Posted inଫୁରସତ

ଏହି ଆଇପିଏସ୍‌ ଅଫିସରଙ୍କୁ ଅପରାଧୀଙ୍କ କୋକୁଆ ଭୟ: ଫିଲ୍ମରେ ମଧ୍ୟ କରିଛନ୍ତି କାମ

ଗ୍ଲାମର ଜଗତ ସହ ଜଡ଼ିତ ଷ୍ଟାରମାନଙ୍କୁ ନୂଆ ନୂଆ ଲୁକ୍‌ରେ ଆପଣମାନେ ଦେଖିଥାନ୍ତି। ପରଦାରେ ଯେତେ ହିଟ୍‌ ହେଲେ ବି ବାସ୍ତବ ଜୀବନରେ ଅନେକ ଫେଲ ମାରିଥାନ୍ତି। ହେଲେ ଏଭଳି କିଛି ପ୍ରତିଭା ଅଛନ୍ତି ଯିଏ ବାସ୍ତବ ଜୀବନରେ ସଫଳ, ପ୍ରକୃତ ହିରୋ ପାଲଟିଛନ୍ତି। ସେଭଳି ଜଣେ ହେଲେ ୨୦୨୦ର ମହିଳା ଆଇପିଏସ୍‌ ଅଫିସର ସିମାଲା ପ୍ରସାଦ। ସିମାଲା ବାସ୍ତବ ଜୀବନରେ ଷ୍ଟାର ହେବା ସହ ଫିଲ୍ମରେ ମଧ୍ୟ କାମ କରିଛନ୍ତି।

ମଧ୍ୟପ୍ରଦେଶର ଶିବରାଜ ସରକାର ରାଜ୍ୟର ୩୯ ଆଇଏଏସ୍‌ ଅଫିସରଙ୍କୁ ବଦଳି କରିଛନ୍ତି। ଏଥିରେ ୧୯ ଜିଲାର ଏସ୍‌ପି ଅଛନ୍ତି। ସେଥିରେ ସିମାଲାଙ୍କୁ ବୈତୁଲର ଏସ୍‌ପି ଦାୟିତ୍ୱ ମିଳିଛି। ଏହା ପୂର୍ବରୁ ସେ ମୁଖ୍ୟାଳୟରେ ନିଯୁକ୍ତ ହୋଇଥିଲେ।
ସିମାଲାଙ୍କୁ ଅପରାଧିମାନେ ଡରନ୍ତି ବୋଲି କୁହାଯାଏ। ଡିଣ୍ଡୋରୀରେ ଏସ୍‌ପି ଭାବେ ସେ ନକ୍ସଲ ପ୍ରଭାବିତ ଅଞ୍ଚଳରେ ନିଜ ଦବ୍‌ଦବା ଜାହିର କରିବାକୁ ନେଇ ଚର୍ଚ୍ଚାକୁ ଆସିଥିଲେ।

ସ୍କୁଲରେ ପଢ଼ୁଥିବା ସମୟରେ ସେ ସିଭିଲ୍‌ ସର୍ଭିସ ପରୀକ୍ଷା ଦେବା କଥା ଚିନ୍ତା ବି କରି ନ ଥିଲେ। ପିଲାଦିନେ ତାଙ୍କୁ ଅଭିନୟ ଏବଂ ନୃତ୍ୟ ଭଲ ଲାଗୁଥିଲା। ହେଲେ ଘରର ପରିବେଶ ତାଙ୍କୁ ଲୋକଙ୍କ ସେବା କରିବାକୁ ପ୍ରେରଣା ଦେଇଥିଲା। ଶେଷରେ ସେ ଆଇପିଏସ୍‌ ହେବାକୁ ନିଷ୍ପତ୍ତି ନେଇଥିଲେ।

ଭୋପାଳର ସିମାଲା ସ୍କୁଲ ସାରିବା ପରେ ବିୟୁରୁ ନିଜର ପିଜି ଶେଷ କରିଥିଲେ। ସେବେଠାରୁ ସେ ପୋଲିସରେ ଭର୍ତ୍ତି ହେବାକୁ ଆଶା ରଖିଥିଲେ। ପ୍ରଥମେ ସେ ପିଏସ୍‌ସି ପରୀକ୍ଷା ଦେଇଥିଲେ। ଏଥିରେ ସେ ପାସ୍‌ ହୋଇଯାଇ ଡିଏସ୍‌ପି ଭାବେ ନିଯୁକ୍ତି ପାଇଥିଲେ। ରତଲାମରେ ଡିଏସ୍‌ପି ହେବା ସମୟରେ ବଡ଼ ଅଫିସରମାନେ ତାଙ୍କର ଅପମାନ କରିଥିଲେ। ଏହାପରେ ସେ ଆଇପିଏସ୍‌ ହେବାକୁ ନିଶ୍ଚିତ କରିଥିଲେ। ୨୦୧୧ରେ ସେ ଏହି ସଫଳତା ପାଇଥିଲେ।

ସିମାଲା ବଲିଉଡ୍‌ ଫିଲ୍ମରେ କାମ କରିଛନ୍ତି। ଅଲିଫ୍‌ ଫିଲ୍ମରେ ସେ ଅଭିନୟ କରିଥିଲେ। ଏହାଛଡ଼ା ଫିଲ୍ମ ନକ୍କାସରେ ମଧ୍ୟ ସେ କାମ କରିଛନ୍ତି। କରୋନା କାଳରେ ସିମାଲାଙ୍କ ଏକ କବିତା ‘ମେ ଖାକି ହୁଁ’ ଭାଇରାଲ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦୁନିଆର ସବୁଠୁ ବିକୃତ ଦେଖାଯିବାକୁ ଖର୍ଚ୍ଚ କଲେଣି ୧୪ ଲକ୍ଷ

ସଉକ ଏକ ବଡ଼ ଜିନିଷ। ଏହାକୁ ପୂରଣ କରିବା ପାଇଁ ଜଣେ ବ୍ୟକ୍ତି କିଛି ବି କରିବାକୁ ଚାହିଁଥାଏ। ସେମିତି ଜଣେ ବ୍ୟକ୍ତି ହେଲେ କାନାଡ଼ାର...

ଭାସମାନ ହୋଟେଲ, ଗୋଟିଏ ରାତିରେ ଦେବାକୁ ପଡେ…

ସ୍ବିଡେନ୍‌ର ଉତ୍ତର ଭାଗ ଲ୍ୟାପଲାଣ୍ଡ୍‌ରେ ଲ୍ୟୁଲ ନଦୀରେ ତିଆରି ହୋଇଛି ଭାସମାନ ହୋଟେଲ ‘ଦ ଆର୍କେଟିକ୍‌ ବାଥ୍‌’। ଯାହା ଲୋକଙ୍କ ପାଇଁ ମଙ୍ଗଳବାରଠାରୁ ଖୋଲାଯାଇଛି। ଏଠାକୁ...

କାର୍ଟୁନ ଦେଖି ସୁପରହିରୋ ପାଲଟିଲେ ଏହି ଶିଶୁ, ଟିଭିର ଅବସ୍ଥା କଲେ ଏମିତି; ଭିଡିଓ ଦେଖିଲେ…

ଟିଭିରେ ନିଜ ମନପସନ୍ଦର କାର୍ଟୁନ ଦେଖିବାକୁ ଅନେକ ଶିଶୁ ଭଲପାଆନ୍ତି। କେବେ କେବେ କାର୍ଟୁନ କ୍ୟାରେକ୍ଟରକୁ ନକଲ କରନ୍ତି ତ ଆଉ କେବେ ଆକ୍ସନ ଜରିଆରେ...

ପାହାଡ଼ ଉପରେ ଝୁଲି ରହିଛି ୫୦୦ ବର୍ଷ ତଳର ଗାଁ

ଜନବସତି ସାଧାରଣତଃ ସ୍ଥଳଭାଗରେ ଗଢ଼ି ଉଠିଥାଏ। ମାତ୍ର ପାହାଡ଼ ଉପରେ ଝୁଲି ରହିଥିବା ଗାଁ କଥା ଶୁଣିଲେ ଟିକେ ଆଶ୍ଚର୍ଯ୍ୟ ଲାଗେ। ତଥାପି ଏକ ପାହାଡ଼କୁ...

ମାଲିକ ଚାକିରିରୁ ବାହାର କରିଦେବାରୁ ଯୁବକ ନେଲେ ଏମିତି ପଦକ୍ଷେପ

ମାଲିକ ଚାକିରିରୁ ବାହାର କରିଦେବା ଜଣେ ବ୍ୟକ୍ତିଙ୍କ ପାଇଁ ନିଶ୍ଚିତ ଅପମାନଜନକ ହୋଇଥାଏ। କିଛି ଲୋକ ଚୁପ୍‌ଚାପ ଚାଲି ଯାଉଥିବା ବେଳେ ଆଉ କିଛି ଲୋକ...

ଅଲରାଉଣ୍ଡର ଜ୍ୟୋତିପ୍ରଭା

ମ୍ୟୁଜିକ୍‌ କାନରେ ବାଜିବା ମାତ୍ରେ ନାଚି ଉଠୁଥିଲା କୁନି ଝିଅଟିର ପାଦ। ଧିରେ ଧିରେ ବୟସ ବଢିବା ସହ ନୃତ୍ୟ ପ୍ରତି ଥିବା ଆଗ୍ରହ ପରିଣତ...

ଫସଲ ଲଗାଇବା ପାଇଁ କୃଷକ ଖୋଳୁଥିଲେ ଗାତ, ବାହାରିଲା ଖାଲି ସୁନା ମୁଦ୍ରା

ବିହାରର ବକ୍ସରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଜମି ଖୋଳୁ ଖୋଳୁ ହଠାତ୍‌ ସୁନାର ମୁଦ୍ରା ବାହାରିବାରେ ଲାଗିଲା। ଏହି ଜମିରେ କାମ କରୁଥିବା କୃଷକ,...

ଶାଶୁ ଶ୍ୱଶୁରଙ୍କୁ ଉପହାର ଦେଇଥିଲି

ଦୁଇହଜାର ପାଞ୍ଚ ମସିହା, ଫେବୃୟାରୀ ମାସ। ତାରିଖ ଠିକ୍‌ ଭାବେ ମନେନାହିଁ। ସେଣ୍ଟ୍ରାଲ ବ୍ୟାଙ୍କରୁ ଉଠାଇଥିଲି ପନ୍ଦରଶହ ଟଙ୍କା, ସରକାରୀ ଚାକିରି ଜୀବନର ମୋ ପ୍ରଥମ...

Advertisement
Archives

Model This Week