ଓଡ଼ିଶାର ଅଶୋକ, ଅଜିତ୍‌ଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି

ଭୁବନେଶ୍ୱର,୬ା୯(ବ୍ୟୁରୋ): ଗୁରୁଦିବସ ଅବସରରେ ରବିବାର ଦେଶର ୪୪ଜଣ ଆଦର୍ଶ ଶିକ୍ଷୟିତ୍ରୀଶିକ୍ଷକଙ୍କୁ ‘ଜାତୀୟ ଶିକ୍ଷକ ପୁରସ୍କାର’ ମିଳିଛି। ଭର୍ଚୁଆଲରେ ଆୟୋଜିତ ସମାରୋହରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ଜାତୀୟ ପୁରସ୍କାର ପ୍ରଦାନ କରିଛନ୍ତି। ଓଡ଼ିଶାର ମଧ୍ୟ ଦୁଇଜଣ ଶିକ୍ଷକ ସମ୍ମାନିତ ହୋଇଛନ୍ତି। ସେମାନେ ହେଲେ ଭଦ୍ରକର ଅଶୋକ କୁମାର ଶତପଥୀ ଓ ଗଞ୍ଜାମର ଅଜିତ୍‌ କୁମାର ସେଠୀ। ଅଶୋକ ଏବେ ଭଦ୍ରକ ଜିଲା ସ୍କୁଲରେ ବିଜ୍ଞାନ ଶିକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି। ଶିକ୍ଷାଦାନ ସହ ସେ ୨୦୦୩ରୁ ସ୍କୁଲ ଓ ଗରିବ ଛାତ୍ରୀଛାତ୍ରଙ୍କ ବିକାଶ ପାଇଁ କାମ କରୁଛନ୍ତି। ଏହି ସେବା କ୍ଷେତ୍ରରେ ସେ ପୂର୍ବତନ ଛାତ୍ରୀଛାତ୍ରଙ୍କୁ ମଧ୍ୟ ସାମିଲ କରିଛନ୍ତି। ସେହିପରି ଅଜିତ୍‌ ହେଉଛନ୍ତି ଜଣେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ। ୨୦୦୭ରେ ସେ ଶିକ୍ଷକତା ଆରମ୍ଭ କରିଥିଲେ। ସଙ୍ଗୀତ ମାଧ୍ୟମରେ ଶିକ୍ଷାଦାନ କରି ଅନ୍ୟମାନଙ୍କ ପାଇଁ ଆଦର୍ଶ ପାଲଟିଥିଲେ। ସଙ୍ଗୀତରେ ପାଠପଢ଼ା ପିଲାଙ୍କ ପାଇଁ ଅତି ସହଜ ଓ ବୋଧଗମ୍ୟ ହୋଇଥାଏ ବୋଲି ଅଜିତ୍‌ କହିଛନ୍ତି। ଜାତୀୟ ପୁରସ୍କାର ପାଇଥିବା ଏହି ଦୁଇ ଶିକ୍ଷକଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି।
ସମ୍ମାନିତ ସମସ୍ତ ଶିକ୍ଷକଙ୍କ କର୍ତ୍ତବ୍ୟପରାୟଣତାକୁ ରାଷ୍ଟ୍ରପତି କୋବିନ୍ଦ ପ୍ରଶଂସା କରିଛନ୍ତି। ଛାତ୍ରୀଛାତ୍ରଙ୍କ ବହୁମୁଖୀ ପ୍ରତିଭାକୁ ଚିହ୍ନିବାରେ ଶିକ୍ଷକଙ୍କର ବଡ଼ ଭୂମିକା ରହିଛି। ଜଣେ ଭଲ ଶିକ୍ଷକ ହେଉଛି ଜଣେ ବ୍ୟକ୍ତିତ୍ୱ-ନିର୍ମାଣକାରୀ, ସମାଜ-ନିର୍ମାଣକାରୀ ଏବଂ ରାଷ୍ଟ୍ର-ନିର୍ମାଣକାରୀ। ଶିକ୍ଷକମାନେ ସେମାନଙ୍କ ଛାତ୍ରୀଛାତ୍ରଙ୍କୁ ଏକ ସୁବର୍ଣ୍ଣ ଭବିଷ୍ୟତର କଳ୍ପନା କରିବାକୁ ଏବଂ ସେମାନଙ୍କର ଆକାଂକ୍ଷା ପୂରଣ କରିବା ପାଇଁ ଦକ୍ଷତା ହାସଲ କରିବାକୁ ଉତ୍ସାହିତ କରନ୍ତୁ ବୋଲି ରାଷ୍ଟ୍ରପତି ଶିକ୍ଷକମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ନିଜ ଶିକ୍ଷକଙ୍କୁ ବି ରାଷ୍ଟ୍ରପତି ମନେପକାଇଥିଲେ। ରାଷ୍ଟ୍ରପତି ହେବା ପରେ ସେ ନିଜ ଗାଁକୁ ଯାଇ ନିଜ ଶିକ୍ଷକଙ୍କୁ ଭେଟିଥିଲେ। ଆଜି ସେ ଯାହା ବି ହୋଇଛନ୍ତି କେବଳ ନିଜ ଶିକ୍ଷକଙ୍କ ପାଇଁ ବୋଲି ରାଷ୍ଟ୍ରପତି କହିଛନ୍ତି।
କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ସେ ଓଡ଼ିଶାର ୨ ଜଣ ଶିକ୍ଷକଙ୍କ ସମେତ ୪୪ ଜଣ ଶିକ୍ଷକଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତିି, କରୋନା ସମୟରେ ନିରନ୍ତର ଶିକ୍ଷାକୁ ସୁନିଶ୍ଚିତ କରିବାରେ ଶିକ୍ଷକମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି। ଏକ ରାଷ୍ଟ୍ରର ଦ୍ରୁତ ବିକାଶ ପାଇଁ ଜଣେ ଶିକ୍ଷକ ଯେଉଁ ଭୂମିକା ଗ୍ରହଣ କରନ୍ତି ତାହା ଗୁରୁତ୍ୱପୂର୍ଣ୍ଣ। ଶିକ୍ଷକ ସମାଜ ଏକବିଂଶ ଶତାବ୍ଦୀରେ ଭାରତର ଭବିଷ୍ୟତକୁ ପରିବର୍ତ୍ତନ କରିବେ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…

ସ୍ତ୍ରୀଙ୍କ ସହ ଯାଇଥିଲେ ଶ୍ୱଶୁର ଘର: ଘରେ ବୁଲିଲା କଳାକନା

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ୱୃତ୍ତମାନେ କଳାକନା…

ଶପଥ ନେଲେ ନବନିର୍ବାଚିତ ବାର ଆସୋସିଏଶନ କର୍ମକର୍ତ୍ତା, ଜାଣନ୍ତୁ ସେମାନେ କିଏ…

ଭଞ୍ଜନଗର,୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନର ନବ ନିର୍ବାଚିତ କର୍ମକର୍ତ୍ତାମାନେ ଶୁକ୍ରବାର ଶପଥ ନେଇଛନ୍ତି। ନିର୍ବାଚନ ଅଧିକାରୀ ଲଡ଼ୁ କିଶୋର ଅଳତିଆ ନବନିର୍ବାଚିତ କର୍ମକର୍ତ୍ତାଙ୍କୁ…

କଂଗ୍ରେସରେ ଯୋଗ ଦେବେ ରାଘବ ଚଢା? ବଡ଼ ଦାବି କଲେ ଅଳକା ଲାମ୍ବା

ନୂଆଦିଲ୍ଲୀ,୩।୪: ଏଏପି ରାଜ୍ୟ ସଭା ଏମପି ରାଘବ ଚଢା ନିଜ ଦଳ ଭିତରେ ନେତାମାନଙ୍କ ଦ୍ୱାରା ସମାଲୋଚନାର ଶିକାର ହୋଇଛନ୍ତି। ରାଜନୈତିକ ମହଲରେ ତାଙ୍କ ସମ୍ପର୍କରେ ବିଭିନ୍ନ…

ସଞ୍ଜୁ ସାମସନଙ୍କୁ ଭୁରି ଭୁରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୩।୪: ଟିମ ଇଣ୍ଡିଆ ନିକଟରେ ICC ଟି୨୦ ବିଶ୍ୱକପ ୨୦୨୬ ଜିତି ଇତିହାସ ରଚିଛି। ଷ୍ଟାର ଭାରତୀୟ ଉଇକେଟ୍‌କିପର-ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଏହି ଟାଇଟଲ ବିଜୟର ହିରୋ…

ମାମୁଁ ଘରକୁ ଆସିଥିଲେ: କେନାଲରୁ ମିଳିଲା ନାବାଳିକାଙ୍କ ମୃତଦେହ

ରାଜନଗର,୩।୪: କେନ୍ଦ୍ରପଡ଼ା ଜିଲା ରାଜନଗର ଥାନା ଚାନ୍ଦିବାଉଁଶମୂଳ ପଞ୍ଚାୟତ ଅଞ୍ଚଳରୁ ଶୁକ୍ରବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏକ କେନାଲରୁ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର…

୮ ତାରିଖ ଯାଏ ଛେଚିବ: ଆସନ୍ତାକାଲି ପାଇଁ ଏହି ୧୨ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା! ୱାର୍ନିଂ ଜାରି କଲା…

ଭୁବନେଶ୍ୱର,୩।୪: ରାଜ୍ୟରେ ୮ ତାରିଖ ଯାଏ ବର୍ଷା ନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଆସନ୍ତାକାଲି ପାଇଁ ୧୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri