ଚାଟ୍‌ଜିପିଟି, ବାର୍ଡକୁ ମୁକାବିଲା କରିବା ପାଇଁ ଓଲା ଲଞ୍ଚ କଲା ସ୍ବଦେଶୀ AI ‘କୃତିମ’

ନୂଆଦିଲ୍ଲୀ,୨୬।୧: ଗଣତନ୍ତ୍ର ଦିବସ ଅବସରରେ ଓଲା କମ୍ପାନୀ ଏକ ବଡ଼ ଘୋଷଣା କରିଛି। କମ୍ପାନୀ ଭାରତର ସ୍ବଦେଶୀ AI ’କୃତିମ’ ଲଞ୍ଚ କରିଛି। ଚାଟ ଜିପିଟି ଓ ଗୁଗୁଲ ବାର୍ଡ ଲୋକଙ୍କ ମଧ୍ୟରେ ବେଶ ଲୋକପ୍ରିୟ ହେବାପରେ ଓଲାର ସ୍ବଦେଶୀ ଏଆଇ କୃତିମ ମାର୍କେଟରେ ଲଞ୍ଚ କରିଛି। କୃତିମ ଆର୍ଟିଫିସିଆଲର ହିନ୍ଦୀ ଅନୁବାଦ ଅଟେ।

ଓଲା ଏକ ବୟାନରେ କହିଛି ଯେ, ଏହି ଏଆଇର ମୂଲ୍ୟ ୧ ବିଲିୟନ ଡ଼ଲାର୍‌ ଏହି ଆଧାରରେ ଏହା ୫୦ ମିଲିୟନ ଡଲାର୍‌ ପାଣ୍ଠି ସଂଗ୍ରହ କରିଛି। କମ୍ପାନୀ ପ୍ରତିଷ୍ଠାତା ଭାବୀଶ ଅଗ୍ରୱାଲ କହିଛନ୍ତି, ଭାରତର ନିଜସ୍ବ ଏଆଇ ରହିବା ଉଚିତ।

କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ‘ଆର୍ଟିଫିସିଆଲ’ ବିଭିନ୍ନ ଭାଷାକୁ ସହଜରେ ବଦଳାଇପାରିବ। ଏକକାଳୀନ ବିଭିନ୍ନ ଭାଷାରେ କମାଣ୍ଡ ଦେଇପାରିବ। ଫେବୃଆରୀ ୨୦୨୪ରୁ ସାଧାରଣ ଲୋକମାନେ ଏହାର ବିଟା ସଂସ୍କରଣ ବ୍ୟବହାର କରିବାକୁ ସକ୍ଷମ ହେବେ।

Share