ଓଡ଼ିଶାର ପ୍ରଥମ କିନ୍ନର ଭାବେ ପିଏଚ୍‌.ଡି. କରିବେ ଦୀପା

କଟକ,୯।୭(ସୁପ୍ରିୟା ପ୍ରିୟଦର୍ଶିନୀ)ଓଡ଼ିଶାର ପ୍ରଥମ କିନ୍ନର ଭାବେ ପିଏଚ୍‌.ଡି କରିବେ କଟକ ହରିପୁର ଅଞ୍ଚଳର ଦୀପା ସାହୁ। କଠିନ ପରିଶ୍ରମ ଓ ନିଜର ଦୃଢ଼ ମନୋବଳ ଆଗରେ ହାର ମାନିଛି ସମାଜର ଟାହି ଟାପରା। ଆଜିର ସମାଜରେ କିନ୍ନରମାନେ ଚଳିବା ପାଇଁ ଅନ୍ୟ ଉପରେ ନିର୍ଭର କରୁଥିବାବେଳେ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ଦୀପା। ଓଡ଼ିଶାର ପ୍ରଥମ କିନ୍ନର ଭାବେ ରାଜ୍ୟ ତଥା ସମଗ୍ର କିନ୍ନର ସମାଜ ପାଇଁ ଦୀପା ଗର୍ବ ଏବଂ ଗୌରବ ଆଣିଛନ୍ତି। ସେ ଉଦ୍ଭିଦ ବିଜ୍ଞାନରେ ପିଏଚ୍‌.ଡି ଡିଗ୍ରୀ ପାଇଁ ପ୍ରଥମ କିନ୍ନର ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇଛନ୍ତି।
ଦୀପାଙ୍କ ପାଇଁ ପରିବାର ଲୋକେ ବେଶ୍‌ ଖୁସି ଥିଲେ। କିନ୍ତୁ ଭଗବାନଙ୍କ ସୃଷ୍ଟି କିଛି ଅଲଗା। ପୁଅ ହେଲେ ମଧ୍ୟ ଦୀପାଙ୍କୁ ପୁଅଙ୍କ ପୋଷାକ ପିନ୍ଧିବା ପାଇଁ ଭଲ ଲାଗୁ ନଥିଲା। ସେ ଷଷ୍ଠ ଶ୍ରେଣୀରେ ପଢୁଥିବାବେଳେ ଲକ୍ଷଣରେ ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ସଂକୀର୍ଣ୍ଣ ମାନସିକତାର ଲୋକେ ତାଙ୍କୁ ଉପହାସ କଲେ। ହେଲେ ସେ ନିଜ ଲକ୍ଷ୍ୟ ପଥରୁ ଓହରି ନ ଥିଲେ। ପିଏଚ୍‌.ଡି କରିବା ପାଇଁ ଉତ୍କଳ ବିଶ୍ୱ ବିଦ୍ୟାଳୟରେ ସେ ନାମ ଲେଖାଇଛନ୍ତି। କଠିନ ପରିଶ୍ରମ ଓ ନିଷ୍ଠା ହିଁ ତାଙ୍କୁ ଏହି ସଫଳତା ଆଣିଦେଇଛି। ୮ ବର୍ଷ ତଳେ ଏକ ଦୁର୍ଘଟଣାର ଶିକାର ହୋଇ ସେ ବାକ୍‌ ଶକ୍ତି ହରାଇଥିଲେ। ହେଲେ ପାଠ ପଢ଼ିବାର ଆଗ୍ରହ ତାଙ୍କର କମି ନ ଥିଲା। ଦୀପାଙ୍କୁ ଭଲ କରିବା ପାଇଁ ଗଣମାଧ୍ୟମ ଜରିଆରେ ସରକାର ସାହାଯ୍ୟ କରିବା ନିମନ୍ତେ ଅନୁରୋଧ କରିଛନ୍ତି ସାଥୀ ମିଠି କିନ୍ନର। ସେ ବିଭିନ୍ନ ଘରୋଇ ସଂସ୍ଥାରେ କାମ କରିଛନ୍ତି। ବର୍ତ୍ତମାନ କଟକ ମହାନଗର ନିଗମ ଅଧୀନରେ ଠିକାରେ କାର୍ଯ୍ୟ କରୁଛନ୍ତି। ପ୍ରଥମ କିନ୍ନର ଭାବେ ଏହି ସଫଳତା ହାସଲ କରିଥିବା ହେତୁ ସମଗ୍ର କିନ୍ନରମାନଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ

ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

ପ୍ରତିଦିନ ଖାଆନ୍ତୁ ଦୁଇ ପାଖୁଡା ରସୁଣ, ରକ୍ତଚାପ ନିୟନ୍ତ୍ରଣ ସହିତ ଭଲ ରହିବ…

ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri