ସ୍କୁଲ୍ ବନ୍ଧା ପକାଇ ଖାଇଗଲେ ଟଙ୍କା: କୋଠା ଦଖଲ କଲା ଫାଇନାନ୍ସ କମ୍ପନୀ

ପୁରୁଷୋତ୍ତମପୁର,୨୧ା୧୨ (ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଥିବା ସର୍ବପୁରାତନ ଶାଶ୍ବତ ଶିଶୁମନ୍ଦିରରେ ଏକ ବଡ ଘୋଟାଲା ଘଟଛି। ଯାହାକି ଶନିବାର ଭୂବନେଶ୍ବରର ଭର୍ତ୍ତିନା ଫାଇନାନ୍ସ ପ୍ରାଇଭିଟ ଲିମିଟେଡ କର୍ତ୍ତୁପକ୍ଷ ଆସି ଏକଜିକ୍ଟିଭ ମାଜିଷ୍ଟେଟ ତଥା ତହସିଲଦାର ଓ ପୋଲିସ ଉପସ୍ଥିତିରେ ସ୍କୁଲ ଗୃହକୁ ଚାବି ପକାଇ ନିଜ ଦଖଲକୁ ନେବାପରେ ଘଟଣା ପଦାକୁ ଆସିଛି।

ଏହି ଖବର ପ୍ରଚାରିତ ହେବାପରେ ବଦାନ୍ଯ ବ୍ଯକ୍ତି ଓ ସହରବାସୀଙ୍କ ମଧ୍ଯରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସହରରେ ପ୍ରତିଷ୍ଟିତ ଏହି ସାଶ୍ବତ ଶିଶୁମନ୍ଦିରର ବିକାଶକୁ ନେଇ ସହରର ବହୁ ବଦାନ୍ଯ ବ୍ଯକ୍ତିମାନେ ସହଯୋଗର ହାତ ବଢାଇ ପାଣ୍ଡିଆ ଛକ ନିକଟ କନକାମୌଜାରେ ରହିଥିବା ବିଲ ଖାତାନଂ ୧୨୧ପ୍ଲଟନଂ ୫୩୬/୧୦୬୮ର ଏରିଆ ୦.୧୬୭ ଡେସିମି ଓ ଖାତାନଂ ୩୧୧/୧୬୪ ପ୍ଲଟନଂ ୫୩୬/୧୦୬୭ ର ୦.୨୭୨ ଡେସିମି ଜମି ବଦାନ୍ଯ ବ୍ଯକ୍ତି ପୁର୍ଣତନ୍ଦ୍ର ପାଳ,ବିଶ୍ବଜିତ ପାଳ ବସନ୍ତକୁମାର ମହାପାତ୍ର, ଲିଙ୍ଗରାଜ ପାତ୍ରଙ୍କ ନାମରେ ଥିବା ଏହିଜମିକୁ ଶିଶୁମନ୍ଦିର ଶିକ୍ଷାନୁଷ୍ଟାନ କର୍ତ୍ତୁପକ୍ଷ ସଭାପତି ପ୍ରଫୁଲକୁମାର ରଥ, ସଂପାଦକ ବାସୁଦେବଯେନା, ପ୍ରଧାନ ଶିକ୍ଷକ ତାରାପ୍ରଶାଦ ଦଶ,ଓ ସହ- ପ୍ରଧାନ ଶିକ୍ଷକ ରାମକ୍ରୁଷ୍ଣ ଯେନାଙ୍କ ନାମରେ ପୁରୁଷୋତ୍ତମପୁର ସବରେଜିଷ୍ଟରଙ୍କ ଠାରେ ଗତ ୨୦୧୫ ମସିହା ଫେବ୍ରୁଆରି ୧୬ ତାରିଖରେ ଦାନସୁତ୍ରରେ ଯୋଗାଇଦେଇଥିଲେ।

ଏଠାରେ କେବଳ ଶାଶ୍ବତ ଶିଶୁମନ୍ଦିର ଗଢିତୋଳିବା ଓ ଏହାର ଖିଲାପ ନକରିବା ଲାଗି ଲିଖିତ ଚୁକ୍ତିନାମା ଡକୁମେଣ୍ଟନଂ ୬୮୫୦୦୩୧୭ ପ୍ରକାରେ କରିଥିଲେ। ଏହି ଡକୁମେଣ୍ଟକୁ ନେଇ ଶିଶୁମନ୍ଦିର ବିଦ୍ଯାଳୟ କର୍ତ୍ତୁପକ୍ଷ ଘରବାରି ଖାତାନଂ ୩୧୧/୧୧୦୦ ପ୍ଲଟନଂ ୫୩୬/୨୩୦୬ ଓ ୩୧୧/୧୧୦୧ ପ୍ଲଟନଂ ୫୩୬/୨୩୦୭ ପ୍ରକାରେ ପଟ୍ଟାକରାଇଥିଲେ। ଏହି ଜମିରେ ବିଦ୍ଯାଳୟ ଗ୍ରୁହ ନିର୍ମାଣଲାଗି ଅଞ୍ଚଳର ବହୁ ବଦାନ୍ଯ ବ୍ଯକ୍ତି ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଯାହାକି ତଳ ମହଲା ନିର୍ମାଣ ସରି ବିଦ୍ଯାଳୟ ଶ୍ରେଣୀ ଚାଲିଥିବା ବେଳେ ଉପର ମହଲା କାର୍ଯ୍ଯ ଅର୍ଥ ଅଭାବରୁ ଅଧୁରା ରହିଛି।

ଏହାରି ମଧ୍ଯରେ ବିଦ୍ଯାଳୟ ଶିକ୍ଷକ ରାମକ୍ରୁଷ୍ଣ ଜେନା ମ୍ୟାନେଜିଂ ଟ୍ରଷ୍ଟି ରହି ତାଙ୍କର କିଛି ସମ୍ପର୍କିୟଙ୍କୁ ନେଇ ଶାଶ୍ବତ ଶିଶିମନ୍ଦିର ନାମରେ ଏକ ଟ୍ରଷ୍ଟ କରାଇ ଉକ୍ତ ବିଦ୍ଯାଳୟ ଜମିକୁ ଭୂବନେଶ୍ବରରେ ଥିବା ଭର୍ତ୍ତିନା ଫାଇନାନ୍ନ ପ୍ରଇଭେଟଲିମିଟେଡ ଶାଖାରୁ ୨୦୧୫ ମସିହାରେ ପ୍ରାୟ ୨୮ ଲକ୍ଷ ଟଙ୍କା ରୁଣ ଆଣିଥିଲେ। ଏହି ରୁଣ ଟଙ୍କା ପରିଷୋଧ କରିବାରୁ ଫାଇନାସ୍ସ ପର୍ତ୍ତୃପକ୍ଷ ଆଇନ ଅନୁସାରେ ବିଦ୍ଯାଳୟ ଗ୍ରୁହକୁ ନିଜ ଅକ୍ତିଆରକୁ ନେବାଲାଗି ପ୍ରଶାସନଠାରେ ଦ୍ବାରସ୍ତ ହୋଇଥିଲେ। ସାରଫେସି ଆଇନ ପ୍ରକାରେ ପୁରୁଷୋତ୍ତମପୁ ତହସିଲଦାର ତଥା ଏକଜିକ୍ଯୁଟିଭ ମାଜିଷ୍ଟେଟ ବିନୋଦ କୁମାର ବେହେରା ଥାନା ଆଇଆଇସି ରାଜେଶ କୁମାର ନାୟକ ଓ ପୋଲିସ ଫୋର୍ସ ସହ ଘଟଣା ସ୍ତଳକୁ ଯାଇ ବିଦ୍ଯାଳୟ ଗୃହକୁ ଫାଇନାନ୍ନ କର୍ତ୍ତୁପକ୍ଷଙ୍କୁ ହସ୍ତାନ୍ତର କରିଛନ୍ତି।

ଏହାକୁ ନେଇ ସହରରେ ତିବ୍ର ପ୍ରତିକ୍ରିଆ ପ୍ରକାଶ ପାଇଛି। ଜମି ଯୋଗାଇଥିବା ବଦାନ୍ଯବ୍ଯକ୍ତି ପୂର୍ଣଚନ୍ଦ୍ର ପାଳ,ବିଶ୍ବଜିତ ପାଳ ଓ ବସନ୍ତ କୁମାର ମହାପାତ୍ର ଏହିଘଟଣାକୁ ନେଇ ସ୍କୁଲ କତ୍ରୁପକ୍ଷଙ୍କ ବିରୋଦ୍ଧରେ ଆଇନର ଆଶ୍ରୟ ନେବେ ବୋଲି କହିଛନ୍ତି। ଏଭଳି ବିଦ୍ଯାଳୟକୁ ବନ୍ଧାପକାଇ ଟଙ୍କା ହଡପକରିଥିବା ବ୍ଯକ୍ତିଙ୍କ ବିରୋଦ୍ଧରେ ପ୍ରଶାସନ ତୁରନ୍ତ କାର୍ଯ୍ଯାନୁଷ୍ଟାନ ଗ୍ରହଣ କରିବା ଲାଗି ଜନସାଧାରଣ ଦାବି କରିଛନ୍ତି। ସୂଚନାଯୋଗ୍ଯ ଯେ ଏଭଳି କାଣ୍ଡ ଘଟାଇ ସ୍କୁଲ କର୍ତ୍ତୁପକ୍ଷ ଗତ କିଛି ବର୍ଷହେଲା ସ୍କୁଲକୁ ବନ୍ଦ କରିଦେଇଥିବା ବେଳେ ସହରର ଧୋବାସାହି ଛକ ନିକଟରେ ଏକ ଘରେ ସାଶ୍ବତ ଶିଶୁମନ୍ଦିର ନାମରେ ଏକ ବୋର୍ଡ ଲଗାଇଥିବାର ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

ଦିଗପହଣ୍ଡିରେ ଚାଞ୍ଚଲ୍ୟ: ପୋଖରୀରେ ମାଛଧରୁଥିବା ବେଳେ ଜାଲରେ କୁମ୍ଭୀର…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ଘୋଡ଼ାହାଡ଼ ଡ୍ୟାମ ରାସ୍ତାର ସନ୍ଥ ଅରକ୍ଷିତ ଛକରେ ଥିବା ପୋଖରୀରୁ କୈବର୍ତ୍ତମାନେ ଶୁକ୍ରବାର ସକାଳେ ମାଛ ଧରୁଥିବା ବେଳେ ଜାଲରେ…

ଏମିତି ବି ଆସେ ମୃତ୍ୟୁ: ରାତିରେ ଖାଇପିଇ ଶୋଇଲେ ସକାଳକୁ…

ପାତ୍ରପୁର,୩।୪(ଉମାଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ କୋଳିହଳା ଗ୍ରାମର ବାସୁଦେବ ବେହେରା(୪୫)କୋଏମ୍ବାଟୁରର ଏକ ସୁତା କଳରେ ଦାଦନ ଖଟୁଥିବା ବେଳେ ଗୁରୁବାର ରାତିରେ ହୃଦଘାତରେ ତାଙ୍କର…

ବନ୍ଧୁ ମିଳନ ନାମରେ ବଳ କଷିଲେ ଯୁବ ଗୋଷ୍ଠୀ: ସାମିଲ ହେଲେ ଶହ ଶହ…

ଗଞ୍ଜାମ,୩।୪(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା’ ଏଲେମା ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ସହରର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri