Posted inଖେଳ

ପରାଜୟ ସହ ଓଡ଼ିଶାର ଆଶା ଧୂଳିସାତ୍‌

ଭୁବନେଶ୍ୱର, ୧୮ା୨(କ୍ରୀଡ଼ା ପ୍ରତିନିଧି): ଚଳିତ ସନ୍ତୋଷ ଟ୍ରଫିର ଅନ୍ତିମ ରାଉଣ୍ଡରେ ଏକାଧିକ ସୁଯୋଗର ହାତଛଡ଼ା ଏବଂ ଫିନିଶିଂ ଅଭାବ ଓଡ଼ିଶା ପାଇଁ ମହଙ୍ଗା ପଡ଼ିଛି। ଶୁକ୍ରବାର କଳିଙ୍ଗ ଷ୍ଟାଡିୟମରେ ଅଧିକାଂଶ ସମୟ ମ୍ୟାଚକୁ ନିଜ ନିୟନ୍ତ୍ରଣରେ ରଖିଥିଲେ ହେଁ କେରଳ ନିକଟରୁ ଗୋଟିଏ ଗୋଲରେ ହାରି ଯାଇଛି। ମ୍ୟାଚର ୧୬ତମ ମିନିଟରେ ଓଡ଼ିଶା ଗୋଲପୋଷ୍ଟ ଏରିଆରେ ବଲ୍‌ ପାଇଁ ସଂଘର୍ଷ ସମୟରେ ଚନ୍ଦ୍ର ମୋହନ ମୁର୍ମୁ ହ୍ୟାଣ୍ଡବଲ କରିବାରୁ କେରଳକୁ ପେନାଲ୍ଟି କିକ୍‌ ସୁଯୋଗ ଦିଆଯାଇଥିଲା। କେରଳର ୭ ନମ୍ବର ଖେଳାଳି ନିଜୋ ଗିଲବର୍ଟ ଏହାକୁ ଗୋଲରେ ପରିଣତ କରିଥିଲେ। ଏହି ଗୋଲଟି ଶେଷ ପର୍ଯ୍ୟନ୍ତ ଓଡ଼ିଶା ପଛରେ ଛାଇପରି ଲାଗି ରହିଥିଲା। ପ୍ରଥମାର୍ଦ୍ଧର ଅବଶିଷ୍ଟ ସମୟରେ ଓଡ଼ିଶା ଆଧିପତ୍ୟ ବିସ୍ତାର କରି ଅନେକଥର କେରଳ ଗୋଲପୋଷ୍ଟ ଉପରେ ଆକ୍ରମଣ କରିଥିଲା। ମାତ୍ର କେତେବେଳେ କେରଳ ଗୋଲକିପର ତଥା ଅଧିନାୟକ ମିଧୁନ ଭି. ସେଭ୍‌ କରିଥିଲେ ତ କେତେବେଳେ କେରଳ ରକ୍ଷଣଭାଗ ବଲ୍‌କୁ କ୍ଲିୟର କରିବାରେ ସକ୍ଷମ ହୋଇଥିଲେ। ମ୍ୟାଚର ୩୯ତମ ମିନିଟରେ ରାକେଶ ଓରାମ ଓ ୭୦ତମ ମିନିଟରେ ଆନନ୍ଦ ଓରାମ ୟେଲୋ କାର୍ଡ ପାଇଥିଲେ। ଏହି ମ୍ୟାଚରେ ପରାଜୟ ସହ ଓଡ଼ିଶାର ସେମିଫାଇନାଲ ପ୍ରବେଶ ଆଶା ଧୂଳିସାତ ହୋଇଛି। ମହାରାଷ୍ଟ୍ର ବିପକ୍ଷରେ ୧-୧ ଗୋଲରେ ଡ୍ର’ରୁ ଅଭିଯାନ ଆରମ୍ଭ କରିଥିବା ଓଡ଼ିଶା ଦ୍ୱିତୀୟ ମ୍ୟାଚରେ ଗୋଆକୁ ୪-୧ ଗୋଲରେ ହରାଇ ଆଶା ଉଜ୍ଜୀବିତ କରିଥିଲା। ମାତ୍ର ତୃତୀୟ ମ୍ୟାଚରେ ପଞ୍ଜାବଠାରୁ ୧-୨ରେ ଏବଂ ଏଠାରେ କେରଳଠାରୁ ୦-୧ରେ ହାରିଯିବା ଦ୍ୱାରା ଦଳର ଚ୍ୟାଲେଞ୍ଜ ଶେଷ ହୋଇ ଯାଇଛି। ଏବେ କେବଳ ଦଳ ଏହାର ଶେଷ ଲିଗ୍‌ ମ୍ୟାଚ ୧୯ ତାରିଖରେ କର୍ନାଟକ ବିପକ୍ଷରେ କେବଳ ଔପଚାରିକତା ଦୃଷ୍ଟିରୁ ଖେଳିବ। ଗ୍ରୁପ୍‌ ‘ଏ’ରୁ ପଞ୍ଜାବ ୧୦ ଓ କର୍ନାଟକ ୮ ପଏଣ୍ଟ ପାଇ ସେମିଫାଇନାଲର ନିକଟତର ହୋଇଛନ୍ତି। ଶୁକ୍ରବାର ୭ମ ବାଟାଲିୟନ ପଡ଼ିଆରେ ଅନୁଷ୍ଠିତ ମହାରାଷ୍ଟ୍ର-କର୍ନାଟକ ମ୍ୟାଚ ୩-୩ ଗୋଲରେ ଡ୍ର ରହିଥିବାବେଳେ ପଞ୍ଜାବ ୩-୧ ଗୋଲରେ ଗୋଆକୁ ପରାସ୍ତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri