ସ୍କୁଲ୍ ବନ୍ଧା ପକାଇ ଖାଇଗଲେ ଟଙ୍କା: କୋଠା ଦଖଲ କଲା ଫାଇନାନ୍ସ କମ୍ପନୀ

ପୁରୁଷୋତ୍ତମପୁର,୨୧ା୧୨ (ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଥିବା ସର୍ବପୁରାତନ ଶାଶ୍ବତ ଶିଶୁମନ୍ଦିରରେ ଏକ ବଡ ଘୋଟାଲା ଘଟଛି। ଯାହାକି ଶନିବାର ଭୂବନେଶ୍ବରର ଭର୍ତ୍ତିନା ଫାଇନାନ୍ସ ପ୍ରାଇଭିଟ ଲିମିଟେଡ କର୍ତ୍ତୁପକ୍ଷ ଆସି ଏକଜିକ୍ଟିଭ ମାଜିଷ୍ଟେଟ ତଥା ତହସିଲଦାର ଓ ପୋଲିସ ଉପସ୍ଥିତିରେ ସ୍କୁଲ ଗୃହକୁ ଚାବି ପକାଇ ନିଜ ଦଖଲକୁ ନେବାପରେ ଘଟଣା ପଦାକୁ ଆସିଛି।

ଏହି ଖବର ପ୍ରଚାରିତ ହେବାପରେ ବଦାନ୍ଯ ବ୍ଯକ୍ତି ଓ ସହରବାସୀଙ୍କ ମଧ୍ଯରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସହରରେ ପ୍ରତିଷ୍ଟିତ ଏହି ସାଶ୍ବତ ଶିଶୁମନ୍ଦିରର ବିକାଶକୁ ନେଇ ସହରର ବହୁ ବଦାନ୍ଯ ବ୍ଯକ୍ତିମାନେ ସହଯୋଗର ହାତ ବଢାଇ ପାଣ୍ଡିଆ ଛକ ନିକଟ କନକାମୌଜାରେ ରହିଥିବା ବିଲ ଖାତାନଂ ୧୨୧ପ୍ଲଟନଂ ୫୩୬/୧୦୬୮ର ଏରିଆ ୦.୧୬୭ ଡେସିମି ଓ ଖାତାନଂ ୩୧୧/୧୬୪ ପ୍ଲଟନଂ ୫୩୬/୧୦୬୭ ର ୦.୨୭୨ ଡେସିମି ଜମି ବଦାନ୍ଯ ବ୍ଯକ୍ତି ପୁର୍ଣତନ୍ଦ୍ର ପାଳ,ବିଶ୍ବଜିତ ପାଳ ବସନ୍ତକୁମାର ମହାପାତ୍ର, ଲିଙ୍ଗରାଜ ପାତ୍ରଙ୍କ ନାମରେ ଥିବା ଏହିଜମିକୁ ଶିଶୁମନ୍ଦିର ଶିକ୍ଷାନୁଷ୍ଟାନ କର୍ତ୍ତୁପକ୍ଷ ସଭାପତି ପ୍ରଫୁଲକୁମାର ରଥ, ସଂପାଦକ ବାସୁଦେବଯେନା, ପ୍ରଧାନ ଶିକ୍ଷକ ତାରାପ୍ରଶାଦ ଦଶ,ଓ ସହ- ପ୍ରଧାନ ଶିକ୍ଷକ ରାମକ୍ରୁଷ୍ଣ ଯେନାଙ୍କ ନାମରେ ପୁରୁଷୋତ୍ତମପୁର ସବରେଜିଷ୍ଟରଙ୍କ ଠାରେ ଗତ ୨୦୧୫ ମସିହା ଫେବ୍ରୁଆରି ୧୬ ତାରିଖରେ ଦାନସୁତ୍ରରେ ଯୋଗାଇଦେଇଥିଲେ।

ଏଠାରେ କେବଳ ଶାଶ୍ବତ ଶିଶୁମନ୍ଦିର ଗଢିତୋଳିବା ଓ ଏହାର ଖିଲାପ ନକରିବା ଲାଗି ଲିଖିତ ଚୁକ୍ତିନାମା ଡକୁମେଣ୍ଟନଂ ୬୮୫୦୦୩୧୭ ପ୍ରକାରେ କରିଥିଲେ। ଏହି ଡକୁମେଣ୍ଟକୁ ନେଇ ଶିଶୁମନ୍ଦିର ବିଦ୍ଯାଳୟ କର୍ତ୍ତୁପକ୍ଷ ଘରବାରି ଖାତାନଂ ୩୧୧/୧୧୦୦ ପ୍ଲଟନଂ ୫୩୬/୨୩୦୬ ଓ ୩୧୧/୧୧୦୧ ପ୍ଲଟନଂ ୫୩୬/୨୩୦୭ ପ୍ରକାରେ ପଟ୍ଟାକରାଇଥିଲେ। ଏହି ଜମିରେ ବିଦ୍ଯାଳୟ ଗ୍ରୁହ ନିର୍ମାଣଲାଗି ଅଞ୍ଚଳର ବହୁ ବଦାନ୍ଯ ବ୍ଯକ୍ତି ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଯାହାକି ତଳ ମହଲା ନିର୍ମାଣ ସରି ବିଦ୍ଯାଳୟ ଶ୍ରେଣୀ ଚାଲିଥିବା ବେଳେ ଉପର ମହଲା କାର୍ଯ୍ଯ ଅର୍ଥ ଅଭାବରୁ ଅଧୁରା ରହିଛି।

ଏହାରି ମଧ୍ଯରେ ବିଦ୍ଯାଳୟ ଶିକ୍ଷକ ରାମକ୍ରୁଷ୍ଣ ଜେନା ମ୍ୟାନେଜିଂ ଟ୍ରଷ୍ଟି ରହି ତାଙ୍କର କିଛି ସମ୍ପର୍କିୟଙ୍କୁ ନେଇ ଶାଶ୍ବତ ଶିଶିମନ୍ଦିର ନାମରେ ଏକ ଟ୍ରଷ୍ଟ କରାଇ ଉକ୍ତ ବିଦ୍ଯାଳୟ ଜମିକୁ ଭୂବନେଶ୍ବରରେ ଥିବା ଭର୍ତ୍ତିନା ଫାଇନାନ୍ନ ପ୍ରଇଭେଟଲିମିଟେଡ ଶାଖାରୁ ୨୦୧୫ ମସିହାରେ ପ୍ରାୟ ୨୮ ଲକ୍ଷ ଟଙ୍କା ରୁଣ ଆଣିଥିଲେ। ଏହି ରୁଣ ଟଙ୍କା ପରିଷୋଧ କରିବାରୁ ଫାଇନାସ୍ସ ପର୍ତ୍ତୃପକ୍ଷ ଆଇନ ଅନୁସାରେ ବିଦ୍ଯାଳୟ ଗ୍ରୁହକୁ ନିଜ ଅକ୍ତିଆରକୁ ନେବାଲାଗି ପ୍ରଶାସନଠାରେ ଦ୍ବାରସ୍ତ ହୋଇଥିଲେ। ସାରଫେସି ଆଇନ ପ୍ରକାରେ ପୁରୁଷୋତ୍ତମପୁ ତହସିଲଦାର ତଥା ଏକଜିକ୍ଯୁଟିଭ ମାଜିଷ୍ଟେଟ ବିନୋଦ କୁମାର ବେହେରା ଥାନା ଆଇଆଇସି ରାଜେଶ କୁମାର ନାୟକ ଓ ପୋଲିସ ଫୋର୍ସ ସହ ଘଟଣା ସ୍ତଳକୁ ଯାଇ ବିଦ୍ଯାଳୟ ଗୃହକୁ ଫାଇନାନ୍ନ କର୍ତ୍ତୁପକ୍ଷଙ୍କୁ ହସ୍ତାନ୍ତର କରିଛନ୍ତି।

ଏହାକୁ ନେଇ ସହରରେ ତିବ୍ର ପ୍ରତିକ୍ରିଆ ପ୍ରକାଶ ପାଇଛି। ଜମି ଯୋଗାଇଥିବା ବଦାନ୍ଯବ୍ଯକ୍ତି ପୂର୍ଣଚନ୍ଦ୍ର ପାଳ,ବିଶ୍ବଜିତ ପାଳ ଓ ବସନ୍ତ କୁମାର ମହାପାତ୍ର ଏହିଘଟଣାକୁ ନେଇ ସ୍କୁଲ କତ୍ରୁପକ୍ଷଙ୍କ ବିରୋଦ୍ଧରେ ଆଇନର ଆଶ୍ରୟ ନେବେ ବୋଲି କହିଛନ୍ତି। ଏଭଳି ବିଦ୍ଯାଳୟକୁ ବନ୍ଧାପକାଇ ଟଙ୍କା ହଡପକରିଥିବା ବ୍ଯକ୍ତିଙ୍କ ବିରୋଦ୍ଧରେ ପ୍ରଶାସନ ତୁରନ୍ତ କାର୍ଯ୍ଯାନୁଷ୍ଟାନ ଗ୍ରହଣ କରିବା ଲାଗି ଜନସାଧାରଣ ଦାବି କରିଛନ୍ତି। ସୂଚନାଯୋଗ୍ଯ ଯେ ଏଭଳି କାଣ୍ଡ ଘଟାଇ ସ୍କୁଲ କର୍ତ୍ତୁପକ୍ଷ ଗତ କିଛି ବର୍ଷହେଲା ସ୍କୁଲକୁ ବନ୍ଦ କରିଦେଇଥିବା ବେଳେ ସହରର ଧୋବାସାହି ଛକ ନିକଟରେ ଏକ ଘରେ ସାଶ୍ବତ ଶିଶୁମନ୍ଦିର ନାମରେ ଏକ ବୋର୍ଡ ଲଗାଇଥିବାର ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଟିନଙ୍କ ଘର ଉପରେ ଏମିତି ‘ଡ୍ରୋନ୍ ଆକ୍ରମଣ’ର କରିଥିଲା ୟୁକ୍ରେନ, ଭୟଙ୍କର ଭିଡିଓ ଜାରି କଲା ରୁଷ

ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ବାହୁନି ବାହୁନି କାନ୍ଦୁଛନ୍ତି ପତ୍ନୀ, ଅନ୍ଧକାରରେ ୩ ପିଲାଙ୍କ ଭବିଷ୍ୟତ; ଗୋଆରେ ଚାଲିଗଲା ଓଡ଼ିଆ ଶ୍ରମିକଙ୍କ ଜୀବନ, ଏବେ… 

ଦିଗପହଣ୍ଡି,୩୧।୧୨(ଅଶେଷ ନାଥ ମିଶ୍ର): ପେଟ ପାଟଣା ପାଇଁ ରାଜ୍ୟ ବାହାରକୁ ଯାଇଥିଲେ। ହେଲେ କାରଖାନାରେ ଅଘଟଣ ଘଟିବା ଯୋଗୁ ଚାଲିଗଲା ଜୀବନ। ଏବେ ରୋଜଗାରିଆ ପୁଅଙ୍କୁ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri