ହଜିଯାଇଛି କରୋନାଠାରୁ ଶହେ ଗୁଣା ମାରାତ୍ମକ ଭାଇରସ! ଚିନ୍ତାରେ ସାରା ବିଶ୍ୱ

କାନବେରା,୨୧।୧୨: ଯଦିଓ କରୋନା ଜୀବାଣୁ (କୋଭିଡ ୧୯) ବର୍ତ୍ତମାନ ଇତିହାସପାଲଟିଛି, ତଥାପି ଆଜି ବି ଏହି ମହାମାରୀକୁ ମନେ ପକାଇ ବିଶ୍ୱ ଭୟଭୀତ ହୁଏ।
ଅନେକ ରିପୋର୍ଟ କହିଥିଲା ଯେଉଁଥିରେ କୁହାଯାଇଥିଲା ଯେ ଚାଇନାର ଉହାନ ସହରର ଏକ ଲ୍ୟାବରୁ ଏହି ମହାମାରୀ ସମଗ୍ର ବିଶ୍ୱରେ ବ୍ୟାପିଛି। ଏବେ ଏକିତି ଏକ ଜୀବାଣୁ ସହ ଜଡିତ ଆଉ ଏକ ଭୟାନକ ତଥ୍ୟ ସାମ୍ନାକୁ ଆସିଛି। ତା’ହେଲା ଅଷ୍ଟ୍ରେଲିଆର ଲାବୋରେଟୋରୀରୁ ବିପଜ୍ଜନକ ଜୀବାଣୁର ଶହ ଶହ ନମୁନା ହଜିଯାଇଛି।

କୁଇନ୍ସଲ୍ୟାଣ୍ଡ ସ୍ବାସ୍ଥ୍ୟମନ୍ତ୍ରୀ ଟିମ ନିକୋଲସ କହିଛନ୍ତି ଯେ ଲ୍ୟାବରୁ ୩୨୩ଟି ଜୀବନ୍ତ ଜୀବାଣୁ ବା ଭାଇରସ ନିଖୋଜ ଅଛନ୍ତି। ଏଥିମଧ୍ୟରେ ହେଣ୍ଡ୍ରା ଜୀବାଣୁର ପ୍ରାୟ ୧୦୦ନମୁନା, ହନ୍ତା ଜୀବାଣୁ ନମୁନା ଏବଂ ଲାସା ଭାଇରସର ୨୨୩ ନମୁନା ଅନ୍ତର୍ଭୁକ୍ତ । ଏହି ସମସ୍ତ ଜୀବାଣୁ ମଣିଷ ପାଇଁ ଅତ୍ୟନ୍ତ ମାରାତ୍ମକ।
ବୋଷ୍ଟନ ସ୍ଥିତ ଉତ୍ତର-ପୂର୍ବାଞ୍ଚଳ ବିଶ୍ୱବିଦ୍ୟାଳୟର ନିର୍ଦ୍ଦେଶକ ସାମ ସ୍କାରପିନୋ କହିଛନ୍ତି ଯେ ନିଖୋଜ ଥିବା ସମସ୍ତ ଜୀବାଣୁ ବିପଜ୍ଜନକ। କେତେକ ହାଣ୍ଟାଭାଇରସରେ ମୃତ୍ୟୁ ହାର ୧୫ ପ୍ରତିଶତ ପର୍ଯ୍ୟନ୍ତ ରହିଥାଏ କିମ୍ବା COVID-19 ତୁଳନାରେ ୧୦୦ ଗୁଣ ଅଧିକ ମାରାତ୍ମକ ଅଟେ। ଏହି ସମସ୍ତ ଜୀବାଣୁ ମଣିଷ ପାଇଁ ଅତ୍ୟନ୍ତ ସାଂଘାତିକ। ଏହି ଭାଇରସର ନମୁନା ନିଖୋଜ ହେବା ପରେ ସାରା ବିଶ୍ୱରେ ଉତ୍ତେଜନା ଦେଖାଦେଇଛି।
ଅଧିକାରୀମାନେ ଭୟ କରୁଛନ୍ତି ଯେ ଏହି ଜୀବାଣୁ ଅସ୍ତ୍ର ଭାବରେ ମଧ୍ୟ ବ୍ୟବହାର କରାଯାଇପାରିବ। କିଛି ବିଶେଷଜ୍ଞଙ୍କ ଦ୍ୱାରା ଏହି ଜୀବାଣୁ ଚୋରି ହୋଇଥିବା ସନ୍ଦେହ କରାଯାଉଛି। ଡେଲି ମେଲର ରିପୋର୍ଟ ଅନୁଯାୟୀ, ଏହି ନମୁନାଗୁଡିକ ୨୦୨୧ମସିହାରେ ହଜି ହୋଇଯାଇଥିଲା, କିନ୍ତୁ ବର୍ତ୍ତମାନ ସୂଚନା ସାମ୍ନାକୁ ଆସିଛି।
ନିକଟରେ ଆଭିଆନ ଫ୍ଲୁ ହୋଇଥିଲା। ଡବ୍ଲୁଏଚଓ ଏହି ଭୂତାଣୁକୁ ୨୦୨୪ରେ ଏକ ବିଶ୍ୱ ବିପଦ ବୋଲି ଘୋଷଣା କରିଛି, ଅର୍ଥାତ୍‌ ଏହା ଏକ ବିଶ୍ୱ ମହାମାରୀ ହୋଇପାରେ। ଅଦ୍ୟାବଧି ଏହି ଜୀବାଣୁ ୧୦୮ଟି ଦେଶରେ ନିଜର କାୟା ବିସ୍ତାର କରିଛି।
ଏଭିଆନ ଫ୍ଲୁ ସାଧାରଣତଃ ବାର୍ଡ ଫ୍ଲୁ ଭାବରେ ମଧ୍ୟ ଜଣାଶୁଣା । ମିଳିତ ଜାତିସଂଘ ଅନୁଯାୟୀ ଏହି ଜୀବାଣୁ ବନ୍ୟଜନ୍ତୁଙ୍କ ମଧ୍ୟରେ ବ୍ୟାପିଛି। ଏହି ଜୀବାଣୁ ଦ୍ୱାରା ୫୦୦ରୁ ଅଧିକ ପକ୍ଷୀ ପ୍ରଜାତି ପ୍ରଭାବିତ ହୋଇଥିବାବେଳେ ୭୦ସ୍ତନ୍ୟପାୟୀ ପ୍ରାଣୀ ସଂକ୍ରମିତ ହୋଇଛନ୍ତି। ବୈଜ୍ଞାନିକମାନେ ଏହାର ନାମ H591 ରଖିଛନ୍ତି । ୨୦୨୪ ବର୍ଷ ଆରମ୍ଭରେ ଆଣ୍ଟାର୍କଟିକାର ଜେଣ୍ଟୁ ଏବଂ କିଙ୍ଗ ପେଙ୍ଗୁଇନରେ ଏହି ଜୀବାଣୁ ପ୍ରଥମେ ଚିହ୍ନଟ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ୟୁନୁସଙ୍କ ସହ ବୈଠକ କରିବେ ମୋଦି? ଦ୍ୱିପାକ୍ଷିୟ ବାର୍ତ୍ତା ଉପରେ ବିଚାର କରୁଛି ଭାରତ

ନୂଆଦିଲ୍ଲୀ/ଢାକା,୨୪।୩: ଆଗାମୀ BIMSTEC ଶିଖର ସମ୍ମିଳନୀରେ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ...

Canada Elections: ନୂଆ ପ୍ରଧାନମନ୍ତ୍ରୀଙ୍କ ଘୋଷଣା, ଏପ୍ରିଲରେ ହେବ ଭୋଟିଂ

ଓଟାଓ୍ବା,୨୪।୩: କାନାଡାର ନୂଆ ପ୍ରଧାନମନ୍ତ୍ରୀ ମାର୍କ କାର୍ନି ସାଧାରଣ ନିର୍ବାଚନ ଘୋଷଣା କରିଛନ୍ତି। ଏବେ କାନାଡାରେ ୨୮ ଏପ୍ରିଲରେ ଭୋଟ ଗ୍ରହଣ କରାଯିବ। ଏହାର ଅର୍ଥ...

ପୁଟିନ୍‌ଙ୍କ ରାସ୍ତାରେ ଏର୍ଡୋଗାନ୍‌

ଇସ୍ତାନବୁଲ,୨୪ା୩: ତୁର୍କୀରେ ଗତ ରାଷ୍ଟ୍ରପତି ନିର୍ବାଚନ ୨୦୨୩ ମେ’ ୧୪ରେ ଅନୁଷ୍ଠିତ ହୋଇଥିଲା। ପରବର୍ତ୍ତୀ ନିର୍ବାଚନ ୨୦୨୮ ମେ’ ୭ରେ ହେବାକୁ ଯାଉଛି। ବର୍ତ୍ତମାନର ରାଷ୍ଟ୍ରପତି...

ଆମେରିକାର ପୂର୍ବତନ ଆଟର୍ନିଙ୍କ ସନ୍ଦେହଜନକ ମୃତ୍ୟୁ

ଓ୍ବାଶିଂଟନ,୨୩ା୩: ଦ୍ୱିତୀୟ ଥର ଆମେରିକା ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ୍‌ ଗତ ଜାନୁଆରୀରେ କ୍ଷମତାକୁ ଆସିବା ପରେ ଆଟର୍ନି ପଦ ଛାଡ଼ିଥିବା ଜେସିକା ଆବେରଙ୍କ ମୃତଦେହ...

ଗାଜାକୁ ନର୍କ କରିଦେଲା ଇସ୍ରାଏଲ୍‌: ୫୦ ହଜାର ଟପିଲା ମୃତ୍ୟୁସଂଖ୍ୟା

ଦେଇର୍‌-ଅଲ୍‌ ବଲାହ,୨୩ା୩: ଇସ୍ରାଏଲୀ ସେନା ଶନିବାର ରାତିରୁ ଗାଜା ଷ୍ଟ୍ରିପ୍‌ର ଦକ୍ଷିଣ ଭାଗରେ ଚଳାଇଥିବା ଏୟାରଷ୍ଟ୍ରାଇକ୍‌ରେ ହମାସ୍‌ର ବରିଷ୍ଠ ରାଜନୈତିକ ନେତାଙ୍କ ସମେତ ୩୫ ଜଣଙ୍କ...

ଚାଇନାର ଏହି ୫ ସାମଗ୍ରୀ ଉପରେ ଶୁଳ୍କ ଲଗାଇଲା ଭାରତ

ନୂଆଦିଲ୍ଲୀ,୨୩ା୩: ସ୍ଥାନୀୟ ଶିଳ୍ପସଂସ୍ଥାଗୁଡ଼ିକର ସୁରକ୍ଷା ପାଇଁ ଭାରତ ସରକାର ଚାଇନାରୁ ଆମଦାନୀ ହେଉଥିବା ୫ଟି ସାମଗ୍ରୀ ଉପରେ ଆଣ୍ଟି-ଡମ୍ପିଙ୍ଗ୍‌ ଶୁଳ୍କ ଲଗାଇଛନ୍ତି। ଶୁଳ୍କ ଲାଗୁ କରାଯାଇଥିବା...

ଟ୍ରମ୍ପଙ୍କ ମତିଗତି ଦେଖି ବୁଝିଗଲେ ଚାଇନା ପ୍ରଧାନମନ୍ତ୍ରୀ, କହିଲେ ମୁହାଁମୁହିଁ ନୁହେଁ, ଏଣିକି…

ବେଜିଂ,୨୩ା୩: ରବିବାର ଚାଇନା ପ୍ରଧାନମନ୍ତ୍ରୀ ଲି କ୍ୱିଆଙ୍ଗ ଆମେରିକୀୟ ସିନେଟର ଷ୍ଟିଭ୍‌ ଡାଇନ୍ସଙ୍କୁ ଭେଟିଥିଲେ। ବୈଠକରେ ଲି କହିଥିଲେ ଯେ, ବେଜିଂ ଏବଂ ଓ୍ବାଶିଂଟନ ବାଣିଜ୍ୟ...

ଆମେରିକାରେ ଆଉ ଜଣେ ଭାରତୀୟ ବଂଶୋଦ୍ଭବ ଏବଂ ଝିଅଙ୍କୁ ଗୁଳି କରି ହତ୍ୟା, ସନ୍ଦିଗ୍ଧ ଗିରଫ

ଭର୍ଜିନିଆ,୨୩।୩: ଆମେରିକାରେ ପୁଣି ଜଣେ ଭାରତୀୟ ବଂଶୋଦ୍ଭବଙ୍କୁ ଗୁଳି କରି ହତ୍ୟା। ଏକ ଦୋକାନରେ ୫୬ ବର୍ଷୀୟ ପ୍ରଦୀପ କୁମାର ପଟେଲ ଏବଂ ତାଙ୍କ ଝିଅଙ୍କୁ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri