Posted inଜାତୀୟ

ନେପାଳରୁ ଚୋରାରେ ଆସୁଛି ତେଲ

ନୂଆଦିଲ୍ଲୀ,୨୫ା୨: ଭାରତରେ ତେଲ ଦରରେ ନିଆଁ ଲାଗିଛି। ଦେଶର କେତେକ ଭାଗରେ ପେଟ୍ରୋଲ ଲିଟର ପିଛା ୧୦୦ରୁ ଅଧିକ ଟଙ୍କାରେ ବିକ୍ରି ହେଉଛି। ପେଟ୍ରୋଲ ପ୍ରଥମ ଥର ପାଇଁ ତିନି ଅଙ୍କ ଛୁଇଁଥିବାବେଳେ ଡିଜେଲ ମଧ୍ୟ ଚଢ଼ା ଦାମରେ ବିକ୍ରି ହେଉଛି। ଏହା ବ୍ୟତୀତ ବିଗତ କିଛି ଦିନରେ ଘରୋଇ ଗ୍ୟାସ୍‌ ମୂଲ୍ୟରେ ମଧ୍ୟ ପ୍ରତି ସିଲିଣ୍ଡର ୫୦ ଟଙ୍କା ବୃଦ୍ଧି କରାଯାଇଛି। ୧୪.୨ କେ.ଜି. ବିଶିଷ୍ଟ ସିଲିଣ୍ଡର ଦାମ୍‌ ୭୯୬ ଟଙ୍କାରେ ପହଞ୍ଚତ୍ଛି। ଏହି ଦରବୃଦ୍ଧି କୋଟି କୋଟି ଭାରତୀୟଙ୍କୁ ପ୍ରଭାବିତ କରିଛି। ଆଗାମୀ ଦିନରେ ଏଥିଯୋଗୁ ପରିବହନ ଖର୍ଚ୍ଚ ବଢ଼ି ଅନ୍ୟ ଜରୁରୀ ସାମଗ୍ରୀଗୁଡ଼ିକର ଦରବୃଦ୍ଧିର କାରଣ ହେବ ବୋଲି ଅର୍ଥନୀତିଜ୍ଞମାନେ ଚେତାଇ ଦେଇଛନ୍ତି।
ପେଟ୍ରୋଲିୟମ୍‌ କମ୍ପାନୀଗୁଡ଼ିକ ତେଲ ଦର ଦୈନିକ ବୃଦ୍ଧି କରିବାରେ ଲାଗିଛନ୍ତି। ଉପଭୋକ୍ତା କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପେଟ୍ରୋଲ ଉପରେ ଟିକସ ବାବଦରେ ୬୦% ଅର୍ଥ ଦେଉଥିବାବେଳେ ଡିଜେଲ ଉପରେ ୫୪% ଦେଉଛନ୍ତି। ବର୍ତ୍ତମାନ କେନ୍ଦ୍ର ସରକାର ପେଟୋଲ ଲିଟର ପିଛା ୩୨.୯୦ ଟଙ୍କା ଟ୍ୟାକ୍ସ ଅସୁଲ କରୁଥିବାବେଳେ ଡିଜେଲ ଉପରେ ୩୧.୮୦ ଟଙ୍କା ନେଉଛନ୍ତି। ଫଳରେ ସମଗ୍ର ଦକ୍ଷିଣ ଏସିଆରେ ପେଟ୍ରୋଲ ଦର ଭାରତରେ ସବୁଠୁ ମହଙ୍ଗା ହୋଇଛି। ଏପରି କି ଭାରତଠାରୁ ତେଲ ନେଉଥିବା ନେପାଳରୁ ଏବେ ପେଟ୍ରୋଲ ଓ ଡିଜେଲ ଚୋରା ଚାଲାଣରେ ଆସୁଛି। କାରଣ ନେପାଳରେ ଭାରତ ତୁଳନାରେ ପେଟ୍ରୋଲ ୨୩ ଟଙ୍କା ଓ ଡିଜେଲ ୨୭.୫୦ ଟଙ୍କା ଶସ୍ତା।
ଭାରତ-ନେପାଳ ସୀମା ସଂଲଗ୍ନ ବିହାରର ପୂର୍ବ ଚମ୍ପାରଣ ଜିଲା ରକ୍ସୋଲ ସହରରେ ଯୁଗଳ କିଶୋର ଶିକାରିୟା ୩ ଦଶନ୍ଧି ଧରି ପେଟ୍ରୋଲ ପମ୍ପ ଚଳାଉଛନ୍ତି। ସେ ୪ ବର୍ଷ ତଳେ ଦୈନିକ ୭,୦୦୦-୮୦୦୦ ଲିଟର ପେଟ୍ରୋଲ ବିକ୍ରି କରୁଥିବାବେଳେ ଏବେ ଏହି ପରିମାଣ ୧୫୦୦ ଲିଟରକୁ ଖସିଯାଇଛି। ସହରରେ ଗାଡ଼ି ସଂଖ୍ୟା କମିବା ଯୋଗୁ ନୁହେଁ, ବରଂ ପଡ଼ୋଶୀ ନେପାଳରୁ ଭାରତକୁ ପେଟ୍ରୋଲ ଡିଜେଲ ଚାଲାଣ ହେଉଥିବାରୁ ଏଭଳି ହେଉଛି। କିଶୋର କହିଛନ୍ତି, ଅଧିକାଂଶ ସୀମା ମୁକୁଳା ପଡ଼ିଥିବାରୁ ଚାଲାଣକାରୀ ଡ୍ରମ୍‌ରେ ଭରି ଟ୍ରକ୍‌ ଓ ଟ୍ୟାଙ୍କରରେ ତେଲ ଆଣୁଛନ୍ତି। ନେପାଳର ଶିଳ୍ପ ରାଜଧାନୀ କୁହାଯାଉଥିବା ବୀରଜଙ୍ଗ ନିକଟସ୍ଥ ରକ୍ସୋଲ ସୀମାରେ ଗୁରୁବାର ନେପାଳ ସୈନ୍ୟମାନେ ୧୩୬୦ ଲିଟର ପେଟ୍ରୋଲ ସହ ଏକ ଟ୍ୟାଙ୍କର ଜବତ କରି ୩ ଚାଲାଣକାରୀଙ୍କୁ ଗିରଫ କରିଥିଲେ। ଅନେକ ଲୋକ ଗାଡ଼ି ଧରି ନେପାଳକୁ ତେଲ ଭରିବାକୁ ଯାଉଛନ୍ତି। ଯିଏ ଭୟରେ ସେଠାକୁ ଯାଉନାହାନ୍ତି, ସେ ଏଠାକୁ ଆସୁଥିବା ତେଲ ଭରୁଛନ୍ତି।
ନେପାଳ ଭାରତରୁ ତେଲ ନେଉଥିବାବେଳେ ଭାରତୀୟମାନେ ପଡ଼ୋଶୀ ଦେଶରୁ ପେଟ୍ରୋଲ କାହିକି ଆଣୁଛନ୍ତି? ଏହାର ସରଳ ଉତ୍ତର ହେଉଛି ଟିକସ। ଆମ ଦେଶରେ ତେଲ ଟିକସ ଅତି ଉଚ୍ଚ। କରୋନା ସମୟ ତୁଳନାରେ ବର୍ତ୍ତମାନ ତେଲ ଚାହିଦା ବଢ଼ିଛି। ଅନୁରୂପ ଭାବେ ଦର ମଧ୍ୟ ବୃଦ୍ଧି ଘଟିଛି। ଗତ ମାର୍ଚ୍ଚ ମଧ୍ୟଭାଗରୁ ବର୍ତ୍ତମାନ ପର୍ଯ୍ୟନ୍ତ ପେଟ୍ରୋଲ ଲିଟର ୧୯.୭ ଟଙ୍କା ବଢ଼ିଥିବାବେଳେ ଡିଜେଲ ଉପରେ ୧୭.୪୧ ଟଙ୍କା ବୃଦ୍ଧି ଘଟିଛି। ଏହାର ଏକମାତ୍ର କାରଣ ଅନ୍ତର୍ଜତୀୟ ବଜାରରେ ଅଶୋଧିତ ତେଲ ଯୋଗାଣ ହ୍ରାସ ପାଇବା ଓ ସରକାରଙ୍କ ପକ୍ଷରୁ ଟିକସ ବୃଦ୍ଧି। ବର୍ତ୍ତମାନ ଅନ୍ତର୍ଜାତୀୟ ବଜାରରେ ତେଲ ଦର ବ୍ୟାରେଲ ପିଛା ୬୦ ଡଲାର ରହିଛି, ଯାହାକି ଗତ ଏପ୍ରିଲରେ ୨୦ ଡଲାର ଥିଲା। ତେଲ ଦର ବୃଦ୍ଧିର ପ୍ରଭାବ ଗ୍ରାମାଞ୍ଚଳ ତୁଳନାରେ ସହରୀ ଭାରତୀୟଙ୍କ ଉପରେ ଅଧିକ ପଡ଼ିଥିବା ବିଶ୍ଳେଷକମାନେ ମତ ଦେଇଛନ୍ତି।

*ଓଡ଼ିଶାର ମାଲକାନଗିରି ଜିଲାସ୍ଥିତ କାଲିମେଳାରେ ପ୍ରିମିୟମ୍‌ ପେଟ୍ରୋଲ ୧୦୦.୨୬ ଟଙ୍କା ଛୁଇଁଥିବାବେଳେ ଡିଜେଲ ଲିଟର ପିଛା ୯୭.୧୪ ଟଙ୍କାରେ ପହଞ୍ଚତ୍ଥିଲା।

*ପେଟ୍ରୋଲ ୯୧.୬୬ ଓ ଡିଜେଲ ଲିଟର ୮୮.୬୩ ଟଙ୍କାରେ ବିକ୍ରି ହେଉଛି।

*ଆର୍ଥିକ ରାଜଧାନୀ ମୁମ୍ବାଇରେ ପେଟ୍ରୋଲ ଓ ଡିଜେଲ ଲିଟର ଯଥାକ୍ରମେ ୯୭ ଓ ୮୮.୦୬ ଟଙ୍କାରେ ପହଞ୍ଚତ୍ଛି।

*ମାର୍ଚ୍ଚ ମଧ୍ୟଭାଗରୁ ବର୍ତ୍ତମାନ ପର୍ଯ୍ୟନ୍ତ ପେଟ୍ରୋଲ ଲିଟର ୧୯.୭ ଟଙ୍କା ବଢ଼ିଥିବାବେଳେ ଡିଜେଲ ଉପରେ ୧୭.୪୧ ଟଙ୍କା ବୃଦ୍ଧି ଘଟିଛି।

*ସରକାର ବର୍ତ୍ତମାନ ପେଟୋଲ ଲିଟର ପିଛା ୩୨.୯୦ ଟଙ୍କା ଟ୍ୟାକ୍ସ ଅସୁଲ କରୁଥିବାବେଳେ ଡିଜେଲ ଉପରେ ୩୧.୮୦ ଟଙ୍କା ନେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri