ବଢ଼ି ଚାଲିଛି ତେଲ ଚୋରି

ପାରାଦୀପ,୧୨।୩(ସ୍ବ.ପ୍ର.): ଦେଶରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବୃଦ୍ଧି ପରେ ଲୋକେ ହସ୍ତସନ୍ତ ହେଉଛନ୍ତି। ଏହାକୁ ନେଇ ଲୋକ ସଭାଠାରୁ ଆରମ୍ଭ କରି ପେଟ୍ରୋଲ ଟାଙ୍କି ପର୍ଯ୍ୟନ୍ତ ବିରୋଧ ଜାରି ରହିଛି। ତେବେ ପାରାଦୀପରେ ତେଲ ଚୋରା କାରବାର ଚାଲିଛି। ରାଷ୍ଟ୍ରାୟତ୍ତ ତେଲ କମ୍ପାନୀ ଡିପୋରୁ ବିଭିନ୍ନ ସ୍ଥାନ ଓ କୋଷ୍ଟଗାର୍ଡ ଜାହାଜକୁ ଯାଉଥିବା ଟ୍ୟାଙ୍କଲରରୁ ଚୋରି ମାତ୍ରା ବଢ଼ିବାରେ ଲାଗିଛି। ଜାନୁୟାରୀ ୩୧ରେ ଜବତ ହୋଇଥିବା ୬,୬୦୦ ଲିଟର ତେଲର ପତ୍ତା ପାଉନି ପୋଲିସ। ସବୁ ପ୍ରକାର କଟକଣା ସତ୍ତ୍ୱେ ଟ୍ୟାଙ୍କଲରରୁ ତେଲ ଚୋରି କେମିତି ହେଉଛି ତାକୁ ନେଇ ଚାଲିଛି ଖୋଳତାଡ଼। କେଉଁ କୌଶଳରେ ଚୋରା ତେଲ ବେପାରୀ ଓ ଗାଡିର ଚାଳକ ଟାଙ୍କି ଲକ୍‌ ଖୋଲୁଛନ୍ତି ତା’ର ଉତ୍ତର ପୋଲିସ, ତେଲ କମ୍ପାନୀ କି ଓଜନ ପରିମାପକ ବିଭାଗ ଦେଇ ପାରୁନାହାନ୍ତି। ତଦନ୍ତରେ ଟ୍ୟାଙ୍କଲର ଗାଡିର ଅଲଗା ଅଲଗା ଟାଙ୍କିରେ ତେଲ ମାପିବା ବେଳେ ପାର୍ଥକ୍ୟ ରହୁଛି। ଏମିତି ଅନେକ ଗୋପନୀୟ ଘଟଣା ସମ୍ପର୍କରେ ଉଚ୍ଚପଦସ୍ଥ ପୋଲିସ ଅଫିସର ତଦନ୍ତ କରି ନାକେଦମ୍‌ ହୋଇ ସାରିଲେଣି।
ପାରାଦୀପରେ ଚୋରା ତେଲ କାରବାର ସମ୍ପର୍କରେ ଚର୍ଚ୍ଚା ହେବାରୁ ଲକ୍‌ ଥାନା ପୋଲିସ ଜାନୁୟାରୀ ୨୯ରେ କେତେକ ସ୍ଥାନରେ ଚଢାଉ କରିଥିଲା। ଉଦୟବଟ ଧାମ ସଂଲଗ୍ନ ପୁରୁଣା ମାର୍କେଟ ଘରେ ଯାଞ୍ଚ କରିବାରେ ୩୩ ବ୍ୟାରେଲ ତେଲ ଜବତ ହୋଇଥିଲା। ବ୍ୟାରେଲଗୁଡିକ ୭୦୯ ମିନିଟ୍ରକରେ ଲୋଡ୍‌ ହେଉଥିଲା, ଯାହାର ପରିମାଣ ୬ ହଜାର ଲିଟର ଥିଲା। ଗାଡି ଓ ତେଲ ଜବତ ସହ ଚାଳକ ଜିତେନ ସାମଲଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। ଏ ସମ୍ପର୍କରେ ନଂ. ୨୫/୨୧ରେ ମାମଲା ରୁଜୁ ହୋଇଛି। ଏତେ ତେଲ ଚୋରି ସମ୍ପର୍କରେ ସେତେବେଳେ ଜିଲାପାଳଙ୍କୁ ଅବଗତ କରାଯିବାରେ ଏ ପ୍ରସଙ୍ଗରେ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଏହିକ୍ରମରେ ମାମଲାର ତଦନ୍ତ ଡିଏସ୍‌ପି ପୂର୍ଣ୍ଣ ପ୍ରଧାନ କରୁଛନ୍ତି। ଦେଢମାସ ତଦନ୍ତରେ ଆଇଓସିଏଲ ଟର୍ମିନାଲରୁ କୋଷ୍ଟଗାର୍ଡ ପାଟ୍ରୋଲିଂ ଜାହାଜ ପାଖକୁ ଯାଉଥିବା ତେଲ ଚୋରି ହୋଇଥିଲା ବୋଲି ସ୍ପଷ୍ଟ ହୋଇଛି। ଏହାପରେ ପୋଲିସ ଓଜନ ପରିମାପକ ବିଭାଗର ଅଧିକାରୀ ଓ ଆଇଓସିଏଲ ଟର୍ମିନାଲର ତେଲ ମାପ କରୁଥିବା ଅଧିକାରୀ ଦିଲୀପ ମହାପାତ୍ରଙ୍କ ଉପସ୍ଥିତିରେ ଗୋଟିଏ ଟ୍ୟାଙ୍କଲର ତେଲ ମାପି ଥିଲେ। ସେଥିରେ ଜଣାପଡିଲା ଯେ, ଟ୍ୟାଙ୍କଲରର ଗୋଟିଏ ଟାଙ୍କିରେ ତେଲ ପରିମାପକ ସ୍କେଲ ବୁଡାଇଲେ କାଗଜରେ ଦର୍ଶାଯାଇଥିବା ପରିମାଣ ଠିକ୍‌ ରହିଛି। ସେହି ଟାଙ୍କିର କିଛି ବ୍ୟବଧାନରେ ମାପିଲେ ୨୦୦ ଲିଟର କମ୍‌ ରହୁଛି। ଏହାର କାରଣ ଖୋଜିବାରେ ଜଣାପଡିଲା ଗାଡି ମାଲିକ ଓ ଚାଳକ ଟାଙ୍କିକୁ ତିଆରି ବେଳେ ସେହିଭଳି ତିଆରି କରିଛନ୍ତି। ଆଉ କେତେକ ଗାଡିର ତଳ ପ୍ଲେଟରେ ଜଗ୍‌ ଲଗାଇ ଉପର ତଳ କରିବା ବ୍ୟବସ୍ଥା କରାଯାଇଛି।

ଟ୍ୟାଙ୍କଲରର ଲକ୍‌ ବ୍ୟବସ୍ଥା
୬ ମାସ ପୂର୍ବରୁ ପ୍ରତି ଟ୍ୟାଙ୍କଲର ଗାଡ଼ିରେ ତେଲ ବୋଝେଇ ପରେ ତାଲା ପକା ଯାଉଥିଲା। ଏହାର ଚାବି ଟ୍ରାନ୍ସପୋର୍ଟର କିମ୍ବା ଟାଙ୍କି ମାଲିକ ପାଖରେ ରୁହେ। ଏହାସତ୍ତ୍ୱେ କେତେଜଣ ଚାଳକ ଚଞ୍ଚକତା କରି ନକଲି ଚାବିରେ ତାଲା ଖୋଲି ଚୋରି କଲେ। ଏବେ ପ୍ରାୟ ଅଧିକାଂଶ ଗାଡିରେ ଇଏମ(ଇଲେଟ୍ରୋନିକ ମ୍ୟାଗ୍ନେଟିଭ୍‌)ଲକ୍‌ ବ୍ୟବସ୍ଥା କରାଯାଇଛି। ଏହି ଲକ୍‌ର ଓଟିପି କେବଳ ରିସିଭର (ପେଟ୍ରୋଲ ଟାଙ୍କି ମାଲିକ) ପାଖକୁ ଯାଇଥାଏ। ସେହି ଓଟିପି ବ୍ୟବହାର କଲେ ଯାଇ ତେଲ ଟ୍ୟାଙ୍କଲରରୁ ବାହାରି ପାରିବ। ଏହାସତ୍ତ୍ୱେ ଗାଡିରୁ ତେଲ ଚୋରି ହେବାରୁ ଏହାର କାରଣ ଜାଣିବାକୁ ଆଇଓସିଏଲ ଟର୍ମିନାଲକୁ ଚିଠି କରାଯାଇଛି ବୋଲି ତଦନ୍ତକାରୀ ଅଧିକାରୀ ପ୍ରଧାନ କହିଛନ୍ତି। କୋଷ୍ଟଗାର୍ଡ ଭଳି ପ୍ରତିରକ୍ଷା ବିଭାଗକୁ ଯାଉଥିବା ତେଲ କିପରି ଚୋରି ହେଇଛି ତା’ର କୌଣସି ଟେର୍‌ ମିଳୁନି। ଏ ସମ୍ପର୍କରେ ତଦନ୍ତକାରୀ ଅଧିକାରୀ ଡିଏସ୍‌ପି ପ୍ରଧାନ କୁହନ୍ତି, ସମଗ୍ର ଘଟଣାର ତଦନ୍ତ ସବୁଦିଗରୁ କରାଯାଉଛି। ସମ୍ପୃକ୍ତ ଟ୍ୟାଙ୍କଲର ଚାଳକ ଫେରାର ଅଛନ୍ତି। ଏବେ ସେ ସମ୍ପର୍କରେ ସୂଚନା ଦେଇହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri