ରିଟେଲ ବ୍ୟବସାୟରେ ଓଲାମ୍‌ ଏଗ୍ରିର ପ୍ରବେଶ

ଭୁବନେଶ୍ୱର,୨୪ା୯: ଦେଶର ପ୍ରମୁଖ ଚାଉଳ ଉତ୍ପାଦନକାରୀ କମ୍ପାନୀ ଓଲାମ୍‌ ଏଗ୍ରି ପକ୍ଷରୁ ଓଡ଼ିଶା ବଜାରରେ ଦୀର୍ଘଦିନରୁ ସ୍ଥାପନ କରାଯାଇଥିବା ଉପସ୍ଥିତି ଅନୁସାରେ କମ୍ପାନୀ ଖୁଚୁରା ବଜାରରେ ମଧ୍ୟ ପ୍ରବେଶ କରଛି। ଏହାର ଦୀର୍ଘସ୍ଥାୟୀ ହିଭେନ୍‌ସ ହାର୍ଭେଷ୍ଟ ଓ ଟ୍ରୁ ଆର୍ଥ ବ୍ରାଣ୍ଡ୍‌କୁ ଉପଭୋକ୍ତା ମିତବ୍ୟୟୀ ପ୍ୟାକେଜିଂରେ ଉପସ୍ଥାପନ କରି ବାସ୍‌ମତି ଚାଉଳ ରିଟେଲ ବ୍ୟବସାୟ କ୍ଷେତ୍ରରେ ପ୍ରବେଶ କରିଥିବା ବେଳେ ଓଡ଼ିଶା ଏହା ପାଇଁ ହେଉଛି ଅନ୍ୟତମ ପ୍ରମୁଖ ବଜାର ଭାବେ ଉଭା ହୋଇଛି। ଅପରପକ୍ଷରେ ୨୦୨୨ ମଧ୍ୟଭାଗରୁ କମ୍ପାନୀ ରାଜ୍ୟର ପ୍ରମୁଖ ସହର ଯଥା ବାଲେଶ୍ୱର, ଭୁବନେଶ୍ୱର, ବ୍ରହ୍ମପୁର, କଟକ ଆଦିର ଏଫ୍‌ ଆଣ୍ଡ ବି ଶିଳ୍ପକୁ ବାସ୍‌ମତି ଚାଉଳ ଯୋଗାଉଛି। ଏହାର ବିରିଆନି ଚାଉଳ ଗୁଣାତ୍ମକ ମାନ, ସ୍ବାଦ ଓ ବିଭିନ୍ନ ପ୍ରକାର ମସଲାକୁ ଗ୍ରହଣ କରିବାର ଦକ୍ଷତା ପାଇଁ ପରିଚିତ। ବିଶେଷକରି ଉପଭୋକ୍ତାଙ୍କ ପାଇଁ ଏବେ ଉପଲବ୍ଧ ହୋଇଥିବା ବେଳେ ସର୍ବାଧିକ ମୁଣ୍ଡ ପିଛା ଚାଉଳ ଉପଯୋଗିତାର ରାଜ୍ୟ ଭାବେ (ଏନ୍‌ଏସ୍‌ଏସ୍‌ଓ ତଥ୍ୟ ଅନୁସାରେ) ପରିଗଣିତ ଓଡ଼ିଶାର ଚାଉଳ ଚାହିଦାକୁ ପୂରଣ କରିବା ଲାଗି ଓଲାମ୍‌ ଏଗ୍ରି ନିଜର ସ୍ଥିତିକୁ ସୁଦୃଢ଼ କରିଛି।
ଏ ସମ୍ପର୍କରେ ଓଲାମ୍‌ ଏଗ୍ରି ଇଣ୍ଡିଆର ଉପସଭାପତି (ଚାଉଳ ଓ ଶସ୍ୟ) ନୀତିନ ଗୁପ୍ତା କହିଛନ୍ତି, ଚାଉଳ ପ୍ରତି ସାଧାରଣରେ ସମସ୍ତଙ୍କର ଦୁର୍ବଳତା ରହିଥାଏ ଏବଂ ବାସ୍‌ମତି ଚାଉଳ ପ୍ରତି ଓଡ଼ିଶାର ଭଲ ପାଇବା ବେଶ୍‌ ଚମତ୍କାର ରହିଛି। ରାଜ୍ୟରେ ଆମର କିଛି ଉତ୍କୃଷ୍ଟ ଖାଦ୍ୟ ବିଶେଷଜ୍ଞ ଓ ଭୋଜନ ଉପଲବ୍ଧି ରହିଛି। ସେହିଭଳି ଏହାର ନୂଆ ଉପଭୋକ୍ତା ପ୍ୟାକେଜିଂ ସହ ହିଭେନ୍‌ସ ହାର୍ଭେଷ୍ଟ ୧୦କେଜି, ୨୫ କେଜି ଓ ୩୦ କେଜି ପ୍ୟାକ୍‌ରେ ବିକ୍ରି ହେଉଛି ଏବଂ ଟ୍ରୁ ଆର୍ଥ ୧କେଜି ଓ ୫ କେଜି ପ୍ୟାକ୍‌ରେ ସାରା ଓଡ଼ିଶାର ବଜାରରେ ଉପଲବ୍ଧ ହୋଇଛି। ସାରା ଭୁବନେଶ୍ୱରର ଖାଦ୍ୟ ଆତିଥେୟତା କ୍ଷେତ୍ରର ପ୍ରମୁଖ ବ୍ୟକ୍ତିବିଶେଷ ଓ ପେସାଦାର ବିରିୟାନ ସେଫ୍‌ମାନଙ୍କୁ ଏକତ୍ରିତ କରି ଏହି ଉପତ୍ାଦଗୁଡ଼ିକର ପ୍ରଚାର କରିବା ଲାଗି ଓଲାମ୍‌ ଏଗ୍ରି ପକ୍ଷରୁ ବଡ଼ ଧରଣର ହୋରେକୋ (ହୋଟେଲ-ରେସ୍ତୋରାଁ-କ୍ୟାଟରିଂ) କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି ଅବସରରେ ଯୋଗ ଦେଇଥିବା ଅଧିକାରୀଙ୍କ ଗହଣରେ ବାସ୍‌ମତି ବ୍ୟବସାୟ ମୁଖ୍ୟ ସଞ୍ଜୟ ବାସିତ୍‌, ନ୍ୟାଶନାଲ ସେଲ୍‌ ଓ ଡିଷ୍ଟ୍ରିବ୍ୟୁଶନ ମୁଖ୍ୟ କୁମାର ବିଶାଳ ସିଂ ଏବଂ ମାର୍କେଟିଂ ମ୍ୟାନେଜର ଜ୍ୟୋତ୍ସ୍ନା ଠାକୁର ପ୍ରମୁଖ ଉପସ୍ଥିତ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri