍ଚାୟତରେ ୧୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଫାଇଲ ଖୋଲା ଯାଇ କାମ କରାଯାଉଛି ବୋଲି କହିଥିଲେ। ସୂଚନାଯୋଗ୍ୟ, ଯୁଯୁମୁରା ପଞ୍ଚାୟତ ସମିତି ପକ୍ଷରୁ ତହସିଲ ଅଫିସ ପଛପଟେ ମିନିଷ୍ଟାଡିୟମ ନିର୍ମାଣ କାମରେ ଅନମିୟତା ନେଇ ଅଭିଯୋଗ ହୋଇଥିଲା। ଯୁଯୁମୁରା ସରପଞ୍ଚ ବାସନ୍ତି ପ୍ରଧାନ ଓ ସମିତି ସଭ୍ୟ ଜୟନ୍ତ ପ୍ରଧାନ ବିଡିଓଙ୍କୁ ଏ ନେଇ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri