ଲଣ୍ଡନରେ ଚମକିଲା ‘ଚିଲିକା’, ବିଶ୍ୱ ଦରବାରରେ ଓଡ଼ିଶାର ସଂସ୍କୃତି

ବାଲିପାଟଣା , ୨୦।୬(ଅଭିମନ୍ୟୁ ନାୟକ ): ଲଣ୍ଡନର ବେକ୍ସଲେହିଥ୍‌ରେ ଥିବା ଓଡ଼ିଆ ପ୍ରତିଷ୍ଠାତାଙ୍କ ରେଷ୍ଟୁରାଣ୍ଟ ‘ଚିଲିକା’ ୨୦୨୬ ପାଇଁ ରେଷ୍ଟୁରାଣ୍ଟ ଗୁରୁ ଦ୍ୱାରା ସବୁଠୁ ଅଧିକରେ କମେଣ୍ଡସନ ରେଷ୍ଟୁରାଣ୍ଟ ଭାବେ ସ୍ବୀକୃତି ପାଇବା ସହ ବେକ୍ସଲେହିଥ୍‌ରେ ଶ୍ରେଷ୍ଠ ୧୦ଟି ରେଷ୍ଟୁରାଣ୍ଟ ମଧ୍ୟରେ ସ୍ଥାନ ହାସଲ କରିଛି। ଓଡ଼ିଆ ଉଦ୍ୟୋଗୀ ଶୁଭକାନ୍ତ ଦାସ ଓ ପାର୍ଥ ସାରଥୀ ପଣ୍ଡାଙ୍କ ଦ୍ୱାରା ପ୍ରତିଷ୍ଠିତ ଏହି ରେଷ୍ଟୁରାଣ୍ଟ ବିଶ୍ୱସ୍ତରରେ ଓଡ଼ିଶାର ଖାଦ୍ୟ, ସଂସ୍କୃତି ଓ ପରମ୍ପରାକୁ ପ୍ରଚାର କରୁଛି। ଏସିଆର ସର୍ବବୃହତ ଲୁଣିଆ ଜଳ ହ୍ରଦ ‘ଚିଲିକା’ର ନାମରେ ନାମିତ ଏହି ରେଷ୍ଟୁରାଣ୍ଟର ଉଦ୍ଘାଟନ ୨୦୨୪ରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କରିଥିଲେ।

ଆଇଟି ପେଶାଦାର ଶୁଭକାନ୍ତ ଦାସଙ୍କ ଦୂରଦୃଷ୍ଟି ଓ ହସ୍ପିଟାଲିଟି କ୍ଷେତ୍ରରେ ଅନୁଭବୀ ପାର୍ଥ ସାରଥୀ ପଣ୍ଡାଙ୍କ ନେତୃତ୍ୱରେ ‘ଚିଲିକା’ ଆଜି ୟୁକେରେ ଓଡ଼ିଶାର ଗୌରବର ପ୍ରତୀକ ପାଲଟିଛି। ସମ୍ପ୍ରତି ବ୍ରିଟିଶ ଉଦ୍ୟୋଗୀ କ୍ୟାପ୍ଟେନ ଅରୁଣ କରଙ୍କ ଯୋଗଦାନ ପରେ ଏହାକୁ ଏକ ସାଂସ୍କୃତିକ କେନ୍ଦ୍ର ଭାବେ ବିକଶିତ କରିବାର ଲକ୍ଷ୍ୟ ନିଆଯାଇଛି।

‘ଚିଲିକା’ କେବଳ ଏକ ପୁରସ୍କାରପ୍ରାପ୍ତ ରେଷ୍ଟୁରାଣ୍ଟ ନୁହେଁ, ବରଂ ବିଶ୍ୱ ଦରବାରରେ ଓଡ଼ିଶାର ସଂସ୍କୃତି, ଐତିହ୍ୟ ଓ ଆତ୍ମପରିଚୟର ଏକ ସଶକ୍ତ ପ୍ରତିନିଧି।

Odisha’s No.1 Odia Daily

Share