Posted inଜାତୀୟ

ନେପାଳରୁ ଚୋରାରେ ଆସୁଛି ତେଲ

ନୂଆଦିଲ୍ଲୀ,୨୫ା୨: ଭାରତରେ ତେଲ ଦରରେ ନିଆଁ ଲାଗିଛି। ଦେଶର କେତେକ ଭାଗରେ ପେଟ୍ରୋଲ ଲିଟର ପିଛା ୧୦୦ରୁ ଅଧିକ ଟଙ୍କାରେ ବିକ୍ରି ହେଉଛି। ପେଟ୍ରୋଲ ପ୍ରଥମ ଥର ପାଇଁ ତିନି ଅଙ୍କ ଛୁଇଁଥିବାବେଳେ ଡିଜେଲ ମଧ୍ୟ ଚଢ଼ା ଦାମରେ ବିକ୍ରି ହେଉଛି। ଏହା ବ୍ୟତୀତ ବିଗତ କିଛି ଦିନରେ ଘରୋଇ ଗ୍ୟାସ୍‌ ମୂଲ୍ୟରେ ମଧ୍ୟ ପ୍ରତି ସିଲିଣ୍ଡର ୫୦ ଟଙ୍କା ବୃଦ୍ଧି କରାଯାଇଛି। ୧୪.୨ କେ.ଜି. ବିଶିଷ୍ଟ ସିଲିଣ୍ଡର ଦାମ୍‌ ୭୯୬ ଟଙ୍କାରେ ପହଞ୍ଚତ୍ଛି। ଏହି ଦରବୃଦ୍ଧି କୋଟି କୋଟି ଭାରତୀୟଙ୍କୁ ପ୍ରଭାବିତ କରିଛି। ଆଗାମୀ ଦିନରେ ଏଥିଯୋଗୁ ପରିବହନ ଖର୍ଚ୍ଚ ବଢ଼ି ଅନ୍ୟ ଜରୁରୀ ସାମଗ୍ରୀଗୁଡ଼ିକର ଦରବୃଦ୍ଧିର କାରଣ ହେବ ବୋଲି ଅର୍ଥନୀତିଜ୍ଞମାନେ ଚେତାଇ ଦେଇଛନ୍ତି।
ପେଟ୍ରୋଲିୟମ୍‌ କମ୍ପାନୀଗୁଡ଼ିକ ତେଲ ଦର ଦୈନିକ ବୃଦ୍ଧି କରିବାରେ ଲାଗିଛନ୍ତି। ଉପଭୋକ୍ତା କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପେଟ୍ରୋଲ ଉପରେ ଟିକସ ବାବଦରେ ୬୦% ଅର୍ଥ ଦେଉଥିବାବେଳେ ଡିଜେଲ ଉପରେ ୫୪% ଦେଉଛନ୍ତି। ବର୍ତ୍ତମାନ କେନ୍ଦ୍ର ସରକାର ପେଟୋଲ ଲିଟର ପିଛା ୩୨.୯୦ ଟଙ୍କା ଟ୍ୟାକ୍ସ ଅସୁଲ କରୁଥିବାବେଳେ ଡିଜେଲ ଉପରେ ୩୧.୮୦ ଟଙ୍କା ନେଉଛନ୍ତି। ଫଳରେ ସମଗ୍ର ଦକ୍ଷିଣ ଏସିଆରେ ପେଟ୍ରୋଲ ଦର ଭାରତରେ ସବୁଠୁ ମହଙ୍ଗା ହୋଇଛି। ଏପରି କି ଭାରତଠାରୁ ତେଲ ନେଉଥିବା ନେପାଳରୁ ଏବେ ପେଟ୍ରୋଲ ଓ ଡିଜେଲ ଚୋରା ଚାଲାଣରେ ଆସୁଛି। କାରଣ ନେପାଳରେ ଭାରତ ତୁଳନାରେ ପେଟ୍ରୋଲ ୨୩ ଟଙ୍କା ଓ ଡିଜେଲ ୨୭.୫୦ ଟଙ୍କା ଶସ୍ତା।
ଭାରତ-ନେପାଳ ସୀମା ସଂଲଗ୍ନ ବିହାରର ପୂର୍ବ ଚମ୍ପାରଣ ଜିଲା ରକ୍ସୋଲ ସହରରେ ଯୁଗଳ କିଶୋର ଶିକାରିୟା ୩ ଦଶନ୍ଧି ଧରି ପେଟ୍ରୋଲ ପମ୍ପ ଚଳାଉଛନ୍ତି। ସେ ୪ ବର୍ଷ ତଳେ ଦୈନିକ ୭,୦୦୦-୮୦୦୦ ଲିଟର ପେଟ୍ରୋଲ ବିକ୍ରି କରୁଥିବାବେଳେ ଏବେ ଏହି ପରିମାଣ ୧୫୦୦ ଲିଟରକୁ ଖସିଯାଇଛି। ସହରରେ ଗାଡ଼ି ସଂଖ୍ୟା କମିବା ଯୋଗୁ ନୁହେଁ, ବରଂ ପଡ଼ୋଶୀ ନେପାଳରୁ ଭାରତକୁ ପେଟ୍ରୋଲ ଡିଜେଲ ଚାଲାଣ ହେଉଥିବାରୁ ଏଭଳି ହେଉଛି। କିଶୋର କହିଛନ୍ତି, ଅଧିକାଂଶ ସୀମା ମୁକୁଳା ପଡ଼ିଥିବାରୁ ଚାଲାଣକାରୀ ଡ୍ରମ୍‌ରେ ଭରି ଟ୍ରକ୍‌ ଓ ଟ୍ୟାଙ୍କରରେ ତେଲ ଆଣୁଛନ୍ତି। ନେପାଳର ଶିଳ୍ପ ରାଜଧାନୀ କୁହାଯାଉଥିବା ବୀରଜଙ୍ଗ ନିକଟସ୍ଥ ରକ୍ସୋଲ ସୀମାରେ ଗୁରୁବାର ନେପାଳ ସୈନ୍ୟମାନେ ୧୩୬୦ ଲିଟର ପେଟ୍ରୋଲ ସହ ଏକ ଟ୍ୟାଙ୍କର ଜବତ କରି ୩ ଚାଲାଣକାରୀଙ୍କୁ ଗିରଫ କରିଥିଲେ। ଅନେକ ଲୋକ ଗାଡ଼ି ଧରି ନେପାଳକୁ ତେଲ ଭରିବାକୁ ଯାଉଛନ୍ତି। ଯିଏ ଭୟରେ ସେଠାକୁ ଯାଉନାହାନ୍ତି, ସେ ଏଠାକୁ ଆସୁଥିବା ତେଲ ଭରୁଛନ୍ତି।
ନେପାଳ ଭାରତରୁ ତେଲ ନେଉଥିବାବେଳେ ଭାରତୀୟମାନେ ପଡ଼ୋଶୀ ଦେଶରୁ ପେଟ୍ରୋଲ କାହିକି ଆଣୁଛନ୍ତି? ଏହାର ସରଳ ଉତ୍ତର ହେଉଛି ଟିକସ। ଆମ ଦେଶରେ ତେଲ ଟିକସ ଅତି ଉଚ୍ଚ। କରୋନା ସମୟ ତୁଳନାରେ ବର୍ତ୍ତମାନ ତେଲ ଚାହିଦା ବଢ଼ିଛି। ଅନୁରୂପ ଭାବେ ଦର ମଧ୍ୟ ବୃଦ୍ଧି ଘଟିଛି। ଗତ ମାର୍ଚ୍ଚ ମଧ୍ୟଭାଗରୁ ବର୍ତ୍ତମାନ ପର୍ଯ୍ୟନ୍ତ ପେଟ୍ରୋଲ ଲିଟର ୧୯.୭ ଟଙ୍କା ବଢ଼ିଥିବାବେଳେ ଡିଜେଲ ଉପରେ ୧୭.୪୧ ଟଙ୍କା ବୃଦ୍ଧି ଘଟିଛି। ଏହାର ଏକମାତ୍ର କାରଣ ଅନ୍ତର୍ଜତୀୟ ବଜାରରେ ଅଶୋଧିତ ତେଲ ଯୋଗାଣ ହ୍ରାସ ପାଇବା ଓ ସରକାରଙ୍କ ପକ୍ଷରୁ ଟିକସ ବୃଦ୍ଧି। ବର୍ତ୍ତମାନ ଅନ୍ତର୍ଜାତୀୟ ବଜାରରେ ତେଲ ଦର ବ୍ୟାରେଲ ପିଛା ୬୦ ଡଲାର ରହିଛି, ଯାହାକି ଗତ ଏପ୍ରିଲରେ ୨୦ ଡଲାର ଥିଲା। ତେଲ ଦର ବୃଦ୍ଧିର ପ୍ରଭାବ ଗ୍ରାମାଞ୍ଚଳ ତୁଳନାରେ ସହରୀ ଭାରତୀୟଙ୍କ ଉପରେ ଅଧିକ ପଡ଼ିଥିବା ବିଶ୍ଳେଷକମାନେ ମତ ଦେଇଛନ୍ତି।

*ଓଡ଼ିଶାର ମାଲକାନଗିରି ଜିଲାସ୍ଥିତ କାଲିମେଳାରେ ପ୍ରିମିୟମ୍‌ ପେଟ୍ରୋଲ ୧୦୦.୨୬ ଟଙ୍କା ଛୁଇଁଥିବାବେଳେ ଡିଜେଲ ଲିଟର ପିଛା ୯୭.୧୪ ଟଙ୍କାରେ ପହଞ୍ଚତ୍ଥିଲା।

*ପେଟ୍ରୋଲ ୯୧.୬୬ ଓ ଡିଜେଲ ଲିଟର ୮୮.୬୩ ଟଙ୍କାରେ ବିକ୍ରି ହେଉଛି।

*ଆର୍ଥିକ ରାଜଧାନୀ ମୁମ୍ବାଇରେ ପେଟ୍ରୋଲ ଓ ଡିଜେଲ ଲିଟର ଯଥାକ୍ରମେ ୯୭ ଓ ୮୮.୦୬ ଟଙ୍କାରେ ପହଞ୍ଚତ୍ଛି।

*ମାର୍ଚ୍ଚ ମଧ୍ୟଭାଗରୁ ବର୍ତ୍ତମାନ ପର୍ଯ୍ୟନ୍ତ ପେଟ୍ରୋଲ ଲିଟର ୧୯.୭ ଟଙ୍କା ବଢ଼ିଥିବାବେଳେ ଡିଜେଲ ଉପରେ ୧୭.୪୧ ଟଙ୍କା ବୃଦ୍ଧି ଘଟିଛି।

*ସରକାର ବର୍ତ୍ତମାନ ପେଟୋଲ ଲିଟର ପିଛା ୩୨.୯୦ ଟଙ୍କା ଟ୍ୟାକ୍ସ ଅସୁଲ କରୁଥିବାବେଳେ ଡିଜେଲ ଉପରେ ୩୧.୮୦ ଟଙ୍କା ନେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚେତାବନୀ: କହିଲେ ପାଗଳ, ହର୍ମୁଜ ଖୋଲିଦିଅ, ନଚେତ୍‌…

ଓ୍ବାଶିଂଟନ,୫ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ପୁଣି ଧମକ ଦେଇଛନ୍ତି। ହର୍ମୁଜ ପ୍ରଣାଳୀ ଖୋଲିବା ପାଇଁ ଇରାନକୁ ୧୦ ଦିନର ଅଲ୍ଟିମେଟମ ଦେଇଥିଲେ ଟ୍ରମ୍ପ ।…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ଉପରେ ପାକିସ୍ତାନର ‘ମଧ୍ୟସ୍ଥତା’: ଇରାନ ସ୍ପଷ୍ଟ କଲା ମତ, ଇସ୍ରାଏଲ କହିଲା – ପାକିସ୍ତାନ ଉପରେ ଭରସା ନାହିଁ

ତେହରାନ,୫।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, କୂଟନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ଭିଡ଼ିଓ ଶେୟାର କରି ଆମେରିକାକୁ ବଡ଼ ଝଟକା ଦେଲା ଇରାନ, ପାଇଲଟଙ୍କୁ ଉଦ୍ଧାର କରିବାକୁ ଆସିଥିବା ଏୟାରକ୍ରାପ୍ଟ ଧ୍ୱଂସ!

ତେହରାନ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ସେନା ୪୮ ଘଣ୍ଟା ଧରି ଲୁଚି ରହିବା ପରେ ଏକ ଉଦ୍ଧାର କାର୍ଯ୍ୟ ପରେ ଏହାର ଜଣେ ବାୟୁସେନା…

ଟୋଲ ଗେଟରେ ଆଉ ଲାଗିବ ନାହିଁ ଲମ୍ବା ଲାଇନ, ସରକାର ବଦଳାଇବେ ପେମେଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୫।୪: ଯଦି ଆପଣ ପ୍ରାୟତଃ ରାଜପଥରେ ଯାତ୍ରା କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ଟୋଲ ପ୍ଲାଜାରେ ନଗଦ ଦେୟକୁ ସମ୍ପୂର୍ଣ୍ଣ…

ଭାଜପାରେ ଯୋଗଦେବେ ରାଘବ ଚଢା? ମୋଦିଙ୍କ ସମାଲୋଚନା କରିଥିବା ପୋଷ୍ଟ କଲେ ଡିଲିଟ୍‌, ବଢିଲା ହଲଚଲ  

ନୂଆଦିଲ୍ଲୀ,୫।୪: ଦେଶର ରାଜନୈତିକ ମହଲରେ ଏବେ ଏକ ବଡ଼ ଧରଣର ଚର୍ଚ୍ଚା ଜୋର ଧରିଛି। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଏମ୍‌ପି ରାଘବ ଚଢା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri