ଆତ୍ମାହୁତି ନୁହେଁ, ଜାଳି ଦେଇଛନ୍ତି

ଭୁବନେଶ୍ୱର ଉପକଣ୍ଠ ବାଲିପାଟଣାରେ ଜ୍ୟୋତିରଞ୍ଜନ ମାଠିଆ ନିଆଁରେ ପୋଡ଼ିହୋଇ ଶୁକ୍ରବାର ଏମ୍‌ସରେ ଭର୍ତ୍ତି ହୋଇଥିବାବେଳେ ଶନିବାର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାକୁ ପ୍ରଥମେ ଆତ୍ମାହୁତି ବୋଲି କୁହାଯାଉଥିଲା। ହେଲେ ମୃତ୍ୟୁ ପୂର୍ବର ଏକ ଭିଡିଓ ଭାଇରାଲ ହେବା ଏବଂ ମୃତକଙ୍କ ସ୍ତ୍ରୀଙ୍କ ସଙ୍ଗିନ ଅଭିଯୋଗ ପରେ ଘଟଣା ଭିନ୍ନ ମୋଡ଼ ନେଇଛି। ଆତ୍ମାହୁତି ନୁହେଁ ବରଂ ଜମିଜମା ବିବାଦକୁ କେନ୍ଦ୍ରକରି ବାପା, ସାବତ ମା’, ସାବତ ଭାଇ ମିଶି ପେଟ୍ରୋଲ୍‌ ଢାଳି ନିଅଁା ଲଗାଇ ଜ୍ୟୋତିରଞ୍ଜନଙ୍କୁ ହତ୍ୟା କରିଛନ୍ତି ବୋଲି ଅଭିଯୋଗ ହୋଇଛି। ପୋଲିସ ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ବାଲିପାଟଣା,୧୭।୮(ଅଭିମନ୍ୟୁ ନାୟକ ): ବାଲିପାଟଣାଛକ ନିକଟରେ ଘର କରି ରହୁଥିବା ସୁରେନ୍ଦ୍ରନାଥ ମାଠିଆ ପୋଲିସ ବିଭାଗରେ ଚାକିରି କରି ଅବସର ଗ୍ରହଣ କରିଛନ୍ତି। ତାଙ୍କର ପ୍ରଥମ ସ୍ତ୍ରୀଙ୍କ ପୁତ୍ର ହେଉଛନ୍ତି ଜ୍ୟୋତିରଞ୍ଜନ ଏବଂ ଦ୍ୱିତୀୟ ସ୍ତ୍ରୀ ପ୍ରଭାତୀଙ୍କ ପୁତ୍ର ପ୍ରଶାନ୍ତ ମାଠିଆ। ଉଭୟ ପୁତ୍ର ବିବାହିତ ଏବଂ ସେମାନଙ୍କର ମଧ୍ୟ ପୁତ୍ର ସନ୍ତାନ ଅଛନ୍ତି। ସୁରେନ୍ଦ୍ର ତାଙ୍କ ସମସ୍ତ ସମ୍ପତ୍ତି ଦ୍ୱିତୀୟ ସ୍ତ୍ରୀଙ୍କ ନାମରେ ରେଜିଷ୍ଟ୍ରି କରିଦେଇଛନ୍ତି। ଏହା ଜାଣିବା ପରେ ବଡ଼ ପୁଅ ଜ୍ୟୋତିରଞ୍ଜନ ପ୍ରତିବାଦ କରି ସଫଳ ନ ହେବାରୁ ଥାନାର ଦ୍ବାରସ୍ଥ ହୋଇଥିଲେ। ଏପରି କି ଭଦ୍ରଲୋକଙ୍କ ସହାୟତାରେ ବିବାଦର ସମାଧାନ ପାଇଁ ପ୍ରୟାସ କରିଥିଲେ। ଭଦ୍ରବ୍ୟକ୍ତିଙ୍କ ନିଷ୍ପତ୍ତି ଅନୁସାରେ ବୃଦ୍ଧ ବାପାଙ୍କୁ ଚଳିବାକୁ ମାସିକ ଅର୍ଥ ଦେଲେ ବାପା ଜମିବାଡ଼ିକୁ ପୁଅଙ୍କ ନାମରେ କରିଦେବେ ବୋଲି ସ୍ଥିର ହୋଇଥିଲା। ହେଲେ ବାପା ପ୍ରତିଶ୍ରୁତି ରକ୍ଷା ନ କରିବାରୁ ଘର ଭିତରେ ଝଗଡ଼ା ହେବାରୁ ବାଧ୍ୟ ହୋଇ ଜ୍ୟୋତିରଞ୍ଜନ ଅନ୍ୟତ୍ର ଘର ଭଡ଼ା ନେଇ ରହୁଥିଲେ। ମାତ୍ର ଅର୍ଥ ଅଭାବ ଯୋଗୁଁ ବାହାରେ ରହିବା ସମ୍ଭବ ନ ହେବାରୁ ପୁଣି ଭଦ୍ରଲୋକଙ୍କ ସହାୟତାରେ ଫେରି ଘର ବାହାରେ ଥିବା ଏକ ପରିତ୍ୟକ୍ତ ଘରକୁ ସଫାକରି ସ୍ତ୍ରୀ ପୁଅ ସହିତ ସେ ରହୁଥିଲେ। ଏହି ଜମି ବିବାଦକୁ ନେଇ ଗତ ପ୍ରାୟ ପାଞ୍ଚ ବର୍ଷ ଧରି ବାପା, ସାବତ ମା’ ଓ ସାନ ଭାଇଙ୍କଠାରୁ ବହୁ ନିର୍ଯାତନା ସହିଛନ୍ତି ବୋଲି ଜ୍ୟୋତିରଞ୍ଜନଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ ଅଭିଯୋଗ କରିଛନ୍ତି। ଶୁକ୍ରବାର କୌଣସି କାରଣରୁ ବାପା ରହୁଥିବା ଘରକୁ ଜ୍ୟୋତିରଞ୍ଜନ ଯାଇଥିବାବେଳେ ପେଟ୍ରୋଲ ନିଆଁରେ ଜଳି ଯାଇଥିଲେ। ସ୍ବାମୀ ଜଳି ଯାଉଥିବା ଦେଖି ବିଜୟଲକ୍ଷ୍ମୀ ରାସ୍ତାରେ ଦୌଡ଼ି ସ୍ବାମୀଙ୍କୁ ବଞ୍ଚାଇବା ପାଇଁ ସାହାଯ୍ୟ ନିବେଦନ କରିଥିଲେ। ନିଆଁର ପ୍ରଭାବରେ ତାଙ୍କ ଶରୀରର ୮୦%ରୁ ଊର୍ଦ୍ଧ୍ୱ ଜଳିଯାଇଥିଲା। ଖବରପାଇ ସ୍ଥାନୀୟ ଲୋକେ ଏବଂ ପୋଲିସ ସହାୟତାରେ ଜ୍ୟୋତିରଞ୍ଜନଙ୍କୁ ପିସିଆର୍‌ ଭ୍ୟାନ୍‌ରେ ପ୍ରଥମେ ବାଲିପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ଏବଂ ପରେ ଏମ୍‌ସକୁ ସ୍ଥାନାନ୍ତର କରାଯାଇଥିଲା। ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ଶିନବାର ଭୋର ସମୟରେ ଜ୍ୟୋତିରଞ୍ଜନଙ୍କ ମୃତ୍ୟୁ ଘଟିଛି।

ତେବେ ଜ୍ୟୋତିରଞ୍ଜନଙ୍କୁ ମେଡିକାଲ ନିଆଯିବା ପୂର୍ବରୁ ସେ ଏକ ଭିଡିଓରେ ଜମିଜମା ବିବାଦକୁ କେନ୍ଦ୍ର କରି ବାପା, ଭାଇ ଓ ସାବତ ମା’ ତାଙ୍କୁ ପେଟ୍ରୋଲ ଢାଳି ମାରିଦେବାକୁ ଯୋଜନା କରି ଏଭଳି କାଣ୍ଡ ଭିଆଇଛନ୍ତି । ଏପରି କି ତାଙ୍କ ନାମରେ କୌଣସି ଜମି ନାହିଁ ବୋଲି ଜ୍ୟୋତିରଞ୍ଜନ କହୁଥିବା ଶୁଣିବାକୁ ମିଳିଛି। ଜ୍ୟୋତିରଞ୍ଜନଙ୍କ ସ୍ତ୍ରୀ ମଧ୍ୟ ସମାନ ଅଭିଯୋଗ କରିଛନ୍ତି। ସ୍ତ୍ରୀ ବିଜୟଲକ୍ଷ୍ମୀଙ୍କ ଏତଲା ଆଧାରରେ ପୋଲିସ ଏକ ହତ୍ୟା ମାମଲା(ନଂ. ୩୮୭/୨୫) ରୁଜୁ କରି ବାପା ସୁରେନ୍ଦ୍ର, ସାବତ ଭାଇ ପ୍ରଶାନ୍ତ ଓ ସାବତ ମା’ ପ୍ରଭାତୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଜ୍ୟୋତିରଞ୍ଜନଙ୍କ ମୃତ୍ୟୁ ପରେ ଏସିପି ଅଭିମନ୍ୟୁ ନାୟକ କହିଛନ୍ତି, ପ୍ରଥମେ ଆତ୍ମାହୁତି ଉଦ୍ୟମ ଅଭିଯୋଗରେ ଏକ ମାମଲା ରୁଜୁ ହୋଇଥିଲା। ହେଲେ ଜ୍ୟୋତିରଞ୍ଜନଙ୍କ ମୃତ୍ୟୁ ପରେ ଭାଇରାଲ୍‌ ହେଉଥିବା ଭିଡିଓ, ଚିକିତ୍ସାଧୀନ ଅବସ୍ଥାରେ ସେ ଦେଇଥିବା ବୟାନରେ ସମାନ ତଥ୍ୟ ମିଳିବା ଏବଂ ତାଙ୍କ ସ୍ତ୍ରୀଙ୍କ ଅଭିଯୋଗକୁ ଭିତ୍ତି କରି ଉକ୍ତ ମାମଲାକୁ ହତ୍ୟା ଦଫାରେ ରୂପାନ୍ତରିତ କରାଯାଇ ବାପା, ସାବତ ମା’ ଏବଂ ଭାଇଙ୍କୁ ଗିରଫ କରାଯାଇଥିବା କହିଛନ୍ତି। ଅପରପକ୍ଷରେ ଶନିବାର ଜ୍ୟୋତିରଞ୍ଜନଙ୍କ ସ୍ତ୍ରୀ ଓ ଛୋଟ ପୁଅକୁ ନ୍ୟାୟ ଓ ଆର୍ଥିକ ସହାୟତା ଦେବାପାଇଁ କଂଗ୍ରେସ ଓ ଅନ୍ୟାନ୍ୟ ସଂଗଠନ ଏବଂ ସ୍ଥାନୀୟ ଜନସାଧାରଣ ପକ୍ଷରୁ ବାଲିପାଟଣା ଛକରେ ମୃତଦେହ ରଖି ଦାବି କରାଯାଇଥିଲା। ପ୍ରାୟ ଦୁଇ ଘଣ୍ଟା ବାଲିପାଟଣା -ଭୁବନେଶ୍ୱର ରାସ୍ତା ଅବରୋଧ ଥିଲା। ସରକାରୀ ନିୟମ ଅନୁସାରେ ଯାହା ସହାୟତା ସୁବିଧା ଅଛି ତାହା କରାଯିବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ମିଳିବା ପରେ ମୃତଦେହକୁ ଜ୍ୟୋତିରଞ୍ଜନଙ୍କ ଜେଜେଙ୍କ ପୈତୃକ ଗ୍ରାମ କାକଟପୁର ନିଆଯାଇ ସତ୍କାର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ମାଗଣା ନୁହେଁ UPI! ₹୨୦୦୦ ରୁ ଅଧିକ ଦେଣନେଣ ଉପରେ ଲାଗିବ ଚାର୍ଜ, ନୂଆ ନିୟମ ଜାରି କଲେ ସରକାର…

ନୂଆଦିଲ୍ଲୀ,୧୫।୯: ୟୁପିଆଇ (UPI) ଦେଣନେଣକୁ ନେଇ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱ ଉପରେ ସରକାର ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ସରକାରଙ୍କ ଦ୍ୱାରା ଜାରି ନୂଆ ବିଜ୍ଞପ୍ତି ଅନୁଯାୟୀ, ଅକ୍ଟୋବର ୧୫ରୁ…

ବ୍ୟାଙ୍କରେ ପଶି ଡକାୟତି, ଧରାପଡ଼ିଲେ ୭ ଡ଼କାୟତ

ବୈଶିଙ୍ଗା,୧୫।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମାନଗୋବିନ୍ଦପୁରରେ ଥିବା ୟୂନିୟନ ବ୍ୟାଙ୍କରେ ସୋମବାର ରାତିରେ ଏକ ଡକାୟତି ଯୋଜନାକୁ ପଣ୍ଡ କରିଛି ବ୍ୟାଙ୍କରେ ଲାଗିଥିବା…

ଛୁରୀ ଭୁଶି ଯୁବକଙ୍କୁ ହତ୍ୟା: ପୂର୍ବ ଶତ୍ରୁତାରୁ ଆକ୍ରମଣ, ଦୁଇ ଯୁବକ ଫେରାର

ଖଲ୍ଲିକୋଟ, ୧୫।୯ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଥାନା ଅନ୍ତର୍ଗତ ଖୋଜାପଲ୍ଲୀ ଗ୍ରାମରେ ଜଣେ ଯୁବକଙ୍କୁ ଛୁରୀ ଭୁଶି ହତ୍ୟା କରାଯାଇଛି। ମୃତକ ହେଲେ ଖୋଜାପଲ୍ଲୀ ଗ୍ରାମର…

ପଞ୍ଚାୟତ ନିର୍ବାଚନ ପାଇଁ ରଣନୀତି : ବୁଥ୍‌ରୁ ଗାଁ ଯାଏ ସଂଗଠନ ମଜବୁତ କରିବ ଭାଜପା

ଭଞ୍ଜନଗର, ୧୫/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବିଡେକା ସମ୍ମିଳନୀ କକ୍ଷରେ ମଙ୍ଗଳବାର ଭାଜପା ଭଞ୍ଜନଗର ସାଂଗଠନିକ ଜିଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲା…

ରହସ୍ୟଜନକ ପାରା ଥାନାରେ ଅଟକ: ବାଂଲାଦେଶରୁ ଆସିଥିବା ସନ୍ଦେହ

ବୈଶିଙ୍ଗା, ୧୫/୯ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ କଷିପଦା ଗ୍ରାମରୁ ମଙ୍ଗଳବାର ଦ୍ୱିପ୍ରହର ସମୟରେ ଏକ ରହସ୍ୟଜନକ ପାରା ଉଦ୍ଧାର କରାଯାଇଛି। ଗ୍ରାମର…

କଳାହାଣ୍ଡିରେ ଧୁମ୍‌ଧାମ୍‌ରେ ପାଳିତ ହେଲା ନୂଆଁଖାଇ, ଖିରି, ପିଠାରେ ମହକିଲା ଗାଁ ଦାଣ୍ଡ

ଭବାନୀପାଟଣା,୧୫ା୯(ଉତ୍ତମ କୁମାର ଦାଶ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ମଙ୍ଗଳବାର କଳାହାଣ୍ଡି ଜିଲାରେ ଧୁମ୍‌ଧାମରେ ପାଳିତ ହୋଇଯାଇଛି। ଜିଲାର ସର୍ବପୁରାତନ ଜୁନାଗଡ଼ ସହରସ୍ଥିତ ଦଧିବାମନ ମନ୍ଦିରରେ ସକାଳ…

୧୯ ବର୍ଷ ହେଲା ବଜାୟ ରହିଛି ପରମ୍ପରା: ନୂଆଁଖାଇରେ ଶିରାବାହାଲ ଗ୍ରାମବାସୀ ଏକାଠି ଖାଇଲେ

ବଲାଙ୍ଗୀର ଅଫିସ, ୧୫।୯ (ସୁନିଲ କୁମାର ମହାନ୍ତି): ଯେଉଁ ମହାନ ଉଦ୍ଦେଶ୍ୟ ନେଇ ନୂଆଁଖାଇ ତିହାରର ପରିକଳ୍ପନା କରାଯାଇଥିଲା, ତାହାକୁ ସାକାର ରୂପ ଦେଉଛନ୍ତି ବଲାଙ୍ଗୀର ଜିଲା…

ବିଜ୍ଞାନକୁ ବାଦ୍‌ ଦେଇ ଦେଶର ପ୍ରଗତି ପରିକଳ୍ପନା ଅସମ୍ଭବ

ଦିଗପହଣ୍ଡି, ୧୫।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଜ୍ଞାନଶ୍ରୀ ପବ୍ଲିକ୍‌ ସ୍କୁଲର ଷଷ୍ଠତମ ଜ୍ଞାନବିଜ୍ଞାନ ମେଳା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ହରିବନ୍ଧୁ ଦୋରା, କାଳୁଚରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?