Posted inଖେଳ

ବର୍ତ୍ତିଗଲେ ଓଡ଼ିଶାର ସ୍ନୋ ଗର୍ଲ ରଞ୍ଜିତା

ଭୁବନେଶ୍ୱର, ୨।୨ (କ୍ରୀଡ଼ା ପ୍ରତିନିଧି): ଓଡ଼ିଶାର ଏକମାତ୍ର ସ୍ନୋ ଗର୍ଲ ଭାବେ ବିଶେଷ ପରିଚିତ ରଞ୍ଜିତା ବେହେରା ଏକ ଭୟଙ୍କର ବିପଦରୁ ଅଳ୍ପକେ ରକ୍ଷା ପାଇଛନ୍ତି। ବୁଧବାର ଅପରାହ୍ନରେ ସେ ଜମ୍ମୁ-କଶ୍ମୀର ଗୁଲ୍‌ମାର୍ଗର ବରଫାବୃତ୍ତ ଆଫରଓ୍ବତ୍‌ ଅଞ୍ଚଳରେ ଥିବା ସ୍କି ଗଡ଼ାଣିରେ ହଠାତ୍‌ ହିମସ୍ଖଳନ ବା ଆଭାଲାଞ୍ଚ୍‌ ଆସିବାରୁ ସେଠାରେ ଅଭ୍ୟାସରତ ଦୁଇ ପୋଲାଣ୍ଡ ଅଧିବାସୀ ମୃତ୍ୟୁବରଣ କରିଥିଲେ। ବର୍ତ୍ତମାନ ସୁଦ୍ଧା ଅନେକ ସ୍କିୟର ନିଖୋଜ ଅଛନ୍ତି। ସେଠାରେ ଅଭ୍ୟାସ କରୁଥିବା ଓଡ଼ିଶାର ରଞ୍ଜିତା ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ଆଶ୍ଚର୍ଯ୍ୟଜନକଭାବେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି। ହିମସ୍ଖଳନକୁ ଅତି ନିକଟରୁ ଦେଖିବା ପରେ ସେ ଧୈର୍ଯ୍ୟହରା ନ ହୋଇ ନିଜ ବେଗକୁ ବଢ଼ାଇବା ସହିତ ବାମ ପାର୍ଶ୍ୱକୁ ଚାଲି ଯିବାରୁ ନିଜକୁ ବଞ୍ଚାଇ ପାରିଛନ୍ତି। ବାରମୂଳା ପୋଲିସ ଓ ସ୍ଥଳସେନା ପକ୍ଷରୁ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ବିତ କରାଯାଇଛି। ରାତି ହୋଇଯିବାରୁ ଉଦ୍ଧାର କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି ହୋଇଛି। ଆକାଶ ମାର୍ଗରୁ ନିରୀକ୍ଷଣ କରାଯାଇ ନିଖୋଜଙ୍କୁ ଉଦ୍ଧାର କରାଯାଉଛି।

‘ପୁନର୍ଜନ୍ମ ପାଇଲି’

ଆକସ୍ମିକ ମୃତ୍ୟୁମୁଖରୁ ବର୍ତ୍ତିଯାଇଥିବା ରଞ୍ଜିତା ବାକ୍‌ଶୂନ୍ୟ ହୋଇ ପଡ଼ିଛନ୍ତି। ”ମୁଁ ପୂର୍ବରୁ କେବଳ ଶୁଣିଥିଲି। ପୂର୍ବରୁ କେବେହେଲେ ଏଭଳି ଶବ୍ଦ ଶୁଣି ନ ଥିଲି କିମ୍ବା ନିକଟରୁ ଭୟଙ୍କର ହିମସ୍ଖଳନ ଦେଖି ନ ଥିଲି। ପାଗ ଟିକେ ଖରାପ ଥିଲା। ତଥାପି ଆମେ ବରଫ ଖସଡ଼ାରେ ଅଭ୍ୟାସ କରୁଥିଲୁ। ହଠାତ୍‌ କୁହୁଡ଼ି ଭଳି ଘୋଟିଗଲା। ଆଉ କିଛି ଦେଖାଗଲାନି। ତା’ ପରେ ପରେ ଭୟଙ୍କର ଶବ୍ଦକରି ମାଡ଼ି ଆସିଲା। କିଛି ଦୂରରେ ଅଭ୍ୟାସ କରୁଥିବା ପୋଲାଣ୍ଡର ଦୁଇ ଅଧିବାସୀ ମୋ ଆଖି ସାମ୍ନାରେ ମୃତ୍ୟୁବରଣ କଲେ। ମୁଁ ବହୁତ ଭୟଭୀତ ହୋଇଗଲି। ହଠାତ କ’ଣ କରିବି ମୁଣ୍ଡରେ ପଶିଲାନି। ବେଗକୁ ବଢ଼ାଇ ବାମପଟକୁ ଚାଲିଗଲି। ମୋଠାରୁ କିଛି ଦୂରରେ ହିମସ୍ଖଳନର ସ୍ରୋତ ଚାଲିଗଲା। ଅନେକ ସ୍କିୟର ଏ ପର୍ଯ୍ୟନ୍ତ ନିଖୋଜ ଅଛନ୍ତି। ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଏବଂ ଓଡ଼ିଶାବାସୀଙ୍କ ଭଲପାଇବା ଯୋଗୁ ମୁଁ ଭୟାନକ ମୃତ୍ୟୁମୁଖରୁ ବର୍ତ୍ତିଯାଇଛି“ ବୋଲି ରଞ୍ଜିତା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri