Posted inଫୁରସତ

ଏହି ଆଇପିଏସ୍‌ ଅଫିସରଙ୍କୁ ଅପରାଧୀଙ୍କ କୋକୁଆ ଭୟ: ଫିଲ୍ମରେ ମଧ୍ୟ କରିଛନ୍ତି କାମ

ଗ୍ଲାମର ଜଗତ ସହ ଜଡ଼ିତ ଷ୍ଟାରମାନଙ୍କୁ ନୂଆ ନୂଆ ଲୁକ୍‌ରେ ଆପଣମାନେ ଦେଖିଥାନ୍ତି। ପରଦାରେ ଯେତେ ହିଟ୍‌ ହେଲେ ବି ବାସ୍ତବ ଜୀବନରେ ଅନେକ ଫେଲ ମାରିଥାନ୍ତି। ହେଲେ ଏଭଳି କିଛି ପ୍ରତିଭା ଅଛନ୍ତି ଯିଏ ବାସ୍ତବ ଜୀବନରେ ସଫଳ, ପ୍ରକୃତ ହିରୋ ପାଲଟିଛନ୍ତି। ସେଭଳି ଜଣେ ହେଲେ ୨୦୨୦ର ମହିଳା ଆଇପିଏସ୍‌ ଅଫିସର ସିମାଲା ପ୍ରସାଦ। ସିମାଲା ବାସ୍ତବ ଜୀବନରେ ଷ୍ଟାର ହେବା ସହ ଫିଲ୍ମରେ ମଧ୍ୟ କାମ କରିଛନ୍ତି।

ମଧ୍ୟପ୍ରଦେଶର ଶିବରାଜ ସରକାର ରାଜ୍ୟର ୩୯ ଆଇଏଏସ୍‌ ଅଫିସରଙ୍କୁ ବଦଳି କରିଛନ୍ତି। ଏଥିରେ ୧୯ ଜିଲାର ଏସ୍‌ପି ଅଛନ୍ତି। ସେଥିରେ ସିମାଲାଙ୍କୁ ବୈତୁଲର ଏସ୍‌ପି ଦାୟିତ୍ୱ ମିଳିଛି। ଏହା ପୂର୍ବରୁ ସେ ମୁଖ୍ୟାଳୟରେ ନିଯୁକ୍ତ ହୋଇଥିଲେ।
ସିମାଲାଙ୍କୁ ଅପରାଧିମାନେ ଡରନ୍ତି ବୋଲି କୁହାଯାଏ। ଡିଣ୍ଡୋରୀରେ ଏସ୍‌ପି ଭାବେ ସେ ନକ୍ସଲ ପ୍ରଭାବିତ ଅଞ୍ଚଳରେ ନିଜ ଦବ୍‌ଦବା ଜାହିର କରିବାକୁ ନେଇ ଚର୍ଚ୍ଚାକୁ ଆସିଥିଲେ।

ସ୍କୁଲରେ ପଢ଼ୁଥିବା ସମୟରେ ସେ ସିଭିଲ୍‌ ସର୍ଭିସ ପରୀକ୍ଷା ଦେବା କଥା ଚିନ୍ତା ବି କରି ନ ଥିଲେ। ପିଲାଦିନେ ତାଙ୍କୁ ଅଭିନୟ ଏବଂ ନୃତ୍ୟ ଭଲ ଲାଗୁଥିଲା। ହେଲେ ଘରର ପରିବେଶ ତାଙ୍କୁ ଲୋକଙ୍କ ସେବା କରିବାକୁ ପ୍ରେରଣା ଦେଇଥିଲା। ଶେଷରେ ସେ ଆଇପିଏସ୍‌ ହେବାକୁ ନିଷ୍ପତ୍ତି ନେଇଥିଲେ।

ଭୋପାଳର ସିମାଲା ସ୍କୁଲ ସାରିବା ପରେ ବିୟୁରୁ ନିଜର ପିଜି ଶେଷ କରିଥିଲେ। ସେବେଠାରୁ ସେ ପୋଲିସରେ ଭର୍ତ୍ତି ହେବାକୁ ଆଶା ରଖିଥିଲେ। ପ୍ରଥମେ ସେ ପିଏସ୍‌ସି ପରୀକ୍ଷା ଦେଇଥିଲେ। ଏଥିରେ ସେ ପାସ୍‌ ହୋଇଯାଇ ଡିଏସ୍‌ପି ଭାବେ ନିଯୁକ୍ତି ପାଇଥିଲେ। ରତଲାମରେ ଡିଏସ୍‌ପି ହେବା ସମୟରେ ବଡ଼ ଅଫିସରମାନେ ତାଙ୍କର ଅପମାନ କରିଥିଲେ। ଏହାପରେ ସେ ଆଇପିଏସ୍‌ ହେବାକୁ ନିଶ୍ଚିତ କରିଥିଲେ। ୨୦୧୧ରେ ସେ ଏହି ସଫଳତା ପାଇଥିଲେ।

ସିମାଲା ବଲିଉଡ୍‌ ଫିଲ୍ମରେ କାମ କରିଛନ୍ତି। ଅଲିଫ୍‌ ଫିଲ୍ମରେ ସେ ଅଭିନୟ କରିଥିଲେ। ଏହାଛଡ଼ା ଫିଲ୍ମ ନକ୍କାସରେ ମଧ୍ୟ ସେ କାମ କରିଛନ୍ତି। କରୋନା କାଳରେ ସିମାଲାଙ୍କ ଏକ କବିତା ‘ମେ ଖାକି ହୁଁ’ ଭାଇରାଲ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri