ବୁଧବାର ପ୍ରକାଶ ପାଇବ ଓଜେଇଇ ପରୀକ୍ଷାଫଳ

ଭୁବନେଶ୍ୱର,୨୬।୭(ବ୍ୟୁରୋ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ)-୨୨ର ଫଳ ବୁଧବାର ପ୍ରକାଶ ପାଇବ। ଦିନ ସାଢ଼େ ୧୧ଟାରେ ରେଜଲ୍ଟ ପ୍ରକାଶ କରାଯିବ। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ ପରୀକ୍ଷାଫଳ ଘୋଷଣା କରିବେ। ଅପରପକ୍ଷେ ଛାତ୍ରୀଛାତ୍ରମାନେ ojee.nic.in. ରେ ସେମାନଙ୍କ  ପରୀକ୍ଷାଫଳ ଦେଖିପାରିବେ। ତେବେ ଜୁଲାଇ ୪ରୁ ଓଜେଇଇ ପରୀକ୍ଷା ଆରମ୍ଭ ହୋଇ ୮ ତାରିଖ ଯାଏ ଚାଲିଥିଲା। ୫୭,୯୧୮ ଜଣ ଛାତ୍ରୀଛାତ୍ର ଏଥର ଓଜେଇଇ ଦେଇଥିଲେ।