ପୌର ପରିଷଦ ବୈଠକକୁ ଆସିଲେନି ୧୪ ବିଭାଗର ଅଧିକାରୀ: ଶାସକ ଭାଜପା ନେତାଙ୍କ ଚାପ ଚର୍ଚ୍ଚା

ବରଗଡ଼,୨୪।୨(ପ୍ରେମାନନ୍ଦ ଖମାରୀ)-ବରଗଡ଼ ପୌର ପରିଷଦର କାଉନସିଲ ବୈଠକ ସୋମବାର ରହିଥିଲା। ନିର୍ଦ୍ଧାରିତ ସମୟରେ ବୈଠକକୁ ପୌରାଧ୍ୟକ୍ଷା କଳ୍ପନା ମାଝୀ, ଉପାଧ୍ୟକ୍ଷ ରାଜେଶ ଅଗ୍ରୱାଲଙ୍କ ସମେତ ସମସ୍ତ କାଉନସିଲରବୃନ୍ଦ ଏବଂ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଦେବାନନ୍ଦ ସାହୁ ପହଞ୍ଚିଥିଲେ। କିନ୍ତୁ ଉକ୍ତ ବୈଠକରେ ଯୋଗଦେବା ପାଇଁ ଜିଲାର ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟଜଳ, ବିଦ୍ୟୁତ, ଯୋଗାଣ ଆଦି ୧୪ବିଭାଗର ଅଧିକାରୀଙ୍କୁ ଯୋଗଦେବା ପାଇଁ ପୌର ପରିଷଦ ପକ୍ଷରୁ ଚିଠି କରାଯାଇଥିଲା। ମାତ୍ର ପୌର ପରିଷଦର ସେହି ଚିଠିକୁ ଅଣଦେଖା କରି ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ କୌଣସି ବିଭାଗର ଅଧିକାରୀ ଯୋଗ ନ ଦେବା ଚର୍ଚ୍ଚାର ବିଷୟ ହୋଇଛି। ଦୀର୍ଘ ସମୟ ଅପେକ୍ଷା ସତ୍ତ୍ୱେ ଅଧିକାରୀମାନେ ନ ଆସିବାରୁ କାଉନସିଲରମାନେ ଉଠିଯାଇ ବୈଠକକୁ ବର୍ଜନ କରିଥିଲେ। ଉକ୍ତ ପୌର ପରିଷଦ ବିଜେଡି ଦଖଲରେ ଥିବାବେଳେ ଏବେ ରାଜ୍ୟର ଶାସକ ଦଳ ଅର୍ଥାତ୍‌ ଭାଜପା ନେତାଙ୍କ ଚାପରେ ଅଧିକାରୀମାନେ ବୈଠକକୁ ଆସି ନ ଥିବା ନେଇ ସାଧାରଣରେ ଆଲୋଚନା ହେଉଛି। ଅନ୍ୟପଟେ ଭାଜପା ଜିଲା ସଭାପତି ଡା. ଅରୁପାନନ୍ଦ ସାହୁଙ୍କୁ ପଚାରିବାରୁ ତାକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ସୋମବାର ଜିଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ରହିଥିଲା। ସେଠାରେ ସମସ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ଯେହେତୁ ପ୍ରତି ସୋମବାର ଜିଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ରହିଥାଏ, ପୌର ପରିଷଦର କାଉନସିଲ ବୈଠକ ଅନ୍ୟଦିନ ରଖାଯିବାର ଥିଲା। କାଉନସିଲ ବୈଠକରେ ଯୋଗ ନ ଦେବା ପାଇଁ କୌଣସି ଅଧିକାରୀଙ୍କୁ ଭାଜପା ପକ୍ଷରୁ ଚାପ ପ୍ରୟୋଗ କରାଯାଇ ନାହିଁ ବୋଲି ଡା. ସାହୁ କହିଥିଲେ।
ସୂଚନା ଅନୁଯାୟୀ, ପ୍ରତି ୨/୩ ମାସ ବ୍ୟବଧାନରେ ପୌର ପରିଷଦର କାଉନସିଲ ବୈଠକ ହୋଇଥାଏ। ଏଥିରେ ପୌର ପରିଷଦର ପୌରାଧ୍ୟକ୍ଷ, ଉପାଧ୍ୟକ୍ଷ, କାଉନସିଲରବୃନ୍ଦ, ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସମେତ ଜିଲାର ପ୍ରମୁଖ ବିଭାଗଗୁଡ଼ିକର ପଦସ୍ଥ ଅଧିକାରୀମାନେ ଉପସ୍ଥିତ ରହିଥାନ୍ତି। କାଉନସିଲରବୃନ୍ଦ ମଧ୍ୟ ସେମାନଙ୍କ ୱାର୍ଡର ସମସ୍ୟା, ଲୋକଙ୍କ ଅଭିଯୋଗ ବୈଠକରେ ଉପସ୍ଥାପନ କରିଥାନ୍ତି। ତାକୁ ଦୃଷ୍ଟିରେ ରଖି ପୌରାଞ୍ଚଳର ବିକାଶ ତଥା ଅଞ୍ଚଳବାସୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବିଭିନ୍ନ ପ୍ରସ୍ତାବ ନିଆଯାଇ ସେଗୁଡ଼ିକୁ ଗୃହୀତ କରାଯାଇଥାଏ। ଏହି କ୍ରମରେ କାଉନସିଲ ବୈଠକ ପାଇଁ ଗତ ୧୭ତାରିଖରୁ ପ୍ରସ୍ତାବ ଗୃହୀତ ହୋଇଥିଲା ଏବଂ ସୋମବାରର କାଉନସିଲ ବୈଠକ କରିବାକୁ ନିଷ୍ପତ୍ତି ହୋଇଥିଲା। ବୈଠକରେ ଯୋଗଦେବା ପାଇଁ ଜିଲାର ୧୪ବିଭାଗର ଅଧିକାରୀଙ୍କୁ ପୌର ପରିଷଦ ପକ୍ଷରୁ ଚିଠି କରାଯାଇଥିଲା। ଏହି କ୍ରମରେ ବୈଠକକୁ ପୌରାଧ୍ୟକ୍ଷା, ଉପାଧ୍ୟକ୍ଷ, କାଉନସିଲରବୃନ୍ଦ ଏବଂ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଆସିଥିଲେ। କିନ୍ତୁ ବୈଠକକୁ କୌଣସି ବିଭାଗର ଅଧିକାରୀମାନେ ଆସି ନ ଥିଲେ। ବହୁ ବିଳମ୍ବରେ କେବଳ ପଶୁ ସମ୍ପଦ ଏବଂ ଯୋଗାଣ ବିଭାଗର କର୍ମଚାରୀ ପହଞ୍ଚିଥିଲେ। ତେବେ ପୌର ପରିଷଦର କାଉନସିଲ ବୈଠକକୁ ଅଧିକାରୀଙ୍କ ସେଭଳି ଅଣଦେଖାକୁ ନେଇ ଗୃହରେ ଉଦ୍‌ବେଗ ପ୍ରକାଶ ପାଇଥିଲା ଏବଂ ଶେଷରେ କାଉନସିଲରମାନେ ବୈଠକରୁ ଉଠି ଚାଲି ଯାଇଥିଲେ।
ଏ ସମ୍ପର୍କରେ ପୌରାଧ୍ୟକ୍ଷା କହିଛନ୍ତି, ବୈଠକ ନେଇ ବହୁ ପୂର୍ବରୁ ସମସ୍ତ ବିଭାଗକୁ ଚିଠି କରାଯାଇଥିଲା। ଆଗରୁ ବୈଠକଗୁଡ଼ିକୁ ଅଧିକାରୀମାନେ ଆସୁଥିଲେ। କିନ୍ତୁ ଆଜି ଯେଭଳି ପରିସ୍ଥିତି ଉପୁଜିଛି, ତାହା କେବେ ଦେଖାଯାଇ ନ ଥିଲା। ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ନିଆଯାଇ ତାକୁ ଗୃହୀତ କରାଯାଏ। ଆଗକୁ ଗ୍ରୀଷ୍ମ ଆସୁଛି। ପାନୀୟଜଳ ଏବଂ ବିଦ୍ୟୁତ ସମସ୍ୟା ଯେଭଳି ଦେଖା ନ ଯିବ, ତାକୁ ଏହି ବୈଠକରେ ପ୍ରାଥମିକତା ଦେଇ ଆଲୋଚନା କରାଯିବାର ଥିଲା। କିନ୍ତୁ ଅଧିକାରୀମାନେ ଆସିଲେ ନାହିଁ। ଜିଲାପାଳଙ୍କୁ ଫୋନ୍‌ ଯୋଗେ ଜଣାଇ ସାରିଛି। ବୈଠକକୁ ଆସି ନ ଥିବା ଅଧିକାରୀଙ୍କ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯିବ ଏବଂ ଜିଲାପାଳ ନିଶ୍ଚିତଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ଆଶା କରୁଛି ବୋଲି ପୌରାଧ୍ୟକ୍ଷା ମାଝି କହିଛନ୍ତି। ସେହିପରି ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ସାହୁ କହିଛନ୍ତି, ୧୭ତାରିଖରୁ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ବୈଠକରେ ଉପସ୍ଥିତ ରହିବା ପାଇଁ ଚିଠି କରାଯାଇଥିଲା। ସମସ୍ତେ ଚିଠି ଗ୍ରହଣ ମଧ୍ୟ କରିଥିଲେ। କିନ୍ତୁ ସେମାନେ କାହିଁକି ଆସିଲେ ନାହିଁ, ସେ ଉପରେ କହି ପାରିବି ନାହିଁ। ଏ ନେଇ ଜିଲାପାଳଙ୍କୁ ଜଣାଇବି ଏବଂ କାଉନସିଲ ବୈଠକରେ ଯାହାକିଛି ନିଷ୍ପତ୍ତି ନିଆଯିବ ବୋଲି ସେ କହିଥିଲେ। ୱାର୍ଡ ନଂ-୧୪ର କାଉନସିଲର ମିତୁ ମାହାଣା କହିଛନ୍ତି, ନୂଆଁ ସରକାର ଆସିବା ପରେ ମିଳିମିଶି କାମ କରିବା ବୋଲି କହିଥିଲେ। କିନ୍ତୁ ଏବେ ଏଭଳି ଜରୁରୀ ବୈଠକକୁ ଅଧିକାରୀମାନେ ନ ଆସିବା ଦୁର୍ଭାଗ୍ୟଜନକ। ବୈଠକରେ ଉପସ୍ଥାପନ କରିବା ପାଇଁ ମୁଁ ଲୋକଙ୍କ ଅନେକ ସମସ୍ୟା ଧରି ଆସିଥିଲି। ହେଲେ ଏବେ ଲୋକଙ୍କୁ କ’ଣ ଉତ୍ତର ଦେବି, ତାହା ଭାବିପାରୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri