Posted inଖେଳ

ଜାତୀୟ ମାଷ୍ଟର୍ସ ସନ୍ତରଣରେ ଓଡ଼ିଶାର ସଫଳତା

ସମ୍ବଲପୁର,୩୦ା୧୧(ପ୍ରମୋଦ ବହିଦାର): କର୍ନାଟକର ମାଙ୍ଗାଲୁରୁଠାରେ ଅନୁଷ୍ଠିତ ୧୯ ତମ ଜାତୀୟ ମାଷ୍ଟର୍ସ ସନ୍ତରଣ ପ୍ରତିଯୋଗିତାରେ ଓଡ଼ିଶା ମାଷ୍ଟର୍ସ ସନ୍ତରଣ ପ୍ରତିଯୋଗୀଙ୍କୁ ମିଳିଛି ବିପୁଳ ସଫଳତା। ବିଭିନ୍ନ ପ୍ରତିଯୋଗିତାରେ ଗୋଟିଏ ସ୍ବର୍ଣ୍ଣ ସହ ୭ ପଦକ ହାସଲ କରିଛି ଓଡ଼ିଶା ଦଳ। ମାଙ୍ଗାଲୁରୁସ୍ଥିତ ୟେମେକେରା ସନ୍ତରଣାଗାରରେ ଭାରତୀୟ ସନ୍ତରଣ ମହାସଂଘ ଆନୁକୂଲ୍ୟରେ ଗତ ୨୬ ତାରିଖରେ ଅନୁଷ୍ଠିତ ମାଷ୍ଟର୍ସ ସନ୍ତରଣ ପ୍ରତିଯୋଗିତାରେ ସମ୍ବଲପୁରର ଜୟନ୍ତ ପାଣ୍ଡେ ବ୍ୟକ୍ତିଗତ ପାଞ୍ଚଟି ପଦକ ହାସଲ କରିଛନ୍ତି। ସେଥିମଧ୍ୟରେ ୬୫ରୁ ଊର୍ଦ୍ଧ୍ୱ ବର୍ଷ ବୟସ୍କ ବର୍ଗର ୧୦୦ ମିଟର ବ୍ୟାକଷ୍ଟ୍ରୋକରେ ସ୍ବର୍ଣ୍ଣପଦକ, ୫୦ ମିଟର ବ୍ୟାକ୍‌ଷ୍ଟ୍ରୋକ୍‌, ୨ଶହ ମିଟର ଫ୍ରିଷ୍ଟାଇଲ୍‌ରେ ରୌପ୍ୟପଦକ ଓ ୫୦ ମିଟର୍‌ ବଟରଫ୍ଲାଏରେ ବ୍ରୋଞ୍ଜପଦକ ରହିଛି। ସେହିପରି ସମ୍ବଲପୁରର ସୁରେନ୍ଦ୍ର ନାଏକଙ୍କୁ ୬୫ରୁ ଊର୍ଦ୍ଧ୍ୱ ବର୍ଗର ୫୦ ମିଟର୍‌ ବଟରଫ୍ଲାଏରେ ବ୍ରୋଞ୍ଜପଦକ, ୪ ଗୁଣା ୫୦ ମିଟର ଫ୍ରିଷ୍ଟାଇଲ୍‌ରେ ସୁରେନ୍ଦ୍ର ନାଏକ ବ୍ରୋଞ୍ଜ ପଦକ ବିଜୟୀ ହୋଇଥିବା ବେଳେ ଜୟନ୍ତ ପାଣ୍ଡେ, ପରମେଶ୍ୱର ବାଗ ଓ ସୁରଜ ବାଗଙ୍କୁ ନେଇ ଗଠିତ ଓଡ଼ଶାଦଳ ବ୍ରୋଞ୍ଜପଦକ ବିଜେତା ହୋଇଛି। ଏଥିରେ ଓଡ଼ିଶା ଦଳ ଗୋଟିଏ ସ୍ବର୍ଣ୍ଣପଦକ ସହିତ ଦୁଇଟି ରୌପ୍ୟ ଓ ୪ଟି ବ୍ରୋଞ୍ଜ ପଦକ ସକ ମୋଟ ୭ଟି ପଦକ ହାସଲ କରିଛନ୍ତି। ସମସ୍ତ ପ୍ରତିଯୋଗୀ ଓଡ଼ିଶା ମାଷ୍ଟର୍ସ ସୁଇମର୍ସ କ୍ଲବର ସଦସ୍ୟ ଅଟନ୍ତି। ଏହି ସଫଳତା ପାଇଁ ସମସ୍ତ ପ୍ରତିଯୋଗୀଙ୍କୁ ବୁଧବାର ଓଡ଼ିଶା ମାଷ୍ଟର୍ସ ସୁଇମର୍ସ କ୍ଲବର ସଭାପତି ପ୍ରେମ ରଞ୍ଜନ ପ୍ରଧାନ, ସମ୍ପାଦକ ସୁନ୍ଦରମଣୀ ବାରିକ ଅଭିନନ୍ଦନ ଜଣାଇବା ସହ ସମସ୍ତଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୟୁ ଟର୍ନ ପାର୍ଟ ୨! ବିଶ୍ୱକପରୁ ବାହାରି ଯିବାକୁ ନେଇ ବାଂଲାଦେଶ ଦେଲା ବଡ଼ ବୟାନ, ଖେଳାଳିଙ୍କ ଉପରେ ଲଗାଇଲା ‘ଅଭିଯୋଗ’

ନୂଆଦିଲ୍ଲୀ,୧୧।୨: ୨୦୨୬ ଟି୨୦ ବିଶ୍ୱକପରୁ ବାଂଲାଦେଶର ଓହରିଯିବା ପ୍ରସଙ୍ଗ ଏବେ କେବଳ କ୍ରୀଡା ପର୍ଯ୍ୟନ୍ତ ସୀମିତ ନୁହେଁ, ବରଂ ରାଜନୈତିକ ବୟାନବାଜିର ରୂପ ନେଇଛି। ସଦ୍ୟତମ ଘଟଣାକ୍ରମରେ,…

ବାଂଲାଦେଶ ନିର୍ବାଚନରେ ପୁରୁଣା ହୋଇଗଲା ‘ବ୍ୟାଟେଲ ଅଫ ବେଗମ୍ସ’, ଏବେ ରହମାନଙ୍କ ମଧ୍ୟରେ ସିଧା ଟକ୍କର

ଢାକା,୧୧।୨: ବାଂଲାଦେଶରେ ଫେବୃଆରୀ ୧୨, ୨୦୨୬ ରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏଥର, ପାରମ୍ପରିକ ‘ଦୋ ବେଗମ’ ରାଜନୀତି ପରିବର୍ତ୍ତେ, ଦୁଇ ରହମାନଙ୍କ ମଧ୍ୟରେ…

କେଉଁଦିନ ହେବ ମହାବିନାଶକାରୀ ରାତି? ଜଣାପଡିଲା ପ୍ରଳୟର ତାରିଖ!

ବିଶ୍ୱାସ, ଇତିହାସ ଏବଂ ରାଜନୀତି ଉପରେ ହେଉଥିବା ବିତର୍କରେ ପ୍ରାୟତଃ ବିନାଶକାରୀ ରାତିର ଉଲ୍ଲେଖ କରାଯାଏ। ସମ୍ପ୍ରତି, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ…

ବର ସାଜିବେ ସଚିନ ତେନ୍ଦୁଲକରଙ୍କ ପୁଅ: ଜାଣନ୍ତୁ ଅର୍ଜନୁଙ୍କ ମୋଟ ସମ୍ପତ୍ତି କେତେ

ନୂଆଦିଲ୍ଲୀ,୧୧।୨:ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ବିବାହ କାର୍ଡ ବଣ୍ଟାଉଛି। ସଚିନ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ ପ୍ରମୁଖ…

ଟ୍ରେଡ ଡିଲରେ ଆମେରିକା ଚୁପଚାପ କରିଦେଲା ଘୋଟାଲା! କ’ଣ ପରିବର୍ତ୍ତନ ହେଲା? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ଓ୍ବାଶିଂଟନ,୧୧।୨: ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପ୍ରତି ଘୋଷିତ ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତିନାମାକୁ ନେଇ ଏକ ନୂଆ ବିବାଦ ସୃଷ୍ଟି ହୋଇଛି। ହ୍ବାଇଟ ହାଉସ ଚୁପ ଚାପ…

ବିଜେଡିରୁ ଇସ୍ତଫା ଦେଲେ ଜିଲା ଉପସଭାପତି, ଏହି କାରଣ ଦର୍ଶାଇ…

ରାୟଗଡା,୧୧।୨(ଆଶିଷ ରଞ୍ଜନ ପଣ୍ଡା): ଜିଲାରେ ବିଜେଡି ପାଇଁ ବଢୁଛି ଅଡ଼ୁଆ। ଜିଲା କମିଟି ଘୋଷଣା ହେବା ପରେ ଦାୟିତ୍ୱ ପାଇଥିବା ଜଣେ ଉପସଭାପତି ତାଙ୍କ ପଦବୀରୁ ଇସ୍ତଫା…

ଆସନ୍ତାକାଲି ଦେଶବ୍ୟାପୀ ଧର୍ମଘଟ: ବାହାରକୁ ଯିବା ପୂର୍ବରୁ କ’ଣ ଖୋଲା, କ’ଣ ବନ୍ଦ, ଦେଖନ୍ତୁ…

ନୂଆଦିଲ୍ଲୀ/ଭୁବନେଶ୍ୱର,୧୧।୨: ଆସନ୍ତାକାଲି ଭାରତ ବନ୍ଦ ଡାକରା। କେନ୍ଦ୍ରୀୟ ଶ୍ରମ ଆଇନକୁ ବିରୋଧ କରି କେନ୍ଦ୍ର ସରକାର ବିରୋଧରେ ଦେଶବ୍ୟାପୀ ହରତାଳ ଓ ଧର୍ମଘଟ କରିବେ ବିଭିନ୍ନ ଶ୍ରମିକ…

ପୁଇଁହେବା ବେଳେ ବୃଦ୍ଧାଙ୍କ ଦେହରେ ଲାଗିଲା ନିଆଁ

ଆନନ୍ଦପୁର ୧୧।୨(ସୁଶାନ୍ତ କୁମାର ସାହୁ): ଶୀତରୁ ରକ୍ଷା ପାଇବା ପାଇଁ ନିଆଁ ପୁଇଁବା ବେଳେ ପୋଡିହୋଇ ବୃଦ୍ଧା ଜଣକ ଗୁରୁତର ହୋଇଛନ୍ତି। ଏଭଳି ଏକ ଘଟଣା ଘଟିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri