ବଢ଼ି ଚାଲିଛି ତେଲ ଚୋରି

ପାରାଦୀପ,୧୨।୩(ସ୍ବ.ପ୍ର.): ଦେଶରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବୃଦ୍ଧି ପରେ ଲୋକେ ହସ୍ତସନ୍ତ ହେଉଛନ୍ତି। ଏହାକୁ ନେଇ ଲୋକ ସଭାଠାରୁ ଆରମ୍ଭ କରି ପେଟ୍ରୋଲ ଟାଙ୍କି ପର୍ଯ୍ୟନ୍ତ ବିରୋଧ ଜାରି ରହିଛି। ତେବେ ପାରାଦୀପରେ ତେଲ ଚୋରା କାରବାର ଚାଲିଛି। ରାଷ୍ଟ୍ରାୟତ୍ତ ତେଲ କମ୍ପାନୀ ଡିପୋରୁ ବିଭିନ୍ନ ସ୍ଥାନ ଓ କୋଷ୍ଟଗାର୍ଡ ଜାହାଜକୁ ଯାଉଥିବା ଟ୍ୟାଙ୍କଲରରୁ ଚୋରି ମାତ୍ରା ବଢ଼ିବାରେ ଲାଗିଛି। ଜାନୁୟାରୀ ୩୧ରେ ଜବତ ହୋଇଥିବା ୬,୬୦୦ ଲିଟର ତେଲର ପତ୍ତା ପାଉନି ପୋଲିସ। ସବୁ ପ୍ରକାର କଟକଣା ସତ୍ତ୍ୱେ ଟ୍ୟାଙ୍କଲରରୁ ତେଲ ଚୋରି କେମିତି ହେଉଛି ତାକୁ ନେଇ ଚାଲିଛି ଖୋଳତାଡ଼। କେଉଁ କୌଶଳରେ ଚୋରା ତେଲ ବେପାରୀ ଓ ଗାଡିର ଚାଳକ ଟାଙ୍କି ଲକ୍‌ ଖୋଲୁଛନ୍ତି ତା’ର ଉତ୍ତର ପୋଲିସ, ତେଲ କମ୍ପାନୀ କି ଓଜନ ପରିମାପକ ବିଭାଗ ଦେଇ ପାରୁନାହାନ୍ତି। ତଦନ୍ତରେ ଟ୍ୟାଙ୍କଲର ଗାଡିର ଅଲଗା ଅଲଗା ଟାଙ୍କିରେ ତେଲ ମାପିବା ବେଳେ ପାର୍ଥକ୍ୟ ରହୁଛି। ଏମିତି ଅନେକ ଗୋପନୀୟ ଘଟଣା ସମ୍ପର୍କରେ ଉଚ୍ଚପଦସ୍ଥ ପୋଲିସ ଅଫିସର ତଦନ୍ତ କରି ନାକେଦମ୍‌ ହୋଇ ସାରିଲେଣି।
ପାରାଦୀପରେ ଚୋରା ତେଲ କାରବାର ସମ୍ପର୍କରେ ଚର୍ଚ୍ଚା ହେବାରୁ ଲକ୍‌ ଥାନା ପୋଲିସ ଜାନୁୟାରୀ ୨୯ରେ କେତେକ ସ୍ଥାନରେ ଚଢାଉ କରିଥିଲା। ଉଦୟବଟ ଧାମ ସଂଲଗ୍ନ ପୁରୁଣା ମାର୍କେଟ ଘରେ ଯାଞ୍ଚ କରିବାରେ ୩୩ ବ୍ୟାରେଲ ତେଲ ଜବତ ହୋଇଥିଲା। ବ୍ୟାରେଲଗୁଡିକ ୭୦୯ ମିନିଟ୍ରକରେ ଲୋଡ୍‌ ହେଉଥିଲା, ଯାହାର ପରିମାଣ ୬ ହଜାର ଲିଟର ଥିଲା। ଗାଡି ଓ ତେଲ ଜବତ ସହ ଚାଳକ ଜିତେନ ସାମଲଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। ଏ ସମ୍ପର୍କରେ ନଂ. ୨୫/୨୧ରେ ମାମଲା ରୁଜୁ ହୋଇଛି। ଏତେ ତେଲ ଚୋରି ସମ୍ପର୍କରେ ସେତେବେଳେ ଜିଲାପାଳଙ୍କୁ ଅବଗତ କରାଯିବାରେ ଏ ପ୍ରସଙ୍ଗରେ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଏହିକ୍ରମରେ ମାମଲାର ତଦନ୍ତ ଡିଏସ୍‌ପି ପୂର୍ଣ୍ଣ ପ୍ରଧାନ କରୁଛନ୍ତି। ଦେଢମାସ ତଦନ୍ତରେ ଆଇଓସିଏଲ ଟର୍ମିନାଲରୁ କୋଷ୍ଟଗାର୍ଡ ପାଟ୍ରୋଲିଂ ଜାହାଜ ପାଖକୁ ଯାଉଥିବା ତେଲ ଚୋରି ହୋଇଥିଲା ବୋଲି ସ୍ପଷ୍ଟ ହୋଇଛି। ଏହାପରେ ପୋଲିସ ଓଜନ ପରିମାପକ ବିଭାଗର ଅଧିକାରୀ ଓ ଆଇଓସିଏଲ ଟର୍ମିନାଲର ତେଲ ମାପ କରୁଥିବା ଅଧିକାରୀ ଦିଲୀପ ମହାପାତ୍ରଙ୍କ ଉପସ୍ଥିତିରେ ଗୋଟିଏ ଟ୍ୟାଙ୍କଲର ତେଲ ମାପି ଥିଲେ। ସେଥିରେ ଜଣାପଡିଲା ଯେ, ଟ୍ୟାଙ୍କଲରର ଗୋଟିଏ ଟାଙ୍କିରେ ତେଲ ପରିମାପକ ସ୍କେଲ ବୁଡାଇଲେ କାଗଜରେ ଦର୍ଶାଯାଇଥିବା ପରିମାଣ ଠିକ୍‌ ରହିଛି। ସେହି ଟାଙ୍କିର କିଛି ବ୍ୟବଧାନରେ ମାପିଲେ ୨୦୦ ଲିଟର କମ୍‌ ରହୁଛି। ଏହାର କାରଣ ଖୋଜିବାରେ ଜଣାପଡିଲା ଗାଡି ମାଲିକ ଓ ଚାଳକ ଟାଙ୍କିକୁ ତିଆରି ବେଳେ ସେହିଭଳି ତିଆରି କରିଛନ୍ତି। ଆଉ କେତେକ ଗାଡିର ତଳ ପ୍ଲେଟରେ ଜଗ୍‌ ଲଗାଇ ଉପର ତଳ କରିବା ବ୍ୟବସ୍ଥା କରାଯାଇଛି।

ଟ୍ୟାଙ୍କଲରର ଲକ୍‌ ବ୍ୟବସ୍ଥା
୬ ମାସ ପୂର୍ବରୁ ପ୍ରତି ଟ୍ୟାଙ୍କଲର ଗାଡ଼ିରେ ତେଲ ବୋଝେଇ ପରେ ତାଲା ପକା ଯାଉଥିଲା। ଏହାର ଚାବି ଟ୍ରାନ୍ସପୋର୍ଟର କିମ୍ବା ଟାଙ୍କି ମାଲିକ ପାଖରେ ରୁହେ। ଏହାସତ୍ତ୍ୱେ କେତେଜଣ ଚାଳକ ଚଞ୍ଚକତା କରି ନକଲି ଚାବିରେ ତାଲା ଖୋଲି ଚୋରି କଲେ। ଏବେ ପ୍ରାୟ ଅଧିକାଂଶ ଗାଡିରେ ଇଏମ(ଇଲେଟ୍ରୋନିକ ମ୍ୟାଗ୍ନେଟିଭ୍‌)ଲକ୍‌ ବ୍ୟବସ୍ଥା କରାଯାଇଛି। ଏହି ଲକ୍‌ର ଓଟିପି କେବଳ ରିସିଭର (ପେଟ୍ରୋଲ ଟାଙ୍କି ମାଲିକ) ପାଖକୁ ଯାଇଥାଏ। ସେହି ଓଟିପି ବ୍ୟବହାର କଲେ ଯାଇ ତେଲ ଟ୍ୟାଙ୍କଲରରୁ ବାହାରି ପାରିବ। ଏହାସତ୍ତ୍ୱେ ଗାଡିରୁ ତେଲ ଚୋରି ହେବାରୁ ଏହାର କାରଣ ଜାଣିବାକୁ ଆଇଓସିଏଲ ଟର୍ମିନାଲକୁ ଚିଠି କରାଯାଇଛି ବୋଲି ତଦନ୍ତକାରୀ ଅଧିକାରୀ ପ୍ରଧାନ କହିଛନ୍ତି। କୋଷ୍ଟଗାର୍ଡ ଭଳି ପ୍ରତିରକ୍ଷା ବିଭାଗକୁ ଯାଉଥିବା ତେଲ କିପରି ଚୋରି ହେଇଛି ତା’ର କୌଣସି ଟେର୍‌ ମିଳୁନି। ଏ ସମ୍ପର୍କରେ ତଦନ୍ତକାରୀ ଅଧିକାରୀ ଡିଏସ୍‌ପି ପ୍ରଧାନ କୁହନ୍ତି, ସମଗ୍ର ଘଟଣାର ତଦନ୍ତ ସବୁଦିଗରୁ କରାଯାଉଛି। ସମ୍ପୃକ୍ତ ଟ୍ୟାଙ୍କଲର ଚାଳକ ଫେରାର ଅଛନ୍ତି। ଏବେ ସେ ସମ୍ପର୍କରେ ସୂଚନା ଦେଇହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri