ସମୁଦ୍ର ପାଣିରେ ତୈଳଯୁକ୍ତ ପ୍ରଦୂଷଣ ଆସ୍ତରଣ

ପାରାଦୀପ,୧୦ା୯(ଶରତ ରାଉତ)ପାରାଦୀପଠାରୁ କେନ୍ଦ୍ରାପଡ଼ା ଜିଲା ଗହୀରମଥା ପର୍ଯ୍ୟନ୍ତ ବେଳାଭୂମିରେ ଶନିବାର ସମୁଦ୍ର ପାଣିରେ ତୈଳଯୁକ୍ତ ପ୍ରଦୂଷଣ ଆସ୍ତରଣ ଦେଖାଦେଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ପ୍ରଘଟ ହେବା ପରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପିସିବି) ପାରାଦୀପ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଏକାଧିକ ସ୍ଥାନରୁ ସମୁଦ୍ର ପାଣିର ନମୁନା ସଂଗ୍ରହ କରାଯାଇଛି। ଅପରପକ୍ଷେ ତୈଳବିଶୋଧନାଗାର ପକ୍ଷରୁ ୭ ଜଣିଆ ଟିମ୍‌ ଘଟଣାସ୍ଥଳରେ ପହଞ୍ଚତ୍ ଅନୁଧ୍ୟାନ କରିଛନ୍ତି। ଏପରି ତୈଳଯୁକ୍ତ ପ୍ରଦୂଷଣ ଆସ୍ତରଣ ସମ୍ପର୍କରେ ଓଡ଼ିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ (ଓମ୍ଫା)ସଭାପତି ଶ୍ରୀକାନ୍ତ ପରିଡ଼ା କହିଛନ୍ତି, ଏଭଳି ଘଟଣା ୨ମାସ ହେଲା ହେଉଛି। ଏ ସମ୍ପର୍କରେ ସେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀଙ୍କୁ ଅବଗତ କରାଇଛନ୍ତି। ଏହାସତ୍ତ୍ୱେ କୌଣସି ପ୍ରତିକାର ହୋଇନାହିଁ। ଗତ ଶୁକ୍ରବାରଠାରୁ ଅଧିକ ମାତ୍ରାରେ ତୈଳ ଆସ୍ତରଣ ସମୁଦ୍ର ପାଣିରେ ଭାସୁଛି ବୋଲି ଅନେକ ମତ୍ସ୍ୟଜୀବୀ କହିଛନ୍ତି। ପରେ ଆମେ ମଧ୍ୟ ଏବେ ଦେଖୁଛୁ ସମୁଦ୍ର ବାଲିରେ ନୀଳ ରଙ୍ଗର ଦାଗ ରହିଛି। ଏହା ତୈଳବିଶୋଧନାଗାରରୁ ସମୁଦ୍ରରେ ଛଡ଼ାଯାଉଥିବା ପାଣିରେ ବାହାରୁଛି ବୋଲି ସେ କହିଛନ୍ତି। ଏହାଦ୍ୱାରା ମାଛ ବଂଶ ଲୋପ ପାଇବାକୁ ବସିଲାଣି। ତା’ସହ ଅନ୍ୟ ଜଳଜୀବ ମଧ୍ୟ ପ୍ରଭାବିତ ହେଉଛନ୍ତି। ପ୍ରଦୂଷଣ ବୋର୍ଡର ପରିବେଶ ଯନ୍ତ୍ରୀ ଦିବ୍ୟାଲୋଚନ ମହାପାତ୍ର ଘଟଣାସ୍ଥଳରେ ପାଣି ନମୁନା ସଂଗ୍ରହ କରିବାବେଳେ କହିଥିଲେ, ଏବେ ତେଲ ଆସ୍ତରଣ ସେତେ ଦେଖାଯାଉନାହିଁ। କେତେକ ସ୍ଥାନରେ ନୀଳ ରଙ୍ଗର ପ୍ରଦୂଷଣ ବାଲି ଓ ସମୁଦ୍ର ପାଣିର ନମୁନା ସଂଗ୍ରହ କରି ଆଣିଛୁ। ପରୀକ୍ଷା ପରେ ସ୍ପଷ୍ଟ ହେବ। ତୈଳବିଶୋଧନାଗାର ଟିମ୍‌ର ବରିଷ୍ଠ ଅଧିକାରୀ ଓମ୍‌ପ୍ରକାଶ କହିଛନ୍ତି, ଆମର କିଛି ତ୍ରୁଟି ହୋଇନାହିଁ। ଆମେ ସ୍ଲଜ ଅଏଲକୁ ଶୋଧନ କରିବା ପରେ ସେହି ପାଣି ସମୁଦ୍ରରେ ଛାଡୁଛୁ। ଯେଉଁ ଇଟିପି (ଇଫ୍ଲୁଏଣ୍ଟ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ)ଖରାପ ଅଛି ବୋଲି ଅଭିଯୋଗ ହେଉଛି ସେଠାକୁ ଗଲେ ଆପଣମାନେ ଦେଖିପାରିବେ। କିନ୍ତୁ ସେହି ଜାଗାକୁ ଯିବାପାଇଁ ମନା କରିଥିଲେ।
ସୂଚନାଯୋଗ୍ୟ, ତୈଳ ବିଶୋଧନାଗାର ମଧ୍ୟରେ ଇଟିପି ରହିଛି। ସେଠାରେ ସମସ୍ତ ବର୍ଜ୍ୟପାଣିକୁ ଶୋଧନ କରିବା ପରେ ସମୁଦ୍ରର ୨ କିମି ଭିତରେ ଛଡାଯାଏ। ଏହା ଆରମ୍ଭରୁ ଚାଲିଛି। ମାଟିତଳେ ଯାଇଥିବା ଏହି ପାଇପଲାଇନ ଦେଖିବା ପାଇଁ ସୁଯୋଗ ନାହିଁ। ଉକ୍ତ ଇଟିପିକୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ସମୟାନୁସାରେ ଯାଞ୍ଚ କରାଯାଇଥାଏ ବୋଲି ବୋର୍ଡ ଆଞ୍ଚଳିକ ଅଧିକାରୀ ପୁଷ୍କରଚନ୍ଦ୍ର ବେହେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

ବୁଲାଣି ରାସ୍ତାରେ ଅଘଟଣ: ଓଭରଟେକ୍‌ କରିବା ବେଳେ ଓଲଟି ପଡ଼ିଲା ବସ୍‌, ୧୪ ଯାତ୍ରୀ…

ଗଜପତି/ମୋହନା,୧୪।୨(ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର )): ଗଜପତି ଜିଲା ଚାନ୍ଦିପୁଟ କଲେଜ ନିକଟରେ ଥିବା ବୁଲାଣି ରାସ୍ତାରେ ଶନିବାର ବଡ଼ ଦୁର୍ଘଟଣା ଘଟିଛି। ରାସ୍ତାକଡ଼ରେ ଥିବା ମାଟି ଅତଡ଼ାରେ…

ନବ ନିଯୁକ୍ତ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କଲା କଂଗ୍ରେସ

କର୍ଲାମୁଣ୍ଡା:୧୪।୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତ ବିଜାପାଟିଠାରେ କଂଗ୍ରେସ ଦଳର ନବ ନିଯୁକ୍ତ କର୍ମକର୍ତ୍ତାଙ୍କ ଉଦ୍ଦେଶ୍ୟରେ ଏକ ସମ୍ବର୍ଦ୍ଧନା ସଭା ଶନିବାର…

ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି…

କୋରାପୁଟ,୧୪ା୨(ଅମିତାଭ ବେହେରା): କୋରାପୁଟ ନିକଟରେ ଏକ ମାଲବାହୀ ଟ୍ରେନର ଗୋଟିଏ ଓ୍ବାଗନ ଲାଇନଚ୍ୟୁତ ହୋଇଥିବା ଜଣାଯାଇଛି। କେ କେ ଲାଇନର ଦୟାନିଧିଗୁଡ଼ା-ମାନବାର ମଧ୍ୟରେ ଏହି ଓ୍ବାଗନ ଲାଇନଚ୍ୟୁତ…

ଲକ୍ଷ ଲକ୍ଷ ଟଙ୍କା ଠକେଇ: ଜୟଦୂର୍ଗା ଫାଉଣ୍ଡେସନ ଅଧ୍ୟକ୍ଷା ଗିରଫ

ହାଟଡିହୀ,୧୪।୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଜଳକଳଙ୍ଗ ଗ୍ରାମର ସୁରେଶରୀ ସାଗରିକା ଜେନା ନାମ୍ନୀ ଜଣେ ମହିଳାଙ୍କୁ କେନ୍ଦୁଝର ଜିଲା ନନ୍ଦିପଦା ପୋଲିସ ସହାୟତାରେ ଖଣ୍ଡଗିରି…

ପ୍ରେମ ସପ୍ତାହରେ ପଢ଼ାଉଥିଲେ ପ୍ରେମପାଠ, ଛାତ୍ରୀଙ୍କୁ ଗୁଲଗୁଲା-ସିଙ୍ଗଡ଼ା ଡାକି ବନ୍ଧାହେଲେ ବିଜ୍ଞାନ ଶିକ୍ଷକ

ଦେବଗଡ଼,୧୪ା୨(ଶଶାଙ୍କ ଶେଖର ଝାଙ୍କର): ପ୍ରେମ ସପ୍ତାହରେ ବିଜ୍ଞାନ ଶିକ୍ଷକ ସ୍କୁଲ ଛାତ୍ରୀଙ୍କୁ ପ୍ରେମର ପାଠ ପଢ଼ାଉଥିବା ଘଟଣାରେ ଶନିବାର ଗିରଫ ହେଇଥିବା ଜଣାପଡ଼ିଛି। ଖବର ମୁତାବକ କୁଣ୍ଢେଇଗୋଳା…

ବିଧାୟକଙ୍କ ବଡ଼ ବୟାନ: ଏଣିକି ତଡ଼ିପାର୍‌ ହେବେ ସହରର…

ବରଗଡ଼,୧୪ା୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ବିକାଶ ଆଡ଼କୁ ମୁହାଁଉଛି। ମାତ୍ର ଏଠାରେ ଆଇନଶୃଙ୍ଖଳା ତଥା ସୁରକ୍ଷା ବ୍ୟବସ୍ଥା ହୁଗୁଳା ହୋଇପଡ଼ିଛି। ସ୍ଥାନୀୟ ଯୁବପିଢ଼ି ନିଶାଖୋର୍‌ ହୋଇ ପଥଭ୍ରଷ୍ଟ…

ଜୀବିତ ବୃଦ୍ଧାଙ୍କୁ ମୃତ ସଜାଇ ୪ ବର୍ଷ ହେଲା ମୁହଁରୁ ଦାନା ଛଡ଼ାଇ ନେଇଛନ୍ତି, ଏଯାଏ ମିଳିନି ଆବାସ କି…

ଥୁଆମୂଳ ରାମପୁର,୧୪ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଅଡ୍ରି ପଞ୍ଚାୟତସ୍ଥିତ ଦୋଲଗୁଡ଼ା (ଟଟା ପଡ଼ା) ଗ୍ରାମରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଛି, ତାହା ବିକାଶର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri