ତଦାରଖ କରିବାକୁ ଆସୁନାହାନ୍ତି ଅଧିକାରୀ

ବାହାନଗା,୬।୧(ଡି.ଏନ.ଏ.)  ବାଲେଶ୍ୱର ଜିଲା ବାହାନଗା ବ୍ଲକ ଗୋପାଳପୁର ଉପଡାକଘର ନୂତନ ଗୃହ ନିର୍ମାଣ ଦୀର୍ଘଦିନ ପରେ ନିଜସ୍ବ ଜମିରେ ଆରମ୍ଭ ହୋଇଛି। ନୂତନ ପକ୍କାଘର ତଦାରଖ କରିବା ପାଇଁ ବିଭାଗୀୟ ନିର୍ବାହୀଯନ୍ତ୍ରୀ କିମ୍ବା କନିଷ୍ଠଯନ୍ତ୍ରୀ କେହି ଆସୁ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଘର ନିର୍ମାଣ ଲାଗି କେତେ ଟଙ୍କା ବ୍ୟୟବରାଦ ହୋଇଛି ତାହାକୁ ନେଇ ଲୋକଙ୍କୁ ଅନ୍ଧାରରେ ରଖାଯାଇ କାମ ଆଗେଇ ଚାଲିଛି।
ଉପଡାକଘର ନିର୍ମାଣ ଓ ବିଭାଗ ନାମରେ ଥିବା ବଜାର ଉପରେ ମୂଲ୍ୟବାନ ଜମିକୁ ଦୋକାନୀମାନେ ଜବରଦଖଲ କରି ରଖିଥିବା ନେଇ ଧରିତ୍ରୀରେ ୨୦୧୨ ଜୁଲାଇ ୧୦ତାରିଖରେ ‘ଉପଡାକଘର ଜମି ଉପରେ ଦୋକାନ ଘର’ ଶୀର୍ଷକ ଖବର ପ୍ରକାଶ ପାଇଥିଲା ା ପରେ ୨୦୧୫ ଅକ୍ଟୋବର ୩୧ତାରିଖରେ ଉପଡାକ ଘର ଜମି ଜବରଦଖଲ ନାମକ ଆଉ ଏକ ଖବର ପ୍ରକାଶ ପାଇଥିଲା। ପୁନର୍ବାର ୨୦୧୭ ସେପ୍ଟେମ୍ବର ୩ତାରିଖରେ ଜବରଦଖଲରେ ଉପଡାକଘର ନାମକ ଶୀର୍ଷକ ଖବର ପ୍ରକାଶ ପାଇଥିଲା। ଲଗାତର ଭାବେ ଧରିତ୍ରୀ ଏହି ଖବରକୁ ପ୍ରକାଶ କରିବା ପରେ ଡାକ ବିଭାଗୀୟ ମୁଖ୍ୟ ଗୋପାଳପୁରକୁ ପରିଦର୍ଶନରେ ଆସି ଜମି ଜବରଦଖଲ ହୋଇଥିବା ତଦାରଖ କରିଥିଲେ। କିଛିବର୍ଷ ପରେ ବିଭାଗୀୟ ଅଧିକାରୀମାନଙ୍କ ଦ୍ୱାରା ଜବରଦଖଲ ଉଚ୍ଛେଦ କରାଯାଇଥିଲା। ଏବେ ସେ ମୂଲ୍ୟବାନ ୫ ଡିସିମିଲି ଜମି ଉପରେ ଡାକ ବିଭାଗ ପକ୍ଷରୁ ଘର ନିର୍ମାଣ ପାଇଁ ବୋରିଂ କରାଯିବା ସହ ପିଲାର ଉଠାଯିବା କାମ ଆଗେଇ ଚାଲିଛି। ଘର କାମ ପାଇଁ କେତେ ଟଙ୍କା ଡାକ ବିଭାଗ ତରଫରୁ ବ୍ୟୟବରାଦ ହୋଇଛି ତାହା ଅଞ୍ଚଳବାସୀ ଓ ଗୋପାଳପୁର ଉପଡାକ ବିଭାଗ ଅଧିକାରୀଙ୍କୁ ଜଣାନାହିଁ। ଯେଉଁ କାମ ଆରମ୍ଭ ହୋଇଛି ପିଲାର ପାଇଁ କେତେ ଫୁଟ ବୋରିଂ ହୋଇଛି ଠିକ୍‌ ସେ କାମ ହେଉଛି କି ନାହିଁ ତାହା ତଦାରଖ କରିବା ପାଇଁ ବିଭାଗୀୟ ଯନ୍ତ୍ରୀମାନେ ଆସୁ ନ ଥିବା ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲା ପୋଷ୍ଟାଲ ସୁପରିଣ୍ଟେଣ୍ଡେଣ୍ଟ ବିଜୟ ଦାସ କହନ୍ତି ଆମ ପାଖରେ କିଛି ନାହିଁ ା କେତେ ଟଙ୍କା କ’ଣ ଆମେ କହିପାରିବୁ ନାହିଁ, ଭୁବନେଶ୍ୱରରେ ଟେଣ୍ଡର ହୁଏ ସେଠାରୁ ଠିକାଦାର ଆସନ୍ତି ଏଠାରେ ଆମେ କେବଳ ଘର ନିର୍ମାଣ ପାଇଁ ଜମି ଚିହ୍ନଟ କରାଇଥାଉ। ଭୁବନେଶ୍ୱର ଡାକ ବିଭାଗର ଅତିରିକ୍ତ ନିର୍ବାହୀଯନ୍ତ୍ରୀ ଓ କନିଷ୍ଠଯନ୍ତ୍ରୀ ଆସି କାମ ତଦାରଖ କରନ୍ତି। ସାମାଜିକ କର୍ମୀ ତଥା ସ୍ବଚ୍ଛ ଭାରତ ଅଭିଯାନର ଆବାହକ ସୁଦର୍ଶନ ମହାପାତ୍ର କୁହନ୍ତି, ଉପଡାକଘର ନିଜସ୍ବ ଗୃହ ନିର୍ମାଣ ଲାଗି ସୁପରିଣ୍ଟେଣ୍ଡେଣ୍ଟ ଓ ଭଦ୍ରକ ଏମ୍‌ପିଙ୍କୁ ଦାବିପତ୍ର ପ୍ରଦାନ କରିଥିଲୁ। ଦୀର୍ଘଦିନ ପରେ ପୋଷ୍ଟାଲ ଘର ନିଜସ୍ବ ଜମିରେ ହେଉଥିଲେ ମଧ୍ୟ କେତେ ଟଙ୍କାର ଘର ନିର୍ମାଣ ଓ କେତୋଟି ଘର ହେଉଛି ଆମେ ଜାଣିପାରୁନାହୁଁ ତାହା ବିଡମ୍ବନାର ବିଷୟ। ଏଠାରେ ନାମଫଳକ ମରାଯାଉ ନ ଥିବାରୁ ନିମ୍ନମାନର କାମ ହେଉଥିବା ଅଭିଯୋଗ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କାମ ଦେଉଛି AI କ୍ୟାମେରା: ପୁଣି ଗିରଫ ହେଲେ ୨ ଶିକାରୀ

ନୀଳଗିରି,୮ା୧୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧୀନ କୁଲଡିହା ଅଭୟାରଣ୍ୟରୁ ପୁଣି ଦୁଇ ଶିକାରୀଙ୍କୁ ଧରାଇଦେଲା ଏ.ଆଇ କ୍ୟାମେରା। କିଛି ଦିନ ପୂର୍ବରୁ...

ସୁନା ବିସ୍କୁଟ ପ୍ରଲୋଭନ ଦେଖାଇ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି,୮ା୧୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅଞ୍ଚଳରେ ସୁନା ବିସ୍କୁଟ ପ୍ରଲୋଭନ ଦେଖାଇ ପୁରୀର ଜଣେ ବ୍ୟକ୍ତିଙ୍କ ଠାରୁ ୪ ଲକ୍ଷ ଟଙ୍କାର...

କଣ୍ଟେନରରେ ୩୦ରୁ ଅଧିକ ଗୋରୁଙ୍କୁ ପଶ୍ଚିମବଙ୍ଗକୁ କରାଯାଉଥିଲା ଚାଲାଣ, ମାଡିବସିଲା ପୋଲିସ, ତା’ପରେ…

ନୀଳଗିରି,୬।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ଭଦ୍ରକରୁ ପାଖାପାଖି ୩୦ରୁ ଊର୍ଦ୍ଧ୍ୱ ଗୋରୁଙ୍କୁ କଣ୍ଟେନରରେ ନେଇ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ବେଳେ ବାଲେଶ୍ୱର ଜିଲା ନୀଳଗିରି ପୋଲିସ ଇଶ୍ୱରପୁର...

ଲୁହା ଜଞ୍ଜିରରେ ଛାତ୍ରଙ୍କ ଗୋଡ଼କୁ ବାନ୍ଧିବା ଘଟଣାରେ କାର୍ଯ୍ୟାନୁଷ୍ଠାନ: ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷକ-ସହକାରୀ ଶିକ୍ଷକ

ନୀଳଗିରି, ୫।୧୨ (ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଳକ ବେଗୁନିଆ ପଞ୍ଚାୟତ ବେଗୁନିଆ ୟୁପି ବିଦ୍ୟାଳୟ ଛାତ୍ରାବାସରେ ଜଣେ ଚତୁର୍ଥ ଶ୍ରେଣୀର ଛାତ୍ରଙ୍କ...

ଜାଲରେ ପଡ଼ିଲା ୭ ଟନର ସାର୍କ: ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼

ଭୋଗରାଇ, ୫ା୧୨(ପ୍ରଦୀପ ଦାସ):ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ତାଳସାରୀ ସମୁଦ୍ର କୂଳ ମତ୍ସ୍ୟଜୀବୀଙ୍କ ଜାଲରେ ଧରାପଡ଼ିଲା ବିଶାଳକାୟ ସାର୍କ ମାଛ। ଏହି ମାଛକୁ ନିକଟସ୍ଥ ଗ୍ରାମର...

ଶୁକଦେବଙ୍କୁ ମୃତ ଭାବି ନେଇଥିଲେ ଘର ଲୋକେ: ୨୫ ବର୍ଷ ପରେ ଘଟିଲା…

ସିମୁଳିଆ,୧l୧୨(ସନ୍ତୋଷ କୁମାର ନାୟକ): ମୃତ ଘୋଷିତ ବ୍ୟକ୍ତି ଘରକୁ ଫେରନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ବଙ୍ଗାଳପୁର ପଞ୍ଚାୟତ...

ଭାଇରାଲ ହେଉଛି ସେଜଲଙ୍କ ମା’ଙ୍କ ହାତଲେଖା ଚିଠି, ଏଥିରେ ଲେଖିଛନ୍ତି ସବୁଠୁ ବଡ଼ ଦୁଃଖ ସମୟରେ ମୁଁ ତୁମ…

ବାଲେଶ୍ୱର,୧ା୧୨: ସାମ୍ନାକୁ ଆସିଛି ସେଜଲଙ୍କ ପାଳିତ ମା’ଙ୍କ ଆବେଗଭରା ଚିଠି। ଏଥିରେ ସେ ଲେଖିଛନ୍ତି, ତୁମେ ଚାଲିଯାଉଥିବାରୁ ମୋ ହୃଦୟ କଷ୍ଟ ଓ ଯନ୍ତ୍ରଣାରେ ଭରିଯାଉଛି।...

ମହିଳା ଜନଶୁଣାଣି କାର୍ଯ୍ୟକ୍ରମ: ଶୁଣାଣି କଲେ ରାଷ୍ଟ୍ରୀୟ ମହିଳା ଆୟୋଗ ସଦସ୍ୟା

ବାଲେଶ୍ୱର, ୨୭।୧୧( ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାପାଳଙ୍କ ଅଡିଟରିୟମ ହଲରେ ଗୁରୁବାରଏକ ଦିବସୀୟ ମହିଳା ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏହି ଜନଶୁଣାଣି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ମହିଳା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri