ଓଡ଼ିଶାର ବିକାଶ ଓ ଶ୍ରୀଜଗନ୍ନାଥ

ଗୋଟିଏ ରାଜ୍ୟର ବିକାଶ ବିବିଧ ଉତ୍ସ ଦ୍ୱାରା ହୋଇଥାଏ। ତନ୍ମଧ୍ୟରେ ପର୍ଯ୍ୟଟନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଓଡ଼ିଶା କଳା, ସଂସ୍କୃତି, ପ୍ରାକୃତିକ ପରିବେଶ ତଥା ଧାର୍ମିକ ସ୍ଥଳପୂର୍ଣ୍ଣ ରାଜ୍ୟ ହୋଇଥିବାରୁ ଆମେ ଉପରୋକ୍ତ ତତ୍ତ୍ୱଗୁଡ଼ିକୁ ନେଇ ବିକାଶର ସ୍ବପ୍ନ ଦେଖିପାରିବା। ଆମର କଳା ଏବଂ ସଂସ୍କୃତି ବିଶେଷଭାବରେ ଶ୍ରୀଜଗନ୍ନାଥଙ୍କ ଦ୍ୱାରା ପ୍ରଭାବିତ। ତେଣୁ ଶ୍ରୀଜଗନ୍ନାଥଙ୍କୁ ନେଇ ଚିନ୍ତା କରାଗଲେ ଓଡ଼ିଶା ବିକଶିତ ହେବ। ବାସ୍ତବରେ ଶ୍ରୀଜଗନ୍ନାଥଙ୍କୁ ନେଇ ଆମେ ବିସ୍ତାର ନେତ୍ରରେ ଚିନ୍ତନ କରିବାର ଅଛି। ଶାସ୍ତ୍ରମାନେ ଭାରତରେ ଚାରିଗୋଟି ଧାମକୁ ସ୍ବୀକୃତି ଦେଇଛନ୍ତି। ଯଥା ଜଗନ୍ନାଥ, ବଦ୍ରୀନାଥ, ଦ୍ୱାରକାନାଥ ତଥା ରାମନାଥ। ଆମେ ଯେତେବେଳେ ବଦ୍ରୀନାଥ ଯାଏ ହରିଦ୍ୱାର ଏବଂ ଋଷିକେଶଠାରୁ ଆରମ୍ଭକରି ପ୍ରୟାଗରାଜ, ଗଙ୍ଗୋତ୍ରୀ, ଯମୁନୋତ୍ରୀ, ବଦ୍ରୀନାଥ ଏବଂ କେଦାରନାଥ ଏ ସମସ୍ତ ଦର୍ଶନୀୟ ସ୍ଥଳ ପ୍ରାୟତଃ ଦର୍ଶନ କରେ। ଏ ସବୁର ପରିଚାଳନା ବଦ୍ରୀ-କେଦାରନାଥ ମନ୍ଦିର ପ୍ରଶାସନ ଅଧୀନରେ ରହିଛି। ସେହିଭଳି ଦ୍ୱାରକା ଧାମ ଗଲେ ଦେଖାଯାଏ ଦ୍ୱାରକାଧୀଶଙ୍କ ସହିତ ଭେଟ ଦ୍ୱାରକା, ଜ୍ୟୋତିର୍ଲିଙ୍ଗ ନାଗେଶ୍ୱର ଏବଂ ଜ୍ୟୋତିର୍ଲିଙ୍ଗ ସୋମନାଥଙ୍କୁ ଏକା ସାଙ୍ଗରେ ଦର୍ଶନ କରିବାର ବ୍ୟବସ୍ଥା ରହିଛି। ରାମେଶ୍ୱର ଯିବା ବେଳେ ରାମେଶ୍ୱର, ମଦୁରାଇ କାମାକ୍ଷା ତଥା କନ୍ୟାକୁମାରୀ ଦର୍ଶନ ପାଇଁ ଭକ୍ତମାନଙ୍କୁ ସୂଚନା ଦିଆଯାଏ। ଯେଉଁମାନେ ତିରୁପତି ବାଲାଜୀ ଆସନ୍ତି ପଦ୍ମାବତୀ, ଗୋବିନ୍ଦରାଜନ, ଶ୍ରୀକାଳହସ୍ତୀ ପ୍ରଭୃତି ତୀର୍ଥ ସ୍ଥାନ ଏକାସାଙ୍ଗରେ ଦର୍ଶନ କରନ୍ତି। ଏଥିରୁ ଜଣାଯାଏ ଉତ୍ତରାଖଣ୍ଡ, ଗୁଜରାଟ, ତାମିଲନାଡୁ ଏବଂ ଆନ୍ଧ୍ର ପ୍ରଦେଶ ପ୍ରଭୃତି ରାଜ୍ୟରେ ସରକାର ଧାର୍ମିକ ମହତ୍ତ୍ୱକୁ ପ୍ରାଧାନ୍ୟ ଦେଇ ନିଜ ରାଜ୍ୟର ବିକାଶ ପାଇଁ ସ୍ବତନ୍ତ୍ର ରଣନୀତି କରିଛନ୍ତି। ପର୍ଯ୍ୟଟକ ରାଜ୍ୟର ଯେତେ ଅଧିକ ସ୍ଥାନ ବୁଲିବେ ରାଜ୍ୟ ସେତିକି ରାଜସ୍ବ ପାଇବ ଏବଂ ଜନସାଧାରଣ ବିଭିନ୍ନ ଉପାୟରେ ଲାଭାନ୍ବିତ ହେବେ। ଏହି ପରିପ୍ରେକ୍ଷୀରେ ଓଡ଼ିଶାର ଶ୍ରୀଜଗନ୍ନାଥ ଧାମ ଦର୍ଶନ ବ୍ୟବସ୍ଥାକୁ ବିଚାର କରାଯାଉ। ପୁରୀ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଆସୁଥିବା ଭକ୍ତ କେବଳ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ଫେରିଯାଉଛନ୍ତି। କ୍ୱଚିତ ଭକ୍ତ ଲିଙ୍ଗରାଜ ଏବଂ କୋଣାର୍କ ଦର୍ଶନ ପାଇଁ ଆସି ଭୁବନେଶ୍ୱର ସମୀପ ସ୍ଥାନ ବୁଲି ଫେରିଯାଆନ୍ତି। ସମଗ୍ର ଓଡ଼ିଶାର ତୀର୍ଥ ସ୍ଥଳଗୁଡ଼ିକୁ ଓଡ଼ିଶା ବାହାରର ଭକ୍ତ ଜାଣିପାରୁନାହାନ୍ତି। ଏଠି ପ୍ରଶ୍ନ ଉଠେ ଶ୍ରୀଜଗନ୍ନାଥଙ୍କର ଧାମ କ’ଣ କେବଳ ପୁରୀ ଭିତରେ ସୀମିତ କି ?
ସ୍କନ୍ଦପୁରାଣର ଦ୍ୱାଦଶ ଅଧ୍ୟାୟ ପ୍ରମାଣ ଦିଅନ୍ତି ଶ୍ରୀପୁରୁଷୋତ୍ତମ କ୍ଷେତ୍ର ମହୋଦଧିଠାରୁ ଆରମ୍ଭକରି ବିରଜାମଣ୍ଡଳ ପର୍ଯ୍ୟନ୍ତ ଦଶଯୋଜନ ପରିବ୍ୟାପ୍ତ। ଗାଣିତିକ ପ୍ରୟୋଗ ଅନୁସାରେ ଏକ ଯୋଜନ ହେଉଛି ପ୍ରାୟ ୧୨ କିଲୋମିଟର। ତଦନୁସାରେ ଦଶ ଯୋଜନ ଅର୍ଥାତ୍‌ ପ୍ରାୟ ୧୨୦ କିଲୋମିଟର ପର୍ଯ୍ୟନ୍ତ ପରିବ୍ୟାପ୍ତ ଶ୍ରୀପୁରୁଷୋତ୍ତମ କ୍ଷେତ୍ର। ଏହି କ୍ଷେତ୍ର ଅନେକ ପବିତ୍ର ନଦୀକୁ ସଂଲଗ୍ନ ହୋଇଛି। ସେହି ନଦୀକୂଳସ୍ଥ ପ୍ରାଚୀନ ମନ୍ଦିରଗୁଡ଼ିକ ମଧ୍ୟ ପୁରୁଷୋତ୍ତମ କ୍ଷେତ୍ରର ଅଂଶ ବିଶେଷ। ସ୍କନ୍ଦପୁରାଣ ଷଷ୍ଠ ଅଧ୍ୟାୟ କହିଛନ୍ତି ଋଷିକୁଲ୍ୟା, ସ୍ବର୍ଣ୍ଣରେଖା ଏବଂ ମହାନଦୀ ମଧ୍ୟରେ ଏହି ପୁରୁଷୋତ୍ତମ କ୍ଷେତ୍ର ବିରାଜିତ। ଏହି ପୁରୁଷୋତ୍ତମ କ୍ଷେତ୍ରରେ ଥିବା ମନ୍ଦିରମାନଙ୍କ ଭିତରେ ପ୍ରସିଦ୍ଧ ମନ୍ଦିରଗୁଡ଼ିକର ନାମ ନୀଳାଦ୍ରି ମହୋଦୟ ଦ୍ୱିତୀୟ ଅଧ୍ୟାୟ କହିଛନ୍ତି। ତନ୍ମଧ୍ୟରେ ଭୁବନେଶ୍ୱରର ଲିଙ୍ଗରାଜ ଏବଂ ଅନନ୍ତବାସୁଦେବ ତଥା ବିନ୍ଦୁ ସରୋବର ନାମ ଦୃଷ୍ଟିଗୋଚର ହୁଏ। ସେହିଭଳି ରଣପୁରର ଅଧିଷ୍ଠାତ୍ରୀ ଦେବୀ ମଣିନାଗ, ମହାନଦୀ କୂଳସ୍ଥ କଣ୍ଟିଲୋ ନୀଳମାଧବ, ଯାଜପୁର ବିରଜା ଏବଂ ବାଙ୍କୀ ଚର୍ଚ୍ଚିକାଙ୍କର ବର୍ଣ୍ଣନା ନୀଳାଦ୍ରି ମହୋଦୟ ତଥା କପିଳ ସଂହିତା ପ୍ରଭୃତି ଅନେକ ଗ୍ରନ୍ଥରେ ଦେଖାଯାଏ।
ତେବେ ପ୍ରଶ୍ନ ଉଠେ ଶ୍ରୀଜଗନ୍ନାଥଙ୍କ ତତ୍ତ୍ୱ ବର୍ଣ୍ଣିତ ଥିବା ସମସ୍ତ ଶାସ୍ତ୍ରରେ ପ୍ରାୟ ଏକ ଶହ କୋଡ଼ିଏ କିଲୋମିଟର ପରିବ୍ୟାପ୍ତ ପୁରୁଷୋତ୍ତମ କ୍ଷେତ୍ରର ବର୍ଣ୍ଣନା ସହିତ ତନ୍ମଧ୍ୟରେ ଥିବା ପ୍ରସିଦ୍ଧ ଦେବତା ଏବଂ ପବିତ୍ର ନଦୀମାନଙ୍କର ଦିଗ୍‌ଦର୍ଶନ ରହିଛି। କିନ୍ତୁ ଶ୍ରୀମନ୍ଦିରକୁ ଆସୁଥିବା ତୀର୍ଥ ଯାତ୍ରୀଙ୍କ ମଧ୍ୟରୁ କ୍ୱଚିତ ଯାତ୍ରୀ ଏହି ସ୍ଥାନଗୁଡ଼ିକୁ ଜାଣନ୍ତି। ଅନ୍ୟ ରାଜ୍ୟରେ ନିଜ ଧାମକୁ ପ୍ରଚାରପ୍ରସାର କରୁଥିବା ସମୟରେ ଆମ ଜଗନ୍ନାଥ ଧାମ ସମ୍ବନ୍ଧରେ ପର୍ଯ୍ୟାପ୍ତ ପ୍ରାଚୀନ ଶାସ୍ତ୍ର ପ୍ରମାଣ ଥାଇ ମଧ୍ୟ ଆମେ ସୀମିତ ହୋଇ ରହୁଅଛେ। ତେଣୁ ଏ ସମ୍ବନ୍ଧରେ ଚିନ୍ତନ ଏବଂ ବିଚାର ବିମର୍ଶର ଆବଶ୍ୟକତା ରହିଛି। ପୁରୀଠାରୁ ଏହି ସମସ୍ତ ତୀର୍ଥ ସ୍ଥଳ ପାଇଁ ପ୍ରଶସ୍ତ ରାସ୍ତା, ଗମନାଗମନ ସୁବିଧା ତଥା ରହିବା ଏବଂ ଖାଦ୍ୟପେୟର ସୌବିଧ୍ୟ କରାଯିବା ଆବଶ୍ୟକ। ସେହି ମନ୍ଦିର ଏବଂ ନଦୀଗୁଡ଼ିକର ସୌନ୍ଦର୍ଯ୍ୟକରଣ ସହିତ ମନ୍ଦିରର ପରିବେଶକୁ ଶୃଙ୍ଖଳିତ କରିବା ଆବଶ୍ୟକ। ନଦୀରେ ଆଜିକାଲି ଅନେକ ପର୍ଯ୍ୟଟନ ଶିଳ୍ପ ବିକଶିତ ହୋଇପାରୁଛି, ତେଣୁ ତାହା ଚିନ୍ତନୀୟ।
ସମ୍ପୂର୍ଣ୍ଣ ପୁରୁଷୋତ୍ତମ କ୍ଷେତ୍ରର ତୀର୍ଥ ସ୍ଥଳଗୁଡ଼ିକ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଅଧୀନରେ ରହିବା ଏବଂ ପ୍ରତି ମନ୍ଦିର ପାଇଁ ଜଣେ ଜଣେ ସ୍ବତନ୍ତ୍ର ଅଧିକାରୀଙ୍କର ନିୟୋଜନ ଆବଶ୍ୟକ। ବର୍ତ୍ତମାନ ତିରୁପତି ବାଲାଜୀ ମନ୍ଦିର ଏହି ପ୍ରଣାଳୀରେ ପରିଚାଳିତ। ତିରୁମାଲା ତିରୁପତି ଦେବସ୍ଥାନମ୍‌ ନାମକ ଏହି ମନ୍ଦିରର ପ୍ରଶାସନ ଅଧୀନରେ କେବଳ ଆନ୍ଧ୍ରପ୍ରଦେଶରେ ନୁହେଁ, ଆନ୍ଧ୍ର ପ୍ରଦେଶ ବାହାର ରାଜ୍ୟରେ ତଥା ବିଦେଶରେ ମଧ୍ୟ ଶ୍ରୀଭେଙ୍କଟେଶ୍ୱର ବାଲାଜୀ ମନ୍ଦିର ରହିଛି। ତିରୁପତି ଭେଙ୍କଟେଶ୍ୱର ମନ୍ଦିର ବର୍ଷକୁ ହଜାର ହଜାର କୋଟି ଟଙ୍କାର ଦାନ ଗ୍ରହଣ କରିବାର କାରଣ ହେଉଛି ଧର୍ମ ଏବଂ ସଂସ୍କୃତିକୁ ନେଇ ସୁଚିନ୍ତିତ କାର୍ଯ୍ୟପନ୍ଥା। ଯେଉଁ ଟଙ୍କାକୁ ସଦ୍‌ ବିନିଯୋଗ କରି ଆନ୍ଧ୍ରପ୍ରଦେଶରେ ଅନେକ ବିକାଶମୂଳକ କାର୍ଯ୍ୟ ସାଧିତ ହେଉଥିବା ବେଳେ ବଦ୍ରୀନାଥ, ଦ୍ୱାରକା ଏବଂ ରାମେଶ୍ୱର ପ୍ରଭୃତି ଧାମରେ ଅଭୂତପୂର୍ବ ବିକାଶ ହେଉଛି। ଏଣୁ ଓଡ଼ିଶା ଶ୍ରୀଜଗନ୍ନାଥଙ୍କୁ ଯେତିକି ପ୍ରାଧାନ୍ୟ ଦେବ ଆମ ରାଜ୍ୟର ସେତିକି ବିକାଶ ହେବ।

ଡ. ଭାରତ ଭୂଷଣ ରଥ
ଉପନିର୍ଦ୍ଦେଶକ, ଦୂର ଶିକ୍ଷା ନିର୍ଦ୍ଦେଶାଳୟ, ରାଷ୍ଟ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ,
ତିରୁପତି, ଆନ୍ଧ୍ରପ୍ରଦେଶ
ମୋ: ୮୮୯୭୪୨୬୨୪୩


Enter your email to get our daily news in your inbox.

All Right Reserved By Dharitri.Com

ବେଆଇନ ଗୋ ଚାଲାଣ ହେଉଥିବାବେଳେ ଚଢାଉ କଲା ପୋଲିସ, ବାପପୁଅଙ୍କୁ…

ଆନନ୍ଦପୁର, ୭।୨(ସୁଶାନ୍ତ କୁମାର ସାହୁ): ପୋଲିସର ବ୍ୟାପକ ଚଢାଉ ପରେ ବି କେନ୍ଦୁଝର ଜିଲାରେ ବେଆଇନ ଗୋ ଚାଲାଣ କମିବାର ନା ଧରୁନି। ଶୁକ୍ରବାର ବିଳମ୍ବିତ ରାତିରେ…

Jasprit Bumrah: ଟିମ୍ ଇଣ୍ଡିଆକୁ ଆଉ ଏକ ଝଟକା, ପ୍ରଥମ ମ୍ୟାଚରୁ ଜସପ୍ରିତ ବୁମରା ବାଦ!

ନୂଆଦିଲ୍ଲୀ,୭।୨: ୨୦୨୬ ଟି-୨୦ ବିଶ୍ୱକପ୍ ଆରମ୍ଭ ନହେଉଣୁ ଟିମ୍ ଇଣ୍ଡିଆକୁ ଝଟକା ଲାଗିଛି । ବିଶ୍ୱକପ୍ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଯୁବ ଦ୍ରୁତ ବୋଲର…

କାମରୁ ଫେରୁଥିବାବେଳେ ହାତୀ ହାବୁଡ଼ରେ ପଡିଗଲେ ବ୍ୟକ୍ତି, ମୁଣ୍ଡ-ଗଣ୍ଡି ସମ୍ପୂର୍ଣ୍ଣ ଅଲଗା

ନିରାକାରପୁର, ୭।୨(ମାନସ ଚନ୍ଦ୍ର ପଟ୍ଟନାୟକ): ପୁଣି ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ସେ ହେଲେ ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗୀ ବନାଞ୍ଚଳ ସିକୋ ଖଡ଼ିପଦର…

BCCI ସେଣ୍ଟ୍ରାଲ୍‌ କଣ୍ଟ୍ରାକ୍ଟରେ ସର୍ବାଧିକ ଦରମା ପାଇବେ ଏହି ୩ ଖେଳାଳି: ତଳକୁ ଖସିବେ ରୋହିତ-କୋହଲି

ନୂଆଦିଲ୍ଲୀ,୭।୨: ଭାରତୀୟ କ୍ରିକେଟ ଦଳର ତାରକାମାନେ ଏହି ବର୍ଷ କେତେ ଟଙ୍କା ପାଇବେ ତାହା ସ୍ଥିର ହୋଇସାରିଛି। ସବୁଦିନ ପରି ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI)…

ରାଜନୈତିକ ହିଂସାକୁ ନେଇ ବୁଲିଲା ଖଣ୍ଡା: ସମିତିସଭ୍ୟଙ୍କୁ ଘରୁ ଘୋଷାଡି ଆଣି ଗାଁ ଦାଣ୍ଡରେ ହାଣିଲେ…

ପୁରୁଷୋତ୍ତମପୁର,୭।୨(ସବିତା ମିଶ୍ର) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଘଳା ପଞ୍ଚାୟତର କୁଷପୁର ଗ୍ରାମରେ ପୂର୍ବଶତ୍ରୁତାକୁ ନେଇ ଅଶାନ୍ତ ହୋଇପଡିଛି । ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବାବେଳେ…

୧୦୦ ବର୍ଷ ପରେ କୁମ୍ଭ ରାଶିରେ ସୃଷ୍ଟି ହେଲା ‘ଅଦ୍ଭୁତ ଯୋଗ’: ଏହି ୩ ରାଶିଙ୍କର ଅଚାନକ ଘଟିବ…

୬ ଫେବୃଆରୀ, ୨୦୨୬ ଠାରୁ, ସୁଖ, ସମୃଦ୍ଧି ଏବଂ ପ୍ରେମର ଗ୍ରହ ଶୁକ୍ର, ତାଙ୍କ ବନ୍ଧୁ ଶନିଙ୍କ ରାଶି କୁମ୍ଭରେ ପ୍ରବେଶ କରିଛନ୍ତି। ଏଠାରେ, ଏହା ତାଙ୍କ…

ଆଉ U19 ବିଶ୍ୱକପରେ ଖେଳିପାରିବେ ନାହିଁ ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ: ଜାଣନ୍ତୁ ଆଶ୍ଚର୍ଯ୍ୟଜନକ କାରଣ

ନୂଆଦିଲ୍ଲୀ,୭।୨: ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ୨୦୨୬ର ୧୯ ବର୍ଷରୁ କମ ବିଶ୍ୱକପରେ ଇତିହାସ ରଚିଥିଲେ। ଫାଇନାଲରେ ୮୦ ବଲ ରୁ ୧୭୫ ରନ କରି ଭାରତକୁ…

ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଲେ ମୋଦି, କହିଲେ…

ନୂଆଦିଲ୍ଲୀ,୭।୨: ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ଗୁରୁବାର କହିଛନ୍ତି ଯେ ଭାରତ ଏବଂ ଆମେରିକା ମାର୍ଚ୍ଚ ମାସରେ ଏକ ବହୁ ପ୍ରତୀକ୍ଷିତ ଦ୍ୱିପାକ୍ଷିକ ବାଣିଜ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri