ବ୍ୟାଙ୍କ ଜରିଆରେ ବାର୍ଦ୍ଧକ୍ୟ ଭତ୍ତା ଏକ ପ୍ରହସନ

ବୈପାରିଗୁଡା,୨୩।୫ (ଡି.ଏନ୍‌.ଏ.): ସାମାଜିକ ସୁରକ୍ଷା ଯୋଜନାରେ ଅସହାୟ ଗରିବ ବୃଦ୍ଧାବୃଦ୍ଧଙ୍କୁ ସରକାରଙ୍କ ପକ୍ଷରୁ ବାର୍ଦ୍ଧକ୍ୟ ଭତ୍ତା ମାସିକ ୫୦୦ ଟଙ୍କା ମିଳିଥାଏ ା ଉକ୍ତ ସହାୟତା ରାଶି ପାଇବା ପାଇଁ ବୃଦ୍ଧାବୃଦ୍ଧମାନେ ପ୍ରତ୍ୟେକ ମାସରେ ଚାହିଁ ରହିଥାନ୍ତି ା ମାତ୍ର ବିଭାଗ ପକ୍ଷରୁ କେତେକ ହିତାଧିକାରୀଙ୍କ ଭତ୍ତା ବ୍ୟାଙ୍କ ଜରିଆରେ ଦେବାକୁ ନିଷ୍ପତ୍ତି ହେବା ପରେ ବହୁ ହିତାଧିକାରୀ ଭତ୍ତା ପାଇବାରୁ ବଞ୍ଚତ୍ତ ହୋଇଥିବା ଜଣାପଡିଛି। ପୂର୍ବରୁ ପ୍ରତି ମାସ ୧୫ ତାରିଖରେ ପଞ୍ଚାୟତ ଅଫିସ୍‌ରେ ସଂପୃକ୍ତ ନିର୍ବାହୀ ଅଧିକାରୀ ହିତାଧିକାରୀମାନଙ୍କୁ ଭତ୍ତା ବଣ୍ଟନ କରୁଥିଲେ। ଗତ ୬ ମାସ ତଳେ ବ୍ୟାଙ୍କ ଜରିଆରେ ଭତ୍ତା ପ୍ରଦାନ କରିବା ନେଇ ନିଷ୍ପତ୍ତି ନେବା ପରେ ହିତାଧିକାରୀଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି ା ବ୍ଲକର ଦୂର ଦୂରାନ୍ତରେ ଥିବା ବାର୍ଦ୍ଧକ୍ୟ ଲୋକଙ୍କ ଅବସ୍ଥା ଚିନ୍ତା ନ କରି ବ୍ଲକ ସଦର ମହକୁମାରେ ଥିବା ବ୍ୟାଙ୍କମାନଙ୍କରେ ଜମାଖାତାକୁ ଏହି ଭତ୍ତା ଟଙ୍କା ପଠାଯାଉଛି। ଏସବୁ ଜମାଖାତାରେ ପୂର୍ବରୁ କାରବାର ନ ଥିବାରୁ ଏବେ କେୱାଇସି ଅଥବା ଅନ୍ୟ କୌଣସି ଆଳ ଦେଖାଇ ଦୂର ଦୂରାନ୍ତରୁ ଆସୁଥିବା ହିତାଧିକାରୀଙ୍କୁ ବ୍ୟାଙ୍କ ଫେରାଇ ଦେଉଛି ା ବ୍ୟାଙ୍କରେ ଭିଡ଼ ରହୁଥିବାରୁ ଅନେକ ସମୟରେ ଜମାଖାତା ଯାଞ୍ଚ ନ କରି ଟଙ୍କା ଆସି ନ ଥିବା କୁହାଯାଉଛି ା ହିତାଧିକାରୀମାନେ ବ୍ଲକ ଅଫିସ୍‌ ଅଥବା ପଞ୍ଚାୟତ ଅଫିସ ଗଲେ କିଛି ସୁଫଳ ମିଳୁନାହିଁ। ଏପରି ଅଭିଯୋଗ ଆଣିଥିବା ଜଣେ ହିତାଧିକାରୀ ହେଲେ ଚେରକା ପଞ୍ଚାୟତ ଅନ୍ତର୍ଗତ ସିନ୍ଧିଗଁା ଗ୍ରାମର ନବୀନ୍‌ ନାଗ ା ବୟସ ତାଙ୍କର ୭୨ ଟପିଲାଣି। ଗତ ୬ ମାସ ହେଲା ଭତ୍ତା ନ ପାଇ ସେ ଦୁଃଖରେ ଦିନ କାଟୁଛନ୍ତି। ବୈପାରୀଗୁଡା ଆଇଓବି ଶାଖାରେ ତାଙ୍କର ଜମାଖାତା ରହିଛି ା ତେବେ ପ୍ରତି ମାସରେ ଭତ୍ତା ପାଇଁ ସେ ପଞ୍ଚାୟତକୁ ଯାଇ ସଂପୃକ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଭେଟୁଛନ୍ତି ା ସେଠାରେ ତାଙ୍କୁ ବ୍ୟାଙ୍କ ଯିବାକୁ କୁହାଯାଉଛି। ସେଠାରୁ ୫୦ କିମି ଦୂର ବୈପାରୀଗୁଡାକୁ ବସ୍‌ ଭଡା ଦେଇ ଆସୁଛନ୍ତି ା ବ୍ୟାଙ୍କରେ ପଚାରିଲେ ଟଙ୍କା ଆସି ନ ଥିବା ଉତ୍ତର ମିଳୁଛି। ଏ ନେଇ ଗତ ସପ୍ତାହରେ ନବୀନଙ୍କ ସଂପର୍କରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ କାର୍ତ୍ତିକ ପାଢ଼ୀଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ ଘଟଣାର ଅନୁଧ୍ୟାନ କରିବେ। ଏବେ ଚଳିତ ମାସର ଭତ୍ତା ନଗଦ ଟଙ୍କା ହିସାବରେ ଦେବାକୁ ସଂପୃକ୍ତ ନିର୍ବାହୀ ଅଧିକାରୀଙ୍କୁ କହିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ୧୫ ତାରିଖରେ ନବୀନ ନିର୍ବାହୀ ଅଧିକାରୀଙ୍କୁ ଭେଟି ନିରାଶ ହୋଇଛନ୍ତି। ସଂପୃକ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ କାହ୍ନୁ ଦଣ୍ଡସେନାଙ୍କୁ ପଚାରିବାରୁ ବ୍ୟାଙ୍କରେ କେୱାଇସି ଫର୍ମ ଦାଖଲ ହୋଇ ନ ଥିବାରୁ ଭତ୍ତା ଟଙ୍କା ମିଳୁ ନ ଥିବା ସେ କହିଥିଲେ। ତାଙ୍କ ପରି ପଞ୍ଚାୟତରେ ୧୦ରୁ ଅଧିକ ହିତାଧିକାରୀଙ୍କ ସମାନ ସମସ୍ୟା ରହିଛି। ଅନ୍ୟପକ୍ଷରେ ଭତ୍ତା ଟଙ୍କା ନେଇ ଭଭୟ ବ୍ୟାଙ୍କ ଓ ବ୍ଲକ ପ୍ରଶାସନ ମଧ୍ୟରେ ସମନ୍ବୟ ରହୁ ନ ଥିବା ହେତୁ ହିତାଧିକାରୀ ହଇରାଣ ହେଉଛନ୍ତି। ଗତ ସପ୍ତାହରେ ଏନେଇ ବ୍ଲକ ପକ୍ଷରୁ ଏକ ବୈଠକ ଡକାଯାଇଥିଲା ା ମାତ୍ର ସେଥିରେ ଅନେକ ପ୍ରମୁଖ ବ୍ୟାଙ୍କ କର୍ତ୍ତୃପକ୍ଷ ଯୋଗ ଦେଇ ନ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

ଲକ୍ଷ୍ମୀପୁର ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ପବିତ୍ରଙ୍କ ନାମାଙ୍କନପତ୍ର ଦାଖଲ

କୋରାପୁଟ,୨୨ା୪(ଅମିତାଭ ବେହେରା): ଲକ୍ଷ୍ମୀପୁର ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ପବିତ୍ର ସାଉଁତା କୋରାପୁଟ ଅତିରିକ୍ତ ଜିଲାପାଳ ଲଗ୍ନଜିତ୍‌ ରାଉତଙ୍କଠାରେ ନାମାଙ୍କନପତ୍ର ଦାଖଲ କରୁଛନ୍ତି। ଏହି ଅବସରରେ...

ଦୀର୍ଘବର୍ଷ ପରେ ପୂଜା ପାଇବେ ପ୍ରଭୁ ରଘୁନାଥଜୀଉ, ମାଳିପୁଟ ଉତ୍ସବମୁଖର

ପଟାଙ୍ଗି,୨୨ା୪(ଶରତ ଧଳ): ଦୀର୍ଘବର୍ଷ ଧରି ଗ୍ରାମବାସୀଙ୍କ ଶ୍ରମଦାନ ଓ ଜଣେ ବ୍ୟକ୍ତିଙ୍କ ସ୍ବେଚ୍ଛାକୃତ ଅର୍ଥଦାନରେ ଗଢ଼ି ଉଠିଥିବା ମନ୍ଦିର ପ୍ରତିଷ୍ଠା କରି ସମସ୍ତଙ୍କ ପାଇଁ ଉଦାହରଣ...

ସପ୍ତଗିରିଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଲେ ସ୍ତ୍ରୀ

କୋରାପୁଟ,୨୧।୪(ଅମିତାଭ ବେହେରା): ଚଳିତ ସାଧାରଣ ନିର୍ବାଚନରେ କୋରାପୁଟ ଲୋକ ସଭା ଆସନ ପାଇଁ କଂଗ୍ରେସ ପକ୍ଷରୁ ସପ୍ତଗିରି ଉଲାକାଙ୍କୁ ପ୍ରାର୍ଥୀଭାବେ ରିପିଟ କରାଯାଇଛି। ବର୍ତ୍ତମାନ ସପ୍ତଗିରି...

ପାହାଡ଼ ଜଙ୍ଗଲରେ ନିଆଁ

ଦାମନଯୋଡ଼ି,୨୧ା୪(ମାନସ ରଞ୍ଜନ କର): ଲୋକ ସଚେତନତା ଅଭାବରୁ ଜଙ୍ଗଲରେ ନିଆଁ ହୁତୁହୁତୁ ହୋଇ ଜଳୁଛି। ଜଙ୍ଗଲ ପାହାଡ଼ ନିଆଁ ଯୋଗୁ ଜଙ୍ଗଲ ଜୀବଜନ୍ତୁ ଭୟଭୀତ ହୋଇପଡ଼ିଥିବା...

ବେସରକାରୀ ଛାତରେ ଲାଗିଛି ସରକାରୀ ହୋର୍ଡିଂ

ସୁନାବେଡା,ସେମିଳିଗୁଡା,୨୧ା୪କୃତ୍ତିବାସ ପ୍ରଧାନ/ବାସୁଦେବ ବରାଡ଼: ସୁନାବେଡା ପୌର ପରିଷଦ ଅଧୀନ ସେମିଳିଗୁଡା ଗୋପବନ୍ଧୁ ନଗରଠାରେ ମିଶନ୍‌ ଶକ୍ତି ଏବଂ ନୂଆ-ଓ ର ଦୁଇଟି ବଡ ହୋର୍ଡିଂ ଲାଗିଛି।...

ତୃତୀୟ ଦିନରେ କୋରାପୁଟ ଲୋକ ସଭା ପାଇଁ ୨ ପ୍ରାର୍ଥୀ, ବିଧାନସଭା ପାଇଁ ଜଣେ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୦ା୪(ଅମିତାଭ ବେହେରା): ଶନିବାର ନାମାଙ୍କନପତ୍ର ଦାଖଲର ତୃତୀୟ ଦିନ ହୋଇଥିବା ବେଳେ କୋରାପୁଟ ଲୋକ ସଭା ଆସନ ପାଇଁ ୨ ଜଣ ଓ କୋରାପୁଟ ବିଧାନସଭା...

ନାମାଙ୍କନପତ୍ର ଦାଖଲ କଲେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ରାଜନା ଦୋରା

ପଟାଙ୍ଗି,୨୦ା୪(ଶରତ ଧଳ): ଲୋକ ସଭା ଓ ବିଧାନସଭା ନିର୍ବାଚନକୁ ନେଇ ପଡ଼ୋଶୀ ଆନ୍ଧ୍ର ରାଜ୍ୟ ଚଳଚଞ୍ଚଳ ହୋଇ ଉଠିଥିବା ବେଳେ ସମସ୍ତ ରାଜନୈତିକ ଦଳର ବିଧାୟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri