Posted inଖେଳ

ହାଇଦ୍ରାବାଦକୁ ହରାଇଲା ଓଏଫ୍‌ସି

ଭୁବନେଶ୍ୱର,୧୧ା୨(ସ୍ପୋଟର୍‌ସ ବ୍ୟୁରୋ): କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଇଣ୍ଡିଆନ୍‌ ସୁପର ଲିଗ୍‌ର ଏକ ମ୍ୟାଚ୍‌ରେ ନିମ୍‌ ଦୋର୍ଜିଙ୍କ ଆତ୍ମଘାତୀ ଗୋଲ ବଳରେ ଡିଫେଣ୍ଡିଂ ଚାମ୍ପିୟନ ହାଇଦ୍ରାବାଦ ଏଫ୍‌ସିକୁ ୩-୧ରେ ପରାସ୍ତ କରି ଓଡିଶା ଏଫ୍‌ସି(ଓଏଫ୍‌ସି) ୩ ପଏଣ୍ଟ ଅର୍ଜନ କରିଛି। ଫଳରେ ୧୮ ମ୍ୟାଚ୍‌ରୁ ୧୦ ବିଜୟ ସହିତ ଓଏଫ୍‌ସି ୨୭ ପଏଣ୍ଟ ହାସଲ କରି ଷଷ୍ଠ ସ୍ଥାନକୁ ଉନ୍ନୀତ ହୋଇ ପ୍ଲେ ଅଫ୍‌ ଦାବିଦାରିକୁ ଦୃଢ଼ କରିଛି। ଓଏଫ୍‌ସି ପକ୍ଷରୁ ଆଇଜାକ ଭନଲାଲରୁଆଟଫେଲା ୩୩ ଓ ଡିଏଗୋ ମରିସିଓ ୯୦+୪ ମିନିଟ୍‌ରେ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ଘରୋଇ ଦର୍ଶକଙ୍କ ସମ୍ମୁଖରେ ଓଏଫ୍‌ସି ବେଶ୍‌ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା। ପ୍ରଥମାର୍ଦ୍ଧରେ ଡିଏଗୋ ମରିସିଓ ଏକାଧିକ ସ୍କୋରିଂ ସୁଯୋଗ ପାଇଥିଲେ ମଧ୍ୟ ଏହାକୁ ହାତଛଡ଼ା କରିଥିଲେ। ୩୩ତମ ମିନିଟ୍‌ରେ ଆଇଜାକ ଭନଲାଲରୁଆଟଫେଲା ଏକ ଚମତ୍କାର ଗୋଲ ସହିତ ଓଏଫ୍‌ସି ପକ୍ଷରୁ ଆଗୁଆ ସ୍କୋର କରିଥିଲେ। ପେଡ୍ରୋ ମାର୍ଟିନ୍‌ଙ୍କ ପାସ୍‌କୁ ଏକ ଶକ୍ତିଶାଳୀ ଶଟ୍‌ ସହିତ ଗୋଲରେ ପରିଣତ କରିଥିଲେ ଆଇଜାକ। ପ୍ରଥମାର୍ଦ୍ଧ ଶେଷହେବାର ଠିକ୍‌ ପୂର୍ବରୁ ଅର୍ଥାତ୍‌ ୪୪ତମ ମିନିଟ୍‌ରେ ନିମ୍‌ ଦୋର୍ଜି ଓଏଫ୍‌ସି ଗୋଲି ଅମରିନ୍ଦର ସିଂଙ୍କୁ ଚକମା ଦେଇ ସ୍କୋର କରିଥିଲେ। ପ୍ରଥମାର୍ଦ୍ଧ ୧-୧ରେ ଶେଷ ହେବା ପରେ ୭୨ତମ ମିନିଟ୍‌ରେ ଓଏଫ୍‌ସି ଅଗ୍ରଣୀ ହାସଲ କରିଥିଲା। ଡିଏଗୋ ମରିସିଓଙ୍କ ପାସ୍‌କୁ ନନ୍ଦକୁମାର ଶେକର ଗୋଲପୋଷ୍ଟ ଆଡ଼କୁ ମାରିଥିଲେ। ତେବେ ଦୋର୍ଜିଙ୍କ ଦୁର୍ବଳ ଡିଫେନ୍ସ କାରଣରୁ ଏହା ଆତ୍ମଘାତୀ ଗୋଲରେ ପରିଣତ ହୋଇଥିଲା। ଇଞ୍ଜୁରି ଟାଇମ୍‌ରେ ଆଇଜାକ ଛାକଛୁଆକଙ୍କ ପାସ୍‌ରୁ ଗୋଲ ଦେବା ସହିତ ୯୦+୪ ମିନିଟ୍‌ରେ ଓଡ଼ିଶାକୁ ୩ ପଏଣ୍ଟ ପ୍ରଦାନ କରିଥିଲେ ଡିଏଗୋ ମରିସିଓ। ଆଇଜାକ ଭନଲାଲରୁଆଟଫେଲାଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଭୁବନେଶ୍ୱରରେ ରକ୍ତରଞ୍ଜିତ ହେଲା ଭୋଜି: ସାମାନ୍ୟ ଯୁକ୍ତିତର୍କରୁ ବୁଲିଲା ଖଣ୍ଡା, ୨ ଗୁରୁତର

ଭୁବନେଶ୍ୱର,୨୮ା୧୨: ରାଜଧାନୀରେ ପୁଣି ଥରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଶନିବାର ବିଳମ୍ବିତ ରାତିରେ ଖାରବେଳ ନଗର ଥାନା ଅନ୍ତର୍ଗତ ବିଗ୍ ବଜାର ନିକଟରେ ସାମାନ୍ୟ...

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

ପୃଥକ ଦୁର୍ଘଟଣା: ଅଟୋ-ବାଇକ୍‌ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ଜଳିଗଲା କାର୍‌

ବ୍ରହ୍ମଗିରି,୨୮।୧୨: ଜାତୀୟ ରାଜପଥ ବ୍ରହ୍ମଗିରି ପଣଷପଦା ନିକଟରେ ରବିବାର ଏକ ଅଘଟଣ ଘଟିଛି। ଚିଲିକାରୁ ଫେରୁଥିବା ଏକ କାର୍‌ ରାଜପଥରେ ଜଳି ଯାଇଛି। CNG ଗ୍ୟାସ...

କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ ହେଲେ ଅଷ୍ଟ୍ରେଲିଆର ଏହି ଖେଳାଳି

ଆଡିଲେଡ୍‌,୨୮ା୧୨: ପୂର୍ୱତନ ଅଷ୍ଟ୍ରେଲିଆନ୍‌ ଫାଷ୍ଟ ବୋଲର ବ୍ରେଟ୍‌ ଲି’ଙ୍କୁ ରବିବାର ଅଷ୍ଟ୍ରେଲିଆନ କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ କରାଯାଇଛି। ଘାତକ ପେସ୍‌ ସାଙ୍ଗକୁ ଆଦର୍ଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri