ତୈଳଭଣ୍ଡାର ବନାମ କଳାପଥର ଖାଦାନ

ଯାଜପୁର,୨।୧୨(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ତହସିଲ ଡଙ୍କାରୀ ପାହାଡ଼ ପାଦଦେଶରେ ଦେଶର ୪ର୍ଥ ବୃହତ୍‌ ଚଣ୍ଡିଖୋଲ ଭୂତଳ ତୈଳ ସଂରକ୍ଷଣ ଭଣ୍ଡାର ପ୍ରତିଷ୍ଠା ପାଇଁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ମିଳିଥିଲା। ହେଲେ ଏହି ପ୍ରକଳ୍ପ ନିର୍ମାଣ ଦ୍ୱାରା ପ୍ରାୟ ୧୬ଟି କଳାପଥର ଖାଦାନରୁ ଆଦାୟ ହେଉଥିବା ୧୪୧୩ କୋଟି ୮୬ ଲକ୍ଷ ୯୧ ହଜାର ୮୩୦ ଟଙ୍କା ରାଜ୍ୟ ସରକାର ରାଜସ୍ବ ହରାଇବେ ବୋଲି ଜିଲା ପ୍ରଶାସନ ପକ୍ଷରୁ ଆକଳନ କରାଯାଇ ରିପୋର୍ଟ ଦିଆଯାଇଥିଲା। ଏଭଳି ଭାବେ ପରୋକ୍ଷରେ ଏହି ପ୍ରକଳ୍ପ ପ୍ରତିଷ୍ଠା କରାଇ ନ ଦେବାକୁ ସେତେବେଳେ ଷଡଯନ୍ତ୍ର ରଚାଯାଇଥିଲା ବୋଲି ଚର୍ଚ୍ଚା ହୋଇଥିଲା। ଲଘୁ ଖଣିଜ ଦ୍ରବ୍ୟ ତଥା ମୂଲ୍ୟବାନ ଗ୍ରାନାଇଟ ପଥରରେ ଭରପୂର ଡଙ୍କାରୀ ପାହାଡର ମାତ୍ର ୧୫ ପ୍ରତିଶତ ଅଞ୍ଚଳ ଏହି ତୈଳ ଭଣ୍ଡାର ପରିସରଭୁକ୍ତ ହେବ ବୋଲି ଇଣ୍ଡିଆନ ଷ୍ଟ୍ରାଟେଜିକ୍‌ ପେଟ୍ରୋଲିୟମ ରିଜର୍ଭ ଲିଃ (ଆଇଏସ୍‌ପିଆର୍‌ଏଲ୍‌)ର ଡେପୁଟି ସିଇଓ ଅଜୟ ଦାସୋରେ ସ୍ପଷ୍ଟ କରିଥିଲେ। ତଥାପି ୬ ବର୍ଷ ହେଲା ଏହି ପ୍ରକଳ୍ପ ଝୁଲିରହିଛି। ଇତିମଧ୍ୟରେ ରାଜ୍ୟ ସରକାର ସେହି ଡଙ୍କାରୀ ପାହାଡ ପାର୍ଶ୍ୱ ବରଡ଼ା ମୌଜାରେ ଅଣ୍ଡର ଗ୍ରାଉଣ୍ଡ୍‌ ଡିଜେଲ ଷ୍ଟୋରେଜ(ଭୂତଳ ଡିଜେଲ ଭଣ୍ଡାର) ପ୍ରତିଷ୍ଠା କରିବାକୁ ଯୋଜନା କରିଛନ୍ତି। ଅନୁରୂପ ଭାବେ ବରଡ଼ା ମୌଜାରେ ମଧ୍ୟ ୫ଟି ମୂଲ୍ୟବାନ କଳାପଥର ଖାଦାନ ରହିଛି। ତେଣୁ ସୁରକ୍ଷା ଓ ନିରାପଦ ଦୃଷ୍ଟିରୁ ଉକ୍ତ ଖାଦାନଗୁଡ଼ିକୁ ବନ୍ଦ କରାଯାଇପାରେ। ଏହିକ୍ରମରେ ପ୍ରସ୍ତାବିତ ଭୂତଳ ଡିଜେଲ ଭଣ୍ଡାର ପ୍ରକଳ୍ପ ବି ସଫଳ ହେବ କି ନାହିଁ ସେନେଇ ସନ୍ଦେହ ସୃଷ୍ଟି ହେଉଛି।
ରାଜ୍ୟ ସରକାରଙ୍କ ଗ୍ରାମ୍ୟ ନିର୍ମାଣ ବିଭାଗ ଜାରକା ଡିଭିଜନର ନିର୍ବାହୀ ଯନ୍ତ୍ରୀଙ୍କ ପତ୍ରରୁ ମିଳିଥିବା ସୂଚନା ଅନୁସାରେ ବରଡ଼ା ମୌଜାରେ ଏକ ଭୂତଳ ଡିଜେଲ ଭଣ୍ଡାର ପ୍ରତିଷ୍ଠା କରିବାକୁ ଯୋଜନା ରହିଛି। ୧୨ା୧୧ା୨୦୨୪ରେ ନିର୍ବାହୀ ଯନ୍ତ୍ରୀ ତାଙ୍କ ପତ୍ରସଂଖ୍ୟା ୫୦୭୬ରେ ଯାଜପୁରର ଅତିରିକ୍ତ ଜିଲାପାଳଙ୍କୁ ଏହି ପ୍ରକଳ୍ପ ପ୍ରତିଷ୍ଠା ହେଲେ କୌଣସି ସମସ୍ୟା ହେବ ନାହିଁ ବୋଲି ଏନ୍‌ଓସି ପ୍ରଦାନ କରିଛନ୍ତି। ତେବେ ଏହି ପ୍ରକଳ୍ପର ଅନ୍ୟାନ୍ୟ ବିଷୟ ତଥା ବ୍ୟୟ ଅଟକଳ, ଜମି ପରିମାଣ ଇତ୍ୟାଦି ସଂକ୍ରାନ୍ତରେ ଏଯାଏ ସୂଚନା ମିଳି ପାରିନାହିଁ। ସୂଚନାଯୋଗ୍ୟ ଯେ, ବରଡ଼ା ମୌଜାରେ ପ୍ରାୟ ୪୦ ଏକର ଅଞ୍ଚଳରେ ୫ଟି କଳାପଥର ଖାଦାନ ରହିଛି। ସେଥିରୁ ଅଜିତ ସାହୁଙ୍କୁ ୪ଟି ଏବଂ ପ୍ରକାଶ ନାୟକଙ୍କୁ ୧ଟି ଖାଦାନ ଲିଜ୍‌ ସୂତ୍ରରେ ଦିଆଯାଇଛି। ତେବେ ଜରିମାନା ଦାଖଲ ନୋଟିସ ପରେ ଅଜିତଙ୍କ ୪ଟି ଖାଦାନ ବନ୍ଦ ପଡ଼ିଥିବା ସୂଚନା ମିଳିଛି। ଏହି ମୌଜାରୁ ରାଜ୍ୟ ସରକାର ବାର୍ଷିକ ପ୍ରାୟ ୨ କୋଟି ଟଙ୍କା ରାଜସ୍ବ ପାଉଛନ୍ତି। ଡଙ୍କାରୀ ପାହାଡ଼ରେ ଭୂତଳ ତୈଳ ସଂରକ୍ଷଣ ଭଣ୍ଡାର ପ୍ରକଳ୍ପ ଝୁଲିରହିବା ପଛରେ କଳାପଥର ଖାଦାନରୁ ରାଜସ୍ବ ଆୟ ଏବଂ ପ୍ରଭାବଶାଳୀଙ୍କ ପ୍ରଭାବ ବୋଲି କୁହାଯାଉଛି। ତେଣୁ କଳାପଥର ଖାଦାନ ଅଞ୍ଚଳରେ ପୁଣି ଭୂତଳ ଡିଜେଲ ଭଣ୍ଡାର ନିର୍ମାଣ ପ୍ରସ୍ତାବ କେତେଦୂର କାର୍ଯ୍ୟକାରୀ ହେଉଛି ତାହା ସମୟ ହିଁ କହିବ ବୋଲି ସାଧାରଣରେ ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ନେତାଙ୍କୁ ଛୁରି ଭୁସି ହତ୍ୟା, ରକ୍ତ ଜୁଡୁବୁଡୁ ଅବସ୍ଥାରେ…

ଭବାନୀପାଟଣା,୫।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ. ରାମପୁର ଥାନା ଡମକର୍ଲାଖୁଣ୍ଟାର ସରପଞ୍ଚ ସ୍ନିଗ୍ଧା ରଣାଙ୍କ ସ୍ୱାମୀ ତଥା ଭାଜପା ନେତା ଫକୀର ରଣାଙ୍କୁ ବୁଧବାର ସନ୍ଧ୍ୟାରେ…

ଉଠୁନି ଚାଉଳ.. ଏବେଠୁ ଧାନ ବିକ୍ରି ଚିନ୍ତା, ଲୋକ ସଭାରେ ପ୍ରଶ୍ନ ଉଠାଇଲେ ବରଗଡ଼ ଏମପି

ବରଗଡ଼,୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଚାଷ କାର୍ଯ ଜାରି ରହିଛି । ଆଉ ଅଢ଼େଇ ମାସରୁ ୩ମାସ ମଧ୍ୟରେ ଧାନ ଅମଳ ହେବ ଏବଂ ଏହାପରେ…

ବିନା ଲାଇସେନ୍ସରେ ବିକ୍ରି ହେଉଥିଲା ବିଦେଶୀ ମଦ, ଫାଷ୍ଟଫୁଡ୍ ଦୋକାନରେ ଚଢ଼ାଉ କରି ଧରିଲା ପୋଲିସ

ଦିଗପହଣ୍ଡି,୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ଛକରେ ଥିବା ସମୀର ରାଉତଙ୍କ ଫାଷ୍ଟଫୁଡ୍ ଦୋକାନରୁ ୫୮ ବୋତଲ ବିଦେଶୀ ମଦ ଜବତ…

ଜଗପାଡୁ ବଡବନ୍ଧର ପୁନରୁଦ୍ଧାର ପାଇଁ ଅଣ୍ଟା ଭିଡିଲେ ବିଧାୟକ ରୂପେଶ, ସ୍ଥିତି ସମୀକ୍ଷା ପରେ….

ପାରଳାଖେମୁଣ୍ଡି,୫।୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର ଗୁମ୍ମା ବ୍ଲକ ଅନ୍ତର୍ଗତ ଜଗପାଡୁ ଗ୍ରାମର ବହୁ ପୁରୁଣା ବଡବନ୍ଧ (ପୋଖରୀ)ର ସ୍ଥିତି ସମୀକ୍ଷା କରିଛନ୍ତି ସ୍ଥାନୀୟ ବିଧାୟକ ରୂପେଶ ପାଣିଗ୍ରାହୀ।…

୪୦ ହେକ୍ଟର ଜମିରେ ଲାଗିବ ଅଏଲ ପାମ୍‌ ବୃକ୍ଷ, କନ୍ଧମାଳରେ ୨ ବର୍ଷ ହେଲା…

ଦାରିଙ୍ଗବାଡ଼ି,୫ା୮(ଅରୁଣ ସାହୁ): ଦେଶରେ ଖାଇବା ତେଲର ଚାହିଦା ରହିଛି। ତେବେ ଖାଇବା ତେଲକୁ ଅନେକ ସମୟରେ ବାହାର ଦେଶରୁ ଆମଦାନୀ କରାଯାଉଛି। ଦେଶରେ ଚାହିଦା ରହିଥିଲେ ମଧ୍ୟ…

‘ଶିକ୍ଷାକ୍ଷେତ୍ରରେ ST-SC ଶିକ୍ଷକ ସଂଘର ସଭାପତି ବିଶ୍ୱନାଥଙ୍କ ଅବଦାନ ଅତୁଳନୀୟ’

କଲ୍ୟାଣସିଂହପୁର,୫ା୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ST, SC ଶିକ୍ଷକ ସଂଘର ସଭାପତି ସ୍ବର୍ଗତ ବିଶ୍ୱନାଥ କାଡ୍ରାକାଙ୍କ ଦ୍ୱାଦଶାହ କାର୍ଯ୍ୟକ୍ରମ ଶିରିପୁରସ୍ଥିତ ତାଙ୍କ ବାସଭବନରେ…

୨୨ ବର୍ଷ ପରେ ଜେଲ୍‌ରୁ ମୁକୁଳିଲେ ଆଜୀବନ କଏଦୀ ଅର୍ଜୁନ ଜାନି

କୋରାପୁଟ,୫ା୮(ଅମିତାଭ ବେହେରା): ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତି କ୍ରମେ ୨୦୦୪ରେ ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଦୀର୍ଘ ୨୨ ବର୍ଷର କାରାଦଣ୍ଡ ଭୋଗିବା ପରେ ନବରଙ୍ଗପୁର…

ଘର କବାଟ ଖୋଲୁଖୋଲୁ ଚୋଟ ମାରିଲା ବିଷଧର ସାପ, ଟଳିପଡ଼ିଲେ ବୃଦ୍ଧା

ଦିଗପହଣ୍ଡି,୫ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଲରାପଦର ପଞ୍ଚାୟତ ଭୁଡୁକି ଗ୍ରାମର ଏ.ବାଉରୀ ପାତ୍ରଙ୍କ ସ୍ତ୍ରୀ ଏ.ସାଇଆମ୍ମା ପାତ୍ର(୭୦) ନାମ୍ନୀ ବୃଦ୍ଧା ବୁଧବାର ଅପରାହ୍ନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri