ଶେଷ ପର୍ଯ୍ୟାୟରେ ତୈଳ ସନ୍ଧାନ କାର୍ଯ୍ୟ

ଗୋପ,୭।୨(ଡି.ଏନ୍‌.ଏ.):ପୁରୀ ଜିଲା ଗୋପ ବ୍ଲକ ଅଞ୍ଚଳରେ ଅଏଲ ଇଣ୍ଡିଆ କମ୍ପାନୀ ପକ୍ଷରୁ ଚାଲିଥିବା ତୈଳ, ଇନ୍ଧନ ସନ୍ଧାନ କାର୍ଯ୍ୟ ଜୋର୍‌ସୋରରେ ଚାଲିଥିବା ବେଳେ ଏବେ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଗଲାଣି। ଆଉ ସପ୍ତାହ ପରେ କମ୍ପାନୀ ପକ୍ଷରୁ ଆରମ୍ଭ ହେବ ବୋରିଂ କାର୍ଯ୍ୟ। ଏଥିପାଇଁ ସମସ୍ତ ବ୍ୟବସ୍ଥା ହୋଇସାରିଥିବା ବେଳେ ପ୍ରାୟ ୫୦ରୁ ଊଦ୍ଧର୍‌ବ ଅତ୍ୟାଧୁନିକ ମେଶିନ ବସାଯାଇଛି। ବିଭିନ୍ନ ରାଜ୍ୟ ଓ ବିଦେଶରୁ ଆସିଥିବା ଏହିସବୁ ଯନ୍ତ୍ରାଂଶ ମାଧ୍ୟମରେ ବୋରିଂ କାର୍ଯ୍ୟ କରାଯିବ ବୋଲି ସୂଚନା ମିଳିଛି। ଉଜ୍ଜ୍ବଳ ଆଲୋକ ବ୍ୟବସ୍ଥା ପାଇଁ ୫ଟି ପାଓ୍ବାରବିଶିଷ୍ଟ ଜେନେରେଟର ମଧ୍ୟ ବସାଯାଇଛି। ଏହି ବୋରିଂ କାର୍ଯ୍ୟ ଲାଗି ୩୫ରୁ ଊଦ୍ଧର୍‌ବ ଇଞ୍ଜିନିୟର, ୨୦ରୁ ଊଦ୍ଧର୍‌ବ ଅଭିଜ୍ଞ କର୍ମଚାରୀଙ୍କ ସହିତ ଡାକ୍ତର ଓ ମ୍ୟାନେଜର ଆସିଥିବା ଅଏଲ୍‌ ଇଣ୍ତିଆ କମ୍ପାନୀ ପକ୍ଷରୁ ଜଣାପଡିଛି। ଏମାନଙ୍କ ରହିବା ପାଇଁ ମଧ୍ୟ ସ୍ବତନ୍ତ୍ର କଣ୍ଟେନର ବ୍ୟବସ୍ଥା କରାଯାଇଛି।
ପ୍ରକାଶ ଯେ, ୨୦୨୦ ମସିହାରୁ ଅଏଲ ଇଣ୍ତିଆ କମ୍ପାନୀ ପକ୍ଷରୁ ପୁରୀ ଜିଲାର ବିଭିନ୍ନ ବ୍ଲକରେ ଖନନ କାର୍ଯ୍ୟ ଜାରି ରହିଥିବା ବେଳେ ଗୋପ ବ୍ଲକର କୁଶୁପୁର ମୌଜାର କୁଶୁପୁର ଓ ମହଲପଡ଼ା ପଞ୍ଚାୟତର ଚିତ୍ରା ଗ୍ରାମ ନିକଟରେ ପ୍ରଚୁର ପ୍ରାକୃତିକ ଗ୍ୟାସ୍‌ ସହିତ ପେଟ୍ରୋଲ, ଡିଜେଲର ସନ୍ଧାନ ମିଳିଥିଲା। ଏହାପରେ ଅଏଲ ଇଣ୍ତିଆ କମ୍ପାନୀ ପକ୍ଷରୁ ଖନନ କାର୍ଯ୍ୟ ଚାଲୁରହିଥିଲା। ଶେଷରେ ସାଟେଲାଇଟ ଚିତ୍ର ମାଧ୍ୟମରେ ବି ମାଟିତଳେ ପ୍ରାକୃତିକ ଗ୍ୟାସ୍‌, ପେଟ୍ରୋଲ, ଡିଜେଲ ଭଳି ପଦାର୍ଥ ଥିବା ସୂଚନା ଆସିଥିଲା। ତେବେ କମ୍ପାନୀ ପକ୍ଷରୁ ବାରମ୍ବାର ବିଭିନ୍ନ ଉଚ୍ଚପଦସ୍ଥ ଅଧିକାରୀମାନେ ଗୋପର ଏହି ଦୁଇ ଅଞ୍ଚଳ ଗସ୍ତ କରିବା ପରେ ଆବଶ୍ୟକ ଜମି ଅଧିଗ୍ରହଣ କାର୍ଯ୍ୟ ଆରମ୍ଭ କରିଥିଲେ। ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟରେ କୁଶୁପୁର ମୌଜାରେ ୮ ଏକର ଜମି ଚିହ୍ନଟ କରି ୩୭ ଜଣ ଚାଷୀଙ୍କୁ ବ୍ୟାଙ୍କ ମାଧ୍ୟମରେ ଚୁକ୍ତିପତ୍ର ସ୍ବାକ୍ଷରିତ କରାଯାଇ ୯୭ ଲକ୍ଷ ଟଙ୍କା ଦିଆଯାଇଥିବା ବେଳେ ଅନୁରୂପ ଭାବେ ମହଲପଡା ପଞ୍ଚାୟତର ଚିତ୍ରାରେ ମଧ୍ୟ ଜମି ଅଧିଗ୍ରହଣ କରାଯାଇଥିଲା। ଏହାପରେ କମ୍ପାନୀ ପକ୍ଷରୁ ୩ଟି ଅସ୍ଥାୟୀ ପୋଖରୀ କରାଯିବା ବେଳେ କେମିକାଲ ଷ୍ଟକ୍‌ ଗୃହ ସହିତ ମେଶିନ ପିଣ୍ଡି କାର୍ଯ୍ୟ ଶେଷ ହୋଇଥିଲା।
ଯୁଦ୍ଧକାଳୀନ ଭିତ୍ତିରେ ଆନ୍ଧ୍ରପ୍ରଦେଶ, କର୍ନାଟକ, ମହାରାଷ୍ଟ୍ର ସହ ଅନ୍ୟାନ୍ୟ ରାଜ୍ୟରୁ ଅତ୍ୟାଧୁନିକ ମେଶିନ ଆସିଥିଲା ରି-ଫାଇନ ଲାଗି। ଏବେ ସପ୍ତାହ ପରେ ପ୍ରଥମେ ୩ ହଜାର ଫୁଟ ବୋରିଂ କରାଯାଇ ମାଟିତଳୁ ମାଟି, ପାଣି ସହିତ ଅନ୍ୟାନ୍ୟ ଜିନିଷକୁ ପରୀକ୍ଷା ନିରୀକ୍ଷା କରାଯିବ। ଏହାପରେ ରି-ଫାଇନ ଲାଗି ପଠାଯିବାର ବ୍ୟବସ୍ଥା କରାଯିବ। ଅଏଲ ଇଣ୍ତିଆ କମ୍ପାନୀ କିପା ନାମକ ଗୋଟିଏ କମ୍ପାନୀକୁ ଏହିସବୁ କାର୍ଯ୍ୟ କରିବାକୁ ଦାୟିତ୍ୱ ଦେଇଥିବା ବେଳେ ଆଉ କେତେକ ନାମୀଦାମୀ କମ୍ପାନୀ ମଧ୍ୟ ଅନ୍ୟାନ୍ୟ କାମ କରୁଛନ୍ତି ବୋଲି ଅଏଲ ଇଣ୍ତିଆ କମ୍ପାନୀର ଜଣେ ଇଞ୍ଜିନିୟର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

ସୁନା ବ୍ୟବସାୟୀଙ୍କ ଘରେ ମାରଣାସ୍ତ୍ର ଦେଖାଇ ଡକାୟତି: ପ୍ରାୟ କୋଟିଏ ଟଙ୍କାର ସୁନାଗହଣା ଲୁଟ୍

ବଲାଙ୍ଗୀର, ୨୩।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସିନ୍ଧେକେଲା ଅଞ୍ଚଳରେ ଏକ ବଡ଼ଧରଣର ସଶସ୍ତ୍ର ଡକାୟତି ଘଟଣା ଘଟିଛି। ସିନ୍ଧେକେଲା ଥାନାଠାରୁ ମାତ୍ର ୧୦୦ ମିଟର…

ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ପ୍ରସାର ପାଇଁ ଆହ୍ବାନ

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଶନିବାର ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରମୋଦ ପଣ୍ଡାଙ୍କ ବାସଭବନରେ ଆୟୋଜିତ ସଭାରେ ପୁରୀ ଗୋବର୍ଦ୍ଧନ…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri