ଆତ୍ମାହୁତି ନୁହେଁ, ଜାଳି ଦେଇଛନ୍ତି

ଭୁବନେଶ୍ୱର ଉପକଣ୍ଠ ବାଲିପାଟଣାରେ ଜ୍ୟୋତିରଞ୍ଜନ ମାଠିଆ ନିଆଁରେ ପୋଡ଼ିହୋଇ ଶୁକ୍ରବାର ଏମ୍‌ସରେ ଭର୍ତ୍ତି ହୋଇଥିବାବେଳେ ଶନିବାର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାକୁ ପ୍ରଥମେ ଆତ୍ମାହୁତି ବୋଲି କୁହାଯାଉଥିଲା। ହେଲେ ମୃତ୍ୟୁ ପୂର୍ବର ଏକ ଭିଡିଓ ଭାଇରାଲ ହେବା ଏବଂ ମୃତକଙ୍କ ସ୍ତ୍ରୀଙ୍କ ସଙ୍ଗିନ ଅଭିଯୋଗ ପରେ ଘଟଣା ଭିନ୍ନ ମୋଡ଼ ନେଇଛି। ଆତ୍ମାହୁତି ନୁହେଁ ବରଂ ଜମିଜମା ବିବାଦକୁ କେନ୍ଦ୍ରକରି ବାପା, ସାବତ ମା’, ସାବତ ଭାଇ ମିଶି ପେଟ୍ରୋଲ୍‌ ଢାଳି ନିଅଁା ଲଗାଇ ଜ୍ୟୋତିରଞ୍ଜନଙ୍କୁ ହତ୍ୟା କରିଛନ୍ତି ବୋଲି ଅଭିଯୋଗ ହୋଇଛି। ପୋଲିସ ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ବାଲିପାଟଣା,୧୭।୮(ଅଭିମନ୍ୟୁ ନାୟକ ): ବାଲିପାଟଣାଛକ ନିକଟରେ ଘର କରି ରହୁଥିବା ସୁରେନ୍ଦ୍ରନାଥ ମାଠିଆ ପୋଲିସ ବିଭାଗରେ ଚାକିରି କରି ଅବସର ଗ୍ରହଣ କରିଛନ୍ତି। ତାଙ୍କର ପ୍ରଥମ ସ୍ତ୍ରୀଙ୍କ ପୁତ୍ର ହେଉଛନ୍ତି ଜ୍ୟୋତିରଞ୍ଜନ ଏବଂ ଦ୍ୱିତୀୟ ସ୍ତ୍ରୀ ପ୍ରଭାତୀଙ୍କ ପୁତ୍ର ପ୍ରଶାନ୍ତ ମାଠିଆ। ଉଭୟ ପୁତ୍ର ବିବାହିତ ଏବଂ ସେମାନଙ୍କର ମଧ୍ୟ ପୁତ୍ର ସନ୍ତାନ ଅଛନ୍ତି। ସୁରେନ୍ଦ୍ର ତାଙ୍କ ସମସ୍ତ ସମ୍ପତ୍ତି ଦ୍ୱିତୀୟ ସ୍ତ୍ରୀଙ୍କ ନାମରେ ରେଜିଷ୍ଟ୍ରି କରିଦେଇଛନ୍ତି। ଏହା ଜାଣିବା ପରେ ବଡ଼ ପୁଅ ଜ୍ୟୋତିରଞ୍ଜନ ପ୍ରତିବାଦ କରି ସଫଳ ନ ହେବାରୁ ଥାନାର ଦ୍ବାରସ୍ଥ ହୋଇଥିଲେ। ଏପରି କି ଭଦ୍ରଲୋକଙ୍କ ସହାୟତାରେ ବିବାଦର ସମାଧାନ ପାଇଁ ପ୍ରୟାସ କରିଥିଲେ। ଭଦ୍ରବ୍ୟକ୍ତିଙ୍କ ନିଷ୍ପତ୍ତି ଅନୁସାରେ ବୃଦ୍ଧ ବାପାଙ୍କୁ ଚଳିବାକୁ ମାସିକ ଅର୍ଥ ଦେଲେ ବାପା ଜମିବାଡ଼ିକୁ ପୁଅଙ୍କ ନାମରେ କରିଦେବେ ବୋଲି ସ୍ଥିର ହୋଇଥିଲା। ହେଲେ ବାପା ପ୍ରତିଶ୍ରୁତି ରକ୍ଷା ନ କରିବାରୁ ଘର ଭିତରେ ଝଗଡ଼ା ହେବାରୁ ବାଧ୍ୟ ହୋଇ ଜ୍ୟୋତିରଞ୍ଜନ ଅନ୍ୟତ୍ର ଘର ଭଡ଼ା ନେଇ ରହୁଥିଲେ। ମାତ୍ର ଅର୍ଥ ଅଭାବ ଯୋଗୁଁ ବାହାରେ ରହିବା ସମ୍ଭବ ନ ହେବାରୁ ପୁଣି ଭଦ୍ରଲୋକଙ୍କ ସହାୟତାରେ ଫେରି ଘର ବାହାରେ ଥିବା ଏକ ପରିତ୍ୟକ୍ତ ଘରକୁ ସଫାକରି ସ୍ତ୍ରୀ ପୁଅ ସହିତ ସେ ରହୁଥିଲେ। ଏହି ଜମି ବିବାଦକୁ ନେଇ ଗତ ପ୍ରାୟ ପାଞ୍ଚ ବର୍ଷ ଧରି ବାପା, ସାବତ ମା’ ଓ ସାନ ଭାଇଙ୍କଠାରୁ ବହୁ ନିର୍ଯାତନା ସହିଛନ୍ତି ବୋଲି ଜ୍ୟୋତିରଞ୍ଜନଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ ଅଭିଯୋଗ କରିଛନ୍ତି। ଶୁକ୍ରବାର କୌଣସି କାରଣରୁ ବାପା ରହୁଥିବା ଘରକୁ ଜ୍ୟୋତିରଞ୍ଜନ ଯାଇଥିବାବେଳେ ପେଟ୍ରୋଲ ନିଆଁରେ ଜଳି ଯାଇଥିଲେ। ସ୍ବାମୀ ଜଳି ଯାଉଥିବା ଦେଖି ବିଜୟଲକ୍ଷ୍ମୀ ରାସ୍ତାରେ ଦୌଡ଼ି ସ୍ବାମୀଙ୍କୁ ବଞ୍ଚାଇବା ପାଇଁ ସାହାଯ୍ୟ ନିବେଦନ କରିଥିଲେ। ନିଆଁର ପ୍ରଭାବରେ ତାଙ୍କ ଶରୀରର ୮୦%ରୁ ଊର୍ଦ୍ଧ୍ୱ ଜଳିଯାଇଥିଲା। ଖବରପାଇ ସ୍ଥାନୀୟ ଲୋକେ ଏବଂ ପୋଲିସ ସହାୟତାରେ ଜ୍ୟୋତିରଞ୍ଜନଙ୍କୁ ପିସିଆର୍‌ ଭ୍ୟାନ୍‌ରେ ପ୍ରଥମେ ବାଲିପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ଏବଂ ପରେ ଏମ୍‌ସକୁ ସ୍ଥାନାନ୍ତର କରାଯାଇଥିଲା। ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ଶିନବାର ଭୋର ସମୟରେ ଜ୍ୟୋତିରଞ୍ଜନଙ୍କ ମୃତ୍ୟୁ ଘଟିଛି।

ତେବେ ଜ୍ୟୋତିରଞ୍ଜନଙ୍କୁ ମେଡିକାଲ ନିଆଯିବା ପୂର୍ବରୁ ସେ ଏକ ଭିଡିଓରେ ଜମିଜମା ବିବାଦକୁ କେନ୍ଦ୍ର କରି ବାପା, ଭାଇ ଓ ସାବତ ମା’ ତାଙ୍କୁ ପେଟ୍ରୋଲ ଢାଳି ମାରିଦେବାକୁ ଯୋଜନା କରି ଏଭଳି କାଣ୍ଡ ଭିଆଇଛନ୍ତି । ଏପରି କି ତାଙ୍କ ନାମରେ କୌଣସି ଜମି ନାହିଁ ବୋଲି ଜ୍ୟୋତିରଞ୍ଜନ କହୁଥିବା ଶୁଣିବାକୁ ମିଳିଛି। ଜ୍ୟୋତିରଞ୍ଜନଙ୍କ ସ୍ତ୍ରୀ ମଧ୍ୟ ସମାନ ଅଭିଯୋଗ କରିଛନ୍ତି। ସ୍ତ୍ରୀ ବିଜୟଲକ୍ଷ୍ମୀଙ୍କ ଏତଲା ଆଧାରରେ ପୋଲିସ ଏକ ହତ୍ୟା ମାମଲା(ନଂ. ୩୮୭/୨୫) ରୁଜୁ କରି ବାପା ସୁରେନ୍ଦ୍ର, ସାବତ ଭାଇ ପ୍ରଶାନ୍ତ ଓ ସାବତ ମା’ ପ୍ରଭାତୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଜ୍ୟୋତିରଞ୍ଜନଙ୍କ ମୃତ୍ୟୁ ପରେ ଏସିପି ଅଭିମନ୍ୟୁ ନାୟକ କହିଛନ୍ତି, ପ୍ରଥମେ ଆତ୍ମାହୁତି ଉଦ୍ୟମ ଅଭିଯୋଗରେ ଏକ ମାମଲା ରୁଜୁ ହୋଇଥିଲା। ହେଲେ ଜ୍ୟୋତିରଞ୍ଜନଙ୍କ ମୃତ୍ୟୁ ପରେ ଭାଇରାଲ୍‌ ହେଉଥିବା ଭିଡିଓ, ଚିକିତ୍ସାଧୀନ ଅବସ୍ଥାରେ ସେ ଦେଇଥିବା ବୟାନରେ ସମାନ ତଥ୍ୟ ମିଳିବା ଏବଂ ତାଙ୍କ ସ୍ତ୍ରୀଙ୍କ ଅଭିଯୋଗକୁ ଭିତ୍ତି କରି ଉକ୍ତ ମାମଲାକୁ ହତ୍ୟା ଦଫାରେ ରୂପାନ୍ତରିତ କରାଯାଇ ବାପା, ସାବତ ମା’ ଏବଂ ଭାଇଙ୍କୁ ଗିରଫ କରାଯାଇଥିବା କହିଛନ୍ତି। ଅପରପକ୍ଷରେ ଶନିବାର ଜ୍ୟୋତିରଞ୍ଜନଙ୍କ ସ୍ତ୍ରୀ ଓ ଛୋଟ ପୁଅକୁ ନ୍ୟାୟ ଓ ଆର୍ଥିକ ସହାୟତା ଦେବାପାଇଁ କଂଗ୍ରେସ ଓ ଅନ୍ୟାନ୍ୟ ସଂଗଠନ ଏବଂ ସ୍ଥାନୀୟ ଜନସାଧାରଣ ପକ୍ଷରୁ ବାଲିପାଟଣା ଛକରେ ମୃତଦେହ ରଖି ଦାବି କରାଯାଇଥିଲା। ପ୍ରାୟ ଦୁଇ ଘଣ୍ଟା ବାଲିପାଟଣା -ଭୁବନେଶ୍ୱର ରାସ୍ତା ଅବରୋଧ ଥିଲା। ସରକାରୀ ନିୟମ ଅନୁସାରେ ଯାହା ସହାୟତା ସୁବିଧା ଅଛି ତାହା କରାଯିବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ମିଳିବା ପରେ ମୃତଦେହକୁ ଜ୍ୟୋତିରଞ୍ଜନଙ୍କ ଜେଜେଙ୍କ ପୈତୃକ ଗ୍ରାମ କାକଟପୁର ନିଆଯାଇ ସତ୍କାର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri