ଭୁବନେଶ୍ୱର,୧୯।୮(ସୁନିତ୍ ମିଶ୍ର): ୨୦୦୦ ମସିହାରେ ଯେତେବେଳେ ବିଜେଡି ଶାସନ କ୍ଷମତାକୁ ଆସିଲା, ସେତେବେଳକୁ ଓଡ଼ିଶାର ଅର୍ଥନୀତି ବହୁ ଖରାପ ଅବସ୍ଥାରେ ଥିଲା। ସରକାର ଓଭରଡ୍ରାଫ୍ଟ ଉପରେ ନିର୍ଭର କରୁଥିଲେ। ୨୦୨୪ରେ ଯେତେବେଳେ ସରକାର ପରିବର୍ତ୍ତନ ହେଲା, ସେତେବେଳକୁ ୫୦ ହଜାର କୋଟି ଟଙ୍କାର ସପର୍ଲସ ରେଭିନ୍ୟୁ ବିଜେଡି ସରକାର ଛାଡ଼ିଯାଇଥିଲା। ବିଜେଡି ସରକାର ସମୟରେ ଦୃଢ଼ ଆର୍ଥିକ ପରିଚାଳନା ଯୋଗୁ ଏହା ସମ୍ଭବ ହୋଇପାରିଥିଲା। ରାଜସ୍ବ ବଳକା ରାଜ୍ୟ ସହ ଦ୍ରୁତ ପ୍ରଗତି ବିଷୟରେ ସରକାର ଜାଣିପାରିଥିଲେ। ଓଡ଼ିଶାରେ ଗରିବୀ କମିଥିଲା। ଭିତ୍ତିଭୂମିର ବିକାଶ ହୋଇଥିଲା। ଏହିସବୁ ଦ୍ରୁତ ବିକାଶ ପାଇଁ ଖଣି ରାଜସ୍ବ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା।
ଓଡ଼ିଶାର ଅର୍ଥନୀତି ବର୍ତ୍ତମାନ ବିପଦରେ ବୋଲି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି। ଏକ ଭିଡିଓ ବାର୍ତ୍ତା ଜରିଆରେ ନବୀନ କହିଛନ୍ତି, ନିକଟରେ ପାର୍ଲାମେଣ୍ଟରେ ଏମ୍ଏମ୍ଡିଆର୍ ବିଲ୍ ପାରିତ ହୋଇଛି। ଏହାଦ୍ୱାରା ଓଡ଼ିଶା ଓ ରାଜ୍ୟବାସୀଙ୍କ ବହୁ କ୍ଷତି ହେବାକୁ ଯାଉଛି। ଏତେ ଗୁରୁତ୍ୱପୂର୍ଣ୍ଣ ଆମେଣ୍ଡମେଣ୍ଟ ବିଲ୍ କିନ୍ତୁ ବିନା ଆଲୋଚନାରେ କେନ୍ଦ୍ର ସରକାର ପାରିତ କରିଦେଲେ। କେବଳ ବିଜେଡି ଏମ୍ପିମାନେ ଏହାକୁ ରାଜ୍ୟ ସଭାରେ ବିରୋଧ କରିଥିଲେ। ଏହାକୁ ବିରୋଧକରି ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ସ୍ବତନ୍ତ୍ର ଅଧିବେଶନ ଡାକିବାକୁ କହିଛନ୍ତି। ବର୍ତ୍ତମାନ ଦଳୀୟ ମନୋଭାବରୁ ଉପରକୁ ଉଠି ଏକାଠି ହେବାକୁ ପଡିବ। ଓଡ଼ିଶାରେ କ୍ରୋମାଇଟ୍, ବକ୍ସାଇଟ, ଆଇରନ୍ ଓର୍, କୋଲ୍ ଓ ମାଙ୍ଗାନିଜ ବ୍ୟାପକ ଗଚ୍ଛିତ ଅଛି। ହେଲେ ଏମ୍ଏମ୍ଡିଆର୍ ବିଲ୍ ରାଜ୍ୟବାସୀଙ୍କ ଅଧିକାର ଛଡ଼ାଇ ନେବ। ଭାଜପାକୁ ୨୦ଟି ଏମ୍ପି ଦେବା ସତ୍ତ୍ୱେ ସେମାନେ କେହି ପାଟି ଖୋଲିଲେ ନାହିଁ। ପ୍ରତ୍ୟେକ ବର୍ଷ ବର୍ତ୍ତମାନ ଓଡ଼ିଶା ଅନେକ ହଜାର କୋଟି ଟଙ୍କାର ରାଜସ୍ବ କ୍ଷତି ସହିବ ବୋଲି ନବୀନ କହିଛନ୍ତି।
ଏ ମାଟି ଆମର, ଏ ଖଣି ସମ୍ପଦ ମଧ୍ୟ ଆମର। ଓଡ଼ିଶାକୁ ଦୁର୍ବଳ କରିବା ପାଇଁ ଚାଲିଥିବା ଭୟଙ୍କର ଷଡ଼ଯନ୍ତ୍ରକୁ ଓଡ଼ିଶାବାସୀ କଦାପି ବରଦାସ୍ତ କରିବେ ନାହିଁ।
୨୦୦୦ ମସିହାରେ ଯେତେବେଳେ ଆମେ ଓଡ଼ିଶା ଶାସନର ଦାୟିତ୍ୱ ନେଲୁ, ସେତେବେଳେ ଓଡ଼ିଶାର ଅର୍ଥନୀତି ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଥିଲା। ଆମକୁ ଓଭରଡ୍ରାଫ୍ଟ ଉପରେ ନିର୍ଭର କରିବାକୁ… pic.twitter.com/yAxxS3qXYx
— Naveen Patnaik (@Naveen_Odisha) August 19, 2026