ଓଏଚ୍‌ଆର୍‌ସି କାର୍ଯ୍ୟାଳୟ ୯ଦିନ ଶଟ୍‌ଡାଉନ

ଭୁବନେଶ୍ୱର,୧୮।୧(ବ୍ୟୁରୋ): ଭୁବନେଶ୍ୱରସ୍ଥିତ ଓଡ଼ିଶା ମାନବାଧିକାର କମିଶନ (ଓଏଚ୍‌ଆର୍‌ସି)ଙ୍କ କାର୍ଯ୍ୟାଳୟର ବହୁ ଅଧିକାରୀ ଓ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସଂକ୍ରମଣ ଏଡ଼ାଇବା ପାଇଁ କାର୍ଯ୍ୟାଳୟକୁ ୯ଦିନ ଶଟ୍‌ଡାଉନ୍‌ ଘୋଷଣା କରାଯାଇଛି। ୧୭ ତାରିଖରୁ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟାଳୟ ବନ୍ଦ ରହିବ। ଏହି ସମୟ ମଧ୍ୟରେ ଅଭିଯୋଗକାରୀଙ୍କୁ (ohrc@gmail.com)କୁ ମେଲ୍‌ରେ ଅଭିଯୋଗପତ୍ର ପଠାଇବାକୁ ପରାମର୍ଶ ଦିଆଯାଇଛି। ଅନୁମତିକ୍ରମେ ଅତି ଜରୁରୀ ଅଭିଯୋଗର ଭର୍ଚୁଆଲ ଶୁଣାଣି ହେବ। ଏଥିପାଇଁ ୯୪୩୭୦୯୨୬୩୨କୁ ଯୋଗାଯୋଗ କରିବାକୁ କମିଶନଙ୍କ ପକ୍ଷରୁ ସୂଚନା ଦିଆଯାଇଛି।