ଓଃ କି ଶାନ୍ତି…

ପଖାଳ। ଓଡ଼ିଶାର ଗାଥା ଗାଏ। ଘର ଘରର କଥା କୁହେ। ଓଡ଼ିଆଙ୍କ ଆରାଧ୍ୟ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରିୟ ବ୍ୟଞ୍ଜନ ପଖାଳ କେବଳ ଏକ ଖାଦ୍ୟ ନୁହେଁ, କୁହାଯାଏ ଏକ ଆବେଗ। ପଖାଳ ଖାଇବା କ୍ଷଣି ହିଁ ପାଟିରୁ ବାହାରି ଆସେ ଯାହା ହେଉ ଆତ୍ମା ଶାନ୍ତି। ପଖାଳ ଏବେ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି କୋଟିପତି ପର୍ଯ୍ୟନ୍ତ ସମସ୍ତଙ୍କ ପ୍ରିୟ ହୋଇପାରିଛି। ରୁଚିପୂର୍ଣ୍ଣ ଖାଦ୍ୟ ପ୍ରସ୍ତୁତିରେ ସାରା ବିଶ୍ୱରେ ପରିଚିତ ଓଡ଼ିଶାର ଏହି ପଖାଳ ବର୍ତ୍ତମାନ ଅଣଓଡ଼ିଆଙ୍କୁ ମଧ୍ୟ ଆତ୍କୃଷ୍ଟ କରୁଛି। ଢାବା କୁହ କି ତାରକା ହୋଟେଲ, ସବୁଠି ପଖାଳର ଏକ ସ୍ବତନ୍ତ୍ର ମେନୁ ରହିଥିବ। ସାଦା ପଖାଳ ହେଉ କି ଦହି ପଖାଳ, ଆଉ ତା ସାଙ୍ଗକୁ ବିଭିନ୍ନ ପ୍ରକାର ବ୍ୟଞ୍ଜନ ପ୍ରତି ଲୋକଙ୍କର ରୁଚି ବଢୁଛି। ଶାଗ, ଆଳୁ ଚୋଖା, ବଡ଼ି ଚୂରା, ଆମ୍ବ ଚଟଣି, ଛୁଇଁ ବେସର, କଖାରୁ ଫୁଲ ପିଠଉ, ତାୱା ମାଛ, ଶୁଖୁଆ, ଚିଙ୍ଗୁଡ଼ି ଛେଚା… ଆଦି ପଖାଳ ସହ ପରଷା ଯାଉଛି। ଗାଁରୁ ସହର, ଓଡ଼ିଆ ଘରର ସବୁଦିନିଆ ଖାଦ୍ୟ ଭାବେ ପଖାଳ ରହି ଆସିଛି। କିନ୍ତୁ ପଖାଳର ପ୍ରଚାର ପ୍ରସାରକୁ ଆଉ ଟିକେ ବ୍ୟାପକ କରିବାକୁ ପ୍ରତିବର୍ଷ ମାର୍ଚ୍ଚ ୨୦କୁ ‘ବିଶ୍ୱ ପଖାଳ ଦିବସ’ ରୂପେ ପାଳନ କରାଯାଉଛି। ଏଥର ପଖାଳ ଦିବସ ସୋମବାର ପଡ଼ୁଥିବାରୁ ପ୍ରାୟତଃ ପଖାଳ ସହ ଆମିଷ ଆଇଟମ୍‌ ରହିବ ନାହିଁ। ତେଣୁ କେତେଜଣ ଆମିଷପ୍ରିୟ ଲୋକ ରବିବାର ମଧ୍ୟ ପଖାଳ ଖାଇ ଏହି ଦିବସକୁ ମନେ ପକାଇଛନ୍ତି। ହେଲେ ସୋମବାର ପଖାଳ ଦିବସକୁ ନିଆରା କରିବା ପାଇଁ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ହୋଟେଲ ଓ ଅନୁଷ୍ଠାନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଭଳିକି ଭଳି ମନଲୋଭା ବ୍ୟଞ୍ଜନ ସହ ଏଥର ପଖାଳ ଦିବସ ପାଳିବେ ଓଡ଼ିଶାବାସୀ। ପଖାଳ ଖାଇବା ପରେ ସତେଯେମିତି ପାଟିରୁ ବାହାରି ପଡ଼ିବ ଓଃ କି ଟେଷ୍ଟ୍‌, କି ଶାନ୍ତି…।

୨୦ଟଙ୍କାରେ
ରବି ଭାଇ ପଖାଳ
ମାତ୍ର ୨୦ଟଙ୍କାରେ ପଖାଳ। ସେଥିରେ ପୁଣି ଋତୁ ଅନୁସାରେ ଉପଲବ୍ଧ ପରିବା ଭଜା ଆଉ ଆଳୁଚୋଖା, ଲେମ୍ବୁ, ପିଆଜ, କଞ୍ଚାଲଙ୍କା। ମହଙ୍ଗା ସମୟରେ ପୁଣି ରାଜଧାନୀରେ ଏତେ କମ୍‌ ଟଙ୍କାରେ ପଖାଳ ମିଳୁଛି ଶୁଣିବାକୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ ରବୀନ୍ଦ୍ର ସାହୁ କିନ୍ତୁ ସବୁକିଛି ସମ୍ଭବ କରିଛନ୍ତି। ଯେଉଁଥିପାଇଁ ଲୋକେ ତାଙ୍କୁ ‘ପଖାଳ ମଣିଷ’ ବୋଲି କହୁଛନ୍ତି। କଳ୍ପନା ଛକରେ ରବି ଭାଇ ପଖାଳ ଦୋକାନ କହିଲେ ସମସ୍ତେ ଜାଣନ୍ତି। ଠେଲା ଗାଡ଼ିରେ ହିଁ ମିଳେ ଏହି ସୁଆଦିଆ ପଖାଳ। ସେ ଭୋର୍‌ ୫ରୁ ଦିନ ୧୧ ପର୍ଯ୍ୟନ୍ତ ଦୋକାନ ଖୋଲିଥାନ୍ତି। ଏହି ସମୟ ହିଁ କହୁଛି ପଖାଳର କଥା। ଶ୍ରମିକମାନେ କାମକୁ ଯିବା ଆଗରୁ ପଖାଳ ଖାଇବାକୁ ଏଠାରେ ଭିଡ଼ ଜମାନ୍ତି। କଂସେ ପଖାଳ ଖାଇ କାମକୁ ଯାଆନ୍ତି। ଏନେଇ ରବୀନ୍ଦ୍ର କୁହନ୍ତି, ଦୀର୍ଘ ୨୦ବର୍ଷ ଧରି ଏହି ପଖାଳ ହୋଟେଲ ଚଳାଇଛି। ଖରାଦିନେ ୨୦ କେଜିରୁ ଅଧିକ ଚାଉଳ ରୋଷେଇ ହୁଏ। ଆମର ଅଧିକା ପଇସା ଦରକାର ନାହିଁ। ଶ୍ରମିକ ଲୋକ ଖାଇ ଖୁସି ହେଲେ ମୁଁ ବି ଖୁସି।

ଏକାମ୍ର ହାଟ: ଚିଙ୍ଗୁଡ଼ି ଛେଚାକୁ ତାୱା ମାଛ
ଭୁବନେଶ୍ୱର ଏକାମ୍ର ହାଟରେ ଲୋକଙ୍କ ଭିଡ଼ ସବୁବେଳେ ରହିଥାଏ। ଏଠାକାର ଖାଦ୍ୟର ସ୍ବାଦ ଭଲ ହୋଇଥିବାରୁ ବହୁ ଦୂରରୁ ଖାଇବାକୁ ଧାଇଁ ଆସନ୍ତି। ତେବେ ଏଥର ପଖାଳ ଦିବସ ପାଇଁ ଏକାମ୍ର ହାଟରେ ଥିବା କାକା ହୋଟେଲ ଓ ପେଟପୂଜାରେ ପ୍ରସ୍ତୁତି ବେଶ୍‌ ଜୋରଦାର ଦେଖିବାକୁ ମିଳିଛି। ପଖାଳ ସହ ଆଳୁ ଭର୍ତ୍ତା, ବଡ଼ି ଚୁରା, ଶାଗ, ଭଜା, ଟମାଟୋ ବାଇଗଣ ଚଟଣି, ପଣସ ବରା, କଖାରୁ ଫୁଲ ବରା, ଗୋଟା କଲରା, ଗୋଟା ପୋଟଳ, ନଡ଼ିଆ ବରା, ଚଟଣି, ସାଲାଡ, ପାମ୍ପଡ଼ ଭଳି ସାଦା ବ୍ୟଞ୍ଜନ ପଖାଳ ସହ ଖାଇବାକୁ ମିଳିବ। ସେହିପରି ତାୱା ମାଛକୁ ଚିଙ୍ଗୁଡ଼ି ଛେଚା, ଚୁନା ମାଛ ରାଇ, ଶୁଖୁଆ ଆଦିର ଚାହିଦା ଅଧିକ ରହିଛି।

ମୁମ୍ବାଇରେ ଅଣଓଡ଼ିଆଙ୍କୁ ପଖାଳ ଖୁଆଇଲେ ସ୍ନେହା
ପଖାଳ ଏବେ ଓଡ଼ିଶାରେ ସୀମିତ ହୋଇ ରହିନାହିଁ। ସବୁଠି ଏହାର ଆଦର ବଢ଼ୁଛି। ଭୁବନେଶ୍ୱରର ସ୍ନେହା ସେନାପତି ରବିବାର ମୁମ୍ବାଇର ଲୋକଙ୍କୁ ଓଡ଼ିଶାର ପଖାଳ ଖୁଆଇଛନ୍ତି। ସେ କହିଛନ୍ତି, ଯେବେ ମୁମ୍ବାଇ ଆସିଲି ଓଡ଼ିଶା ଖାଇବା ମିଳିଲାନି। ତେଣୁ ୪ ମାସରେ ଥରେ ହେଉ କି କୌଣସି ସ୍ବତନ୍ତ୍ର ଦିବସରେ, ଓଡ଼ିଆ ଖାଦ୍ୟ ପ୍ରସ୍ତୁତ କରି ଏଠାକାର ଲୋକଙ୍କୁ ଭେଟି ଦେଇଥାଏ। ଅଧିକାଂଶ ଅଣଓଡ଼ିଆ ହିଁ ମୋ ପଖାଳ ଖାଇଥାନ୍ତି। ଏଥର ପଖାଳ ଦିବସ ପାଇଁ ସାଦାରେ ଆଳୁ ଭର୍ତ୍ତା, ଶାଗମୁଗ, ଛୁଇଁ ବେସର ଭଜା, କଦଳି ବରା, ବଡ଼ିଚୂରା, ଟମାଟୋ ପୋଡ଼ା ରହିଛି। ଏହାର ମୂଲ୍ୟ ୫୫୦ଟଙ୍କା ଥିବାବେଳେ ଆମିଷ ପଖାଳ ମେନ୍ୟୁରେ ୮୫୦ଟଙ୍କାରେ ଶୁଖୁଆ ଛେଚା, ମାଛ ଭଜା, ଚିଙ୍ଗୁଡ଼ି ଚଣା ରହିଥିଲା। ଦିନକୁ ଦିନ ପଖାଳର ସ୍ବାଦ ବଢୁଥିବାବେଳେ ବିଭିନ୍ନ ପ୍ରକାର ବ୍ୟଞ୍ଜନ ସହ ଏହା ଲୋକଙ୍କ ଖାଇବା ଆବେଗରେ ଏକ ସ୍ବତନ୍ତ୍ର ସ୍ଥାନ ନେଇପାରିଥିବା ସେ କହିଛନ୍ତି।

‘ନିମନ୍ତ୍ରଣ’ରେ ସୁବାସ ପଖାଳ ଓ ଚିପୁଡ଼ା ପଖାଳ
ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି)ର ହୋଟେଲ ଆଣ୍ଡ୍‌ ରେଷ୍ଟୁରାଣ୍ଟ ଚେନ୍‌ ‘ନିମନ୍ତ୍ରଣ’ରେ ଏଥର ୨ପ୍ରକାରର ସ୍ବତନ୍ତ୍ର ପଖାଳ ବ୍ୟବସ୍ଥା ହୋଇଛି। ସୁବାସ ପଖାଳ ଓ ଚିପୁଡ଼ା ପଖାଳର ସ୍ବତନ୍ତ୍ରତା ରହିଥିବାବେଳେ ଦହି ପଖାଳ, ମଲ୍ଲୀଫୁଲ ପଖାଳ, ଘିଅ ପଖାଳ ଆଦି ଉପଲବ୍ଧ ରହିଛି। ପଖାଳ ସହ ସାଦା ବ୍ୟଞ୍ଜନର ମୂଲ୍ୟ ୨୯୯ ରହିଛି। ଆମିଷ ପାଇଁ ଭିନ୍ନ ଭିନ୍ନ ଦର ରହିଛି। ରାଜ୍ୟ ପର୍ଯ୍ୟଟନ ବିଭାଗ ଏବଂ ଓଟିଡିସି ପକ୍ଷରୁ ସୋସିଆଲ ମିଡିଆରେ ଏହାର ବ୍ୟାପକ ପ୍ରଚାର ପ୍ରସାର କରାଯାଉଛି।

ପଖାଳ ଦେଖିଦେଲେ ବଳ ଆସିଯାଏ
ଅଧିକ କାମ କରିବାର ଅଛି ତ ଆଗ ପଖାଳ। ସକାଳୁ ପଖାଳ ଗଣ୍ଡେ ଖାଇ କାମକୁ ବାହାରିଗଲେ ଫେରିବା ଯାଏ ପେଟରେ ଭୋକ ନ ଥାଏ। ପେଟ ଥଣ୍ଡା ତ ମନ ଶାନ୍ତିରେ ବେପାର କରେ। ପଖାଳ ସବୁବେଳେ ରହିଛି ଆଗକୁ ବି ରହିବ। ଆମଭଳି ଖଟିଖିଆ ଲୋକଙ୍କ ପାଇଁ ପଖାଳ ଏକ ଆବେଗ। ଛୋଟ ବେଳରୁ ଆଜି ଯାଏ ପଖାଳ ଦେଖିଦେଲେ ଦେହରେ ବଳ ଆସିଯାଏ।
– ଧ୍ରୁବଚରଣ ସାହୁ, ଗୁପ୍‌ଚୁପ୍‌ ବ୍ୟବସାୟୀ

ପଖାଳ ଜଗନ୍ନାଥଙ୍କ ପ୍ରିୟ ଖାଦ୍ୟ, ଓଡ଼ିଶାର ଗର୍ବ
ପଖାଳ ଦିବସରେ ଓଡ଼ିଶାର ଗର୍ବ ଓ ଗୌରବ ଠୁଳ ହୋଇରହିଛି। ସାଧାରଣ ମଣିଷର ଇଚ୍ଛା, ଆଶା ଏଥିରେ ଅଛି। ଏବେ ବିଭିନ୍ନ ରୋଗ ଓ ଡାକ୍ତରଙ୍କ ପରାମର୍ଶ ପାଇଁ ପଖାଳ ସବୁଦିନ ଖାଇ ହେଉନି। ନ ହେଲେ ସକାଳେ, ସାରେ ପଖାଳ କଂସେ ଖାଇଦେଲେ ଦିନ ସୁରୁଖୁରୁରେ ବିତିଯାଏ। ଆମେ ପାଳନ କରୁଥିବା ସବୁ ଦିବସ ଭିତରେ ପଖାଳ ପ୍ରସିଦ୍ଧ, ଆଉ ସ୍ବତନ୍ତ୍ର। ଶ୍ରୀଜଗନ୍ନାଥଙ୍କର ଏହା ହେଉଛି ପ୍ରିୟ ଖାଦ୍ୟ। ମହାପ୍ରଭୁ ଯେତେବେଳେ ଏହାକୁ ଆପଣେଇ ନେଇଛନ୍ତି, ସାଧାରଣ ମଣିଷ କେବେ ଏହାକୁ ଭୁଲି ପାରିବ ନାହିଁ। ଆମର ଏହି ପରମ୍ପରା ଖୁବ୍‌ ନିଆରା।
– ଅଶ୍ରୁମୋଚନ ମହାନ୍ତି, ଅଭିନେତା

ବ୍ୟବସାୟୀକରଣ ପରେ ଚାହିଦା ବଢୁଛି
ଜଗନ୍ନାଥ ସଂସ୍କୃତିରେ ପଖାଳ ରହିଛି। ସାଧାରଣ ଲୋକମାନେ ମଧ୍ୟ ଏହାକୁ ନିତିଦିନ ଖାଇଥାନ୍ତି। ବିଶେଷକରି ଖରାଦିନରେ ପଖାଳ ସମସ୍ତଙ୍କର ପ୍ରିୟ। ଏହା ଶରୀରରୁ ଜଳୀୟଅଂଶ ଅଭାବକୁ ପୂରଣ କରିବାରେ ସହାୟକ ହୋଇଥାଏ। ଏବେ ପଖାଳର ଚାହିଦା ଦିନକୁ ଦିନ ବଢ଼ୁଛି। ବ୍ୟବସାୟୀକରଣ କରିବା ଦ୍ୱାରା ଏହାର ଆଦୃତି ଦେଖିବାକୁ ମିଳୁଛି। କିନ୍ତୁ ଏହା ଆମର ନିତିଦିନର ଖାଦ୍ୟ ହୋଇ ମଧ୍ୟ ରାଜଧାନୀରେ ଏହା ସବୁଠି ଉପଲବ୍ଧ ନୁହେଁ। ଯେମିତି ରାସ୍ତାଘାଟରେ ଦହିବରା ମିଳୁଛି, ସେମିତି ପଖାଳ ମିଳିବା ଆବଶ୍ୟକ। ଏହାର ଆହୁରି ଅଧିକ ବ୍ୟବସାୟୀକରଣ ହେବା ଉଚିତ।
– ପ୍ରୀତିଶା ଦାଶ, ସଫ୍ଟୱେର ଇଞ୍ଜିନିୟର

ସଜ ପଖାଳ, ଦେହ ସବଳ
ସଜ ପଖାଳ ଖାଇଲେ ଦେହ ଖରାପ ହୁଏ ନାହିଁ। ବାସି ପଖାଳ କେତେଜଣଙ୍କ ଦେହରେ ଯାଏ ନାହିଁ। ବିଶେକରି ଦେହରେ ଥଣ୍ଡା ରହୁଥିବା ଲୋକମାନେ ଡାକ୍ତରଙ୍କ ପରାମର୍ଶ ନେଇ ପଖାଳ ଖାଇବା ଉଚିତ। ତୋରାଣିରେ ରୋଗ ପ୍ରତିରୋଧକ ଶକ୍ତି ରହିଥାଏ, ଯାହା ଆମକୁ ବିଭିନ୍ନ ରୋଗରୁ ରକ୍ଷା ମଧ୍ୟ କରିଥାଏ। କେତେବେଳେ କେମିତି ବାସି ପଖାଳ ଖାଇବା ଉଚିତ।
– ପ୍ରିୟଙ୍କା ପରିଡ଼ା, ଛାତ୍ରୀ, ଫୁଡ୍‌ ଆଣ୍ଡ୍‌ ନ୍ୟୁଟ୍ରିଶନ ବିଭାଗ


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଚୋରାଚାଲାଣ ପଡିଲା ମହଙ୍ଗା: ବନ୍ଧା ହେଲେ ୱେବ ଚ୍ୟାନେଲ ସାମ୍ବାଦିକ

ଖୋର୍ଦ୍ଧା,୩୦।୧୨(ପ୍ରଭାତ ପାଣିଗ୍ରାହୀ): ସାମ୍ବାଦିକ ଆଳରେ ଗଞ୍ଜେଇ ଚୋରାଚାଲାଣ ପଡିଲା ମହଙ୍ଗା। ଖୋର୍ଦ୍ଧା ଅବକାରୀ ବିଭାଗର ଜିଲା ମୋବାଇଲ ୟୁନିଟ ହାତରେ ଧରାପଡ଼ିଲେ ୱେବ ଚ୍ୟାନେଲ ସାମ୍ବାଦିକ...

ତହସିଲଦାରଙ୍କ ଘରୁ ମିଳିଲା ବିଡ଼ାବିଡ଼ା ଟଙ୍କା ସାଙ୍ଗକୁ ପୁଳାପୁଳା ସୁନା: ଭିଜିଲାନ୍ସର ବଡ଼ଧରଣର ରେଡ୍‌

ଭୁବନେଶ୍ୱର,୩୦।୧୨: କଟକ ବାରଙ୍ଗ ତହସିଲର ଅତିରିକ୍ତ ତହସିଲଦାର ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ହାବୁଡରେ ପଡ଼ିଛନ୍ତି। ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡାଙ୍କ ଘରେ ଭିଜିଲାନ୍ସ...

ପାହାଡ଼ ଉପରେ ପୂଜା ପାଉଛନ୍ତି ମା’ ବାଳକୁମାରୀ, ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଏହି ସ୍ଥାନ

ଗଞ୍ଜାମ ,୩୦।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲା ବ୍ରହ୍ମପୁର ଠାରୁ ୨୫ କି.ମି. ଚିକିଟିରୁ ୮ କିଲୋମିଟର ଗଲାପରେ ଧାନ ଘର ଛକ ଏବଂ ସେଠାରୁ...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୩୦।୧୨: ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB) ଭାରତରେ ହେବାକୁ ଥିବା ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଏହାର ଦଳ ଘୋଷଣା କରିଛି। ଆଶ୍ଚର୍ଯ୍ୟଜନକ...

ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ବଡ଼ ବୟାନ, ବଣଭୋଜି ନାରେ ପ୍ରଦୂଷଣ କଲେ ହେବ…

ଭୁବନେଶ୍ୱର,୩୦।୧୨: ବର୍ତ୍ତମାନ ସମୟରେ ପର୍ଯ୍ୟଟନ ଋତୁ ଚାଲୁଥିବା ବେଳେ ଅନେକ ସ୍ଥାନରେ ପର୍ଯ୍ୟଟକଙ୍କ ଗହଳି ଦେଖାଯାଉଛି । ବଣଭୋଜି କରି ମଜା ନେଉଛନ୍ତି ଲୋକେ ।...

ଖଣି ପାଇଁ ଜମି ଯିବାରୁ ଜୀବନ ହାରିଲେ ଯୁବକ, ୧୭ ଘଣ୍ଟାରୁ ଅଧିକ ସମୟ ମୃତଦେହକୁ ରଖି ବିକ୍ଷୋଭ କଲେ…

ଝାରସୁଗୁଡା, ୩୦।୧୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଉବୁଡା ଗ୍ରାମର ଜଣେ ୨୫ ବର୍ଷୀୟ ଯୁବକଙ୍କ ସୋମବାର ଆତ୍ମହତ୍ୟା ପରେ ସ୍ଥାନୀୟ ଅଞ୍ଚଳରେ...

ନୂଆବର୍ଷ ପାଇଁ ପୁରୀରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ପୁରୀ,୩୦।୧୨: ନୂଆବର୍ଷ ପାଳନ ପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷା ଏବଂ ଶୃଙ୍ଖଳିତ ଦର୍ଶନ ପାଇଁ ୭୦ ପ୍ଲାଟୁନ ପୋଲିସ ଫୋର୍ସ...

ଭଦ୍ରକରେ କିନ୍ନରଙ୍କୁ ଆକ୍ରମଣ: ଚୁଟି କାଟିବା ସହ ଟଙ୍କା ସୁନା ଲୁଟ ଅଭିଯୋଗ, ଥାନାରେ ଉତ୍ତେଜନା

ଭଦ୍ରକ, ୩୦/୧୨(ସନାତନ ରାଉତ): ଭଦ୍ରକରେ ୨ ଗୋଷ୍ଠୀ କିନ୍ନରଙ୍କ ବିବାଦ ଥମିବାର ନାଁ ଧରୁନି । ଉଭୟ ଗୋଷ୍ଠୀ ମଧ୍ୟରେ ଛକା ପଞ୍ଝା ଲାଗି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri