ରିଟେଲ ବ୍ୟବସାୟରେ ଓଲାମ୍‌ ଏଗ୍ରିର ପ୍ରବେଶ

ଭୁବନେଶ୍ୱର,୨୪ା୯: ଦେଶର ପ୍ରମୁଖ ଚାଉଳ ଉତ୍ପାଦନକାରୀ କମ୍ପାନୀ ଓଲାମ୍‌ ଏଗ୍ରି ପକ୍ଷରୁ ଓଡ଼ିଶା ବଜାରରେ ଦୀର୍ଘଦିନରୁ ସ୍ଥାପନ କରାଯାଇଥିବା ଉପସ୍ଥିତି ଅନୁସାରେ କମ୍ପାନୀ ଖୁଚୁରା ବଜାରରେ ମଧ୍ୟ ପ୍ରବେଶ କରଛି। ଏହାର ଦୀର୍ଘସ୍ଥାୟୀ ହିଭେନ୍‌ସ ହାର୍ଭେଷ୍ଟ ଓ ଟ୍ରୁ ଆର୍ଥ ବ୍ରାଣ୍ଡ୍‌କୁ ଉପଭୋକ୍ତା ମିତବ୍ୟୟୀ ପ୍ୟାକେଜିଂରେ ଉପସ୍ଥାପନ କରି ବାସ୍‌ମତି ଚାଉଳ ରିଟେଲ ବ୍ୟବସାୟ କ୍ଷେତ୍ରରେ ପ୍ରବେଶ କରିଥିବା ବେଳେ ଓଡ଼ିଶା ଏହା ପାଇଁ ହେଉଛି ଅନ୍ୟତମ ପ୍ରମୁଖ ବଜାର ଭାବେ ଉଭା ହୋଇଛି। ଅପରପକ୍ଷରେ ୨୦୨୨ ମଧ୍ୟଭାଗରୁ କମ୍ପାନୀ ରାଜ୍ୟର ପ୍ରମୁଖ ସହର ଯଥା ବାଲେଶ୍ୱର, ଭୁବନେଶ୍ୱର, ବ୍ରହ୍ମପୁର, କଟକ ଆଦିର ଏଫ୍‌ ଆଣ୍ଡ ବି ଶିଳ୍ପକୁ ବାସ୍‌ମତି ଚାଉଳ ଯୋଗାଉଛି। ଏହାର ବିରିଆନି ଚାଉଳ ଗୁଣାତ୍ମକ ମାନ, ସ୍ବାଦ ଓ ବିଭିନ୍ନ ପ୍ରକାର ମସଲାକୁ ଗ୍ରହଣ କରିବାର ଦକ୍ଷତା ପାଇଁ ପରିଚିତ। ବିଶେଷକରି ଉପଭୋକ୍ତାଙ୍କ ପାଇଁ ଏବେ ଉପଲବ୍ଧ ହୋଇଥିବା ବେଳେ ସର୍ବାଧିକ ମୁଣ୍ଡ ପିଛା ଚାଉଳ ଉପଯୋଗିତାର ରାଜ୍ୟ ଭାବେ (ଏନ୍‌ଏସ୍‌ଏସ୍‌ଓ ତଥ୍ୟ ଅନୁସାରେ) ପରିଗଣିତ ଓଡ଼ିଶାର ଚାଉଳ ଚାହିଦାକୁ ପୂରଣ କରିବା ଲାଗି ଓଲାମ୍‌ ଏଗ୍ରି ନିଜର ସ୍ଥିତିକୁ ସୁଦୃଢ଼ କରିଛି।
ଏ ସମ୍ପର୍କରେ ଓଲାମ୍‌ ଏଗ୍ରି ଇଣ୍ଡିଆର ଉପସଭାପତି (ଚାଉଳ ଓ ଶସ୍ୟ) ନୀତିନ ଗୁପ୍ତା କହିଛନ୍ତି, ଚାଉଳ ପ୍ରତି ସାଧାରଣରେ ସମସ୍ତଙ୍କର ଦୁର୍ବଳତା ରହିଥାଏ ଏବଂ ବାସ୍‌ମତି ଚାଉଳ ପ୍ରତି ଓଡ଼ିଶାର ଭଲ ପାଇବା ବେଶ୍‌ ଚମତ୍କାର ରହିଛି। ରାଜ୍ୟରେ ଆମର କିଛି ଉତ୍କୃଷ୍ଟ ଖାଦ୍ୟ ବିଶେଷଜ୍ଞ ଓ ଭୋଜନ ଉପଲବ୍ଧି ରହିଛି। ସେହିଭଳି ଏହାର ନୂଆ ଉପଭୋକ୍ତା ପ୍ୟାକେଜିଂ ସହ ହିଭେନ୍‌ସ ହାର୍ଭେଷ୍ଟ ୧୦କେଜି, ୨୫ କେଜି ଓ ୩୦ କେଜି ପ୍ୟାକ୍‌ରେ ବିକ୍ରି ହେଉଛି ଏବଂ ଟ୍ରୁ ଆର୍ଥ ୧କେଜି ଓ ୫ କେଜି ପ୍ୟାକ୍‌ରେ ସାରା ଓଡ଼ିଶାର ବଜାରରେ ଉପଲବ୍ଧ ହୋଇଛି। ସାରା ଭୁବନେଶ୍ୱରର ଖାଦ୍ୟ ଆତିଥେୟତା କ୍ଷେତ୍ରର ପ୍ରମୁଖ ବ୍ୟକ୍ତିବିଶେଷ ଓ ପେସାଦାର ବିରିୟାନ ସେଫ୍‌ମାନଙ୍କୁ ଏକତ୍ରିତ କରି ଏହି ଉପତ୍ାଦଗୁଡ଼ିକର ପ୍ରଚାର କରିବା ଲାଗି ଓଲାମ୍‌ ଏଗ୍ରି ପକ୍ଷରୁ ବଡ଼ ଧରଣର ହୋରେକୋ (ହୋଟେଲ-ରେସ୍ତୋରାଁ-କ୍ୟାଟରିଂ) କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି ଅବସରରେ ଯୋଗ ଦେଇଥିବା ଅଧିକାରୀଙ୍କ ଗହଣରେ ବାସ୍‌ମତି ବ୍ୟବସାୟ ମୁଖ୍ୟ ସଞ୍ଜୟ ବାସିତ୍‌, ନ୍ୟାଶନାଲ ସେଲ୍‌ ଓ ଡିଷ୍ଟ୍ରିବ୍ୟୁଶନ ମୁଖ୍ୟ କୁମାର ବିଶାଳ ସିଂ ଏବଂ ମାର୍କେଟିଂ ମ୍ୟାନେଜର ଜ୍ୟୋତ୍ସ୍ନା ଠାକୁର ପ୍ରମୁଖ ଉପସ୍ଥିତ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Bank Holiday: ଏପ୍ରିଲ ମାସରେ ୧୪ ଦିନ ବନ୍ଦ ରହିବ ବ୍ୟାଙ୍କ, ଦେଖନ୍ତୁ ଆରବିଆଇର ବ୍ୟାଙ୍କ ଛୁଟିଦିନ

ନୂଆଦିଲ୍ଲୀ,୨୯।୩: ଆସନ୍ତା ଏପ୍ରିଲ ମାସରେ ସମଗ୍ର ଦେଶରେ ପ୍ରାୟ ୧୪ ଦିନ ବନ୍ଦ ରହିବ ବ୍ୟାଙ୍କ। ଏପରି ପରିସ୍ଥିତିରେ, ଯଦି ବ୍ୟାଙ୍କଗୁଡିକରେ ଦୀର୍ଘ ସମୟ ଧରି...

ଏଚ୍‌ଏମ୍‌ଏସ୍‌ଆଇର ନୂଆ ମାଇଲଖୁଣ୍ଟ

ଭୁବନେଶ୍ୱର,୨୯ା୩: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ ଘରୋଇ ବଜାର (ଭାରତ)ରେ ୬ କୋଟିରୁ ଅଧିକ ଗାଡ଼ି ବିକ୍ରିକରି ନୂଆ ମାଇଲଖୁଣ୍ଟ ହାସଲ...

ବଜାରରେ ନାଲ୍‌କୋର ନୂତନ ଉତ୍ପାଦ

ଭୁବନେଶ୍ୱର,୨୯ା୩ (ଅଭୟ ଦାଶ): ଦେଶର ପ୍ରମୁଖ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ତଥା ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧୀନ ନବରତ୍ନ କମ୍ପାନୀ ‘ନାଲ୍‌କୋ’ର ନୂତନ ଉତ୍ପାଦ ‘ଆଲୁମିନିୟମ...

ପହିଲାରେ ଜମାହେବନି ୨୦୦୦ ଟଙ୍କିଆ

ଭୁବନେଶ୍ୱର,୨୯।୩(ଅନୁରାଧା ମହାରଣା): ୨୦୨୪ ଏପ୍ରିଲ ୧ରୁ ନୂତନ ଆର୍ଥିକ ବର୍ଷ ଆରମ୍ଭ ହୋବକୁ ଯାଉଛି। ନୂତନ ଆର୍ଥିକ ବର୍ଷର ପ୍ରଥମ ଦିନରେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର...

ଇପିଏଫ୍‌ଓରେ ଇ-କେୱାଇସି ବାଧ୍ୟତାମୂଳକ

ଭୁବନେଶ୍ୱର,୨୯।୩(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟନିଧି ସଙ୍ଗଠନ (ଇପିଏଫ୍‌ଓ)ରେ ସାରା ଦେଶରେ କୋଟି କୋଟି ସଂଖ୍ୟାରେ ଆକାଉଣ୍ଟଧାରୀ ଅଛନ୍ତି। ଗ୍ରାହକମାନଙ୍କ ପାଇଁ ଇପିଏଫ୍‌ଓ ପକ୍ଷରୁ ଇ-କେୱାଇସି ବାଧ୍ୟତାମୂଳକ...

ନିର୍ବାଚନବେଳେ ଜବତ ମଦ-ଟଙ୍କା କିଏ ରଖନ୍ତି, ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୨୮।୩: ଦେଶରେ ଲୋକ ସଭା ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ଲୋକ ସଭା ନିର୍ବାଚନର ତାରିଖ ମଧ୍ୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ଏହା...

ଗ୍ରାହକଙ୍କୁ ଝଟ୍‌କା ଦେଲା SBI, ଏପ୍ରିଲ ପହିଲାରୁ…

ନୂଆଦିଲ୍ଲୀ,୨୮।୩: ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏହାର ଗ୍ରାହକଙ୍କୁ ଦେଇଛି ବଡ଼ ଝଟ୍‌କା। ବ୍ୟାଙ୍କ ଡେବିଟ୍‌ କାର୍ଡ ଉପରେ ମେନ୍ଟେନାନ୍ସ...

ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ରେକର୍ଡ

ଭୁବନେଶ୍ୱର,୨୮।୩(ଅନୁରାଧା ମହାରଣା): ଗତ ଆର୍ଥିକ ବର୍ଷ ଭଳି ଚଳିତ ଆର୍ଥିକ ବର୍ଷରେ ମଧ୍ୟ ପୂର୍ବତଟ ରେଳପଥ ପଣ୍ୟ ପରିବହନରେନୂତନ ରେକର୍ଡ ହାସଲ କରିଛି। ୨୦୨୩ ଏପ୍ରିଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri