ଓଡ଼ିଶାର ବିକାଶ ଓ ଶ୍ରୀଜଗନ୍ନାଥ

ଗୋଟିଏ ରାଜ୍ୟର ବିକାଶ ବିବିଧ ଉତ୍ସ ଦ୍ୱାରା ହୋଇଥାଏ। ତନ୍ମଧ୍ୟରେ ପର୍ଯ୍ୟଟନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଓଡ଼ିଶା କଳା, ସଂସ୍କୃତି, ପ୍ରାକୃତିକ ପରିବେଶ ତଥା ଧାର୍ମିକ ସ୍ଥଳପୂର୍ଣ୍ଣ ରାଜ୍ୟ ହୋଇଥିବାରୁ ଆମେ ଉପରୋକ୍ତ ତତ୍ତ୍ୱଗୁଡ଼ିକୁ ନେଇ ବିକାଶର ସ୍ବପ୍ନ ଦେଖିପାରିବା। ଆମର କଳା ଏବଂ ସଂସ୍କୃତି ବିଶେଷଭାବରେ ଶ୍ରୀଜଗନ୍ନାଥଙ୍କ ଦ୍ୱାରା ପ୍ରଭାବିତ। ତେଣୁ ଶ୍ରୀଜଗନ୍ନାଥଙ୍କୁ ନେଇ ଚିନ୍ତା କରାଗଲେ ଓଡ଼ିଶା ବିକଶିତ ହେବ। ବାସ୍ତବରେ ଶ୍ରୀଜଗନ୍ନାଥଙ୍କୁ ନେଇ ଆମେ ବିସ୍ତାର ନେତ୍ରରେ ଚିନ୍ତନ କରିବାର ଅଛି। ଶାସ୍ତ୍ରମାନେ ଭାରତରେ ଚାରିଗୋଟି ଧାମକୁ ସ୍ବୀକୃତି ଦେଇଛନ୍ତି। ଯଥା ଜଗନ୍ନାଥ, ବଦ୍ରୀନାଥ, ଦ୍ୱାରକାନାଥ ତଥା ରାମନାଥ। ଆମେ ଯେତେବେଳେ ବଦ୍ରୀନାଥ ଯାଏ ହରିଦ୍ୱାର ଏବଂ ଋଷିକେଶଠାରୁ ଆରମ୍ଭକରି ପ୍ରୟାଗରାଜ, ଗଙ୍ଗୋତ୍ରୀ, ଯମୁନୋତ୍ରୀ, ବଦ୍ରୀନାଥ ଏବଂ କେଦାରନାଥ ଏ ସମସ୍ତ ଦର୍ଶନୀୟ ସ୍ଥଳ ପ୍ରାୟତଃ ଦର୍ଶନ କରେ। ଏ ସବୁର ପରିଚାଳନା ବଦ୍ରୀ-କେଦାରନାଥ ମନ୍ଦିର ପ୍ରଶାସନ ଅଧୀନରେ ରହିଛି। ସେହିଭଳି ଦ୍ୱାରକା ଧାମ ଗଲେ ଦେଖାଯାଏ ଦ୍ୱାରକାଧୀଶଙ୍କ ସହିତ ଭେଟ ଦ୍ୱାରକା, ଜ୍ୟୋତିର୍ଲିଙ୍ଗ ନାଗେଶ୍ୱର ଏବଂ ଜ୍ୟୋତିର୍ଲିଙ୍ଗ ସୋମନାଥଙ୍କୁ ଏକା ସାଙ୍ଗରେ ଦର୍ଶନ କରିବାର ବ୍ୟବସ୍ଥା ରହିଛି। ରାମେଶ୍ୱର ଯିବା ବେଳେ ରାମେଶ୍ୱର, ମଦୁରାଇ କାମାକ୍ଷା ତଥା କନ୍ୟାକୁମାରୀ ଦର୍ଶନ ପାଇଁ ଭକ୍ତମାନଙ୍କୁ ସୂଚନା ଦିଆଯାଏ। ଯେଉଁମାନେ ତିରୁପତି ବାଲାଜୀ ଆସନ୍ତି ପଦ୍ମାବତୀ, ଗୋବିନ୍ଦରାଜନ, ଶ୍ରୀକାଳହସ୍ତୀ ପ୍ରଭୃତି ତୀର୍ଥ ସ୍ଥାନ ଏକାସାଙ୍ଗରେ ଦର୍ଶନ କରନ୍ତି। ଏଥିରୁ ଜଣାଯାଏ ଉତ୍ତରାଖଣ୍ଡ, ଗୁଜରାଟ, ତାମିଲନାଡୁ ଏବଂ ଆନ୍ଧ୍ର ପ୍ରଦେଶ ପ୍ରଭୃତି ରାଜ୍ୟରେ ସରକାର ଧାର୍ମିକ ମହତ୍ତ୍ୱକୁ ପ୍ରାଧାନ୍ୟ ଦେଇ ନିଜ ରାଜ୍ୟର ବିକାଶ ପାଇଁ ସ୍ବତନ୍ତ୍ର ରଣନୀତି କରିଛନ୍ତି। ପର୍ଯ୍ୟଟକ ରାଜ୍ୟର ଯେତେ ଅଧିକ ସ୍ଥାନ ବୁଲିବେ ରାଜ୍ୟ ସେତିକି ରାଜସ୍ବ ପାଇବ ଏବଂ ଜନସାଧାରଣ ବିଭିନ୍ନ ଉପାୟରେ ଲାଭାନ୍ବିତ ହେବେ। ଏହି ପରିପ୍ରେକ୍ଷୀରେ ଓଡ଼ିଶାର ଶ୍ରୀଜଗନ୍ନାଥ ଧାମ ଦର୍ଶନ ବ୍ୟବସ୍ଥାକୁ ବିଚାର କରାଯାଉ। ପୁରୀ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଆସୁଥିବା ଭକ୍ତ କେବଳ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ଫେରିଯାଉଛନ୍ତି। କ୍ୱଚିତ ଭକ୍ତ ଲିଙ୍ଗରାଜ ଏବଂ କୋଣାର୍କ ଦର୍ଶନ ପାଇଁ ଆସି ଭୁବନେଶ୍ୱର ସମୀପ ସ୍ଥାନ ବୁଲି ଫେରିଯାଆନ୍ତି। ସମଗ୍ର ଓଡ଼ିଶାର ତୀର୍ଥ ସ୍ଥଳଗୁଡ଼ିକୁ ଓଡ଼ିଶା ବାହାରର ଭକ୍ତ ଜାଣିପାରୁନାହାନ୍ତି। ଏଠି ପ୍ରଶ୍ନ ଉଠେ ଶ୍ରୀଜଗନ୍ନାଥଙ୍କର ଧାମ କ’ଣ କେବଳ ପୁରୀ ଭିତରେ ସୀମିତ କି ?
ସ୍କନ୍ଦପୁରାଣର ଦ୍ୱାଦଶ ଅଧ୍ୟାୟ ପ୍ରମାଣ ଦିଅନ୍ତି ଶ୍ରୀପୁରୁଷୋତ୍ତମ କ୍ଷେତ୍ର ମହୋଦଧିଠାରୁ ଆରମ୍ଭକରି ବିରଜାମଣ୍ଡଳ ପର୍ଯ୍ୟନ୍ତ ଦଶଯୋଜନ ପରିବ୍ୟାପ୍ତ। ଗାଣିତିକ ପ୍ରୟୋଗ ଅନୁସାରେ ଏକ ଯୋଜନ ହେଉଛି ପ୍ରାୟ ୧୨ କିଲୋମିଟର। ତଦନୁସାରେ ଦଶ ଯୋଜନ ଅର୍ଥାତ୍‌ ପ୍ରାୟ ୧୨୦ କିଲୋମିଟର ପର୍ଯ୍ୟନ୍ତ ପରିବ୍ୟାପ୍ତ ଶ୍ରୀପୁରୁଷୋତ୍ତମ କ୍ଷେତ୍ର। ଏହି କ୍ଷେତ୍ର ଅନେକ ପବିତ୍ର ନଦୀକୁ ସଂଲଗ୍ନ ହୋଇଛି। ସେହି ନଦୀକୂଳସ୍ଥ ପ୍ରାଚୀନ ମନ୍ଦିରଗୁଡ଼ିକ ମଧ୍ୟ ପୁରୁଷୋତ୍ତମ କ୍ଷେତ୍ରର ଅଂଶ ବିଶେଷ। ସ୍କନ୍ଦପୁରାଣ ଷଷ୍ଠ ଅଧ୍ୟାୟ କହିଛନ୍ତି ଋଷିକୁଲ୍ୟା, ସ୍ବର୍ଣ୍ଣରେଖା ଏବଂ ମହାନଦୀ ମଧ୍ୟରେ ଏହି ପୁରୁଷୋତ୍ତମ କ୍ଷେତ୍ର ବିରାଜିତ। ଏହି ପୁରୁଷୋତ୍ତମ କ୍ଷେତ୍ରରେ ଥିବା ମନ୍ଦିରମାନଙ୍କ ଭିତରେ ପ୍ରସିଦ୍ଧ ମନ୍ଦିରଗୁଡ଼ିକର ନାମ ନୀଳାଦ୍ରି ମହୋଦୟ ଦ୍ୱିତୀୟ ଅଧ୍ୟାୟ କହିଛନ୍ତି। ତନ୍ମଧ୍ୟରେ ଭୁବନେଶ୍ୱରର ଲିଙ୍ଗରାଜ ଏବଂ ଅନନ୍ତବାସୁଦେବ ତଥା ବିନ୍ଦୁ ସରୋବର ନାମ ଦୃଷ୍ଟିଗୋଚର ହୁଏ। ସେହିଭଳି ରଣପୁରର ଅଧିଷ୍ଠାତ୍ରୀ ଦେବୀ ମଣିନାଗ, ମହାନଦୀ କୂଳସ୍ଥ କଣ୍ଟିଲୋ ନୀଳମାଧବ, ଯାଜପୁର ବିରଜା ଏବଂ ବାଙ୍କୀ ଚର୍ଚ୍ଚିକାଙ୍କର ବର୍ଣ୍ଣନା ନୀଳାଦ୍ରି ମହୋଦୟ ତଥା କପିଳ ସଂହିତା ପ୍ରଭୃତି ଅନେକ ଗ୍ରନ୍ଥରେ ଦେଖାଯାଏ।
ତେବେ ପ୍ରଶ୍ନ ଉଠେ ଶ୍ରୀଜଗନ୍ନାଥଙ୍କ ତତ୍ତ୍ୱ ବର୍ଣ୍ଣିତ ଥିବା ସମସ୍ତ ଶାସ୍ତ୍ରରେ ପ୍ରାୟ ଏକ ଶହ କୋଡ଼ିଏ କିଲୋମିଟର ପରିବ୍ୟାପ୍ତ ପୁରୁଷୋତ୍ତମ କ୍ଷେତ୍ରର ବର୍ଣ୍ଣନା ସହିତ ତନ୍ମଧ୍ୟରେ ଥିବା ପ୍ରସିଦ୍ଧ ଦେବତା ଏବଂ ପବିତ୍ର ନଦୀମାନଙ୍କର ଦିଗ୍‌ଦର୍ଶନ ରହିଛି। କିନ୍ତୁ ଶ୍ରୀମନ୍ଦିରକୁ ଆସୁଥିବା ତୀର୍ଥ ଯାତ୍ରୀଙ୍କ ମଧ୍ୟରୁ କ୍ୱଚିତ ଯାତ୍ରୀ ଏହି ସ୍ଥାନଗୁଡ଼ିକୁ ଜାଣନ୍ତି। ଅନ୍ୟ ରାଜ୍ୟରେ ନିଜ ଧାମକୁ ପ୍ରଚାରପ୍ରସାର କରୁଥିବା ସମୟରେ ଆମ ଜଗନ୍ନାଥ ଧାମ ସମ୍ବନ୍ଧରେ ପର୍ଯ୍ୟାପ୍ତ ପ୍ରାଚୀନ ଶାସ୍ତ୍ର ପ୍ରମାଣ ଥାଇ ମଧ୍ୟ ଆମେ ସୀମିତ ହୋଇ ରହୁଅଛେ। ତେଣୁ ଏ ସମ୍ବନ୍ଧରେ ଚିନ୍ତନ ଏବଂ ବିଚାର ବିମର୍ଶର ଆବଶ୍ୟକତା ରହିଛି। ପୁରୀଠାରୁ ଏହି ସମସ୍ତ ତୀର୍ଥ ସ୍ଥଳ ପାଇଁ ପ୍ରଶସ୍ତ ରାସ୍ତା, ଗମନାଗମନ ସୁବିଧା ତଥା ରହିବା ଏବଂ ଖାଦ୍ୟପେୟର ସୌବିଧ୍ୟ କରାଯିବା ଆବଶ୍ୟକ। ସେହି ମନ୍ଦିର ଏବଂ ନଦୀଗୁଡ଼ିକର ସୌନ୍ଦର୍ଯ୍ୟକରଣ ସହିତ ମନ୍ଦିରର ପରିବେଶକୁ ଶୃଙ୍ଖଳିତ କରିବା ଆବଶ୍ୟକ। ନଦୀରେ ଆଜିକାଲି ଅନେକ ପର୍ଯ୍ୟଟନ ଶିଳ୍ପ ବିକଶିତ ହୋଇପାରୁଛି, ତେଣୁ ତାହା ଚିନ୍ତନୀୟ।
ସମ୍ପୂର୍ଣ୍ଣ ପୁରୁଷୋତ୍ତମ କ୍ଷେତ୍ରର ତୀର୍ଥ ସ୍ଥଳଗୁଡ଼ିକ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଅଧୀନରେ ରହିବା ଏବଂ ପ୍ରତି ମନ୍ଦିର ପାଇଁ ଜଣେ ଜଣେ ସ୍ବତନ୍ତ୍ର ଅଧିକାରୀଙ୍କର ନିୟୋଜନ ଆବଶ୍ୟକ। ବର୍ତ୍ତମାନ ତିରୁପତି ବାଲାଜୀ ମନ୍ଦିର ଏହି ପ୍ରଣାଳୀରେ ପରିଚାଳିତ। ତିରୁମାଲା ତିରୁପତି ଦେବସ୍ଥାନମ୍‌ ନାମକ ଏହି ମନ୍ଦିରର ପ୍ରଶାସନ ଅଧୀନରେ କେବଳ ଆନ୍ଧ୍ରପ୍ରଦେଶରେ ନୁହେଁ, ଆନ୍ଧ୍ର ପ୍ରଦେଶ ବାହାର ରାଜ୍ୟରେ ତଥା ବିଦେଶରେ ମଧ୍ୟ ଶ୍ରୀଭେଙ୍କଟେଶ୍ୱର ବାଲାଜୀ ମନ୍ଦିର ରହିଛି। ତିରୁପତି ଭେଙ୍କଟେଶ୍ୱର ମନ୍ଦିର ବର୍ଷକୁ ହଜାର ହଜାର କୋଟି ଟଙ୍କାର ଦାନ ଗ୍ରହଣ କରିବାର କାରଣ ହେଉଛି ଧର୍ମ ଏବଂ ସଂସ୍କୃତିକୁ ନେଇ ସୁଚିନ୍ତିତ କାର୍ଯ୍ୟପନ୍ଥା। ଯେଉଁ ଟଙ୍କାକୁ ସଦ୍‌ ବିନିଯୋଗ କରି ଆନ୍ଧ୍ରପ୍ରଦେଶରେ ଅନେକ ବିକାଶମୂଳକ କାର୍ଯ୍ୟ ସାଧିତ ହେଉଥିବା ବେଳେ ବଦ୍ରୀନାଥ, ଦ୍ୱାରକା ଏବଂ ରାମେଶ୍ୱର ପ୍ରଭୃତି ଧାମରେ ଅଭୂତପୂର୍ବ ବିକାଶ ହେଉଛି। ଏଣୁ ଓଡ଼ିଶା ଶ୍ରୀଜଗନ୍ନାଥଙ୍କୁ ଯେତିକି ପ୍ରାଧାନ୍ୟ ଦେବ ଆମ ରାଜ୍ୟର ସେତିକି ବିକାଶ ହେବ।

ଡ. ଭାରତ ଭୂଷଣ ରଥ
ଉପନିର୍ଦ୍ଦେଶକ, ଦୂର ଶିକ୍ଷା ନିର୍ଦ୍ଦେଶାଳୟ, ରାଷ୍ଟ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ,
ତିରୁପତି, ଆନ୍ଧ୍ରପ୍ରଦେଶ
ମୋ: ୮୮୯୭୪୨୬୨୪୩


Enter your email to get our daily news in your inbox.

All Right Reserved By Dharitri.Com

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

ନେପାଳ ବନ୍ୟା: ୧୧ ଦିନ ପରେ ଚମତ୍କାର: ପଙ୍କ କାଦୁଅ ଭିତରୁ ଜୀବିତ ଉଦ୍ଧାର ହେଲେ ମହିଳା

କାଠମାଣ୍ଡୁ,୫।୯: ନେପାଳର ନୂଆକୋଟ ଜିଲାର ବେତ୍ରାବତୀ ଅଞ୍ଚଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସମୟରେ ଏକ ଉଲ୍ଲେଖନୀୟ ଘଟଣା ସାମ୍ନାକୁ ଆସିଛି। ତ୍ରିଶୂଳୀ ନଦୀ ଅଞ୍ଚଳରେ ପ୍ରବଳ…

ଅଢ଼େଇ ବର୍ଷ ଯାଏ କଲବଲ କରିବେ ଶନି! ୩ ରାଶିରେ ସାଢେ ସାତ ଚାଲି; ଭାରି ଖରାପ…

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମ ଏବଂ ନ୍ୟାୟର କାରକ ଗ୍ରହ ବୋଲି ଧରାଯାଏ। ଶନିଙ୍କ ଗତି ଧୀମା ହୋଇଥିବାରୁ କୌଣସି ରାଶିରେ ତାଙ୍କର ଗୋଚର (ଚଳନ) ଦୀର୍ଘ…

କଳାହାଣ୍ଡି ପୋଲିସର ବଡ଼ ଧରଣର ଚଢ଼ାଉ: ୨୦ କୁଇଣ୍ଟାଲ ଗଞ୍ଜେଇ ଜବତ,୪ ଗିରଫ

ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍. ରାମପୁର ଥାନା ମୋହନଗିରି ଫାଣ୍ଡି ଅନ୍ତର୍ଗତ ଜାମୁଲି ଗ୍ରାମ ନିକଟସ୍ଥ ଜଙ୍ଗଲରେ ବେଆଇନ ଗଞ୍ଜେଇ ରଖାଯାଇଥିବା ଖବର ପାଇ…

୩୦ବର୍ଷ ପରେ ବି ମିଳିବ ସରକାରୀ ଚାକିରି! ଜାଣନ୍ତୁ ବ୍ୟାଙ୍କ୍‌-ରେଲେଓ଼୍ବ ଆଉ କେଉଁଠି ମିଳିବ ସୁଯୋଗ

ନୂଆଦିଲ୍ଲୀ,୫।୯:ଅନେକ ସମୟରେ ଲୋକଙ୍କ ମନରେ ଏହି ଭୁଲ ଧାରଣା ଥାଏ ଯେ ସରକାରୀ ଚାକିରି (Government Job) ପାଇଁ ପ୍ରସ୍ତୁତି କେବଳ ୨୧ ରୁ ୨୫ ବର୍ଷ…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ବ୍ଲକସ୍ତରୀୟ ଗୁରୁଦିବସ,ଗୁରୁ ସମ୍ବର୍ଦ୍ଧନା ଉତ୍ସବ: ସୁନ୍ଦର ସମାଜ ଗଠନ ରେ ଶିକ୍ଷକଙ୍କ …

ଦାରିଙ୍ଗବାଡ଼ି, ୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସି ପରିସରରେ ଶନିବାର ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଏଥିରେ…

ବ୍ୟାଙ୍କ୍‌ ଆକାଉଣ୍ଟରେ ପୁରୁଣା ମୋବାଇଲ ନମ୍ୱର ଲିଙ୍କ୍‌ ଅଛି? ଘରେ ବସି ଏମିତି କରନ୍ତୁ ଅପଡେଟ୍‌

ନୂଆଦିଲ୍‌ଲୀ,୫।୯: ଆଜିକାଲି ବ୍ୟାଙ୍କ ଆକାଉଣ୍ଟ ସହିତ ମୋବାଇଲ ନମ୍ୱର ଲିଙ୍କ ରହିବା ଅତ୍ୟନ୍ତ ଜରୁରୀ। ଆକାଉଣ୍ଟରେ ଟଙ୍କା ଜମା ହେବାଠାରୁ ଆରମ୍ଭ କରି ଟଙ୍କା ଉଠାଇବା, ଅନଲାଇନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri