ପୁଣି ବଢ଼ିଲା ତୈଳ ଦର

ଭୁବନେଶ୍ୱର/ନୂଆଦିଲ୍ଲୀ,୪।୧୦: କ୍ରମାଗତ ଚତୁର୍ଥ ଦିନ ଲାଗି ଉଭୟ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବୃଦ୍ଧି ପାଇଛି। ଦେଶର ପ୍ରମୁଖ ତୈଳ ବିପଣନ କମ୍ପାନୀ ଭାରତୀୟ ତୈଳ ନିଗମ (ଆଇଓସିଏଲ୍‌)ର ସୂଚନା ଅନୁସାରେ ରବିବାର ଭୁବନେଶ୍ୱରରେ ଡିଜେଲ ୩୩ ପଇସା ଏବଂ ପେଟ୍ରୋଲ ୨୬ ପଇସା ବଢ଼ିଛି। ଫଳରେ ଏଠାରେ ଡିଜେଲ ଲିଟର ପିଛା ୯୮.୯୮ଟଙ୍କା ଏବଂ ପେଟ୍ରୋଲ ୧୦୩.୨୭ ଟଙ୍କାରେ ବିକ୍ରି ହେଉଛି। ଏପରି କି ଗତ ୧୦ ଦିନ ମଧ୍ୟରେ ପେଟ୍ରୋଲ ୫ଥରରେ ୧.୨୩ ଟଙ୍କା ଏବଂ ଡିଜେଲ ୮ଥର ୨.୩୭ ଟଙ୍କା ବୃଦ୍ଧି ପାଇଥିବା ଉତ୍କଳ ପେଟ୍ରୋଲିୟମ ଡିଲର ଆସୋସିଏଶନର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ ସୂଚନା ଦେଇଛନ୍ତି। ସେହିଭଳି କଟକ ସହରରେ ଡିଜେଲ ଲିଟର ପିଛା ୯୯.୩୨ ଟଙ୍କା ଓ ପେଟ୍ରୋଲ ୧୦୩.୬୨ ଟଙ୍କାରେ ପହଞ୍ଚତ୍ଛି।
ନୂଆଦିଲ୍ଲୀରେ ମଧ୍ୟ ଡିଜେଲ ୩୦ ପଇସା ଏବଂ ପେଟ୍ରୋଲ ୨୫ ପଇସା ବଢ଼ିଛି। ଏହା ଫଳରେ ସେଠାରେ ଡିଜେଲ ଲିଟର ପିଛା ୯୦.୭୭ ଟଙ୍କା ଏବଂ ପେଟ୍ରୋଲ ୧୦୨.୩୯ ଟଙ୍କାରେ କାରବାର ହେଉଛି। ଏହି ସମୟ ମଧ୍ୟରେ ପେଟ୍ରୋଲ
୫ଥରରେ ୧.୨୫ ଟଙ୍କା ଏବଂ ଡିଜେଲ ୮ଥରରେ ୨.୧୫ ଟଙ୍କା ବଢ଼ିଥିବା ଜଣାପଡିଛି। ସେପ୍ଟେମ୍ବର ୫ରେ ଶେଷ ଥର ପାଇଁ ତୈଳ ଦର ହ୍ରାସ ପାଇଥିଲା। ସେପ୍ଟେମ୍ବର ୨୪ରୁ ଡିଜେଲ ଦର ବୃଦ୍ଧି ପାଇଚାଲିଛି ବୋଲି ତୈଳ ନିଗମ ସୂଚନା ଦେଇଛି।
ଅପରପକ୍ଷରେ ଦେଶର ପ୍ରମୁଖ ମେଟ୍ରୋ ସହର ଚେନ୍ନାଇ, କୋଲକାତା ଏବଂ ମୁମ୍ବାଇରେ ମଧ୍ୟ ଡିଜେଲ ଦର ୨୯ରୁ ୩୨ ପଇସା ବଢ଼ି ଯଥାକ୍ରମ ୯୫.୩୧ ଟଙ୍କା, ୯୩.୮୭ ଟଙ୍କା ଏବଂ ୯୮.୪୮ ଟଙ୍କାକୁ ଛୁଇଁଛି। ଏହିସବୁ ମେଟ୍ରୋ ସହରରେ ପେଟ୍ରୋଲ ଲିଟର ପିଛା ୨୧ରୁ ୩୦ ପଇସା ବୃଦ୍ଧି ଘଟି ଯଥାକ୍ରମେ ୧୦୦.୦୧ ଟଙ୍କା, ୧୦୩.୦୭ ଟଙ୍କା ଏବଂ ୧୦୮.୪୩ ଟଙ୍କାରେ କାରବାର ହେଉଛି।
ଲଗାତର ତୈଳ ଦର ବୃଦ୍ଧି ଯୋଗୁ ବର୍ତ୍ତମାନ ଦେଶର ୨୬ଟି ରାଜ୍ୟରେ ପେଟ୍ରୋଲ ୧୦୦ଟଙ୍କାରୁ ଊର୍ଦ୍ଧ୍ୱରେ ବିକ୍ରି ହେଉଥିବା ବେଳେ ୨୩ଟି ରାଜ୍ୟରେ ଡିଜେଲ ଦର ମଧ୍ୟ ୯୦ ଟଙ୍କା ଉପରେ ରହିଛି। ଏପରି କି ଦେଶର ୫ ପ୍ରମୁଖ ରାଜ୍ୟ ଓଡ଼ିଶା, ମଧ୍ୟପ୍ରଦେଶ, ରାଜସ୍ଥାନ, ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନାରେ ମଧ୍ୟ ଡିଜେଲ ୧୦୦ ଟଙ୍କା ଉପରେ ବିକ୍ରି ହେଉଛି ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri