ଭୁବନେଶ୍ୱର,୨୮ା୧: ସରକାରୀ ଚାକିରି ଆବେଦନରେ ତୃତୀୟ ଲିଙ୍ଗୀଙ୍କ ବିକଳ୍ପ ରଖିବା ପାଇଁ ରାଜ୍ୟ ସରକାରଙ୍କୁ ସୁପାରିସ କଲେ OHRC(ଓଡ଼ିଶା ମାନବ ଅଧିକାର ଆୟୋଗ) । ତୃତୀୟ ଲିଙ୍ଗ ବା ଟ୍ରାନ୍ସଜେଣ୍ଡରଙ୍କୁ ସମାନ ସୁଯୋଗ ପାଇଁ OHRCଙ୍କ ସୁପାରିସ୍ । ଜଣେ ତୃତୀୟ ଲିଙ୍ଗୀଙ୍କ ଆବେଦନ ଆଧାରରେ ଓଡ଼ିଶା ମାନବ ଅଧିକାର ଆୟୋଗ କହିଛନ୍ତି ।
ଯେତେବେଳେ ସରକାରୀ ଚାକିରି ଆବେଦନ କରାଯିବ ସେତେବେଳେ ତୃତୀୟ ଲିଙ୍ଗ ବା ଟ୍ରାନ୍ସଜେଣ୍ଡର ରଖିବାକୁ କହିଛନ୍ତି । ଟ୍ରାନ୍ସଜେଣ୍ଡରଙ୍କୁ ଏକ ଲିଙ୍ଗ ବିକଳ୍ପ ଭାବରେ ବିଚାର କରିବାକୁ ପରାମର୍ଶ ଦେଇଛନ୍ତି । ଓଡ଼ିଶା ମାନବ ଅଧିକାର ଆୟୋଗଙ୍କ କହିବା ଅନୁସାରେ, ସେମାନଙ୍କ ପାଇଁ ଅନ୍ତତଃ ୧ ପ୍ରତିଶତ ହୋରାଇଜଣ୍ଟାଲ ସଂରକ୍ଷଣ କରାଯାଉ । ସବୁ ନିଯୁକ୍ତି ବୋର୍ଡ, OPSC ସମେତ ଅନ୍ୟାନ୍ୟ ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଉ ବୋଲି ରାଜ୍ୟ ସରକାରଙ୍କୁ ସୁପାରିସ କରିଛନ୍ତି ।

