ଅଫିସ୍‌ ଗସିପ୍‌

ଅଫିସରେ ସମସ୍ତଙ୍କ ସହିତ ଭଲ ସମ୍ପର୍କ ରଖିବା ବି ଏକ ପ୍ରକାର କଳା। କିନ୍ତୁ ସହକର୍ମୀଙ୍କ ସହ ମହିଳା କର୍ମଚାରୀମାନେ ବେଳେବେଳେ ଏମିତି ଗପରେ ମସ୍‌ଗୁଲ ହୋଇଯାଆନ୍ତି ଯେ ବ୍ୟକ୍ତିଗତ ଜୀବନର ଅନେକ ଅକୁହା କଥା ବି କହିପକାନ୍ତି। ଫଳରେ ସେମାନଙ୍କ ଭାବମୂର୍ତ୍ତି ନଷ୍ଟ ହେବା ସହ କ୍ୟାରିୟର ବି ପ୍ରଭାବିତ ହୋଇଥାଏ।

ସ୍ବଭାବରେ ନାରୀମାନେ ଗପୁଡ଼ି। ଗପରେ ମସ୍‌ଗୁଲ ହୋଇ ବେଳେବେଳେ ଏମିତି କିଛି କଥା କହିଦିଅନ୍ତି, ଯାହା କି ସେମାନଙ୍କ ପ୍ରଫେଶନାଲ ଲାଇଫ୍‌ ସାଙ୍ଗକୁ ପର୍ସନାଲ ଲାଇଫ୍‌କୁ ବି ପ୍ରଭାବିତ କରିଥାଏ। ତେଣୁ କର୍ମକ୍ଷେତ୍ରରେ ବ୍ୟକ୍ତିଗତ ଜୀବନର ସବୁ କଥା କହିବା ଆଗରୁ ସେ କଥାର ଯଥାର୍ଥତା ଅଛି କି ନାହିଁ ଚିନ୍ତା କରିବାକୁ ହେବ। ନଚେତ୍‌ କ୍ୟାରିୟରରେ ନକାରାତ୍ମକ ପ୍ରଭାବ ପଡ଼ିବା ସହ ବ୍ୟକ୍ତିଗତ ଜୀବନରେ ବି ଅଶାନ୍ତି ଭରିଯିବ।
ପର୍ସନାଲ କଥା ଶେୟାର କରନ୍ତୁନି: ବ୍ୟକ୍ତିଗତ ଜୀବନର ଏମିତି କିଛି ପ୍ରସଙ୍ଗ ଥାଏ ଯେଉଁ ବିଷୟରେ ଅନ୍ୟମାନଙ୍କ ସହ କୌଣସି ଆଲୋଚନା କରିବା ଠିକ୍‌ ନୁହେଁ। କାରଣ ଏଭଳି କଥାରୁ ସହକର୍ମୀମାନେ ଫାଇଦା ଉଠାଇ ପରବର୍ତ୍ତୀ ସମୟରେ ସମସ୍ୟା ସୃଷ୍ଟି କରିପାରନ୍ତି। ବେଳେବେଳେ ଏହାର ପରିଣାମ ଅତ୍ୟନ୍ତ ଭୟଙ୍କର ବି ହୋଇପାରେ। ତେଣୁ କର୍ମକ୍ଷେତ୍ରରେ ନିଜ କାମ ଉପରେ ସବୁବେଳେ ଫୋକସ୍‌ କରିବା ଉଚିତ।
ବିରୋଧରେ ଗପନ୍ତୁ ନାହିଁ: ଅଫିସରେ କେବେ କାହା ଆଗରେ ଅନ୍ୟ ଜଣଙ୍କ ବିରୋଧରେ କିଛି ଗପିବା ଠିକ୍‌ ନୁହେଁ। କାହିଁକି ନା ତୁଣ୍ଡବାଇଦ ସହସ୍ର କୋଶ ଭଳି ଏଭଳି କଥା ଖୁବ୍‌ଶୀଘ୍ର ବିଭିନ୍ନ ଲୋକଙ୍କ ପାଖରେ ପହଞ୍ଚିଯାଏ। ଆଉ ଥରେ ଯଦି ଆପଣ କହିଥିବା କଥା ବସ୍‌ଙ୍କ ପାଖରେ ପହଞ୍ଚିଯାଏ ତେବେ କଥା ପୂରା ବିଗିଡ଼ିଯିବ ଏବଂ ଆପଣଙ୍କ ଭାବମୂର୍ତ୍ତି ଖରାପ ହୋଇଯିବ।
କାମ ବିଷୟରେ କଥା ହୁଅନ୍ତୁ: ଅଫିସରେ ନିଜ କାମକୁ କିପରି ଅଧିକ କ୍ରିଏଟିଭ୍‌ କରିବେ ଏବଂ ଭଲ କାମ କରି ସଫଳତା ହାସଲ କରିବେ ସେଥିପାଇଁ ପ୍ରୟାସ କରନ୍ତୁ। ଫୁର୍‌ସତ ସମୟରେ ବ୍ୟକ୍ତିଗତ ସମସ୍ୟା ସମ୍ପର୍କରେ କାହା ଆଗରେ କିଛି କଥା ଗପିବା ଠିକ୍‌ ନୁହେଁ।
ଜୀବନରେ ଯଦି କୌଣସି ସମସ୍ୟା ଦେଇ ଗତି କରୁଥାନ୍ତି ତେବେ ତାକୁ ତୁରନ୍ତ ସମାଧାନ କରିବା ପାଇଁ ଚେଷ୍ଟା କରନ୍ତୁ। ନଚେତ୍‌ ଏହାର ପ୍ରଭାବ କ୍ୟାରିୟର ଉପରେ ପଡ଼ିଥାଏ। ସବୁବେଳେ ସମସ୍ୟା ଭିତରେ ରହିଲେ ଅଫିସରେ ଭଲଭାବେ କାମ କରି ହେବ ନାହିଁ। ତେଣୁ ବ୍ୟକ୍ତିଗତ ସମସ୍ୟାକୁ ସମ୍ପର୍କୀୟମାନଙ୍କ ସହ କଥାବାର୍ତ୍ତା ହୋଇ ତୁଲାଇବା ଠିକ୍‌ ହେବ।

 

ଅଫିସ ସମସ୍ୟାରେ କଥା ହୁଏ: ଅଫିସରେ ମତେ କାହା ସହ ନିର୍ଦ୍ଦିିଷ୍ଟଭାବେ ବସିକି କଥା ହେବାକୁ ସମୟ ନ ଥାଏ। କିନ୍ତୁ ପାଖରେ ବସୁଥିବା କଲିଗ୍‌ମାନଙ୍କ ସହ ବେଳେବେଳେ କଥା ହେଉ, କିନ୍ତୁ ତାହା କେବଳ ଅଫିସର କୌଣସି ଟପିକ୍‌ରେ। ଆଉ ଲଞ୍ଚ ସମୟରେ ଆମେ କେବେ କେବେ ଘର କଥା ହେଉ। କିନ୍ତୁ ନିହାତି ବ୍ୟକ୍ତିଗତ କଥା ମୁଁ କାହା ସହ ଶେୟାର କରେ ନାହିଁ।
– ରାଜଲକ୍ଷ୍ମୀ ମହାରଣା, କର୍ମଜୀବୀ, ସନସାଇନ୍‌ ହସପିଟାଲ୍‌, ଭୁବନେଶ୍ୱର
ଭଲ କାମ କରିବାକୁ ଚିନ୍ତାକରେ: ଅଫିସରେ ଘର କଥା ହେବାକୁ ମୁଁ ପସନ୍ଦ କରେ ନାହିଁ। ଅଫିସ ସମସ୍ୟା ନେଇ ମୁଁ ସହକର୍ମୀଙ୍କ ସହ ଆଲୋଚନା କରେ। ମୁଁ କେମିତି ଅଧିକ ଭଲ କାମ କରିପାରିବି ସେ ନେଇ ଚିନ୍ତାକରେ। କିନ୍ତୁ ଅଫିସରେ ମୋର ୨ଜଣ ଅତି ଘନିଷ୍ଟ ସାଙ୍ଗ ଅଛନ୍ତି ଯେଉଁମାନଙ୍କ ସହ ଫୁର୍‌ସତରେ ମୋ ପରିବାର ବିଷୟରେ କଥା ହୋଇପାରେ, ଏମାନେ ମୋର ଅତି ବିଶ୍ୱସ୍ତ। ତେଣୁ କୌଣସି ଅସୁବିଧା ହୁଏନାହିଁ।
ମହାଶ୍ୱେତା ତ୍ରିପାଠୀ, କର୍ମଜୀବୀ, କିଟ୍‌ , ଭୁବନେଶ୍ୱର
ଭୁଲ୍‌ରେ ବି ଶେୟାର କରେନି
ଭୁଲ୍‌ରେ ବି ମୁଁ ଅଫିସରେ କାହା ଆଗରେ ଅନ୍ୟ କାହା ବିଷୟରେ କୁହେନି। ହଁ, ମତେ କେହି ଆକ୍ଷେପକରି କହିଲେ ସେନେଇ ପ୍ରଥମେ ତାଙ୍କୁ ଉତ୍ତରଦେବା ପରେ ଅନ୍ୟ ସହକର୍ମୀଙ୍କ ସହ ବି ଆଲୋଚନା କରେ। କିନ୍ତୁ ମୋ ପର୍ସନାଲ କଥା ଆଦୌ କାହା ସହ ଶେୟାର କରେ ନାହିଁ।
ରାଜଶ୍ରୀ ସାମନ୍ତରାୟ
-କର୍ମଜୀବୀ, ବଛିପୁର, ବ୍ରାହ୍ମଣୀଗାଁ, ଭଦ୍ରକ


Enter your email to get our daily news in your inbox.

All Right Reserved By Dharitri.Com

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

ଜିଲାପାଳ, ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି: ସମସ୍ୟା ସମାଧାନ କଲେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପ ଜିଲପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲାପାଳ ଭି. କିର୍ତ୍ତି ଭାସନ ଓ ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ...

ବରଗଡକୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବିଜେଡି କଲା ବଡ଼ ଦାବି: ଦେଲା ଚେତାବନୀ, ସମସ୍ୟାର ସମାଧାନ ନ ହେଲେ…

ବରଗଡ ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ଜ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ବରଗଡ଼ ମଥୁରାନଗରୀ ପାଲଟିଛି । ମଙ୍ଗଳବାର ସମ୍ଭବତଃ ମୁଖ୍ୟମନ୍ତ୍ରୀ ମୋହନ ଚରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri