Categories: ଖେଳ

ଅଫ୍‌ଲାଇନ୍‌ ଟିକେଟ ବିକ୍ରି ଆରମ୍ଭ

ଭୁବନେଶ୍ୱର, ୬ା୬, (ସ୍ପୋଟର୍‌ସ ବ୍ୟୁରୋ): ଜୁନ୍‌ ୯ ତାରିଖରୁ ଆରମ୍ଭ ହେବାକୁ ଥିବା ହିରୋ କଣ୍ଟିନେଣ୍ଟାଲ କପ୍‌ ପାଇଁ ସୋମବାର ଠାରୁ ଅଫଲାଇନ ଟିକେଟ ବିକ୍ରି ଆରମ୍ଭ ହୋଇଛି। ପୂର୍ବାହ୍ନ ୧୧.୦୦ଟାରୁ ଅପରାହ୍ନ ୫ଟା ଯାଏ ଟିକେଟ ବିକ୍ରି ହେଉଥିବା ବେଳେ ଅନେକ ଦର୍ଶକ କଳିଙ୍ଗ ଷ୍ଟାଡିୟମର ଗେଟ୍‌ ନମ୍ବର ୪-ଏରେ ଲାଇନ୍‌ରେ ଛିଡା ହୋଇ ଟିକେଟ କିଣିଥିଲେ। ପ୍ରଥମ ଦୁଇଦିନରେ କେବଳ ୯ରୁ ୧୨ ତାରିଖ ମଧ୍ୟରେ ହେବାକୁ ଥିବା ମ୍ୟାଚର ଟିକେଟ ମିଳିବ। ତେବେ ୭ ତାରିଖ ଠାରୁ ସମସ୍ତ ୪ ମ୍ୟାଚର ଟିକେଟ ଉପଲବ୍ଧ ହେବ। ନର୍ଥ ଓ୍ବେଷ୍ଟ ଷ୍ଟାଣ୍ଡ ପାଇଁ ଟିକେଟର ମୂଲ୍ୟ ୧୫୦ ଟଙ୍କା ରହିଥିବା ବେଳେ ନର୍ଥ ଷ୍ଟାଣ୍ଡ, ସାଉଥ୍‌ ଷ୍ଟାଣ୍ଡ ଓ ଇଷ୍ଟ ଷ୍ଟାଣ୍ଡ ଟିକେଟର ମୂଲ୍ୟ ୯୯ ଟଙ୍କା ରଖାଯାଇଛି।

Share