ଅଧିକାରୀଙ୍କୁ ଆପାର୍ଟମେଣ୍ଟ

Dillip Cherian

ବରିଷ୍ଠ ବାବୁ ଓ ପୋଲିସ ଅଧିକାରୀମାନଙ୍କ ପାଇଁ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ ନିର୍ମାଣ ଲାଗି ମହାରାଷ୍ଟ୍ର ସରକାର ମେରାଇନ ଡ୍ରାଇଭ୍‌ ଥାନାକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଥାନା ଜାଗାରେ ଆପାର୍ଟମେଣ୍ଟ ନିର୍ମାଣ କରିବାର ଏଭଳି ପଦକ୍ଷେପ ସମସ୍ତଙ୍କୁ ଚକିତ କରିଛି। ସୂତ୍ରରୁ ପ୍ରକାଶ , ରାଜ୍ୟରେ ଦୁଇ ଡଜନରୁ ଅଧିକ ଅବସରପ୍ରାପ୍ତ ବାବୁଙ୍କୁ ବିଭିନ୍ନ ସରକାରୀ କମିଶନ ଓ ସଂସ୍ଥାଗୁଡ଼ିକରେ ନିଯୁକ୍ତି ଦିଆଯାଇଥିବାବେଳେ ଏବେ ରାଜ୍ୟ ସରକାରଙ୍କ ପାଖରେ ସେମାନଙ୍କ ପାଇଁ କ୍ୱାର୍ଟରର ଅଭାବ ରହିଛି। ଏହି ଅଭାବକୁ ଦେଖି ସରକାର ଚର୍ଚ୍ଚଗେଟ ଅଞ୍ଚଳରେ ୨୪ଟି ଆପାର୍ଟମେଣ୍ଟ ଥିବା ୭ ମହଲା ବିଶିଷ୍ଟ ଯଶୋଧାନ-୨ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତିକୁ ସମାଲୋଚନା କରାଯାଇଛି। ଉକ୍ତ ନୂଆ ଆପାର୍ଟମେଣ୍ଟ ପ୍ରମୁଖ ସଚିବ ଏବଂ ପୋଲିସ ମହାନିରୀକ୍ଷକ ର଼୍ୟାଙ୍କ ଉପରିସ୍ଥ ଅଧିକାରୀମାନଙ୍କୁୁ ଆବଣ୍ଟନ କରାଯିବ। ବରିଷ୍ଠ ଅଧିକାରୀମାନଙ୍କ ଗୃହ ଆବଶ୍ୟକତା ପୂରଣ କରିବା ପାଇଁ ଏହି ସବୁ ଆପାର୍ଟମେଣ୍ଟ ଦରକାର ବୋଲି ସିନ୍ଦେ ସରକାର ଦାବି କରୁଥିବାବେଳେ ଅନେକେ ଅନୁଭବ କରୁଛନ୍ତି ଯେ, ଏହା ସରକାରୀ ପାଣ୍ଠିର ସମ୍ପୂର୍ଣ୍ଣ ଦୁରୁପଯୋଗ। ଆହୁରି ଅଧିକ ଆପାର୍ଟମେଣ୍ଟ ଆବଶ୍ୟକ ଥିବା ଅଧିକାଂଶ ସ୍ବୀକାର କରୁଛନ୍ତି। ଏସବୁ କେବଳ ସରଳରେ ବରିଷ୍ଠ ଅଧିକାରୀମାନଙ୍କୁ ଦିଆ ନ ଯାଇ ମେରିଟ୍‌ ଆଧାରରେ ଆବଣ୍ଟନ କରାଯିବା ଗୁରୁତ୍ୱପୂର୍ଣ୍ଣ ବୋଲି କହୁଛନ୍ତି। ହେଲେ ଲକ୍‌ଜ୍ୟୁରି ଆପାର୍ଟମେଣ୍ଟ ନିର୍ମାଣ ସକାଶେ ମେରାଇନ ଡ୍ରାଇଭ ଥାନାକୁ ସ୍ଥାନାନ୍ତର କରିବା ନିଶ୍ଚିତ ଭାବେ ଚିନ୍ତାଜନକ। ତେବେ ଏହି ଘଟଣା ତୀବ୍ର ହେବା ଓ ଏଥିରେ ରାଜ୍ୟ ନେତୃତ୍ୱ ଜଡ଼ିତ ହେବା ପୂର୍ବରୁ ଏହାର ତ୍ୱରିତ ସାମାଧାନ ନିଶ୍ଚିତ କରିବାକୁ ରାଜ୍ୟ ଗୃହ ବିଭାଗ ଏବଂ ମୁଖ୍ୟମନ୍ତ୍ରୀଙ୍କ ଅଫିସ( ସିଏମ୍‌ଓ)ରେ ଥିବା ବରିଷ୍ଠ ଅଧିକାରୀମାନେ ଚେଷ୍ଟା କରୁଛନ୍ତି ।
ଏଲ୍‌ଆଇସି ପୁନର୍ଗଠନ ବିଚାର
ମୋଦି ସରକାର ସିଦ୍ଧାର୍ଥ ମହାନ୍ତିଙ୍କୁ ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି)ର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବେ ନିଯୁକ୍ତ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି, ଯାହାକୁ ନେଇ ଅନେକ ପ୍ରଶ୍ନ ଉଙ୍କିମାରିଛି। ଯେହେତୁ ଏଲ୍‌ଆଇସିର ପଦସ୍ଥ ଅଧ୍ୟକ୍ଷ ମଙ୍ଗଳମ୍‌ ରାମସୁବ୍ରମଣ୍ୟମ୍‌ କୁମାରଙ୍କ କାର୍ଯ୍ୟକାଳ ପୁଣି ଥରେ ବୃଦ୍ଧି କରାଯିବ ବୋଲି ସମସ୍ତେ ଆଶା କରୁଥିଲେ, ସେ ଦୃଷ୍ଟିରୁ ବିଚାର କଲେ ସରକାରଙ୍କ ନିଷ୍ପତ୍ତି ଏକ ଆଶ୍ଚର୍ଯ୍ୟଜନକ ପଦକ୍ଷେପ ମନେହୁଏ। କୁମାରଙ୍କ କାର୍ଯ୍ୟକାଳ ଦୁଇଥର ବୃଦ୍ଧି କରାଯାଇସାରିଛି। କାର୍ଯ୍ୟକାଳ ବୃଦ୍ଧିର ଦ୍ୱିତୀୟ ଅବଧି ଏବେ ଶେଷ ହୋଇଛି। ସରକାର ତାଙ୍କ କାର୍ଯ୍ୟକାଳ ଶେଷ କରିବା ପଛରେ ଅନେକ ସମ୍ଭାବ୍ୟ କାରଣ ଥିବା ଜଣାପଡ଼ିଛି। ଗୋଟିଏ କାରଣ ହେଉଛି,ଏଲ୍‌ଆଇସି ଆଇପିଓର ଉକତ୍ୃଷ୍ଟ ପ୍ରଦର୍ଶନ ହୋଇନାହିଁ, ଯାହା ଫଳରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଆଉ ଏକ କାରଣ ହେଉଛି, ଅତ୍ୟନ୍ତ ଜଟିଳ ସ୍ଥିତିରେ ଥିବା ଆଦାନୀ ଗ୍ରୁପ୍‌ରେ ଏଲ୍‌ଆଇସି ନିବେଶର ରହସ୍ୟ ପ୍ରକାଶ ପାଇବା। ତେବେ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବେ ମହାନ୍ତିଙ୍କ ନିଯୁକ୍ତି ଏଲ୍‌ଆଇସିର ପ୍ରସ୍ତାବିତ ପୁନର୍ଗଠନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ପୁନର୍ଗଠନ କାର୍ଯ୍ୟ ପାଇଁ ନୂଆ ବିଚାର ଓ ଦୃଷ୍ଟିକୋଣ ଆଣିବା ଲାଗି ସରକାର ପ୍ରାଇଭେଟ ସେକ୍ଟର ବ୍ୟକ୍ତିମାନଙ୍କୁ ଜଡ଼ିତ କରିବେ ବୋଲି ଆଶା କରାଯାଏ। କିନ୍ତୁ ହଠାତ୍‌ ଜଣେ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷଙ୍କୁ ନିଯୁକ୍ତି କରିବା ଦ୍ୱାରା କେମିତି ଏଲ୍‌ଆଇସି ପୁନର୍ଗଠନରେ ଅଗ୍ରଗତି ହେବ ତାହା ବୁଝାପଡ଼ୁନାହିଁ। ତେବେ ମୋଟ ଉପରେ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବେ ମହାନ୍ତିଙ୍କ ନିଯୁକ୍ତି ପଦକ୍ଷେପ ସୂଚିତ କରେ ଯେ, ସରକାର ଏଲଆଇସିରେ ଅମୂଳଚୂଳ ପରିବର୍ତ୍ତନ କରିବା ଲାଗି ଆଗ୍ରହୀ ଅଛନ୍ତି।
ବିବାଦ ଉପରେ ପଦକ୍ଷେପ
ବହିର୍ବ୍ୟାପାର ମନ୍ତ୍ରଣାଳୟ (ଏମ୍‌ଇଏ) ସ୍ବାଭାବିକ ଭାବେ ତା’ର ଘୋଷଣାକୁ ନେଇ ସବୁବେଳେ ସତର୍କ ରହିଆସିଛି। ତେବେ ଆମେରିକା ନିକଟରେ ଏକ ଦ୍ୱିଦଳୀୟ ସିନେଟ ପ୍ରସ୍ତାବରେ ମ୍ୟାକ୍‌ମୋହନ ଲାଇନକୁ ଅରୁଣାଚଳ ପ୍ରଦେଶ ଓ ଚାଇନା ମଧ୍ୟରେ ଅନ୍ତର୍ଜାତୀୟ ସୀମା ଭାବେ ଚିହ୍ନଟ କରିବାକୁ ନେଇ ଏମ୍‌ଇଏ ଚିନ୍ତିତ। ଆଉ ପାଦେ ଆଗକୁ ଯାଇ ଉକ୍ତ ପ୍ରସ୍ତାବ ଚାଇନାର ଆକ୍ରମଣାମତ୍କ ଓ ଉତ୍ତେଜନା ସୃଷ୍ଟିକାରୀ ମନୋଭାବ ଏବଂ ଲାଇନ ଅଫ୍‌ ଆକ୍‌ଚୁଆଲ କଣ୍ଟ୍ରୋଲ (ଏଲ୍‌ଏସି)ରେ ସ୍ଥିତାବସ୍ଥା ବଦଳାଇବା ଲାଗି ବଳ ପ୍ରୟୋଗ କରିବା ପ୍ରଚେଷ୍ଟାକୁ ନିନ୍ଦା କରିଛି। ଆମେରିକାର ପରରାଷ୍ଟ୍ର ବିଭାଗର ବରିଷ୍ଠ ଅଧିକାରୀମାନେ ସମାନ କଥା କହିବା ପରେ ଚାଇନା ସହ ଭାରତର ସ୍ଥାୟୀ ବିବାଦକୁ ଆମେରିକା ଗୁରୁତ୍ୱର ସହ ଗ୍ରହଣ କରିଛି। ଏଥିରୁ ଜଣାପଡ଼ୁଛି, ଏମ୍‌ଇଏ ଏବଂ ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କୁ ସୀମାରେ ଚାଇନାର ଶତ୍ରୁତାପୂର୍ଣ୍ଣ ପଦକ୍ଷେପର ବିପଦ ଉପରେ ପ୍ରଶ୍ନ ଉଠାଇବାକୁ ପ୍ରେରିତ କରିବାକୁ ଚଷ୍ଟା କରୁଛି। ଏମ୍‌ଇଏ ମୁଖପାତ୍ର ଅରିନ୍ଦମ ବାଗ୍‌ଚି ଆମେରିକାର ପଦକ୍ଷେପ ଉପରେ କୌଣସି ପ୍ରତିକ୍ରିୟ୍ରା ପ୍ରକାଶ ନ କରି ବରଂ କହିଲେ, ମନ୍ତ୍ରଣାଳୟ ପ୍ରସ୍ତାବ ସମ୍ପର୍କରେ କିଛି ଶୁଣି ନାହାନ୍ତି। ତେବେ ଚାଇନାକୁ ରୋକିବା ଲାଗି ଆମେରିକାର ବ୍ୟାପକ ନୀତିର ଏକ ଅଂଶ ଭାବେ ଏହି ଘଟଣାକୁ ନେଇ ଏଥିରେ ଅଧିକ ଆଗ୍ରହ ପ୍ରକାଶ କରିଛି। ଶେଷରେ ସିନେଟ୍‌ ପ୍ରସ୍ତାବର କିଛି ଦିନ ପରେ ଆମେରିକା ଭାରତରେ ତା’ର ନୂଆ ରାଷ୍ଟ୍ରଦୂତ ଭାବେ ଲସ୍‌ ଏଞ୍ଜେଲସ୍‌ର ପୂର୍ବତନ ମେୟର ଏରିକ ଗର୍ସେଟ ନାମ ଘୋଷଣା କଲା। ଜୋ ବାଇଡେନ୍‌ଙ୍କ ସମର୍ଥକ ଭାବେ ଜଣାଶୁଣା ଏରିକ୍‌ ଚାଇନା ବ୍ୟାପାର ଏବଂ ଅନ୍ୟ ସବୁ ପ୍ରସଙ୍ଗରେ ଜୟଶଙ୍କରଙ୍କ ସହ ମିଶି କାମ କରିବେ ବୋଲି ଆଶା କରାଯାଏ। କିନ୍ତୁ ବୈଦେଶିକ ସଚିବ ବିନୟ କୁମାର କ୍ୱାଟ୍ରାଟାକେଙ୍କ ନେତୃତ୍ୱରେ ଏମଇଏ କୂଟନୀତିଜ୍ଞମାନେ ଭାରତର ଆଞ୍ଚଳିକ ଅଖଣ୍ଡତା ଓ ରଣନୀତିକ ହିତ ଉପରେ ଅଧିକ ସକ୍ରିୟ ପଦକ୍ଷେପ ନେଇ ସମ୍ଭାବିତ ଗମ୍ଭୀର ପରିଣାମ ସମ୍ପର୍କରେ ଚିନ୍ତା ପ୍ରକଟ କରିବେ ତ?
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri