Odisha Elections 2024

ଅଫିସ ଖୋଲା, କର୍ମଚାରୀ ବେଫିକର

ଭବାନୀପାଟଣା,୧୯।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଇବାରେ ଲାଗିଛି। ସେହିପରି ଲାଇସେନ୍ସପ୍ରାପ୍ତ ବିଦେଶୀ ମଦ ଦୋକାନରେ ପ୍ରିଣ୍ଟ ଦରଠାରୁ ଅଧିକରେ ମଦ ମଧ୍ୟ ବିକ୍ରି ହେଉଥିବା ଅଭିଯୋଗ ହେଉଛି। ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଉଥିବା କହୁଥିଲେ ମଧ୍ୟ ବେଆଇନ ମଦ କାରବାର ବନ୍ଦ ହେବା ପରିବର୍ତ୍ତେ ବଢିବାରେ ଲାଗିଛି। ବିଭାଗ ପକ୍ଷରୁ ଚଢାଉ ହେଉଥିବାବେଳେ ଫଳ କିନ୍ତୁ ଶୁନ୍‌ ବୋଲି ସାଧାରଣରେ ଆଲୋଚନା ହେଉଛି। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀରେ ଭବାନୀପାଟଣା ଅବକାରୀ ଥାନା ପ୍ରାୟ ସମୟରେ ତାଲା ପଡିଥିବା ଦେଖିବାକୁ ମିଳିଥାଏ। ଏହାକୁ ନେଇ ବିଭାଗୀୟ କର୍ମଚାରୀଙ୍କୁ ପଚାରିଲେ ଚଢାଉରେ ଯାଇଥିବା ପ୍ରକାଶ କରିଥାନ୍ତି। ଏପରିକି କାର୍ଯ୍ୟାଳୟ ଖୋଲି ଥିଲେ ମଧ୍ୟ ଏଠାକାର କର୍ମଚାରୀ ବେଫିକର ହୋଇ ଅଫିସ ଛାଡି ଅନ୍ୟ ସ୍ଥାନକୁ ଯାଇଥାନ୍ତି। ଫଳରେ ଅଫିସ ସେମିତି ଖୋଲା ରହିଥାଏ। ସୋମବାର ମଧ୍ୟାହ୍ନରେ ଏହି ଦୃଶ୍ୟ ଦେଖିବା ପରେ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି ଫଟୋ, ଭିଡିଓ ଉତ୍ତୋଳନ କରିବା ପରେ କର୍ମଚାରୀ ଖବର ପାଇ ଅଫିସକୁ ଆସିଥିଲେ। ଉପସ୍ଥିତ କର୍ମଚାରୀଙ୍କୁ ଅଫିସ ଖୋଲା ଥିବା ବିଷୟରେ ପଚାରିବାରୁ ଆମେ ଏବେ ଚଢାଉ କରି ଆସିଲୁ ବୋଲି ବେଫିକର ହୋଇ ପ୍ରକାଶ କରିଥିଲେ। ସବୁବେଳେ ଚଢାଉ ବାହାନା ନେଇ ବିଭାଗୀୟ ଅଧିକାରୀ କର୍ମଚାରୀ ଅଫିସରେ ଉପସ୍ଥିତ ନ ରହିବା ତାହା ତଦନ୍ତ ସାପେକ୍ଷ। ଏ ନେଇ ସ୍ଥାନୀୟ ଅବକାରୀ ଏସଆଇ ତିଲକ ରାମ ନାଏକଙ୍କୁ ପଚାରିବାରୁ ଆମେ ଚଢାଉ ପାଇଁ ଜଙ୍ଗଲ ଯାଇଥିଲୁ ଏବେ ଘରକୁ ଆସିଥିଲି। ଆମେ କଣ ମାଷ୍ଟର ଯେ ଡରିଯିବୁ ବୋଲି ଅତି ବେଫିକର ଭାବେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ପୂର୍ବରୁ ସୁନ୍ଦରଗଡ଼ରୁ ଜବତ ହେଲା ୨ ଲକ୍ଷ ୪୨ ହଜାର ଟଙ୍କା

ସୁନ୍ଦରଗଡ଼,୧୮।୫: ସୁନ୍ଦରଗଡ଼ ଜିଲା ଭଷ୍ମା ଥାନା ଅଧୀନ କଇଁସରା ଗ୍ରାମରୁ ପୋଲିସ ୨ ଲକ୍ଷ ୪୨ ହଜାର ଟଙ୍କା ଜବତ କରିଛି। ଜବତ ଟଙ୍କା ସମ୍ପର୍କରେ...

ଏନକାଉଣ୍ଟରରେ ନକ୍ସଲ ନିହତ

ମାଲକାନଗିରି,୧୮।୫(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ପୋଲିସକୁ ମିଳିଛି ପୁଣି ସଫଳତା। ପୋଲିସ ଏନକାଉଣ୍ଟରରେ ଜଣେ ନକ୍ସଲ ନିହତ ହୋଇଛି। ସୁକମା ଏସପି କିରଣ...

ଆୟୁଷ ଡାକ୍ତରରେ ଚାଲିଛି ସ୍ବାସ୍ଥ୍ୟସେବା

ଭଦ୍ରକ,୧୮ା୫(ସନାତନ ରାଉତ): ଭଦ୍ରକ ଜିଲା ବନ୍ତ ବ୍ଲକର ଆଗରପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନ ଅଡ଼ାଳପଙ୍କ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଦୀର୍ଘଦିନ ଧରି ଆୟୁଷ ଡାକ୍ତରରେ ସ୍ବାସ୍ଥ୍ୟସେବା ଚାଲିଛି।...

ଜାମୁସାହିରେ ପାଣି ପାଇଁ ହାହାକାର

ଓଡ଼ଗାଁ,୧୮ା୫(ଆଦର୍ଶ କୁମାର ପଟ୍ଟନାୟକ): କିଛିଦିନ ତଳେ ପାଣି ଯୋଗାଣକୁ ନେଇ ରଙ୍ଗଣିପାଟଣା ପଞ୍ଚାୟତ ଜାମୁସାହି ଗ୍ରାମବାସୀ ବିଦ୍ୟୁତ୍‌ କାର୍ଯ୍ୟାଳୟ ଘେରାଉ କରି ଲାଇନ୍‌ ସଂଯୋଗ ପାଇଁ...

ଦୁର୍ଦ୍ଦଶାରେ ଡେରାବିଶ ଆଦର୍ଶ ବିଦ୍ୟାଳୟ

ଡେରାବିଶ, ୧୮ା୫(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡା ଜିଲା ଅନ୍ତର୍ଗତ ଡେରାବିଶ ବ୍ଲକ କୁରୁଜଙ୍ଗାଠାରେ ପ୍ରତିଷ୍ଠା ହୋଇଥିବା ଆଦର୍ଶ ବିଦ୍ୟାଳୟର ଦୁର୍ଦ୍ଦଶାର ଅନ୍ତ ଘଟୁନାହିଁ। ୨୦୨୨ ମସିହାରେ...

ଟଙ୍କା ଭର୍ତ୍ତି ମନିପର୍ସ ଫେରାଇଲେ ମହିଳା

ରଘୁନାଥପୁର,୧୮ା୫(ରାଜେନ୍ଦ୍ର ନାରାୟଣ ସିଂହ):ପାଇଥିବା ମନିପର୍ସ ଫେରାଇ ସଚ୍ଚୋଟ ପଣିଆର ପରିଚୟ ଦେଇଛନ୍ତି ଜଣେ ମହିଳା। ସେ ହେଲେ ରଘୁନାଥପୁର ବ୍ଲକ ବିଦ୍ୟାଧରପୁର ଗ୍ରାମର ଅହମ୍ମଦ ରାଜା...

୮୬୭ ବୁଥ୍‌ରେ ହେବ ୱେବ୍‌କାଷ୍ଟିଂ

କେନ୍ଦ୍ରାପଡ଼ା,୧୮ା୫(ଜଗନ୍ନାଥ ଧଳ): ଜୁନ୍‌ ୧ରେ ସାଧାରଣ ନିର୍ବାଚନର ମତଦାନ ପାଇଁ କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି। ମୋଟ୍‌ ୧୪୪୫ ମଧ୍ୟରୁ...

ଦୋକାନ ଭିତରେ ପଶିଗଲା ବରଯାତ୍ରୀଙ୍କୁ ଧରି ଫେରୁଥିବା ଗାଡ଼ି

ଭବାନୀପାଟଣା,୧୮।୫(ଉତ୍ତମ କୁମାର ଦାଶ): ସଟର ଭାଙ୍ଗି ଦୋକାନ ଭିତରକୁ ପଶିଗଲା ସ୍କର୍ପିଓ। ଶୁକ୍ରବାର ବିଳମ୍ବିତ ରାତିରେ କଳାହାଣ୍ଡି ଜିଲା ଧର୍ମଗଡଠାରେ ଦ୍ରୁତ ଗତିରେ ବରଯାତ୍ରୀଙ୍କୁ ଧରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri