ସମୟର ସ୍ବରୂପ

କେବେ ଭାବିଛନ୍ତି, ଯଦି ସମୟକୁ ରୋକି ହୁଅନ୍ତା ଆଉ ପୁଣି ବିଗତ ସମୟକୁ ଫେରେଇ ଆଣି ହୁଅନ୍ତା, ଏ ସାରା ସଂସାରଟା କେତେ ବିଚିତ୍ର ଲାଗନ୍ତା ସତେ। ଜନ୍ମ ମରଣ ସବୁ ଖେଳଘର ପରି ଲାଗନ୍ତା । କିଏ ବାପା କିଏ ମାଆ କିଏ ପୁଅ କିଏ ଶାଶୁ କିଏ ଶ୍ୱଶୁର କିଛି ଜାଣିହୁଅନ୍ତା ନାହିଁ। ସାରା ସଂସାରର ନିୟମ ସବୁ ଓଲଟପାଲଟ ହୋଇଯାନ୍ତା। ହେଲେ ଆମ ପ୍ରଚଳିତ ସଂସାର ଏକ ଅଫେରା ନଈର ଚିର ପ୍ରବାହିତ ସ୍ରୋତ ପରି ଯାହା ଆମକୁ ଭସାଇ ନେଉଛି କେବଳ ଆଗକୁ ଆଉ ଆଗକୁ।
ତେବେ ସମୟ କ’ଣ ଏକ ଘଟଣାର ପ୍ରବାହ ମାତ୍ର ଯେପରି କି ଆମ ଜୀବନଚକ୍ର। ପୃଥିବୀର ନିଜ ଚାରିପଟେ ଘୂରିବା ସହିତ ସୂର୍ଯ୍ୟ ଚାରିପଟେ ଘୂର୍ଣ୍ଣନକୁ ନେଇ ତିଆରି ହୋଇଥିବା ବର୍ଷ, ମାସ, ଦିନ ରାତି ଆଦି କ’ଣ ବାସ୍ତବ ସମୟ ନା ମଣିଷ ନିଜ କାର୍ଯ୍ୟ ସାଧନ ପାଇଁ ପ୍ରଣିତ ଏକ ଏକକ ମାତ୍ର। ଯଦି ମାନବ ସମାଜ କେବେ ଅନ୍ୟ ଏକ ଗ୍ରହକୁ ସ୍ଥାନାନ୍ତରିତ ହୁଏ ସେହି ଗ୍ରହରେ ଘୂର୍ଣ୍ଣନର ମାପଦଣ୍ଡକୁ ନେଇ ସମୟର ଏକକ ବି ବଦଳି ଯିବ। ସେଠି ମଣିଷର ଆୟୁଷ ମଧ୍ୟ ସେହି ଅନୁଯାୟୀ ନିର୍ଦ୍ଧାରିତ ହେବ। କହିବା ବାହୁଲ୍ୟ ଯେ ସମୟ ମାନବକୃତ ଏକ ପରିମାପ, କିନ୍ତୁ ସମ୍ପୂର୍ଣ୍ଣ ବିଶ୍ୱ ବ୍ରହ୍ମାଣ୍ଡ ପାଇଁ ଏହାର ସ୍ବରୂପ କିପରି? ଏ ପର୍ଯ୍ୟନ୍ତ ସମୟର ସବୁଠାରୁ ବୃହତମ ଏକକ ଆଲୋକ ବର୍ଷ ଯାହା ନକ୍ଷତ୍ରରୁ ନକ୍ଷତ୍ର ଏବଂ ନକ୍ଷତ୍ର ମଣ୍ଡଳରୁ (ଗାଲାକ୍ସି) ନକ୍ଷତ୍ର ମଣ୍ଡଳ ମଧ୍ୟରେ ଦୂରତାକୁ ମାପିବାରେ ବ୍ୟବହାର ହେଉଛି। ଅନ୍ୟପକ୍ଷରେ ସମୟର କ୍ଷୁଦ୍ରତମ ଏକକ ଆଟୋସେକେଣ୍ଡକୁ ମଣିଷ ପରମାଣୁ ମଧ୍ୟରେ ଥିବା ଅତିସୂକ୍ଷ୍ମ କଣିକାର ବେଗ ପରିବେଗ ମାପିବା ପାଇଁ ବ୍ୟବହାର କରୁଛି।
ତେବେ ସମୟର ଆରମ୍ଭ କେଉଁଠାରୁ ଓ ଏହା ସମାପ୍ତ କେଉଁଠି ହେବ, ସର୍ବୋପରି ସମୟର ସ୍ବରୂପ କ’ଣ ଏହା ବୈଜ୍ଞାନିକମାନଙ୍କ ପାଇଁ ଏବେ ବି ଏକ ଗବେଷଣାର ବିଷୟ ହୋଇ ରହିଯାଇଛି। କିଏ କହୁଛି ବିଗ୍‌ ବ୍ୟାଙ୍ଗ୍‌ର ଆରମ୍ଭ ହିଁ ସମୟର ଆରମ୍ଭ ଅର୍ଥାତ୍‌ ବିଶ୍ୱର ବୟସ ୧୩.୯କୋଟି ବର୍ଷ ଓ ଏହା ନିରନ୍ତର ଅସୀମ ଭାବରେ ପରିବ୍ୟାପ୍ତ ହୋଇ ଚାଲିଥିବ। ଆମେ ଅନୁଭବ କରୁଥିବା ୩ଟି ଆୟାମ ଉପରେ କେତେକ ବିଜ୍ଞାନୀ ସମୟକୁ ଚତୁର୍ଥ ଆୟାମ ଭାବରେ ବିବେଚନା କରି ପଦାର୍ଥ ବିଜ୍ଞାନର ଅନେକ ତତ୍ତ୍ୱ ଓ ଗାଣିତିକ ସରଞ୍ଚନାମାନ ପ୍ରଦାନ କରିଛନ୍ତି। ବିଶ୍ୱ ବିଖ୍ୟାତ ପଦାର୍ଥ ବିଜ୍ଞାନୀ ଆଲବର୍ଟ ଆଇନଷ୍ଟାଇନ ତାଙ୍କ ଆପେକ୍ଷିକ ତତ୍ତ୍ୱରେ ବର୍ଣ୍ଣନା କରି ମହାଶୂନ୍ୟ ଓ ସମୟକୁ ଏକ ନମନୀୟ ଚଦର ସଦୃଶ ତୁଳନା କରିଛନ୍ତି, ଯାହା ଉପରେ ବସ୍ତୁମାନେ ସେମାନଙ୍କ ଘନତ୍ୱ ଅନୁଯାୟୀ ଏକ ଖାତ ସଦୃଶ ଆକାର କରି ମାଧ୍ୟାକର୍ଷଣ ବଳରେ ଘୂରିବୁଲୁଛନ୍ତି। ଏହି ତତ୍ତ୍ୱ ଅନୁଯାୟୀ ଯେଉଁ ବସ୍ତୁର ଘନତା ଯେତେ ଅଧିକ ହେବ, ସେ ସେତେ ଗଭୀର ଖାତ କରି ଏହି ଚାଦର ଉପରେ ଗତି କରିବ ଓ ଏହି ଖାତର ଗଭୀରତା ଯେତେ ଅଧିକ ହେବ ତାହାର ମଧ୍ୟାକର୍ଷଣର ଶକ୍ତି ସେତିକି ବଢିଯିବ, ଯାହାର ପ୍ରଭାବରେ ବସ୍ତୁର ଚାରିପଟର ଦୂରତା ସଙ୍କୁଚିତ ହୋଇଯିବା ସହିତ ସମୟ ବି ଧିମା ହୋଇଯିବ। ଏହି ମହାଶୂନ୍ୟ ଓ ସମୟର ଚାଦର ଉପରେ ବସ୍ତୁତ୍ୱ ହୀନ କଣିକା ଫୋଟନ୍‌ (ଆଲୋକ) ହିଁ କେବଳ ସର୍ବାଧିକ ବେଗରେ ଗତି କରିପାରିବ, ଯାହାର ବେଗର ସୀମା ସେକେଣ୍ଡକୁ ପ୍ରାୟ ୩ଲକ୍ଷ କିଲୋମିଟର । ଏହି ତତ୍ତ୍ୱ ଅନୁଯାୟୀ ଫୋଟନ କଣିକାଗୁଡିକ ସମୟର ଅଧୀନ ନୁହନ୍ତି କିନ୍ତୁ ଅନ୍ୟ କୌଣସି ବସ୍ତୁ ଏହି ଆଲୋକର ବେଗରେ ଗତି କଲେ ସମୟ ତା’ ପାଇଁ ଧିମା ହୋଇଯିବ ଅର୍ଥାତ୍‌ ଆମେ ଯଦି ଆଲୋକର ବେଗରେ ଗତି କରିବା ତେବେ ଆମ ବୟସ ଅନ୍ୟମାନଙ୍କ ତୁଳନାରେ କମ୍‌ ହୋଇଯିବ। ମନେକରନ୍ତୁ, ଆମଠାରୁ ୨.୫୩୭ ଆଲୋକ ବର୍ଷ ଦୂରରେ ଥିବା ଏକ ନିକଟତମ ନକ୍ଷତ୍ରମଣ୍ଡଳ ଆଣ୍ଡ୍ରୋମେଡା ଗାଲାକ୍ସିକୁ ଆମେ ଏକ ଯାନରେ ଆଲୋକର ବେଗରେ ଯିବା ତେବେ ଆପେକ୍ଷିକ ତତ୍ତ୍ୱ ଅନୁସାରେ ଏହି ବେଗରେ ଗଲେ ଏତେ ବିଶାଳ ଦୂରତା ଅନେକ ଗୁଣା ସଙ୍କୁଚିତ ହୋଇଯିବ ଓ ଆମେ ମାତ୍ର କେତେ ଘଣ୍ଟାରେ ବା କିଛି ଦିନ ମଧ୍ୟରେ ସେଠାକୁ ଯାଇ ଫେରି ଆସିପାରିବା କିନ୍ତୁ ପୃଥିବୀକୁ ଫେରି ଆସିବା ବେଳକୁ ପୃଥିବୀରେ ୪କୋଟି ବର୍ଷ ଅତିବାହିତ ହୋଇଯାଇଥିବ। ହୁଏତ ସେତେବେଳକୁ ମଣିଷ ସଭ୍ୟତାର ବିବର୍ତ୍ତନ ହୋଇ ଆଉ ଅନ୍ୟ କୌଣସି ଜୀବର ବିକାଶ ଘଟିଥିବ ଅବା ମାନବ ସଭ୍ୟତା ବିଲୁପ୍ତ ହୋଇଯାଇଥିବ। ଅର୍ଥାତ୍‌ ବିଶ୍ୱରେ ସମୟ ସହିତ ବସ୍ତୁର ଘନତା ଓ ବେଗର ଅନେକ ସମ୍ପର୍କ ରହିଛି ଓ ଏହା ଆପେକ୍ଷିକ । ଆପେକ୍ଷିକ ତତ୍ତ୍ୱର ଏହି ନିୟମ ଅନୁଯାୟୀ ସମୟର ଆରମ୍ଭ ବିଗ୍‌ ବ୍ୟାଙ୍ଗ୍‌ରୁ ହୋଇଛି ଆଉ ଏହାର ଅନ୍ତ ବିଶ୍ୱର ସବୁଠାରୁ ଘନବସ୍ତୁ କୃଷ୍ଣ ଗର୍ତ୍ତ ବା ବ୍ଲାକ୍‌ହୋଲରେ ହୁଏ। ଅତି ସଘନ ବସ୍ତୁତ୍ୱ ଥିବାରୁ ବ୍ଲାକ୍‌ହୋଲର ମାଧ୍ୟାକର୍ଷଣ ଶକ୍ତିରୁ ସର୍ବାଧିକ ବେଗଗାମୀ ଆଲୋକ ବି ମୁକୁଳିପାରେ ନାହିଁ, ତେଣୁ ସମୟ ସେହିଠାରେ ଅଟକି ଯାଏ ଓ ଏହାର ଅନ୍ତ ଘଟେ। କେତେକ ବୈଜ୍ଞାନିକଙ୍କ ମତରେ ସାରା ବିଶ୍ୱର ସବୁ ଦୃଶ୍ୟମାନ ବସ୍ତୁ ଓ ସମୟ ଧୀରେ ଧୀରେ ବ୍ଲାକ୍‌ହୋଲମାନଙ୍କ ଶକ୍ତିଶାଳୀ ମାଧ୍ୟାକର୍ଷଣ ବଳ ମାଧ୍ୟମରେ ଶୋଷିତ ଓ ସମାପ୍ତ ହୋଇ ପୁଣି ଏକ ନୂତନ ବିଶ୍ୱ ସୃଷ୍ଟି କରିବେ। ଏହିପରି ସୃଜନ ଓ ବିନାଶର ଏକ ଚକ୍ର ସର୍ବଦା ଚାଲୁରହିବ।
କେତେକ ବିଜ୍ଞାନୀଙ୍କ ମତରେ ବିଶ୍ୱବ୍ରହ୍ମାଣ୍ଡରେ ସମୟର କୌଣସି ଅସ୍ତିତ୍ୱ ନାହିଁ ବରଂ ଏହା ଏକ ମାୟା । ଏହି ତତ୍ତ୍ୱକୁ ନେଇ ହଲିଉଡ୍‌ରେ ଅନେକ ଚଳଚ୍ଚିତ୍ର ମଧ୍ୟ ତିଆରି କରାଯାଇଛି, ଯେଉଁଥିମଧ୍ୟରୁ ମାଟ୍ରିକ୍ସ ଓ ମାଟ୍ରିକ୍ସ ରିଭୋଲ୍ୟୁଶନ ଅନ୍ୟତମ। ତେବେ ସମୟର ବାସ୍ତବତା କ’ଣ? ଅନ୍ୟ ଦୃଷ୍ଟିରେ ଦେଖିଲେ ସମୟ ଆଧୁନିକ ମନୁଷ୍ୟକୃତ ଏକ ଏକକ, ଯାହାର ବାସ୍ତବତା କେବଳ ମଣିଷ ସଭ୍ୟତା ଥିବା ପର୍ଯ୍ୟନ୍ତ ରହିଥିବ କିନ୍ତୁ ତାହା ପରେ ସମୟ କହିଲେ ଆଉ କି ପ୍ରୟୋଜନ ଥିବ। ଅତଏବ ମାନବ ସଭ୍ୟତା ପରି ଏକ ସଜୀବ ଅନୁଶୀଳନକ୍ଷମ ଚେତନା ସହିତ ସମୟର ଆଧାର ପର୍ଯ୍ୟବସିତ। ପ୍ରତ୍ୟେକ ମଣିଷ ପାଇଁ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସମୟ ଏକ ଘଟଣାର ପ୍ରବାହ ମାତ୍ର। ବ୍ୟକ୍ତିର ଜନ୍ମ ପୂର୍ବରୁ ଓ ମୃତ୍ୟୁ ପରେ ତାହା ପାଇଁ ସମୟର ସ୍ବରୂପ କିଛିନାହିଁ, ହଁ ପଠନ ଓ ଶ୍ରବଣ ମାଧ୍ୟମରେ କିଛି ବିଗତ ସମୟର ଇତିହାସ ତାହାକୁ ଗୋଚର ହୋଇପାରେ କିନ୍ତୁ ଭବିଷ୍ୟତ ସମୟ ବିଷୟରେ ସେ ସମ୍ପୂର୍ଣ୍ଣ ଅଗୋଚର ଓ ସମୟ ଉପରେ ଆମର କୌଣସି କର୍ତ୍ତୃତ୍ୱ ନାହିଁ। ମଣିଷ ପାଇଁ ସମୟର ସବୁଠାରୁ ବିଚିତ୍ର ପ୍ରକୃତି ହେଉଛି ଯେ ଏହା ଅଫେରା, ଯାହା ଥରେ ବିତିଗଲେ ଆଉ ଫେରି ଆସେନା ଓ ଭବିଷ୍ୟତ ସମୟ ସର୍ବଦା ଅଗୋଚର।
ବିଶ୍ୱ ବ୍ରହ୍ମାଣ୍ଡରେ ବସ୍ତୁର ବିପରିତଧର୍ମୀ ଏକ ପ୍ରତିବସ୍ତୁର ଅସ୍ତିତ୍ୱ ଥିବାର କେତେକେ ମତ ଦିଅନ୍ତି, ଯେଉଁ ତତ୍ତ୍ୱ ଅନୁଯାୟୀ ଆମ ବିଶ୍ୱର ଏକ ପ୍ରତିରୂପ ବିଶ୍ୱ ବି ଥାଇପାରେ। ବିରାଟ ବିଶ୍ୱର ଅନ୍ୟ କେଉଁ ଏକ କୋଣରେ ଏକ ପ୍ରତିରୂପ ବିଶ୍ୱରେ ଅନ୍ୟ କେଉଁ ଏକ ଗ୍ରହରେ ଆମର ଏକ ପ୍ରତିରୂପ ଥାଇପାରେ ଯାହା ଆମେ ଯେତେବେଳେ ଶୋଇଯାଉ ଜାଗ୍ରତ ଓ ଚେତନଶୀଳ ହୁଏ ଏବଂ ଆମେ ଯେତେବେଳେ ଜାଗ୍ରତ ରହୁ ତାହା ଶୋଇଯାଏ ଓ ଅବଚେତନ ସ୍ତରକୁ ଚାଲିଯାଏ। ବ୍ରହ୍ମାଣ୍ଡର ମହାଚେତନା ଏହି ପ୍ରତିରୂପର ଯୋଗସୂତ୍ର ରୂପରେ କାମ କରୁଥାଇପାରେ। ଏହି ପରିପ୍ରେକ୍ଷୀରେ ସମୟ ଆମ ପାଇଁ ଜାଗ୍ରତ ଓ ସୁସୁପ୍ତ ଅବସ୍ଥାର ଏକ ପ୍ରହେଳିକାମୟ ଲୁଚକାଳି ଖେଳ ଭଳି, ଯେଉଁଥିରେ ଆମକୁ ଆମ ନିଦ୍ରା ପର ଅଚେତନ ବ୍ରହ୍ମାଣ୍ଡର ରହସ୍ୟ ଅଗୋଚର ହିଁ ରହେ।
ସୂକ୍ଷ୍ମ ଦୃଷ୍ଟିରେ ଦେଖିଲେ ଆମେ ବିଶ୍ୱ ଭିତରେ ଅଛେ ଓ ବିଶ୍ୱ ଆମ ଭିତରେ ଅଛି ଠିକ୍‌ ସେହିପରି ଆମେ ସମୟ ଭିତରେ ଅଛେ ଓ ସମୟ ଆମ ଭିତରେ ଅଛି। ତେବେ ସମୟ ଓ ମହାଶୂନ୍ୟର ଏହି ପ୍ରବାହମାନ ସ୍ରୋତ ଭିତରେ କିଏ ପ୍ରବାହିତ ହେଉଛି; ନା ସମୟ ନା ମହାଶୂନ୍ୟ ନା ଆମ ଜୀବନଚକ୍ର, ବାସ୍ତବରେ ଏସବୁ ଭିତରେ ଜ୍ଞାନ ହିଁ ପ୍ରବାହମାନ ହୋଇ ବିକଶିତ ହେଉଛି।
ଦଧିବାବନପୁର, କଟକ
ମୋ: ୮୦୧୮୮ ୩୪୭୩୪


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ଭଞ୍ଜନଗରରେ ରୋଗୀ ସେବା ପ୍ରଭାବିତ, ମୃତଦେହ ବ୍ୟବଚ୍ଛେଦ ହୋଇ ନ ପାରିବାରୁ…

ଭଞ୍ଜନଗର,୧ା୭(ବାବୁଲା ପ୍ରଧାନ): ଓଡ଼ିଶା ମେଡିକାଲ ସର୍ଭିସେସ୍‌ ଆସୋସିଏଶନ (OMSA)ର ଆହ୍ବାନ କ୍ରମେ ବିଭିନ୍ନ ଦାବି ଏବଂ ଡାକ୍ତରମାନଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତରମାନେ…

ପାରିବାରିକ କଳହ ହେଲା କାଳ, ଦିଅରର ଆକ୍ରମଣରେ ଚାଲିଗଲା ଭାଉଜଙ୍କ ଜୀବନ

ବେଲଗୁଣ୍ଠା,୧ା୭( କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଘରୋଇ ଅଶାନ୍ତିରୁ ଚାଲିଗଲା ମହିଳାଙ୍କ ଜୀବନ। ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଳକ୍ ତଥା ଗାଙ୍ଗପୁର ଥାନା ଅନ୍ତର୍ଗତ…

ଦୁର୍ଘଟଣାଗ୍ରସ୍ତଙ୍କୁ ଡାକ୍ତରଖାନା ନେଲେ ଭାଜପା ନେତା

ହାଟଡିହୀ,୧ା୭(ଶୁଭକାନ୍ତ ନାୟକ): ସାହାଯ୍ୟ ଏବଂ ମହାନତାର ପ୍ରମାଣ ଦେଖାଇଛନ୍ତି କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡର ଭାଜପା ନେତା ଆଲୋକ ସେଠୀ। ବୁଧବାର ଆଲୋକ ଏକ କାର୍ଯ୍ୟକ୍ରମରେ ଯୋଗ…

ଆଷାଢ଼ରେ ନାହିଁ ବର୍ଷା; ପୋଡ଼ିଗଲାଣି ଧାନ ତଳି, ଘୋଡ଼ାହାଡ଼ ଡ଼୍ୟାମକୁ ଦିଗପହଣ୍ଡି-ସାନଖେମୁଣ୍ଡି ଚାଷୀଙ୍କ ଭରସା  

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଆଷାଢ଼ରେ ଗଞ୍ଜାମ ଜିଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ବର୍ଷା ନାହିଁ ।ଚାଷୀ ବୃନ୍ଦ ଖରିଫ ଧାନ ଚାଷ ପାଇଁ ବିହନ…

ବିଜେଡିରୁ ଭାଜପା, ପୁଣି ବିଜେଡିକୁ ଆସିବା ପରେ ଏବେ ହରଡ଼ଘଣାରେ ବ୍ଲକ ଅଧ୍ୟକ୍ଷା

ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ବିଜେଡିରୁ ଭାଜପା ଓ ପୁଣି ବିଜେଡିକୁ ଆସିବା ପରେ ଗଞ୍ଜାମ ଜିଲା ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ ଏବେ ହରଡ଼ଘଣାରେ ପଡ଼ିଯାଇଛନ୍ତି। ଅଧ୍ୟକ୍ଷାଙ୍କ…

୧୦ ଦଫା ଦାବି ନେଇ ଡାକ୍ତରଙ୍କ ଧର୍ମଘଟ, ସରକାର ଆମ ଦାବି ପୂରଣ ନ କଲେ…

କେସିଙ୍ଗା,୧ା୭(ତୁମେଶ୍ୱର ସାହୁ): ଜୁଲାଇ ୧ରେ ଡାକ୍ତର ଦିବସରେ ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏଶନର ନିର୍ଦ୍ଦେଶ କ୍ରମେ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ବୁଧବାରଠାରୁ ଆରମ୍ଭ…

ସମ୍ପର୍କରେ କଳଙ୍କ: ନାବାଳିକା ଶାଳୀଙ୍କୁ ଗର୍ଭବତୀ କଲେ ଭିଣୋଇ, ଏମିତି ଧରାପଡିଲା…

ପାରଳାଖେମୁଣ୍ଡି,୧ା୭(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ରାୟଗଡ଼ ବ୍ଲକର ସାନ ଅନତାରସିଂ ଗ୍ରାମରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ବିବାହିତ…

ଦାୟିତ୍ୱ ଗ୍ରହଣ କଲେ ନୂଆ ଯୋଗାଣ ଅଧିକାରୀ, କହିଲେ ସମସ୍ତ କାର୍ଯ୍ୟକୁ ଦୁର୍ନୀତିମୁକ୍ତ କରିବା ସହ…

ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ମୁଖ୍ୟ ଜିଲା ଯୋଗାଣ ଅଧିକାରୀ ଭାବେ ବସନ୍ତ କୁମାର ପଣ୍ଡା ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ କେନ୍ଦୁଝର ମୁଖ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri