ଖସେଇଦେବାକୁ ସଲାସୁତରା

ଯାଜପୁର ଅଫିସ,୧୨ା୧୧: ପେଟ୍ରୋଲ ଓ ଡିଜେଲର ଅପମିଶ୍ରଣ ତଥା କଳାବଜାରରେ ଚଢାଦରରେ ବିକ୍ରି ପାଇଁ ଜିଲାରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)କିରୋସିନର ଚୋରା କାରବାରର ଆଉ ଏକ ଉଦାହରଣ ସାମ୍ନାକୁ ଆସିଛି। ୬ ମାସ ହେଲା ଜେନାପୁର ଥାନା ପୋଲିସ ଧରିଥିବା ୧୫ଟି ବ୍ୟାରେଲରେ ୧୫୦୦ଲିଟର ଅପମିଶ୍ରିତ ଡିଜେଲକୁ ଯୋଗାଣ ବିଭାଗ ନିଜ ଅଧୀନକୁ ଆଣିନାହିଁ। ଇତିମଧ୍ୟରେ ଜେନାପୁର ପୋଲିସ ଓ ଜିଲା ଯୋଗାଣ ଅଧିକାରୀ (ସିଏସ୍‌ଓ) ଏକାଧିକବାର ଧର୍ମଶାଳା ମାର୍କେଟିଂ ଇନ୍ସପେକ୍ଟର(ଏମ୍‌ଆଇ)ଙ୍କୁ ଏନେଇ ସୂଚିତ କରିଥିଲେ ହେଁ କିଛି ସୁଫଳ ମିଳି ପାରିନାହିଁ। ତେଣୁ ଏହି ଚୋରା କାରବାରରେ ଜିଲା ଯୋଗାଣ ବିଭାଗର ସମ୍ପୃକ୍ତ ଅଧିକାରୀଙ୍କ ସିଧାସଳଖ ହାତ ଥିବା ସନ୍ଦେହ କରାଯାଇଛି। ତେବେ ଗତ ୬ା୧୧ା୨୦୨୧ରେ ପୁଣି ଥରେ ଯାଜପୁର ସିଏସ୍‌ଓ ଉକ୍ତ ଚୋରା ଡିଜେଲକୁ ନିଜ ଅଧୀନକୁ ନେଇ ନିକଟସ୍ଥ ଫିଲିଂ ଷ୍ଟେଶନରେ ହସ୍ତାନ୍ତର କରିବାକୁ ଧର୍ମଶାଳା ଏମ୍‌ଆଇଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଯାଜପୁର ଜିଲାର ଡୁବୁରୀଠାରୁ ପାରାଦୀପ ୫୩ନଂ. ଜାତୀୟ ରାଜପଥ ଫର୍ନେସ ଅଏଲ, ପେଟ୍ରୋଲ ଓ ଡିଜେଲ ଅପମିଶ୍ରଣର ଆଡ୍ଡାସ୍ଥଳୀ ପାଲଟିଛି। ଏହି କାରବାରରେ ଯାଜପୁର ସହ କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲାର ସମ୍ପୃକ୍ତ ଥାନା ପୋଲିସ ସହଯୋଗ କରି ଆସୁଛନ୍ତି। ବିଶେଷକରି ପାରାଦୀପ ଓ ଏହାର ଆଖପାଖ ରାଜପଥ କଡ ଲକ ଥାନା ଅଞ୍ଚଳରେ ଫର୍ନେସ ଅଏଲର କଳାବଜାରୀ ସୀମା ଲଂଘିଛି। ଏହି ଫର୍ନେସ ଅଏଲକୁ କଳିଙ୍ଗନଗର ଓ କେନ୍ଦୁଝର ଜିଲାର ଶିଳ୍ପ କାରଖାନାଗୁଡ଼ିକରେ ବ୍ୟବହାର କରାଯାଉଛି। ତେବେ ଏହି କଳବଜାରୀର ଚେର ସମ୍ପୃକ୍ତ ଶିଳ୍ପ କାରଖାନାରେ ନିୟୋଜିତ କର୍ମଚାରୀମାନଙ୍କ ପର୍ଯ୍ୟନ୍ତ ଲମ୍ବିଛି ବୋଲି ଅଭିଯୋଗ ହୋଇଛି।
ଜେନାପୁର ଥାନା ପୋଲିସ ଗତ ଜୁନ୍‌ ୧୫ରେ ଚୋରା ଅପମିଶ୍ରିତ ଡ଼ିଜେଲ ଡିପୋରେ ଚଢାଉ କରି ୧୫୦୦ ଲିଟର ଅପମିଶ୍ରିତ ଡିଜେଲ ଜବତ କରିଥିଲା। ଏହି ଘଟଣାରେ ୨ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ତେବେ ଏ ପର୍ଯ୍ୟନ୍ତ ଜବତ ଅପମିଶ୍ରିତ ଡିଜେଲକୁ ଯୋଗାଣ ବିଭାଗ ନିଜ ଅଧୀକୁ ଆଣି ପାରିନାହିଁ। ଏହି ମର୍ମରେ ଯୋଗାଣ ବିଭାଗ ପକ୍ଷରୁ ଗତ ୨୨ା୧୦ା୨୦୨୧ରେ ସମ୍ପୃକ୍ତ ଏମ୍‌ଆଇଙ୍କୁ ପତ୍ର ଲେଖିଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇ ପାରିନାହିଁ। ଜଣେ ବ୍ଲକସ୍ତରରେ ନିଯୁକ୍ତ ଏମ୍‌ଆଇ ଏଠାରେ ସିଏସ୍‌ଓଙ୍କ ନିର୍ଦ୍ଦେଶକୁ ମଧ୍ୟ ଅଣଦେଖା କରୁଥିବା ସ୍ପଷ୍ଟ ହେଉଛି। ଏଥିରୁ ଏହି ଅନିୟମିତତା ପଛରେ ଜିଲା ଯୋଗାଣ ବିଭାଗର ପ୍ରଚ୍ଛନ୍ନ ହାତ ରହିଥିବା ପ୍ରମାଣ ମିଳୁଛି । ଜିଲାରେ ଚାଲିଥିବା କିରୋସିନ କଳା ବଜାର ଓ ତୈଳ ଅପମିଶ୍ରଣ ଆଡ୍ଡା ସଂକ୍ରାନ୍ତରେ ସୂଚନା ପାଇବା ଓ ଏକାସାଙ୍ଗରେ ଚଢଉ କରି ତୈଳ ଅପମିଶ୍ରଣ ଓ କିରୋସିନ କଳାବଜାର ଆଡ୍ଡା ଠାବ କରିବା ତଥା ପିଡିଏସ୍‌ କିରୋସିନ ଜବତ କରିବା ପ୍ରମାଣ କରୁଛି ଯେ, ଉପରୋକ୍ତ ତୈଳ ଟ୍ୟାଙ୍କର ସହ ତୈଳ ଅପମିଶ୍ରଣ ଓ କିରୋସିନ କଳାବଜାରର ସିଧାସଳଖ ସମ୍ପର୍କ ରହିଛି । ରାଜପଥରେ ତୈଳ ଅପମିଶ୍ରଣ ଉପରେ ଉପଯୁକ୍ତ ଭାବେ ଚଢାଉ କରାଗଲେ ବହୁ ଲୁକ୍କାୟିତ ରହସ୍ୟ ଉନ୍ମୋଚନ ହୋଇ ପାରିବ ବୋଲି ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଘୋଡ଼ାହାଡ଼ ନଦୀରେ ଗାଧୋଇବା ବେଳେ ବୃଦ୍ଧ ନିଖୋଜ: କୂଳରେ ପଡ଼ିଛି ଆଶାବାଡ଼ି, କୁମ୍ଭୀର ଭୟରେ…

ଦିଗପହଣ୍ଡି,୯|୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ଗ୍ରାମ ସାଉଁଟିଆ ସାହିର ହରି ସାହୁ(୮୧) ନାମକ ଜଣେ ବୃଦ୍ଧ ଗାଁ ନିକଟ ଘୋଡାହାଡ ନଦୀକୁ…

ଇରାନର ଚେତାବନୀ ମଧ୍ୟରେ ନେତାନ୍ୟାହୁଙ୍କ ବଡ଼ ଘୋଷଣା, ଆକ୍ସନରେ ଇସ୍ରାଏଲ

ତେହରାନ,୯।୪: ଇରାନ ସହିତ ଚାଲିଥିବା ଉତ୍ତେଜନା ଏବଂ ଯୁଦ୍ଧବିରତି ପାଇଁ ପ୍ରୟାସ ମଧ୍ୟରେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସ୍ପଷ୍ଟ କରିଛନ୍ତି ଯେ ହିଜବୋଲା ବିରୁଦ୍ଧରେ ସାମରିକ…

ଅଗ୍ନିବୀର ନିଯୁକ୍ତି: ଲିଖିତ ପରୀକ୍ଷା ପାଇଁ ଭାରତୀୟ ସେନା ଜାରି କଲା ସାମ୍ପଲ ପେପର, ମାଗଣାରେ ଏମିତି କରନ୍ତୁ ଡାଉନଲୋଡ୍‌

ନୂଆଦିଲ୍ଲୀ,୯।୪: ଭାରତୀୟ ସେନାରେ ଅଗ୍ନିବୀର ହେବା ପାଇଁ ପ୍ରସ୍ତୁତ ହେଉଥିବା ଯୁବକମାନଙ୍କ ପାଇଁ ଏକ ବଡ଼ ଖବର। ସେନା ପକ୍ଷରୁ ଲିଖିତ ପରୀକ୍ଷା ପାଇଁ ‘ଫ୍ରି ସାମ୍ପଲ ପେପର…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ହର୍ମୁଜକୁ ନେଇ ବଡ଼ ସର୍ତ୍ତ ରଖିଲାଣି ଇରାନ, ଗୋଟିଏ ଦିନରେ ମାତ୍ର ଏତିକି ଜାହାଜକୁ ମିଳିବ ଅନୁମତି

ତେହରାନ୍‌,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ମଧ୍ୟରେ, ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୁଷିଆର ସରକାରୀ ଖବର…

ଇରାନ-ଆମେରିକା ଯୁଦ୍ଧବିରତି ଭାରତ ପାଇଁ ପାଲଟିଲା ସଞ୍ଜିବନୀ, ସିଧାସଳଖ ମିଳିବ ଲାଭ

ନୂଆଦିଲ୍ଲୀ,୯।୪: ଇରାନ ଏବଂ ଆମେରିକା ମଧ୍ୟରେ ୧୪ ଦିନିଆ ଅସ୍ତ୍ରବିରତିରୁ ଭାରତକୁ ଗୁରୁତ୍ୱପୂର୍ଣ୍ଣ ଲାଭ ମିଳିବ। ପଶ୍ଚିମ ଏସିଆରେ ଉତ୍ତେଜନା ହ୍ରାସ ପାଇବା ସହିତ, ଭାରତର ଶକ୍ତି…

ଓଡ଼ିଆ ପକ୍ଷ: ପାଠକଙ୍କ ମନମୋହିଲା ମହାପୁରୁଷଙ୍କ ଜୀବନିକାହାଣୀ

ପୁରୁଷୋତ୍ତମପୁର,୯ା୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ନିର୍ବାହୀଅଧିକାରୀ ସଙ୍ଗିତା ସେଠୀଙ୍କ ତତ୍ତ୍ବାବଧନରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ…

‘ଅସ୍ତ୍ରବିରତି ଭୁଲ’: ପାକିସ୍ତାନରେ ଆମେରିକା ସହିତ ଆଲୋଚନା ପୂର୍ବରୁ ଇରାନ ‘ୟୁରାନିୟମ ଏନରିଚମେଣ୍ଟ’ ଉପରେ ଟାଣିଲା ରେଡଲାଇନ!

ତେହରାନ,୯।୪: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧରେ ଯୁଦ୍ଧବିରତି ପରେ, ଇରାନର ପରମାଣୁ ସଂସ୍ଥା ମୁଖ୍ୟ ମହମ୍ମଦ ଇସଲାମି ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri