Posted inଖେଳ

ଜାତୀୟ ମାଷ୍ଟର୍ସ ସନ୍ତରଣରେ ଓଡ଼ିଶାର ସଫଳତା

ସମ୍ବଲପୁର,୩୦ା୧୧(ପ୍ରମୋଦ ବହିଦାର): କର୍ନାଟକର ମାଙ୍ଗାଲୁରୁଠାରେ ଅନୁଷ୍ଠିତ ୧୯ ତମ ଜାତୀୟ ମାଷ୍ଟର୍ସ ସନ୍ତରଣ ପ୍ରତିଯୋଗିତାରେ ଓଡ଼ିଶା ମାଷ୍ଟର୍ସ ସନ୍ତରଣ ପ୍ରତିଯୋଗୀଙ୍କୁ ମିଳିଛି ବିପୁଳ ସଫଳତା। ବିଭିନ୍ନ ପ୍ରତିଯୋଗିତାରେ ଗୋଟିଏ ସ୍ବର୍ଣ୍ଣ ସହ ୭ ପଦକ ହାସଲ କରିଛି ଓଡ଼ିଶା ଦଳ। ମାଙ୍ଗାଲୁରୁସ୍ଥିତ ୟେମେକେରା ସନ୍ତରଣାଗାରରେ ଭାରତୀୟ ସନ୍ତରଣ ମହାସଂଘ ଆନୁକୂଲ୍ୟରେ ଗତ ୨୬ ତାରିଖରେ ଅନୁଷ୍ଠିତ ମାଷ୍ଟର୍ସ ସନ୍ତରଣ ପ୍ରତିଯୋଗିତାରେ ସମ୍ବଲପୁରର ଜୟନ୍ତ ପାଣ୍ଡେ ବ୍ୟକ୍ତିଗତ ପାଞ୍ଚଟି ପଦକ ହାସଲ କରିଛନ୍ତି। ସେଥିମଧ୍ୟରେ ୬୫ରୁ ଊର୍ଦ୍ଧ୍ୱ ବର୍ଷ ବୟସ୍କ ବର୍ଗର ୧୦୦ ମିଟର ବ୍ୟାକଷ୍ଟ୍ରୋକରେ ସ୍ବର୍ଣ୍ଣପଦକ, ୫୦ ମିଟର ବ୍ୟାକ୍‌ଷ୍ଟ୍ରୋକ୍‌, ୨ଶହ ମିଟର ଫ୍ରିଷ୍ଟାଇଲ୍‌ରେ ରୌପ୍ୟପଦକ ଓ ୫୦ ମିଟର୍‌ ବଟରଫ୍ଲାଏରେ ବ୍ରୋଞ୍ଜପଦକ ରହିଛି। ସେହିପରି ସମ୍ବଲପୁରର ସୁରେନ୍ଦ୍ର ନାଏକଙ୍କୁ ୬୫ରୁ ଊର୍ଦ୍ଧ୍ୱ ବର୍ଗର ୫୦ ମିଟର୍‌ ବଟରଫ୍ଲାଏରେ ବ୍ରୋଞ୍ଜପଦକ, ୪ ଗୁଣା ୫୦ ମିଟର ଫ୍ରିଷ୍ଟାଇଲ୍‌ରେ ସୁରେନ୍ଦ୍ର ନାଏକ ବ୍ରୋଞ୍ଜ ପଦକ ବିଜୟୀ ହୋଇଥିବା ବେଳେ ଜୟନ୍ତ ପାଣ୍ଡେ, ପରମେଶ୍ୱର ବାଗ ଓ ସୁରଜ ବାଗଙ୍କୁ ନେଇ ଗଠିତ ଓଡ଼ଶାଦଳ ବ୍ରୋଞ୍ଜପଦକ ବିଜେତା ହୋଇଛି। ଏଥିରେ ଓଡ଼ିଶା ଦଳ ଗୋଟିଏ ସ୍ବର୍ଣ୍ଣପଦକ ସହିତ ଦୁଇଟି ରୌପ୍ୟ ଓ ୪ଟି ବ୍ରୋଞ୍ଜ ପଦକ ସକ ମୋଟ ୭ଟି ପଦକ ହାସଲ କରିଛନ୍ତି। ସମସ୍ତ ପ୍ରତିଯୋଗୀ ଓଡ଼ିଶା ମାଷ୍ଟର୍ସ ସୁଇମର୍ସ କ୍ଲବର ସଦସ୍ୟ ଅଟନ୍ତି। ଏହି ସଫଳତା ପାଇଁ ସମସ୍ତ ପ୍ରତିଯୋଗୀଙ୍କୁ ବୁଧବାର ଓଡ଼ିଶା ମାଷ୍ଟର୍ସ ସୁଇମର୍ସ କ୍ଲବର ସଭାପତି ପ୍ରେମ ରଞ୍ଜନ ପ୍ରଧାନ, ସମ୍ପାଦକ ସୁନ୍ଦରମଣୀ ବାରିକ ଅଭିନନ୍ଦନ ଜଣାଇବା ସହ ସମସ୍ତଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri