ବାତ୍ୟା ଆଶଙ୍କାରେ ଖାଉଟି ସାମଗ୍ରୀର କଳାବଜାର

ଧର୍ମଶାଳା,୭ା୫(ଡି.ଏନ.ଏ.): ସମ୍ଭାବ୍ୟ ବାତ୍ୟାକୁ ନେଇ ଲୋକେ ଭୟଭୀତ ହୋଇ ପଡ଼ିଲେଣି। ବାତ୍ୟାର ପ୍ରଭାବ କିପରି ରହିବ ତାହାକୁ ନେଇ ସମସ୍ତଙ୍କ ଚିନ୍ତା ବଢ଼ିଲାଣି। ତେବେ ଏହାର ସୁଯୋଗରେ ଧର୍ମଶାଳା ବ୍ଲକ୍‌ ଅଞ୍ଚଳରେ କେତେଜଣ ଅସାଧୁ ବ୍ୟବସାୟୀ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ବୃଦ୍ଧି କରିବା ସହ କଳାବଜାର ଆରମ୍ଭ କରିଦେଇଛନ୍ତି। ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶନିବାର ଡିପଡିପ୍ରେଶନରେ ପରିଣତ ହୋଇ ପରବର୍ତ୍ତୀ ସମୟରେ ଏହା ବାତ୍ୟା ରୂପ ନେଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ତେବେ ଏହି ବାତ୍ୟାର ରୂପରେଖ କ’ଣ ରହିବ ଏବଂ ଏହା କେଉଁଠାରେ ସ୍ଥଳଭାଗ ଛୁଇଁବ ତାହା ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ଓଡ଼ିଶା ଓ ଆନ୍ଧ୍ର ଉପକୂଳରେ ବାତ୍ୟା ଲ୍ୟାଣ୍ଡଫଲ କରିବା ନେଇ ଅନୁମାନ କରାଯାଉଛି। ସେହିପରି କେତେ ବେଗରେ ପବନ ବହିବ ଏବଂ ଲ୍ୟାଣ୍ଡଫଲ ସମୟରେ ଏହାର ପ୍ରଭାବ କିପରି ରହିବ ଏସବୁ ଏବେ ଅସ୍ପଷ୍ଟ ରହିଛି। ତେବେ ଗଣମାଧ୍ୟମରେ ବାତ୍ୟା ଆଶଙ୍କା ନେଇ ପ୍ରଚାର ଜୋରଧରିଥିବାରୁ ଲୋକେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ଦୋକାନ ଗୁଡ଼ିକରେ ଭିଡ଼ ଜମାଉଛନ୍ତି। ଲୋକଙ୍କ ଚାହିଦାକୁ ଦେଖି ବ୍ୟବସାୟୀ ବିଭିନ୍ନ ସାମଗ୍ରୀରେ କଳାବଜାର ଆରମ୍ଭ କରିଦେଇଛନ୍ତି। ସେହିପରି ଅତ୍ୟାବଶ୍ୟକ ସାମଗ୍ରୀ କଳାବଜାର ଯୋଗୁ ଅହେତୁକ ମୂଲ୍ୟ ବୃଦ୍ଧି ହେଉଛି, ଯାହାକୁ ନେଇ ଖାଉଟି ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନ୍ୟପଟେ କଳାବଜାର ରୋକିବା ଲାଗି ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲେ ହେଁ ତାହା ଠିକ ଭାବେ କାର୍ଯ୍ୟକାରୀ ହୋଇପାରୁ ନାହିଁ ବୋଲି ଅଭିଯୋଗ ହୋଇଛି। ତେଣୁ କଳାବଜାର ରୋକିବା ଦିଗରେ ଜିଲା ପ୍ରଶାସନ ପଦକ୍ଷେପ ନେବାକୁ ଦାବି ହୋଇଛି। ଅନ୍ୟପକ୍ଷରେ ସମ୍ଭାବ୍ୟ ବାତ୍ୟାକୁ ନେଇ ଧର୍ମଶାଳା ବ୍ଲକ ପ୍ରଶାସନ ପ୍ରସ୍ତୁତ ରହିଥିବା ବିଡିଓ ଅରବିନ୍ଦ ବେହେରା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତିଲକପଙ୍ଗା ସ୍କୁଲରେ ଛତା ଧରି ପିଲା ପଢ଼ିବା ଘଟଣା: ପ୍ରଶାସନ ଚେତିଲା,ଶ୍ରେଣୀଗୃହ ପାଇଁ ହେବ ନୂଆ ଟେଣ୍ଡର

ଫୁଲବାଣୀ ଅଫିସ, ୨୮ା୮- କ. ନୂଆଗାଁ ବ୍ଲକ ସାଇନପଡ଼ା ପଞ୍ଚାୟତର ତିଲକପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବିଭିନ୍ନ ଅବ୍ୟବସ୍ଥା ମଧ୍ୟରେ ଚାଲିଥିଲା। ଶ୍ରେଣୀ ଗୃହରେ ସାମାନ୍ୟ...

ପାର୍କ ନିର୍ମାଣ ପାଇଁ ମାଟି ଖୋଳିଲା ବେଳେ ବାହାରିଲେ ମହାଦେବ, ଗାଁରେ ଚାଲିଛି ପୂଜାର୍ଚ୍ଚନା

ପଦ୍ମପୁର,୧୫ା୧୧(ଡି.ଏନ୍‌.ଏ.): ଭଦ୍ରକ ବ୍ଲକ ଅଧୀନ ଗୋରାମାଟିର ଲଦିଆପଦାଠାରେ ପାର୍କ ନିର୍ମାଣ ପାଇଁ ଟ୍ରାକ୍ଟର ମାଟି ଖୋଳିବା ବେଳେ ଗାଡ଼ି ବନ୍ଦ ହୋଇଯାଇଥିଲା। ସେଠାରେ ଲୋକମାନେ ଅଧିକ...

୪ ଦିନ ପରେ ବି ଦୁର୍ବୃତ୍ତଙ୍କ ଟେର୍‌ ମିଳୁନି

ରଘୁନାଥପୁର,୨୬।୬(ଡି.ଏନ୍‌.ଏ.): ଜଗତ୍‌ସିଂହପୁର ଜିଲା ରଘୁନାଥପୁର ବ୍ଲକ କେରେକେରାସ୍ଥିତ ପ୍ରସିଦ୍ଧ ବିଭୂତି କ୍ଷେତ୍ର ପ୍ରଭୁ ଗୋରେଖନାଥଙ୍କ ସମ୍ମୁଖରେ ଥିବା ୨ ନଂ. ଦାନବାକ୍ସରୁ ଗତ ମଙ୍ଗଳବାର ମଧ୍ୟରାତ୍ରିରେ...

ମହିଳା, ଶିଶୁଙ୍କଠାରେ ରକ୍ତହୀନତା ବଢୁଛି

କେନ୍ଦ୍ରାପଡ଼ା,୧୩।୭ (ଜଗନ୍ନାଥ ଧଳ)ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ (ଏନ୍‌ଏଫ୍‌ଏଚ୍‌ଏସ୍‌- ୫) କେନ୍ଦ୍ରାପଡ଼ା ଜିଲାର ମହିଳା ଓ ଶିଶୁଙ୍କ ସ୍ବାସ୍ଥ୍ୟକୁ ନେଇ ଉଦ୍‌ବେଗଜନକ ରିପୋର୍ଟ ପ୍ରକାଶ କରିଛି।...

ସାପକାମୁଡ଼ାରେ ଜୁଆଙ୍ଗ ଶିଶୁ ମୃତ, ମହାପ୍ରୟାଣ ଗାଡ଼ି ନ ମିଳିବାରୁ ଅଟୋରେ ନେଲେ ପୁଅର ମୃତଦେହ

କେନ୍ଦୁଝର,୨୭ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ସାପକାମୁଡ଼ାରେ ମୃତ ପୁଅର ମୃତଦେହ ନେବା ପାଇଁ ମହାପ୍ରୟାଣ ଗାଡ଼ି ନ ମିଳିବାରୁ ତାଙ୍କ ଗରିବ ଅସହାୟ ବାପା କିଭଳି ଏକ...

ସ୍ବାମୀଙ୍କ ଉପରେ ଗରମ ପାଣି ଢାଳିଲେ ସ୍ତ୍ରୀ

ବିଞ୍ଝାରପୁର,୧୯ା୯(ଡି.ଏନ.ଏ.):ପାରିବାରିକ କଳହକୁ କେନ୍ଦ୍ରକରି ଶନିବାର ରାତିରେ ବିଞ୍ଝାରପୁର ଥାନା ଅଧୀନ ଶାସନ୍ଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମର ସେକ୍‌ ଆଲ୍ଲାଉଦ୍ଦିନ(୪୮) ଶୋଇଥିବା ବେଳେ...

ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ: ସିନ୍‌ ରିକ୍ରିଏସନ୍‌ କଲା ପୋଲିସ

ବଲାଙ୍ଗୀର, ୧୦ା୯ (ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ସଦର ଥାନା ପୋଲିସ ସିଦ୍ଧାନ୍ତ ବଗର୍ତ୍ତୀ ହତ୍ୟାକାଣ୍ଡର ରବିବାର ପର୍ଦ୍ଦାଫାଶ କରିଛି। ହତ୍ୟାକାଣ୍ଡରେ ସମ୍ପୃକ୍ତ ୫ ଜଣଙ୍କୁ...

୨ ପୋଲିସ କର୍ମଚାରୀ ନିଲମ୍ବିତ

ନୟାଗଡ଼ ଅଫିସ,୧୯ା୧୦: ଦୁର୍ଘଟଣା ଘଟାଇଥିବା ଗାଡ଼ି ପରିବର୍ତ୍ତେ ଅନ୍ୟ ଏକ ଗାଡ଼ି ନାମରେ ମାମଲା ରୁଜୁ କରିବା ଏବଂ ଜଣେ ବ୍ୟକ୍ତିଙ୍କଠାରୁ ଟଙ୍କା ମାଗିବା ନୟାଗଡ଼...

Advertisement
Archives

Model This Week