ଶେଷ ପର୍ଯ୍ୟାୟରେ ତୈଳ ସନ୍ଧାନ କାର୍ଯ୍ୟ

ଗୋପ,୭।୨(ଡି.ଏନ୍‌.ଏ.):ପୁରୀ ଜିଲା ଗୋପ ବ୍ଲକ ଅଞ୍ଚଳରେ ଅଏଲ ଇଣ୍ଡିଆ କମ୍ପାନୀ ପକ୍ଷରୁ ଚାଲିଥିବା ତୈଳ, ଇନ୍ଧନ ସନ୍ଧାନ କାର୍ଯ୍ୟ ଜୋର୍‌ସୋରରେ ଚାଲିଥିବା ବେଳେ ଏବେ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଗଲାଣି। ଆଉ ସପ୍ତାହ ପରେ କମ୍ପାନୀ ପକ୍ଷରୁ ଆରମ୍ଭ ହେବ ବୋରିଂ କାର୍ଯ୍ୟ। ଏଥିପାଇଁ ସମସ୍ତ ବ୍ୟବସ୍ଥା ହୋଇସାରିଥିବା ବେଳେ ପ୍ରାୟ ୫୦ରୁ ଊଦ୍ଧର୍‌ବ ଅତ୍ୟାଧୁନିକ ମେଶିନ ବସାଯାଇଛି। ବିଭିନ୍ନ ରାଜ୍ୟ ଓ ବିଦେଶରୁ ଆସିଥିବା ଏହିସବୁ ଯନ୍ତ୍ରାଂଶ ମାଧ୍ୟମରେ ବୋରିଂ କାର୍ଯ୍ୟ କରାଯିବ ବୋଲି ସୂଚନା ମିଳିଛି। ଉଜ୍ଜ୍ବଳ ଆଲୋକ ବ୍ୟବସ୍ଥା ପାଇଁ ୫ଟି ପାଓ୍ବାରବିଶିଷ୍ଟ ଜେନେରେଟର ମଧ୍ୟ ବସାଯାଇଛି। ଏହି ବୋରିଂ କାର୍ଯ୍ୟ ଲାଗି ୩୫ରୁ ଊଦ୍ଧର୍‌ବ ଇଞ୍ଜିନିୟର, ୨୦ରୁ ଊଦ୍ଧର୍‌ବ ଅଭିଜ୍ଞ କର୍ମଚାରୀଙ୍କ ସହିତ ଡାକ୍ତର ଓ ମ୍ୟାନେଜର ଆସିଥିବା ଅଏଲ୍‌ ଇଣ୍ତିଆ କମ୍ପାନୀ ପକ୍ଷରୁ ଜଣାପଡିଛି। ଏମାନଙ୍କ ରହିବା ପାଇଁ ମଧ୍ୟ ସ୍ବତନ୍ତ୍ର କଣ୍ଟେନର ବ୍ୟବସ୍ଥା କରାଯାଇଛି।
ପ୍ରକାଶ ଯେ, ୨୦୨୦ ମସିହାରୁ ଅଏଲ ଇଣ୍ତିଆ କମ୍ପାନୀ ପକ୍ଷରୁ ପୁରୀ ଜିଲାର ବିଭିନ୍ନ ବ୍ଲକରେ ଖନନ କାର୍ଯ୍ୟ ଜାରି ରହିଥିବା ବେଳେ ଗୋପ ବ୍ଲକର କୁଶୁପୁର ମୌଜାର କୁଶୁପୁର ଓ ମହଲପଡ଼ା ପଞ୍ଚାୟତର ଚିତ୍ରା ଗ୍ରାମ ନିକଟରେ ପ୍ରଚୁର ପ୍ରାକୃତିକ ଗ୍ୟାସ୍‌ ସହିତ ପେଟ୍ରୋଲ, ଡିଜେଲର ସନ୍ଧାନ ମିଳିଥିଲା। ଏହାପରେ ଅଏଲ ଇଣ୍ତିଆ କମ୍ପାନୀ ପକ୍ଷରୁ ଖନନ କାର୍ଯ୍ୟ ଚାଲୁରହିଥିଲା। ଶେଷରେ ସାଟେଲାଇଟ ଚିତ୍ର ମାଧ୍ୟମରେ ବି ମାଟିତଳେ ପ୍ରାକୃତିକ ଗ୍ୟାସ୍‌, ପେଟ୍ରୋଲ, ଡିଜେଲ ଭଳି ପଦାର୍ଥ ଥିବା ସୂଚନା ଆସିଥିଲା। ତେବେ କମ୍ପାନୀ ପକ୍ଷରୁ ବାରମ୍ବାର ବିଭିନ୍ନ ଉଚ୍ଚପଦସ୍ଥ ଅଧିକାରୀମାନେ ଗୋପର ଏହି ଦୁଇ ଅଞ୍ଚଳ ଗସ୍ତ କରିବା ପରେ ଆବଶ୍ୟକ ଜମି ଅଧିଗ୍ରହଣ କାର୍ଯ୍ୟ ଆରମ୍ଭ କରିଥିଲେ। ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟରେ କୁଶୁପୁର ମୌଜାରେ ୮ ଏକର ଜମି ଚିହ୍ନଟ କରି ୩୭ ଜଣ ଚାଷୀଙ୍କୁ ବ୍ୟାଙ୍କ ମାଧ୍ୟମରେ ଚୁକ୍ତିପତ୍ର ସ୍ବାକ୍ଷରିତ କରାଯାଇ ୯୭ ଲକ୍ଷ ଟଙ୍କା ଦିଆଯାଇଥିବା ବେଳେ ଅନୁରୂପ ଭାବେ ମହଲପଡା ପଞ୍ଚାୟତର ଚିତ୍ରାରେ ମଧ୍ୟ ଜମି ଅଧିଗ୍ରହଣ କରାଯାଇଥିଲା। ଏହାପରେ କମ୍ପାନୀ ପକ୍ଷରୁ ୩ଟି ଅସ୍ଥାୟୀ ପୋଖରୀ କରାଯିବା ବେଳେ କେମିକାଲ ଷ୍ଟକ୍‌ ଗୃହ ସହିତ ମେଶିନ ପିଣ୍ଡି କାର୍ଯ୍ୟ ଶେଷ ହୋଇଥିଲା।
ଯୁଦ୍ଧକାଳୀନ ଭିତ୍ତିରେ ଆନ୍ଧ୍ରପ୍ରଦେଶ, କର୍ନାଟକ, ମହାରାଷ୍ଟ୍ର ସହ ଅନ୍ୟାନ୍ୟ ରାଜ୍ୟରୁ ଅତ୍ୟାଧୁନିକ ମେଶିନ ଆସିଥିଲା ରି-ଫାଇନ ଲାଗି। ଏବେ ସପ୍ତାହ ପରେ ପ୍ରଥମେ ୩ ହଜାର ଫୁଟ ବୋରିଂ କରାଯାଇ ମାଟିତଳୁ ମାଟି, ପାଣି ସହିତ ଅନ୍ୟାନ୍ୟ ଜିନିଷକୁ ପରୀକ୍ଷା ନିରୀକ୍ଷା କରାଯିବ। ଏହାପରେ ରି-ଫାଇନ ଲାଗି ପଠାଯିବାର ବ୍ୟବସ୍ଥା କରାଯିବ। ଅଏଲ ଇଣ୍ତିଆ କମ୍ପାନୀ କିପା ନାମକ ଗୋଟିଏ କମ୍ପାନୀକୁ ଏହିସବୁ କାର୍ଯ୍ୟ କରିବାକୁ ଦାୟିତ୍ୱ ଦେଇଥିବା ବେଳେ ଆଉ କେତେକ ନାମୀଦାମୀ କମ୍ପାନୀ ମଧ୍ୟ ଅନ୍ୟାନ୍ୟ କାମ କରୁଛନ୍ତି ବୋଲି ଅଏଲ ଇଣ୍ତିଆ କମ୍ପାନୀର ଜଣେ ଇଞ୍ଜିନିୟର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁନାବେଶରେ ଦର୍ଶନ ଦେଲେ ମା’ ତାରିଣୀ

ଘଟଗାଁ, ୭।୧୦(ଡି.ଏନ.ଏ.)-କେନ୍ଦୁଝର ଜିଲାର ପ୍ରସିଦ୍ଧ ଘଟଗାଁ ପୀଠରେ ମା’ ତାରିଣୀଙ୍କ ଶାରଦୀୟ ପୂଜା ଉପଲକ୍ଷେ ରବିବାର ମହାଷ୍ଟମୀ ତିଥିରେ ସୁନାବେଶ ଅନୁଷ୍ଠିତ ହୋଇଥିଲା। ଶହ ଶହ...

ମହୁଲ ମଞ୍ଜିର ଅଭାବୀ ବିକ୍ରି: ଆଦିବାସୀଙ୍କୁ ମିଳୁନି ଉଚିତ୍‌ ମୂଲ୍ୟ

ଫିରିଙ୍ଗିଆ,୧୪ା୬- କନ୍ଧମାଳ ଜିଲା ଏକ ଆଦିବାସୀ ଅଧ୍ୟ୍ୟୁଷିତ ଅଞ୍ଚଳ। ଅଧିକାଂଶ ଆଦିବାସୀ ଲୋକେ ଜଙ୍ଗଲଜାତ ପଦାର୍ଥ ଉପରେ ନିର୍ଭର କରି ଜୀବନ ନିର୍ବାହ କରନ୍ତି। ବିଭିନ୍ନ...

ବଣରେ ପରିଣତ ୯ ଲକ୍ଷର ନୀଳକଣ୍ଠେଶ୍ୱର ଗ୍ରାମୀଣ ପାର୍କ

କେନ୍ଦ୍ରାପଡ଼ା ଅଫିସ, ୧୨ା୮: କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ବଡମୋହନପୁର ପଞ୍ଚାୟତ ଦେଉଳି ଗ୍ରାମ ଓ ମହାକାଳପଡ଼ା ବ୍ଲକ ବଳିପାଳ ପଞ୍ଚାୟତ କଳପଡା ଗ୍ରାମ ମଝିରେ...

କବିବରଙ୍କ ସାହିତ୍ୟ କୃତି ଅତୁଳନୀୟ

ସୋର, ୨୯।୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ସୋର ବ୍ଲକ କେଦାରପୁର ଗ୍ରାମରେ କବିବର ରାଧାନାଥ ରାୟଙ୍କର ଜନ୍ମପୀଠରେ ୧୭୧ତମ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ ଶନିବାର ଉଦ୍‌ଘାଟିତ ହୋଇଯାଇଛି। କବିବର...

ଥାନାରେ ଯୁବକଙ୍କ ଆତ୍ମହତ୍ୟା

ଗୋପାଳପୁର,୩ା୫: ଗଞ୍ଜାମ ଜିଲା ଗୋଳନ୍ଥରା ଥାନାରେ ଜଣେ ଯୁବକ ସୋମବାର ରାତି ପ୍ରାୟ ୮ଟାରେ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ଗୋଳନ୍ଥରା ଥାନା ଅଧୀନ ରଙ୍ଗିପୁର...

ବାହାନଗାରେ କୃତ୍ରିମ ବନ୍ୟା

ବାହାନଗା, ୧୯ା୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ଶନିବାରଠାରୁ ଲଘୁଚାପଜନିତ ବର୍ଷା ଲାଗି ରହିବାରୁ ବାହାନଗା ବ୍ଲକରେ କୃତ୍ରିମ ବନ୍ୟା ଦେଖାଦେଇଛି ା ସମୁଦ୍ର କୂଳବର୍ତ୍ତୀ ଅଞ୍ଚଳରେ ଥିବା ଚାଷ...

ଉଦଳାରେ ହାଜତ ମୃତ୍ୟୁ

ଉଦଳା,୯ା୫(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଉଦଳାରେ ରବିବାର ହାଜତ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ପୋଲିସ ହେପାଜତରେ ଥିବା ଯୁବକ ପ୍ରଦୀପ ଦାସ(୩୫)ଙ୍କୁ ପିଟି ପିଟି ମାରି...

ବନ୍ଧୁକ ମୁନରେ ୧୫ ଲକ୍ଷ ଟଙ୍କାର ସୁନାଗହଣା ଲୁଟିନେଲେ ଦୁର୍ବୃତ୍ତ

ପଦ୍ମପୁର,୧ା୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ସୁଦର୍ଶନପୁର ମାଛ ହାଟ ଛକରେ ଜଣେ ସୁନା ଦୋକାନୀଙ୍କଠାରୁ ୧୫ଲକ୍ଷ ଟଙ୍କାର ସୁନା ଗହଣା ଲୁଟି ନେଇଛନ୍ତି...

Advertisement
Archives

Model This Week