ବ୍ୟାଙ୍କ ଜରିଆରେ ବାର୍ଦ୍ଧକ୍ୟ ଭତ୍ତା ଏକ ପ୍ରହସନ

ବୈପାରିଗୁଡା,୨୩।୫ (ଡି.ଏନ୍‌.ଏ.): ସାମାଜିକ ସୁରକ୍ଷା ଯୋଜନାରେ ଅସହାୟ ଗରିବ ବୃଦ୍ଧାବୃଦ୍ଧଙ୍କୁ ସରକାରଙ୍କ ପକ୍ଷରୁ ବାର୍ଦ୍ଧକ୍ୟ ଭତ୍ତା ମାସିକ ୫୦୦ ଟଙ୍କା ମିଳିଥାଏ ା ଉକ୍ତ ସହାୟତା ରାଶି ପାଇବା ପାଇଁ ବୃଦ୍ଧାବୃଦ୍ଧମାନେ ପ୍ରତ୍ୟେକ ମାସରେ ଚାହିଁ ରହିଥାନ୍ତି ା ମାତ୍ର ବିଭାଗ ପକ୍ଷରୁ କେତେକ ହିତାଧିକାରୀଙ୍କ ଭତ୍ତା ବ୍ୟାଙ୍କ ଜରିଆରେ ଦେବାକୁ ନିଷ୍ପତ୍ତି ହେବା ପରେ ବହୁ ହିତାଧିକାରୀ ଭତ୍ତା ପାଇବାରୁ ବଞ୍ଚତ୍ତ ହୋଇଥିବା ଜଣାପଡିଛି। ପୂର୍ବରୁ ପ୍ରତି ମାସ ୧୫ ତାରିଖରେ ପଞ୍ଚାୟତ ଅଫିସ୍‌ରେ ସଂପୃକ୍ତ ନିର୍ବାହୀ ଅଧିକାରୀ ହିତାଧିକାରୀମାନଙ୍କୁ ଭତ୍ତା ବଣ୍ଟନ କରୁଥିଲେ। ଗତ ୬ ମାସ ତଳେ ବ୍ୟାଙ୍କ ଜରିଆରେ ଭତ୍ତା ପ୍ରଦାନ କରିବା ନେଇ ନିଷ୍ପତ୍ତି ନେବା ପରେ ହିତାଧିକାରୀଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି ା ବ୍ଲକର ଦୂର ଦୂରାନ୍ତରେ ଥିବା ବାର୍ଦ୍ଧକ୍ୟ ଲୋକଙ୍କ ଅବସ୍ଥା ଚିନ୍ତା ନ କରି ବ୍ଲକ ସଦର ମହକୁମାରେ ଥିବା ବ୍ୟାଙ୍କମାନଙ୍କରେ ଜମାଖାତାକୁ ଏହି ଭତ୍ତା ଟଙ୍କା ପଠାଯାଉଛି। ଏସବୁ ଜମାଖାତାରେ ପୂର୍ବରୁ କାରବାର ନ ଥିବାରୁ ଏବେ କେୱାଇସି ଅଥବା ଅନ୍ୟ କୌଣସି ଆଳ ଦେଖାଇ ଦୂର ଦୂରାନ୍ତରୁ ଆସୁଥିବା ହିତାଧିକାରୀଙ୍କୁ ବ୍ୟାଙ୍କ ଫେରାଇ ଦେଉଛି ା ବ୍ୟାଙ୍କରେ ଭିଡ଼ ରହୁଥିବାରୁ ଅନେକ ସମୟରେ ଜମାଖାତା ଯାଞ୍ଚ ନ କରି ଟଙ୍କା ଆସି ନ ଥିବା କୁହାଯାଉଛି ା ହିତାଧିକାରୀମାନେ ବ୍ଲକ ଅଫିସ୍‌ ଅଥବା ପଞ୍ଚାୟତ ଅଫିସ ଗଲେ କିଛି ସୁଫଳ ମିଳୁନାହିଁ। ଏପରି ଅଭିଯୋଗ ଆଣିଥିବା ଜଣେ ହିତାଧିକାରୀ ହେଲେ ଚେରକା ପଞ୍ଚାୟତ ଅନ୍ତର୍ଗତ ସିନ୍ଧିଗଁା ଗ୍ରାମର ନବୀନ୍‌ ନାଗ ା ବୟସ ତାଙ୍କର ୭୨ ଟପିଲାଣି। ଗତ ୬ ମାସ ହେଲା ଭତ୍ତା ନ ପାଇ ସେ ଦୁଃଖରେ ଦିନ କାଟୁଛନ୍ତି। ବୈପାରୀଗୁଡା ଆଇଓବି ଶାଖାରେ ତାଙ୍କର ଜମାଖାତା ରହିଛି ା ତେବେ ପ୍ରତି ମାସରେ ଭତ୍ତା ପାଇଁ ସେ ପଞ୍ଚାୟତକୁ ଯାଇ ସଂପୃକ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଭେଟୁଛନ୍ତି ା ସେଠାରେ ତାଙ୍କୁ ବ୍ୟାଙ୍କ ଯିବାକୁ କୁହାଯାଉଛି। ସେଠାରୁ ୫୦ କିମି ଦୂର ବୈପାରୀଗୁଡାକୁ ବସ୍‌ ଭଡା ଦେଇ ଆସୁଛନ୍ତି ା ବ୍ୟାଙ୍କରେ ପଚାରିଲେ ଟଙ୍କା ଆସି ନ ଥିବା ଉତ୍ତର ମିଳୁଛି। ଏ ନେଇ ଗତ ସପ୍ତାହରେ ନବୀନଙ୍କ ସଂପର୍କରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ କାର୍ତ୍ତିକ ପାଢ଼ୀଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ ଘଟଣାର ଅନୁଧ୍ୟାନ କରିବେ। ଏବେ ଚଳିତ ମାସର ଭତ୍ତା ନଗଦ ଟଙ୍କା ହିସାବରେ ଦେବାକୁ ସଂପୃକ୍ତ ନିର୍ବାହୀ ଅଧିକାରୀଙ୍କୁ କହିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ୧୫ ତାରିଖରେ ନବୀନ ନିର୍ବାହୀ ଅଧିକାରୀଙ୍କୁ ଭେଟି ନିରାଶ ହୋଇଛନ୍ତି। ସଂପୃକ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ କାହ୍ନୁ ଦଣ୍ଡସେନାଙ୍କୁ ପଚାରିବାରୁ ବ୍ୟାଙ୍କରେ କେୱାଇସି ଫର୍ମ ଦାଖଲ ହୋଇ ନ ଥିବାରୁ ଭତ୍ତା ଟଙ୍କା ମିଳୁ ନ ଥିବା ସେ କହିଥିଲେ। ତାଙ୍କ ପରି ପଞ୍ଚାୟତରେ ୧୦ରୁ ଅଧିକ ହିତାଧିକାରୀଙ୍କ ସମାନ ସମସ୍ୟା ରହିଛି। ଅନ୍ୟପକ୍ଷରେ ଭତ୍ତା ଟଙ୍କା ନେଇ ଭଭୟ ବ୍ୟାଙ୍କ ଓ ବ୍ଲକ ପ୍ରଶାସନ ମଧ୍ୟରେ ସମନ୍ବୟ ରହୁ ନ ଥିବା ହେତୁ ହିତାଧିକାରୀ ହଇରାଣ ହେଉଛନ୍ତି। ଗତ ସପ୍ତାହରେ ଏନେଇ ବ୍ଲକ ପକ୍ଷରୁ ଏକ ବୈଠକ ଡକାଯାଇଥିଲା ା ମାତ୍ର ସେଥିରେ ଅନେକ ପ୍ରମୁଖ ବ୍ୟାଙ୍କ କର୍ତ୍ତୃପକ୍ଷ ଯୋଗ ଦେଇ ନ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

କୋଟପାଡ଼ରେ ବନ୍ୟା ସ୍ଥିତି ପରଖିଲେ ମୁଖ୍ୟମନ୍ତ୍ରୀ, ପୀଡ଼ିତଙ୍କୁ ନେଇ କଲେ ବଡ଼ ଘୋଷଣା

କୋରାପୁଟ,୨୭।୯(ଅମିତାଭ ବେହେରା ): କୋରାପୁଟ ଜିଲାର ବନ୍ୟା ପ୍ରଭାବିତ କୋଟପାଡ଼ ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ବନ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ପର୍ଯ୍ୟଟନର ବାର୍ତ୍ତା ନେଇ ଦୌଡ଼ିଲେ ଶତାଧିକ ଛାତ୍ରୀଛାତ୍ର

କୋରାପୁଟ,୨୭ା୯(ଅମିତାଭ ବେହେରା): ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ କୋରାପୁଟ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଶନିବାର ପର୍ଯ୍ୟଟନ ସଚେତନତାର ବାର୍ତ୍ତା ଦିଆଯାଇଛି। ପର୍ଯ୍ୟଟନସ୍ଥଳୀ ପ୍ରତି ଲୋକଙ୍କ ଆଗ୍ରହ ବଢ଼ାଇବା…

କୋରାପୁଟରେ ବର୍ଷା ବିତ୍ପାତ: ୪୫ ଗାଁ ଜଳମଗ୍ନ

କୋରାପୁଟ,୨୬ା୯(ଅମିତାଭ ବେହେରା): ଅର୍ଣ୍ଣବ ବାତ୍ୟା ପ୍ରଭାବରେ କୋରାପୁଟ ଜିଲାରେ ଲଗାଣ ବର୍ଷା ଯୋଗୁ ଜିଲାର ନଦୀ, ନାଳ ଓ ଜଳାଶୟର ଜଳସ୍ତର ବଢ଼ିବା ସହ ବିଭିନ୍ନ ତଳିଆ…

ଲଗାଣ ବର୍ଷାରେ ଭୂସ୍ଖଳନ: ୬ ଟ୍ରେନ୍‌ ବାତିଲ

କୋରାପୁଟ,୨୫।୯(ଅମିତାଭ ବେହେରା ): ରାୟଗଡ଼ା ଡିଭିଜନ ଅଧୀନ ମୁନିଗୁଡ଼ା-ଚାଟିକୋଣା ଷ୍ଟେଶନ ଏବଂ କୋରାପୁଟ ଜୟପୁର ମଧ୍ୟରେ ଥିବା ମାଲିଗୁଡାଠାରେ ଭୂସ୍ଖଳନ ଯୋଗୁ ରେଳ ଚଳାଚଳ ପ୍ରଭାବିତ ହୋଇଛି।…

ଲଗାଣ ବର୍ଷାରେ ଘର ଭୁଶୁଡି ମହିଳା ଗୁରୁତର, ଜିଲା ଚିକିତ୍ସାଲୟରେ ଭର୍ତ୍ତି

କୁନ୍ଦୁରା,୨୪।୯,(ସନ୍ତୋଷ ପ୍ରହରାଜ): କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଫୁପୁଗାଁ ଗ୍ରାମ ପଞ୍ଚାୟତ ଚନ୍ଦ୍ରଶୁଣ୍ଢୀଗୁଡା ଠାରେ ଲଗାଣ ବର୍ଷାରେ ଘର ଭୁଶୁଡି ମହିଳା ଗୁରୁତରହୋଇଛନ୍ତି। ମହିଳା ଜଣକ ହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?