ଥାନା ଭିତରେ ଲାଠି, ଗୋଇଠା ମାଡ଼ ମାମଲା: ବିବାଦୀୟ ଥାନାଧିକାରୀଙ୍କୁ ୨ ବର୍ଷ ଥାନା ମନା

ଭୁବନେଶ୍ୱର,୧୩ା୧୧(ବ୍ୟୁରୋ)/ ପାଟଣା (ସ୍ବ.ପ୍ର.) – କେନ୍ଦୁଝର ଜିଲା ପାଟଣା ଥାନା ଭିତରେ ଅଭିଯୁକ୍ତ ଯୁବକଙ୍କୁ ଲାଠିରେ ନିସ୍ତୁକ ପିଟିବା ସହ ଗୋଇଠା ମାଡ଼ ମାମଲାରେ ରାଜ୍ୟ ମାନବିକ ଅଧିକାର କମିଶନ (ଓଏଚ୍‌ଆର୍‌ସି) କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ୨ବର୍ଷ ଯାଏ ଥାନାର ତତ୍‌କାଳୀନ ଥାନାଧିକାରୀ ସାରାଣୀ ଜେନାଙ୍କୁ ରାଜ୍ୟର କୌଣସି ଥାନାରେ ପୋଷ୍ଟିଂ ନ ଦେବାକୁ ଗୃହ ବିଭାଗ ଓ ରାଜ୍ୟ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ କୌଣସି ଫିଲ୍ଡ ଡ୍ୟୁଟି ଦିଆଯିବ ନାହିଁ। ଅଭିଯୁକ୍ତଙ୍କ ପ୍ରତି କିଭଳି ବ୍ୟବହାର କରାଯିବ, ସେ ନେଇ ତାଙ୍କୁ ପୁଣି ଥରେ ପ୍ରଶିକ୍ଷଣ ଦିଆଯାଉ। ତାଙ୍କ ଦରମାରୁ ଆକ୍ରମଣର ଶିକାର ଯୁବକଙ୍କୁ ୧୦ ହଜାର ଟଙ୍କା କ୍ଷତିପୂରଣ ଦେବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି।