ତୈଳଭଣ୍ଡାର ବନାମ କଳାପଥର ଖାଦାନ

ଯାଜପୁର,୨।୧୨(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ତହସିଲ ଡଙ୍କାରୀ ପାହାଡ଼ ପାଦଦେଶରେ ଦେଶର ୪ର୍ଥ ବୃହତ୍‌ ଚଣ୍ଡିଖୋଲ ଭୂତଳ ତୈଳ ସଂରକ୍ଷଣ ଭଣ୍ଡାର ପ୍ରତିଷ୍ଠା ପାଇଁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ମିଳିଥିଲା। ହେଲେ ଏହି ପ୍ରକଳ୍ପ ନିର୍ମାଣ ଦ୍ୱାରା ପ୍ରାୟ ୧୬ଟି କଳାପଥର ଖାଦାନରୁ ଆଦାୟ ହେଉଥିବା ୧୪୧୩ କୋଟି ୮୬ ଲକ୍ଷ ୯୧ ହଜାର ୮୩୦ ଟଙ୍କା ରାଜ୍ୟ ସରକାର ରାଜସ୍ବ ହରାଇବେ ବୋଲି ଜିଲା ପ୍ରଶାସନ ପକ୍ଷରୁ ଆକଳନ କରାଯାଇ ରିପୋର୍ଟ ଦିଆଯାଇଥିଲା। ଏଭଳି ଭାବେ ପରୋକ୍ଷରେ ଏହି ପ୍ରକଳ୍ପ ପ୍ରତିଷ୍ଠା କରାଇ ନ ଦେବାକୁ ସେତେବେଳେ ଷଡଯନ୍ତ୍ର ରଚାଯାଇଥିଲା ବୋଲି ଚର୍ଚ୍ଚା ହୋଇଥିଲା। ଲଘୁ ଖଣିଜ ଦ୍ରବ୍ୟ ତଥା ମୂଲ୍ୟବାନ ଗ୍ରାନାଇଟ ପଥରରେ ଭରପୂର ଡଙ୍କାରୀ ପାହାଡର ମାତ୍ର ୧୫ ପ୍ରତିଶତ ଅଞ୍ଚଳ ଏହି ତୈଳ ଭଣ୍ଡାର ପରିସରଭୁକ୍ତ ହେବ ବୋଲି ଇଣ୍ଡିଆନ ଷ୍ଟ୍ରାଟେଜିକ୍‌ ପେଟ୍ରୋଲିୟମ ରିଜର୍ଭ ଲିଃ (ଆଇଏସ୍‌ପିଆର୍‌ଏଲ୍‌)ର ଡେପୁଟି ସିଇଓ ଅଜୟ ଦାସୋରେ ସ୍ପଷ୍ଟ କରିଥିଲେ। ତଥାପି ୬ ବର୍ଷ ହେଲା ଏହି ପ୍ରକଳ୍ପ ଝୁଲିରହିଛି। ଇତିମଧ୍ୟରେ ରାଜ୍ୟ ସରକାର ସେହି ଡଙ୍କାରୀ ପାହାଡ ପାର୍ଶ୍ୱ ବରଡ଼ା ମୌଜାରେ ଅଣ୍ଡର ଗ୍ରାଉଣ୍ଡ୍‌ ଡିଜେଲ ଷ୍ଟୋରେଜ(ଭୂତଳ ଡିଜେଲ ଭଣ୍ଡାର) ପ୍ରତିଷ୍ଠା କରିବାକୁ ଯୋଜନା କରିଛନ୍ତି। ଅନୁରୂପ ଭାବେ ବରଡ଼ା ମୌଜାରେ ମଧ୍ୟ ୫ଟି ମୂଲ୍ୟବାନ କଳାପଥର ଖାଦାନ ରହିଛି। ତେଣୁ ସୁରକ୍ଷା ଓ ନିରାପଦ ଦୃଷ୍ଟିରୁ ଉକ୍ତ ଖାଦାନଗୁଡ଼ିକୁ ବନ୍ଦ କରାଯାଇପାରେ। ଏହିକ୍ରମରେ ପ୍ରସ୍ତାବିତ ଭୂତଳ ଡିଜେଲ ଭଣ୍ଡାର ପ୍ରକଳ୍ପ ବି ସଫଳ ହେବ କି ନାହିଁ ସେନେଇ ସନ୍ଦେହ ସୃଷ୍ଟି ହେଉଛି।
ରାଜ୍ୟ ସରକାରଙ୍କ ଗ୍ରାମ୍ୟ ନିର୍ମାଣ ବିଭାଗ ଜାରକା ଡିଭିଜନର ନିର୍ବାହୀ ଯନ୍ତ୍ରୀଙ୍କ ପତ୍ରରୁ ମିଳିଥିବା ସୂଚନା ଅନୁସାରେ ବରଡ଼ା ମୌଜାରେ ଏକ ଭୂତଳ ଡିଜେଲ ଭଣ୍ଡାର ପ୍ରତିଷ୍ଠା କରିବାକୁ ଯୋଜନା ରହିଛି। ୧୨ା୧୧ା୨୦୨୪ରେ ନିର୍ବାହୀ ଯନ୍ତ୍ରୀ ତାଙ୍କ ପତ୍ରସଂଖ୍ୟା ୫୦୭୬ରେ ଯାଜପୁରର ଅତିରିକ୍ତ ଜିଲାପାଳଙ୍କୁ ଏହି ପ୍ରକଳ୍ପ ପ୍ରତିଷ୍ଠା ହେଲେ କୌଣସି ସମସ୍ୟା ହେବ ନାହିଁ ବୋଲି ଏନ୍‌ଓସି ପ୍ରଦାନ କରିଛନ୍ତି। ତେବେ ଏହି ପ୍ରକଳ୍ପର ଅନ୍ୟାନ୍ୟ ବିଷୟ ତଥା ବ୍ୟୟ ଅଟକଳ, ଜମି ପରିମାଣ ଇତ୍ୟାଦି ସଂକ୍ରାନ୍ତରେ ଏଯାଏ ସୂଚନା ମିଳି ପାରିନାହିଁ। ସୂଚନାଯୋଗ୍ୟ ଯେ, ବରଡ଼ା ମୌଜାରେ ପ୍ରାୟ ୪୦ ଏକର ଅଞ୍ଚଳରେ ୫ଟି କଳାପଥର ଖାଦାନ ରହିଛି। ସେଥିରୁ ଅଜିତ ସାହୁଙ୍କୁ ୪ଟି ଏବଂ ପ୍ରକାଶ ନାୟକଙ୍କୁ ୧ଟି ଖାଦାନ ଲିଜ୍‌ ସୂତ୍ରରେ ଦିଆଯାଇଛି। ତେବେ ଜରିମାନା ଦାଖଲ ନୋଟିସ ପରେ ଅଜିତଙ୍କ ୪ଟି ଖାଦାନ ବନ୍ଦ ପଡ଼ିଥିବା ସୂଚନା ମିଳିଛି। ଏହି ମୌଜାରୁ ରାଜ୍ୟ ସରକାର ବାର୍ଷିକ ପ୍ରାୟ ୨ କୋଟି ଟଙ୍କା ରାଜସ୍ବ ପାଉଛନ୍ତି। ଡଙ୍କାରୀ ପାହାଡ଼ରେ ଭୂତଳ ତୈଳ ସଂରକ୍ଷଣ ଭଣ୍ଡାର ପ୍ରକଳ୍ପ ଝୁଲିରହିବା ପଛରେ କଳାପଥର ଖାଦାନରୁ ରାଜସ୍ବ ଆୟ ଏବଂ ପ୍ରଭାବଶାଳୀଙ୍କ ପ୍ରଭାବ ବୋଲି କୁହାଯାଉଛି। ତେଣୁ କଳାପଥର ଖାଦାନ ଅଞ୍ଚଳରେ ପୁଣି ଭୂତଳ ଡିଜେଲ ଭଣ୍ଡାର ନିର୍ମାଣ ପ୍ରସ୍ତାବ କେତେଦୂର କାର୍ଯ୍ୟକାରୀ ହେଉଛି ତାହା ସମୟ ହିଁ କହିବ ବୋଲି ସାଧାରଣରେ ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ଯାଞ୍ଚ୍‌ ନାଁରେ ଲୋକଙ୍କୁ ହଇରାଣ: ଥାନା ଏଏସଆଇଙ୍କ ଦାଦାଗିରି

ରିଷିଡା,୨୧।୯(ସୁଶାନ୍ତ ମଲ୍ଲିକ): ଗତକିଛି ଦିନ ହେଲା ମ.ରାମପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ସମୟରେ ପୋଲିସ ଯାଞ୍ଚ୍‌ ନାଁରେ ଜନୈକ ଏଏସଆଇ ଦାଦାଗିରି ଚଲାଇଥିବା ଅଭିଯୋଗ…

୧୭-୧ରେ ହାରିଲା ଇଣ୍ଡୋନେସିଆ, ଦୀପିକା, ଋତୁଜା, ନବନୀତଙ୍କ ହ୍ୟାଟ୍ରିକ ଗୋଲ୍‌

କାକାମିଗାହାରା,୨୧।୯: ଏସିଆନ ଗେମ୍ସ ମହିଳା ହକି ପ୍ରତିଯୋଗିତାରେ ପୁଲ୍‌ ‘ବି’ର ଏକ ମ୍ୟାଚ୍‌ରେ ଭାରତ ୧୭-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ସୋମବାର ଖେଲାଯାଇଥିବା ଏହି ଏକତରଫା…

ବୈଶିଙ୍ଗାରେ ଲଜ୍ଜା: ଶିଶୁ କନ୍ୟାକୁ ଜଙ୍ଗଲକୁ ନେଇ ଯୌନ ନିର୍ଯାତନା

ବୈଶିଙ୍ଗା,୨୧।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଞ୍ଚଳରେ ଜଣେ ୬ ବର୍ଷୀୟା ଶିଶୁ କନ୍ୟାଙ୍କୁ ୧୩ ବର୍ଷିୟ ସମ୍ପର୍କୀୟ ନାବାଳକ ଭାଇ ଯୌନ ନିର୍ଯାତନା ଦେଇଥିବା…

IPL 2027 ପୂର୍ବରୁ CSKର ବଡ଼ ଘୋଷଣା: ନୂଆ ହେଡ କୋଚ ହେଲେ…

ଚେନ୍ନାଇ,୨୧।୯: ଇଣ୍ଡିଆନ ପ୍ରିମିୟର ଲିଗ (IPL) 2027 ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ (CSK) ଏକ ବଡ଼ ଘୋଷଣା କରିଛି। ଭାରତର ପୂର୍ବତନ ତାରକା ଦ୍ରୁତ ବୋଲର୍‌…

ଆଉନାହାନ୍ତି ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରମୋଦ ରଥ: ଖେଳିଗଲା ଶୋକର ଛାୟା

ଦିଗପହଣ୍ଡି,୨୧।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଭୀମପୁର ଶାସନ ବାସିନ୍ଦା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରମୋଦ କୁମାର ରଥ (୬୪)ଙ୍କ ହୃଦଘାତରେ ପରଲୋକ…

ଅଧୁରା ରହିଗଲା ବୈଭବଙ୍କ ବଡ଼ ଇଚ୍ଛା, ଏବେ ଶ୍ରେୟସଙ୍କ ନିଷ୍ପତ୍ତି ଉପରେ ନଜର

ନୂଆଦିଲ୍ଲୀ: ଏସିଆନ ଗେମ୍ସ ପୂର୍ବରୁ ଜାପାନ ବିପକ୍ଷରେ ଭାରତୀୟ କ୍ରିକେଟ ଦଳ ଏକ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିବ। ଏହି ମ୍ୟାଚ ପାଇଁ ଶ୍ରେୟସ ଆୟରଙ୍କ ନେତୃତ୍ୱରେ…

ମଙ୍ଗଳଙ୍କ ନକ୍ଷତ୍ର ପରିବର୍ତ୍ତନରେ ୪ ରାଶିଙ୍କୁ ଫାଇଦା ହିଁ ଫାଇଦା, ୨୪ ତାରିଖରୁ ବର୍ଷିିବ ଧନ, ଚାକିରିରେ ବଡ଼ ପଦୋନ୍ନତି!

ଭୁବନେଶ୍ୱର: ଜ୍ୟୋତିଷୀୟ ଗଣନା ଅନୁଯାୟୀ, ମଙ୍ଗଳ ଦେବ ବର୍ତ୍ତମାନ ପୁନର୍ବସୁ ନକ୍ଷତ୍ରରେ ଅବସ୍ଥାନ କରୁଛନ୍ତି। ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬ରେ ମଙ୍ଗଳ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ।…

ବାତ୍ୟା ଆସିଲେ ଭୂସ୍ଖଳନ ଭୟ: ୨ ଦିନ ବନ୍ଦ ରହିବ କଳିଙ୍ଗା ଘାଟି

ଜି.ଉଦୟଗିରି,୨୧।୯(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଓ ଗଞ୍ଜାମ ସୀମାନ୍ତବର୍ତ୍ତୀ କଳିଙ୍ଗା ଘାଟି ଦେଇ ବିଜୟୱାଡ଼ା ରାଞ୍ଚିକୁ ସଂଯୋଗ କରୁଥିବା ୧୫୭ ନମ୍ବର ଜାତୀୟ ରାଜପଥ ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?