ତେଲରେ ନିଆଁ

ଭୁବନେଶ୍ୱର, ୨୫।୧ (ବ୍ୟୁରୋ): ପେଟ୍ରୋଲ ଏବଂ ଡିଜେଲ ଦର କମିବା ଦେଖାଯାଉନାହିଁ। ଚଳିତ ସପ୍ତାହରେ ଇନ୍ଧନ ଦର ୪ଥର ବଢିଲାଣି। ସେହିଭଳି ଜାନୁୟାରୀରେ ତେଲ ଦର ୮ଥର ବୃଦ୍ଧି ପାଇବା ଅସହ୍ୟ ହେଲାଣି। ରାଷ୍ଟ୍ରାୟତ୍ତ ତୈଳ ବିପଣନ କମ୍ପାନୀଗୁଡ଼ିକ ଶନିବାର ଲଗାତର ଦ୍ୱିତୀୟ ଦିନ ଲାଗି ତେଲ ଦର ବଢାଇଥିଲେ। ଫଳରେ ଏବେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୮୬.୩୮ ଟଙ୍କା ଏବଂ ଡିଜେଲ ୮୨.୬୮ଟଙ୍କା ଛୁଇଁଛି। ଏଠାରେ ଉଭୟ ପେଟ୍ରୋଲ ଏବଂ ଡିଜେଲ ଲାଗି ଖାଉଟିଙ୍କୁ ଦିଲ୍ଲୀ ତୁଳନାରେ ଅଧିକ ଦାମ୍‌ ଦେବାକୁ ପଡୁଛି। ରାଜ୍ୟର ମାଲକାନଗିରିରେ ଶନିବାର ପେଟ୍ରୋଲ ୯୧.୪୨ ଟଙ୍କା ଏବଂ ଡିଜେଲ ୮୭.୬୫ ଟଙ୍କା ରହିଥିଲା। ବର୍ତ୍ତମାନ ଓଡ଼ିଶାରେ ପେଟ୍ରୋଲ ସର୍ବକାଳୀନ ରେକର୍ଡ ସ୍ତର ଛୁଇଁଛି। ସେହିଭଳି ରାଜ୍ୟର ଅନ୍ୟ ପ୍ରମୁଖ ସହର ସମ୍ବଲପୁରରେ ପେଟ୍ରୋଲ ୮୬.୯୭ଟଙ୍କା ଓ ଡିଜେଲ ୮୩.୨୭ ଟଙ୍କାରେ ବିକ୍ରି ହେଉଛି। ଅପରପକ୍ଷରେ ବାଲେଶ୍ୱରରେ ଲୋକମାନେ ତେଲ ପାଇଁ ଯଥାକ୍ରମେ ୮୬.୩୭ ଟଙ୍କା ଏବଂ ୮୨.୯୬ ଟଙ୍କା ଦେଉଥିବା ସୂଚନା ମିଳିଛି।
ଶନିବାର ଭୁବନେଶ୍ୱରରେ ପେଟ୍ରୋଲ ୨୬ ପଇସା ଏବଂ ଡିଜେଲ ୨୭ ପଇସା ବଢିଛି। ଶୁକ୍ରବାର ମଧ୍ୟ ପେଟ୍ରୋଲ ୨୫ ପଇସା ଏବଂ ଡିଜେଲ ୨୮ ପଇସା ବଢ଼ିଥିଲା। ଚଳିତ ମାସରେ ଭୁବନେଶ୍ୱରରେ ପେଟ୍ରୋଲ ୨.୧ ଟଙ୍କା ଏବଂ ଡିଜେଲ ୨.୧୮ ଟଙ୍କା ବଢିଲାଣି। ଜାନୁୟାରୀର ପ୍ରତି ସପ୍ତାହରେ ତେଲ ଦର ୨ ଥର ଲେଖାଏ ବଢିଛି। ରାଜସ୍ଥାନର ଗଙ୍ଗାନଗରରେ ଇନ୍ଧନ ମୂଲ୍ୟ ୯୭.୫୦ ଟଙ୍କା ଛୁଇଁଛି। ସାରା ଦେଶର ଦର କଥା ବିଚାର କଲେ ଏହା ସର୍ବାଧିକ। ସେହିଭଳି ଭୋପାଳରେ ତେଲ ଦର ୯୩.୫୬ ଟଙ୍କା ଏବଂ ମୁମ୍ବାଇରେ ୯୨.୨୮ ଟଙ୍କା ଛୁଇଁଛି। ନୂଆଦିଲ୍ଲୀରେ ୨୩ ଜାନୁୟାରୀରେ ପେଟ୍ରୋଲ ଦର ୮୫.୭୦ ଟଙ୍କା ରହିଥିଲା। ଏଠାରେ ଡିଜେଲ ୭୫.୮୮ ଟଙ୍କା ସ୍ତରରେ ରହିଛି। ନୂଆଦିଲ୍ଲୀରେ ପେଟ୍ରୋଲ ୧.୯୯ ଟଙ୍କା ଏବଂ ଡିଜେଲ ୨.୦୧ ଟଙ୍କା ମହଙ୍ଗା ହୋଇଛି। ପେଟ୍ରୋଲ ଏବଂ ଡିଜେଲ ଉପରେ ମୂଳ ମୂଲ୍ୟ ବର୍ତ୍ତମାନ ଯଥାକ୍ରମେ ୨୮.୦୩ ଟଙ୍କା ଏବଂ ୨୯.୧୯ ଟଙ୍କା ରହିଛି। କେନ୍ଦ୍ର ସରକାର ପେଟ୍ରୋଲ ଉପରେ ଲିଟର ପିଛା ୩୨.୯୮ ଟଙ୍କା ଏବଂ ଡିଜେଲ ଉପରେ ୩୧.୮୩ ଟଙ୍କା ଉତ୍ପାଦ ଟିକସ ଲାଗୁ କରିଛନ୍ତି। ସେହିଭଳି ରାଜ୍ୟ ଭ୍ୟାଟ୍‌ ଭାବେ ଓଡିଶା ପେଟ୍ରୋଲ ଉପରେ ୧୬.୬୦ ଟଙ୍କା ଏବଂ ଡିଜେଲରେ ୧୪.୩୪ ଟଙ୍କା ଆଦାୟ କରୁଛି। ଏହାବାଦ ପରିବହନ ବାବଦ ଖର୍ଚ୍ଚ ଭାବେ ୦.୩୪ ପଇସାରୁ ୦.୩୭ ପଇସା ଏବଂ ଡିଲର କମିଶନ ପ୍ରାୟ ୨.୫୩ ଟଙ୍କାରୁ ୩.୬୭ ଟଙ୍କା ଲାଗୁ ହେଉଛି। ଫଳରେ ତେଲ ଦର ଆକାଶ ଛୁଆଁ ହେଉଛି। କରୋନା ଲକ୍‌ଡାଉନ ଜନିତ ସମୟରେ ସରକାର ୨୦୨୦ ମେ’ ୬ତାରିଖରେ ଇନ୍ଧନ ଉପରେ ଉତ୍ପାଦ ଟିକସ ବଢ଼ାଇଥିଲେ। ଏହି ସମୟରେ ପେଟ୍ରୋଲ ଉପରେ ୧୦ ଟଙ୍କା ଏବଂ ଡିଜେଲ ଉପରେ ୧୩ ଟଙ୍କା ଶୁଳ୍କ ବୃଦ୍ଧି ପାଇଥିଲା। ଏହାର ପ୍ରଭାବ ଲୋକଙ୍କ ଉପରେ ପଡିବ ନାହିଁ ବୋଲି ସରକାର କହିଥିଲେ। ତେଲ କମ୍ପାନୀ ଟିକସ ବୋଝକୁ ନିଜେ ମୁଣ୍ଡାଇବେ ବୋଲି କୁହାଯାଇଥିଲା। ହେଲେ ଏହାପରଠାରୁ ତେଲ ଦର ବୃଦ୍ଧି ଲୋକଙ୍କୁ ଅତିଷ୍ଠ କଲାଣି। ଇନ୍ଧନ ଉପରେ ତେଲ କମ୍ପାନୀ ତାଙ୍କ ଲାଭ, ଡିଲର କମିଶନ, କେନ୍ଦ୍ର ଏବଂ ରାଜ୍ୟ ସ୍ତରର ଟିକସ ଯୋଗୁ ମୂଳ ମୂଲ୍ୟ ତୁଳନାରେ ରିଟେଲ ମୂଲ୍ୟ ଢେର ଅଧିକ ରହୁଛି। ରିପୋର୍ଟ ମୁତାବକ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ ୨୦୧୪ରେ ସରକାରକୁ ଆସିବା ପରେ ତେଲ ଦର ନୂଆଦିଲ୍ଲୀରେ ପ୍ରାୟ ୨୦% ମହଙ୍ଗା ହୋଇଛି। କେନ୍ଦ୍ର ସରକାରଙ୍କ ଉତ୍ପାଦ ଟିକସ ବାଦ୍‌ ରାଜ୍ୟ ସ୍ତରରେ ଭାଟ୍‌ ଭିନ୍ନ ରହୁଛି। ରାଜସ୍ଥାନ ସରକାର ସବୁଠାରୁ ଅଧିକ ଭାଟ୍‌ ଲାଗୁ କରୁଛନ୍ତି। ଏଠାରେ ପେଟ୍ରୋଲ ଉପରେ ୩୮% ଏବଂ ଡିଜେଲ ଉପରେ ୨୮% ଭାଟ୍‌ ଲାଗୁଛି। ସେହିଭଳି ଓଡ଼ିଶାରେ ୩୨% ଏବଂ ୨୮% ଭାଟ୍‌ ଲାଗୁ ହେଉଛି।
ତେଲ ଉପରେ ଅତ୍ୟଧିକ ଟିକସ ଯୋଗୁ ଅନ୍ତର୍ଜାତୀୟ ବଜାରରେ ଅଶୋଧି ତୈଳ ଦର ବଢିଲେ ଏହାର ପ୍ରଭାବ ଦେଖାଯାଉଛି। କରୋନା କାଳରେ ଲୋକମାନେ ସମସ୍ୟାରେ ରହୁଥିବା ବେଳେ ଏଭଳି ଦର ବୃଦ୍ଧି ଚିନ୍ତା ବଢ଼ାଇଛି। ଏପଟେ ଉଭୟ ରାଜ୍ୟ କିମ୍ବା କେନ୍ଦ୍ର ସରକାର ତେଲ ଟିକସ ହ୍ରାସ କରିବା ନେଇ କୌଣସି ପଦକ୍ଷେପ ନେଉନାହାନ୍ତି। କରୋନା ଯୋଗୁ ସରକାରଙ୍କ ରାଜସ୍ବ ପ୍ରଭାବିତ ହୋଇ ରହିଛି। ଅନ୍ୟ କୌଣସି ସାମଗ୍ରୀ ଉପରେ ସରକାର ଟିକସ ବଢ଼ାଇନାହନ୍ତି। ଉତ୍ପାଦ ଟିକସ ଏବଂ ରାଜ୍ୟ ସ୍ତରରେ ଭାଟ୍‌ ବଢ଼ାଇ ଟିକସ ଆଦାୟ ହେଉଛି। ଫଳରେ ଆଗାମୀ ଦିନରେ ମଧ୍ୟ ତେଲ ଦର ଖସିବା ନେଇ କୌଣସି ଆଶା ଦେଖାଯାଉନାହିଁ। ଟିକସ ହ୍ରାସ କରିବା ଲାଗି ବିଭିନ୍ନ ମହଲରୁ ଦାବି ହେଉଥିଲେ ମଧ୍ୟ ସରକାର ଏହାକୁ କର୍ଣ୍ଣପାତ କରୁନାହାନ୍ତି। ଏହି ପରିପ୍ରେକ୍ଷୀରେ ଉତ୍କଳ ପେଟ୍ରୋଲିୟମ ଡିଲର ଆସୋସିଏଶନ(ୟୁପିଡିଏ)ର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ କହିଛନ୍ତି, ବର୍ତ୍ତମାନ ଅନ୍ତର୍ଜାତୀୟ ବଜାରରେ ତେଲ ଦର ଉଚ୍ଚା ରହିଛି। ତେଲ ଉପରେ ଟିକସ ଯୋଗୁ ଦର ଖସୁନାହିଁ। ଉଭୟ କେନ୍ଦ୍ର ଏବଂ ରାଜ୍ୟ ସ୍ତରରେ ଟିକସ କମିଲେ ଏହାର ଲାଭ ଖାଉଟିଙ୍କୁ ମିଳିପାରନ୍ତା ବୋଲି ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri