ପିଲାଙ୍କ କୃମି ରୋଗ

”କୃମି ନିୟନ୍ତ୍ରଣ ହେଲେ ରକ୍ତହୀନତା ହେବ ନାହିଁ। ଅର୍ଥାତ୍‌ ପିଲାଙ୍କ ଶରୀରରେ ଲୋହିତ ରକ୍ତ କଣିକାର ପରିମାଣ ବୃଦ୍ଧି ହେବ। ଏହା ସହିତ ପିଲାଙ୍କର ପୋଷଣ ସ୍ତରରେ ଉନ୍ନତି ହେବ ଓ ସେମାନଙ୍କର ପାଠ ପଢ଼ା ପ୍ରତି ଆଗ୍ରହ ବୃଦ୍ଧି
ପାଇବ। ତେଣୁ ପିଲାଙ୍କର ସମ୍ପୂର୍ଣ୍ଣ ଶାରୀରିକ ସୁସ୍ଥତା ତଥା ମାନସିକ ବିକାଶ ନିମନ୍ତେ କୃମି ନିୟନ୍ତ୍ରଣ କରିବା ନିହାତି ଆବଶ୍ୟକ।“

ସୁସ୍ଥ ଓ ନୀରୋଗ ରହିବା ପାଇଁ ଆମେ ବିଭିନ୍ନ ପ୍ରକାରର ପ୍ରତିରୋଧମୂଳକ ପଦକ୍ଷେପ ଗ୍ରହଣ କରିଥାଉ। ତେବେ ଏପରି କିଛି ରୋଗ ଅଛି, ଯାହା କି ଆମ ଅଜାଣତରେ ଆମର ଶତ୍ରୁ ପାଲଟି ଯାଇଥାଏ। ସେଥିମଧ୍ୟରୁ ଆମ ପିଲାଙ୍କୁ ହେଉଥିବା କୃମି ରୋଗ ହେଉଛି ଅନ୍ୟତମ। ପ୍ରତିବର୍ଷ ସରକାରଙ୍କ ତରଫରୁ ଜାତୀୟ କୃମିନାଶକ ଦିବସ ପାଳନ କରାଯାଇଥାଏ। ଏବେ ଆଶା ଦିଦି, ଅଙ୍ଗନୱାଡି ଦିଦି, ସ୍ବାସ୍ଥ୍ୟକର୍ମୀମାନେ ଘରକୁ ଘର ଯାଇ ୧-୧୯ ବର୍ଷର ପ୍ରତ୍ୟେକ ପିଲାଙ୍କୁ କୃମିନାଶକ ବଟିକା ମାଗଣାରେ ଦେଉଛନ୍ତି। ସାଧାରଣତଃ ପିଲାଙ୍କ କ୍ଷେତ୍ରରେ ଅନେକ ସମୟରେ କୃମି ସମସ୍ୟା ଦେଖିବାକୁ ମିଳିଥାଏ। ତେବେ ପିଲାଙ୍କର ଏହି ସମସ୍ୟା ଜାଣିବା ମାତ୍ରେ ତୁରନ୍ତ ଚିକିତ୍ସା ଆରମ୍ଭ କରିବା ଉଚିତ। ନଚେତ୍‌ ଏହା ଆହୁରି ବିଭିନ୍ନ ପ୍ରକାରର ରୋଗକୁ ପରୋକ୍ଷରେ ଡାକି ଆଣିଥାଏ। ତେବେ ମାଆମାନେ ପିଲାମାନଙ୍କଠାରେ କୃମି ହେବାର ଲକ୍ଷଣ ଦେଖିବା ମାତ୍ରେ ଅଭିଜ୍ଞ ଶିଶୁ ରୋଗ ବିଶେଷଜ୍ଞଙ୍କ ପରାମର୍ଶ ଅନୁସାରେ ଚିକିତ୍ସା ଆରମ୍ଭ କରିବା ଉଚିତ। ତା’ ସହ ଏହି ରୋଗର ଲକ୍ଷଣ ସମ୍ପର୍କରେ ମା’ମାନେ ଅବଗତ ହେବା ନିହାତି ଜରୁରୀ।
କୃମି ସଂକ୍ରମଣର ପ୍ରଭାବ: ପିଲାଙ୍କ କ୍ଷେତ୍ରରେ କୃମି ହୋଇଥିଲେ ରକ୍ତହୀନତା, ଭୋକ ନ ଲାଗିବା, କୁପୋଷଣ, ଦୁର୍ବଳ ଓ ଉଦ୍‌ବେଗ ଅନୁଭବ କରିବା, ପେଟ କାଟିବା, ବାନ୍ତି ହେବା, ତରଳ ଝାଡା ଏବଂ ଓଜନ କମି ଯିବା ଭଳି ବିଭିନ୍ନ ଲକ୍ଷଣ ଦେଖା ଦେଇଥାଏ। ତେଣୁ ଏଭଳି ଲକ୍ଷଣ ଦେଖିଲେ ବିଳମ୍ବ ନ କରି ଶିଶୁରୋଗ ବିଶେଷଜ୍ଞଙ୍କ ପରାମର୍ଶ ନେବା ଉଚିତ।
କୃମି ନିୟନ୍ତ୍ରଣ : କୃମି ନିୟନ୍ତ୍ରଣ ହେଲେ ରକ୍ତହୀନତା ହେବ ନାହିଁ। ଅର୍ଥାତ୍‌ ପିଲାଙ୍କ ଶରୀରରେ ଲୋହିତ ରକ୍ତ କଣିକାର ପରିମାଣ ବୃଦ୍ଧି ହେବ। ଏହା ସହିତ ପିଲାଙ୍କର ପୋଷଣ ସ୍ତରରେ ଉନ୍ନତି ହେବ ଓ ସେମାନଙ୍କର ପାଠ ପଢ଼ା ପ୍ରତି ଆଗ୍ରହ ବୃଦ୍ଧି ପାଇବ। ତେଣୁ ପିଲାଙ୍କର ସମ୍ପୂର୍ଣ୍ଣ ଶାରୀରିକ ସୁସ୍ଥତା ତଥା ମାନସିକ ବିକାଶ ନିମନ୍ତେ କୃମି ନିୟନ୍ତ୍ରଣ କରିବା ନିହାତି ଆବଶ୍ୟକ।
କୃମିନାଶକ ଔଷଧର ପ୍ରଭାବ: କୃମିନାଶକ ବଟିକା ଖାଇବା ଦ୍ୱାରା ପିଲାଙ୍କ ପୂର୍ଣ୍ଣାଙ୍ଗ ଶାରୀରିକ ଓ ମାନସିକ ଦକ୍ଷତା ବୃଦ୍ଧି ପାଇପାରିବ। କୃମିନାଶକ ବଟିକା ‘ଆଲବେଣ୍ଡାଜୋଲ’ ଖାଇବା ଦ୍ୱାରା କୌଣସି ପ୍ରତିକୂଳ ପ୍ରଭାବ ପଡେ ନାହିଁ। ଏହା ସମ୍ପୂର୍ଣ୍ଣ ନିରାପଦ। କିନ୍ତୁ ଏହି ଔଷଧକୁ ପିଲାମାନେ ବେଳେବେଳେ ଗିଳିବା ପାଇଁ ଚେଷ୍ଟା କରିବାବେଳେ ତାହା ତଣ୍ଟିରେ ଲାଖି ଯାଇଥାଏ। ତେଣୁ ଏହି ଔଷଧକୁ ସବୁବେଳେ ଚକୋଲେଟ ପରି ଖାଇବା ଉଚିତ ନଚେତ୍‌ ଏହାକୁ ଚୋବାଇ ଚୋବାଇ ଖାଇପାରିବେ।
ସଂକ୍ରମଣ ରୋକିବା ପାଇଁ ସଚେତନତା: କୃମି ସଂକ୍ରମଣ ରୋକିବା ପାଇଁ ସର୍ବଦା ବିଶୁଦ୍ଧ ପିଇବା ପାଣି ବ୍ୟବହାର କରିବା ଉଚିତ। ଏହା ସହିତ ଖୋଲା ସ୍ଥାନରେ ମଳତ୍ୟାଗ କରିବା ଉଚିତ ନୁହେଁ। ସବୁବେଳେ ଶୌଚାଳୟ ବ୍ୟବହାର କରନ୍ତୁ। ଏହା ସହିତ ଖୋଲା ପାଦରେ ପିଲାଙ୍କୁ ଚଲାନ୍ତୁ ନାହଁି। ସବୁ ସମୟରେ ଜୋତା କିମ୍ବା ଚପଲ ବ୍ୟବହାର କରିବାକୁ କୁହନ୍ତୁ। ଏହା ସହିତ ଘର ଚାରିପାଖର ପରିବେଶକୁ ମଧ୍ୟ ପରିଷ୍କାର ରଖନ୍ତୁ। ନିଜେ ଛୋଟ ନଖ ରଖିବା ସହିତ ପିଲାଙ୍କର ମଧ୍ୟ ଠିକ୍‌ ସମୟରେ ନଖ କାଟି ଦିଅନ୍ତୁ। ଖାଇବା ପୂର୍ବରୁ ଓ ଶୌଚାଳୟ ଯିବା ପରେ ସାବୁନରେ ଭଲ ଭାବରେ ହାତ ଧୋଇବାକୁ ପିଲାମାନଙ୍କୁ କୁହନ୍ତୁ। ଏହା ସହ ମାଆମାନେ ଘରେ ରାନ୍ଧୁଥିବା ଖାଦ୍ୟ ପଦାର୍ଥକୁ ସର୍ବଦା ଘୋଡ଼ାଇ ରଖିନ୍ତୁ। ସେହିପରି ପନିପରିବାକୁ ରୋଷେଇ କରିବା ପୂର୍ବରୁ ଭଲ ଭାବରେ ପାଣିରେ ଧୋଇବା ଉଚିତ।

ବିରାଟ ରାଜା ପଧାନ
-ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀଙ୍କ
କାର୍ଯ୍ୟାଳୟ, ଝାରସୁଗୁଡ଼ା
ମୋ :୯୪୩୯୯୮୯୯୪୧


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri