ସୁନ୍ଦରଗଡ,୨୪।୪(ଜୟ ନାରାୟଣ ମେଣ୍ଡୁଳି): ବିବାହର ପ୍ରତଶ୍ରୁତି ଦେଇ ଜଣେ ଯୁବତୀଙ୍କୁ ବଳତ୍କାର କରିଥିବା ଅଭିଯୋଗରେ ସଦରଥାନା ପୋଲିସ ଏମ୍ସିଏଲ୍ରେ କାର୍ଯ୍ୟରତ ଓଡିଶା ଶିଳ୍ପାଞ୍ଚଳ ସୁରକ୍ଷା ପୋଲିସ (ଓଆଇଏସ୍ଏଫ୍) ଯବାନଙ୍କୁ ଗିରଫ କରି ଶୁକ୍ରବାର ସନ୍ଧ୍ୟାରେ କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତଙ୍କ ନାମ ଇଶାକ କିଡୋ(୩୨)। ତାଙ୍କ ଘର ତଳସରା ଥାନା ଅନ୍ତର୍ଗତ ଡମକୁଡା ଗାଁରେ।
କିଞ୍ଜିରିକେଲା ଥାନା ଅଞ୍ଚଳର ଏହି ଯୁବତୀଙ୍କ ସହିତ ଯବାନ ଜଣଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଏଥିମଧ୍ୟରେ ଅଭିଯୁକ୍ତ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ବଳାତ୍କାର କରିଥିଲେ। ପରବର୍ତ୍ତୀ ସମୟରେ ଯୁବତୀଜଣକ ତାଙ୍କୁ ବିବାହ ପାଇଁ କହିବାରୁ ସେ ମନା କରିଦେଇଥିଲେ। ଫଳରେ ଯୁବତୀ ଏ ସମ୍ପର୍କରେ ସଦରଥାନାରେ ଗୁରୁବାର ରିପୋର୍ଟ କରିଥିଲେ। ପୋଲିସ ତାଙ୍କୁ ଶୁକ୍ରବାର ଗିରଫ କରି ସାରେ କୋର୍ଟ ଚାଲାଣ କରିଛି । ପୋଲିସ ଅଭିଯୁକ୍ତ ଯବାନଙ୍କ ବିରୁଦ୍ଧରେ ସଦର ଥାନାରେ ବଳତ୍କାର ମାମଲା ନମ୍ବର ୨୧୪/୨୬ ରୁଜୁ କରିଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।
Dharitri – Odisha’s No.1 Odia Daily